ETV Bharat / politics

ପୁରୀ ଯିବାକୁ ପଡିବନି ଏଇଠି ଏମାନଙ୍କୁ ପୂଜା କରିବାକୁ ପଡିବ, ଏମିତି କାହିଁକି କହିଲା ବିଜେଡି ? - BJD Criticised BJP GOVT

author img

By ETV Bharat Odisha Team

Published : Aug 25, 2024, 4:54 PM IST

BJD Criticised BJP GOVT: ସୁଭଦ୍ରା ଯୋଜନା ପାଣିର ଗାର । ମହିଳାଙ୍କୁ ଠକିଦେଲେ ବିଜେପି ସରକାର ବୋଲି ଆଜି କହିଛି ବିଜେଡି । ଏଥିସହ ରାଜ୍ୟ ସରକାରଙ୍କ ଅହଂକାର ବଢି ଯାଇଛି ବୋଲି ଟାର୍ଗେଟ କରିଛି ବିଜେଡି । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ବିଜେଡିର ସାମ୍ବାଦିକ ସମ୍ମିଳନୀ
ବିଜେଡିର ସାମ୍ବାଦିକ ସମ୍ମିଳନୀ (ETV Bharat Odisha)

ଭୁବନେଶ୍ବର: ସୁଭଦ୍ରା ଯୋଜନା ମାର୍ଗଦର୍ଶିକା ଆସିବା ପରେ ତାକୁ ନେଇ ଚାଲିଛି ଜୋରଦାର ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧି । ଆଜି(ରବିବାର) ବି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଏଥିସହ ମାଗଣା ବିଜୁଳି, ଭତ୍ତା ଦେବା ନାଁରେ ଲୋକଙ୍କୁ ସରକାର ଠକିଛନ୍ତି ବୋଲି କହିଛି ବିଜେଡି ।

ସୁଭଦ୍ରା ଯୋଜନା ପାଣିର ଗାର:

ବିରୋଧି ଦଳ ମୁଖ୍ୟସଚେତକ ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଭୋଟ ସମୟରେ ମହିଳାଙ୍କୁ ଆଶା ଦେଖାଇଥିଲେ ବର୍ଷକୁ ୫୦ ହଜାର ଦେବେ ବୋଲି । ଏମିତି କି ସମସ୍ତ ମହିଳାଙ୍କୁ ଦେବାକୁ ଇସ୍ତାହାରରେ କହିଥିଲେ । ହେଲେ ଏଥିରେ ୬୦ ବର୍ଷରୁ ଅଧିକ ଯେଉଁ ମହିଳା ସେମାନଙ୍କୁ ବଞ୍ଚିତ କରାଗଲା । ଏହାସହ ୧୫୦୦ ଟଙ୍କା ମାସିକ ଆଧାରରେ ହେଲେ ଆଶା, ଅଙ୍ଗନବାଡି ମହିଳା ପ୍ରମୁଖ ସୁଭଦ୍ରା ଯୋଜନା ପାଇବେନି । ଋଣ କରି ଲକ୍ଷପତି ଦିଦି ହୋଇଛନ୍ତି ସେମାନେ ବି ବଞ୍ଚିତ ହେବେ। ସବୁଠାରୁ ବଡ଼ କଥା ହେଲା ଏବେ ସୁଭଦ୍ରା ଯୋଜନାରେ ପାଞ୍ଚ ହଜାର ଟଙ୍କା ଲେଖାଏଁ 2 ଥର ଦେବେ । ଏଥିରେ ମହିଳା ମାନେ କି ବ୍ୟବସାୟ କରିବେ । ୭୦ ଲକ୍ଷ ମହିଳା ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଲକ୍ଷପତି ଦିଦି ହୋଇଥିଲେ। ପ୍ରତ୍ୟେକ ମହିଳା ସୁଭଦ୍ରା ଯୋଜନାରେ ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ଏହା ଏବେ ପାଣିର ଗାର ହୋଇଛି। ସରକାରଙ୍କ ଧୂଆଁବାଣ ହୋଇଛି।’

ରାଜ୍ୟ ସରକାରଙ୍କ ଅହଂକାର ବଢି ଯାଇଛି:

