ETV Bharat / politics

ଧର୍ମେନ୍ଦ୍ରଙ୍କ ଓଡ଼ିଶା ଅସ୍ମିତା ପ୍ରସଙ୍ଗକୁ ବିଜେଡିର କାଉଣ୍ଟର, 'କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସୁପର ମିଛୁଆ' - BJD Counters Dharmendra

author img

By ETV Bharat Odisha Team

Published : May 4, 2024, 7:42 PM IST

BJD Counters Dharmendra: ଧର୍ମେନ୍ଦ୍ର କହିଥିବା ଓଡ଼ିଆ ଅସ୍ମିତାର କଥାକୁ ଦଳ କାଉଣ୍ଟର କରିଛି । ନିର୍ବାଚନରେ ଫାଇଦା ପାଇଁ ଧର୍ମେନ୍ଦ୍ର ଏଭଳି କହିଥିବା ଅଭିଯୋଗ ଆଣିଛି ବିଜେଡି । ଅଧିକ ପଢନ୍ତୁ

BJD Counters Dharmendra
BJD Counters Dharmendra (Etv Bharat Odisha)

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ରଖିଛି ବିଜେଡି । ଧର୍ମେନ୍ଦ୍ର କହିଥିବା ଓଡ଼ିଆ ଅସ୍ମିତାର କଥାକୁ ଦଳ କାଉଣ୍ଟର କରିଛି । ନିର୍ବାଚନରେ ଫାଇଦା ପାଇଁ ଧର୍ମେନ୍ଦ୍ର ଓଡ଼ିଆ ଅସ୍ମିତା କଥା ଉଠାଇଛନ୍ତି । କିନ୍ତୁ ଓଡ଼ିଆଙ୍କ ଅସ୍ମିତାର ସହ ଜଡି଼ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବାକୁ ଧର୍ମେନ୍ଦ୍ର ଯୋଜନା କରିଥିଲେ ବୋଲି ବିଜେଡି ଅଭିଯୋଗ ଆଣିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ଲେନିନ ମହାନ୍ତି । ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି । ଏହି ଉକ୍ତିକୁ ସାର୍ଥକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସାମ୍ବାଦିକ ସମ୍ମିଳନୀ କରିଥିଲେ । ସାମ୍ବାଦିକ ସମ୍ମିଳନୀରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଚେଷ୍ଟା କରିଥିଲେ । ଶ୍ରୀମନ୍ଦିର ପ୍ରକଳ୍ପ ବନ୍ଦ କରିବାର ଧର୍ମେନ୍ଦ୍ରଙ୍କ ମୂଳ ଉଦ୍ଦେଶ୍ୟ ଜନସାଧାରଣଙ୍କ ସାମନାକୁ ଆସିଯାଇଛି । ପରିକ୍ରମା ପ୍ରକଳ୍ପ ସଫଳତାର ସହ ସମାପନ ହେଉ ବୋଲି ସେ ଚାହୁଁନଥିଲେ । ଧର୍ମେନ୍ଦ୍ରଙ୍କ ମନରେ କେତେ କ୍ରୋଧ ଅଛି ଗତକାଲି ସାମ୍ବାଦିକ ସମ୍ମିଳନୀରୁ ପଦାରେ ପଡ଼ିଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଖାନା ପାଇଁ ହେବ ବୋଲି ସେ କହିଲେ । ଏହା କୋଟି କୋଟି ଓଡ଼ିଆ ନୁହଁନ୍ତି, ସାରା ବିଶ୍ଵର ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିଲା । ଧର୍ମେନ୍ଦ୍ର କହିଲେ ପରିକ୍ରମା ପ୍ରକଳ୍ପ ନାଁ'ରେ ଟାଇଲ ଲଗାଯାଇଛି । ଏଭଳି ବକ୍ତବ୍ୟ ଶୁଣି ଓଡ଼ିଶାବାସୀ ଆଶ୍ଚର୍ଯ୍ୟ ଓ ଆଚମ୍ବିତ ହୋଇଛନ୍ତି । କେତେବେଳେ କଣ କହୁଛନ୍ତି ସେ କଥା ସେ ନିଜେ ବୁଝି ପାରୁ ନହାନ୍ତି । ସବୁ ଦଳର ପ୍ରାର୍ଥୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ପୁରୀ ଯାଉଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜଗନ୍ନାଥଙ୍କ ପାଖକୁ ଯାଇଥିଲେ । ଜଗନ୍ନାଥଙ୍କ ଆଶିଷ ଭିକ୍ଷା ମଧ୍ୟ କରିଛନ୍ତି । ସେ ଆଉ ଥରେ ଜଗନ୍ନାଥଙ୍କ ପାଖକୁ ଯାଆନ୍ତୁ ବୋଲି ଅନୁରୋଧ କରୁଛି । ଭଲ ଓ ସ୍ୱଚ୍ଛ ମନରେ ଜଗନ୍ନାଥଙ୍କ ପାଖକୁ ଯାଆନ୍ତୁ ।"

ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି , "ଆମେ ଶୁଣୁଥିଲୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲୋକେ ମିଛୁଆ କହୁଥିଲେ । କିନ୍ତୁ ଗତକାଲି ସାମ୍ବାଦିକ ସମ୍ମିଳନୀ ପରେ ତାଙ୍କୁ ଲୋକେ ସୁପର ମିଛୁଆ କହୁଛନ୍ତି । ଜଗନ୍ନାଥ ହେଉଛନ୍ତି କୋଟି ହୃଦୟରେ ବାସ କରୁଥିବା ପ୍ରଭୁ । ଗତ ଶହେ ବର୍ଷ ମଧ୍ୟରେ ଶ୍ରୀମନ୍ଦିରର ବିକାଶ କାର୍ଯ୍ୟର ପରିକଳ୍ପନା କରାଯାଇନଥିଲା । ସହ୍ୟ କରିପାରୁନଥିବାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗୌଣ କାରିବାକୁ ଚେଷ୍ଟା କରୁଛନ୍ତି ଧର୍ମେନ୍ଦ୍ର । ନିର୍ବାଚନ ରଣାଙ୍ଗନରେ ଧର୍ମେନ୍ଦ୍ର ଓଡ଼ିଆ ଅସ୍ମିତା କଥା କହିଛନ୍ତି । ଗଣତନ୍ତ୍ର ମନ୍ଦିରରେ ପ୍ରକଳ୍ପ ବାବଦରେ କହିବାକୁ ମିଳିଥିବା ସୁଯୋଗରେ ସେ କହିଥିଲେ କେବଳ ଗୋଟିଏ ପାଇଖାନା ହେବା ଲାଗି ଏପରି ହୋଇଛି ।"

ଏହା ବି ପଢନ୍ତୁ...ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନବାଣ, ଓଡିଆ ଅସ୍ମିତାକୁ ନେଇ ସରକାରଙ୍କୁ ଘେରିଲେ - Dharmendra Targets State Govt

ସେ ଆହୁରି ମଧ୍ୟ କହିଛନ୍ତି, "ଶ୍ରୀମନ୍ଦିର ଆସୁଥିବା ଲୋକଙ୍କ ସୁବିଧା କରିବା ପାଇଁ ରେଷ୍ଟ ରୁମ, କ୍ଳକ ରୁମ ହେଲେ କ'ଣ ଧର୍ମେନ୍ଦ୍ରଙ୍କୁ ବାଧୁଛି କି ? କୋଟି ଓଡ଼ିଆଙ୍କ ହୃଦୟରେ ଥିବା କଥାକୁ ନିନ୍ଦିବା ଧର୍ମେନ୍ଦ୍ରଙ୍କ ଅସ୍ମିତା । ଜଗନ୍ନାଥଙ୍କୁ ନେଇ ଏଭଳି ନୀଚ ମନ୍ତବ୍ୟ ଦେବା ଆମର ଅସ୍ମିତା ନୁହେଁ । ଧର୍ମେନ୍ଦ୍ରଙ୍କ ତୁଣ୍ଡ ଆଉ ତାଙ୍କ ବୋଲ ମାନୁନାହିଁ । ସେ ଓଡି଼ଶା ପାଇଁ କ'ଣ କରିଛନ୍ତି ସେ ବାବଦରେ ପଦେ କହୁନାହାନ୍ତି । ନିର୍ବାଚନରେ ଫାଇଦା ପାଇବା ପାଇଁ ସେ କହୁଛନ୍ତି । ଯେଉଁ ସେବାୟତ ମାନେ ନିଜ ସ୍ଥାନ ପ୍ରକଳ୍ପ ପାଇଁ ଛାଡିଛନ୍ତି ସେମାନଙ୍କୁ କେମିତି ଲାଗିବ ? ଧର୍ମେନ୍ଦ୍ର ଯଦି କହି ଖସି ଯିବେ ବୋଲି ଭାବୁଥିବେ, ତାହା ସମ୍ଭବ ନୁହେଁ । ଓଡ଼ିଆ ଲୋକ ଏହା ଉପରେ ତୀକ୍ଷଣ ନଜର ରଖିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.