ସେ ଆହୁରି କହିଛନ୍ତି,‘ ଏବେର ସରକାରର ଅହଂକାର ବଢ଼ିଯାଇଛି । ନିଜକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା କହୁଛନ୍ତି। ଏମାନଙ୍କୁ ଲୋକେ କେବେ କ୍ଷମା ଦେବେନି। ଏହା ସରକାରଙ୍କ ବିଫଳତା । ଲୋକଙ୍କୁ ଠକିଛନ୍ତି ସରକାର । ଏହା ସାଧାରଣ ଲୋକଙ୍କ ପାଖକୁ ଗଲାଣି । ଲୋକେ ଉଚିତ୍‌ ଜବାବ ଦେବେ ।

ବେପାରୀ ଭଳି ସଂସ୍ଥା ଭଳି ଚାଲିଛନ୍ତି:

ସେହିପରି ମାଗଣା 300 ୟୁନିଟ ବିଜୁଳିଙ୍କୁ ବିଜେପି ସରକାରଙ୍କୁ କଟାକ୍ଷ କରିଛି ବିଜେଡି । ଏନେଇ ପ୍ରମିଳା ମଲ୍ଲିକ କହିଛନ୍ତି, ‘ଇସ୍ତାହାରରେ 300 ୟୁନିଟ ମାଗଣା ବିଜୁଳି କଥା ବିଜେପି କହିଥିଲା। ହେଲେ ଯାଏ ଗୋଟିଏ ୟୁନିଟ ମଧ୍ୟ ସାଧାରଣ ଚାଷୀ ପାଖକୁ ଗଲାନି। ଏହା ଏକ ବେପାରୀ ସଂସ୍ଥା ଭଳି ଚାଲିଛନ୍ତି । କେତେ ଲାଭ କେତେ କ୍ଷତି ହିସାବ କରୁଛନ୍ତି।

ଏହା ମଧ୍ୟ ପଢନ୍ତୁ: ମୋଦିଙ୍କ ଜନ୍ମଦିନରେ 'ସୁଭଦ୍ରା' ଯୋଜନା, ଶୁଭାରମ୍ଭ କରିବାକୁ ଆସିବେ ପ୍ରଧାନମନ୍ତ୍ରୀ

ଛାତ୍ର ବୃତ୍ତି ବନ୍ଦକୁ ନେଇ ବର୍ଷିଲା ବିଜେଡି:

ପୂର୍ବରୁ ବିଜେଡି ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଦେବାର ବ୍ୟବସ୍ଥା କରିଥିଲେ । ଛାତ୍ରଙ୍କ ପାଇଁ 9 ହଜାର ଓ ଛାତ୍ରୀଙ୍କ ପାଇଁ 10 ହଜାର ଟଙ୍କାର ବ୍ୟବସ୍ଥା କରିଥିଲେ । ଯାହାକୁ ବନ୍ଦ କରିଛନ୍ତି ବିଜେପି ସରକାର । ଏନେଇ ପ୍ରମିଳା କହିଛନ୍ତି, ‘ ପୂର୍ବ ସରକାର ଛାତ୍ରଛାତ୍ରୀଙ୍କ ବୃତ୍ତିର ବ୍ୟବସ୍ଥା କରିଥିଲେ । ହେଲେ ଏହା ଏବେ ବନ୍ଦ ହୋଇଯାଇଛି।’

ଏହା ମଧ୍ୟ ପଢନ୍ତୁ: ମୋହନ ସରକାର ମିଛୁଆ ସରକାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଠକିଛନ୍ତି:କଂଗ୍ରେସ

80 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଭତ୍ତା ନେଇ ଟାର୍ଗେଟ କଲା ଦଳ:

ପୂର୍ବରୁ ରାଜ୍ୟରେ ସରକାର ଆସିଲେ ଭତ୍ତା 3500 ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । ହେଲେ ଭତ୍ତା ଟଙ୍କା ବଢିଥିଲେ ହେଁ, କେବଳ 80 ବର୍ଷରୁ ଊର୍ଦ୍ଧ୍ବଙ୍କୁ 3500 ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ବିଜେଡି କହିଛି, ଏହା ଲୋକଙ୍କୁ ଠକିବା ଭଳି ।

ଇଟିଭି, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.