ETV Bharat / politics

ବିଜେପି ପ୍ରେସମିଟର ଜବାବ ରଖିଲା ଶାସକଦଳ: 'ବିଜେଡିର ବାଜିମାତ ନେଇ ବିଜେପିର ଭାଙ୍ଗିଯାଇଛି ମନୋବଳ ' - BJD Counter Attack On BJP Leaders - BJD COUNTER ATTACK ON BJP LEADERS

BJD Counter Attack On BJP: ବିଜେପି ପ୍ରେସମିଟରେ ସଙ୍ଗୀନ ଅଭିଯୋଗ କରିବା ପରେ ବିଜେଡି ତାର ଉତ୍ତର ରଖିଛି । ବିଜେଡିର ବାଜିମାତକୁ ନେଇ ବିଜେପି କର୍ମୀ ଓ ନେତାଙ୍କର ମନୋବଳ ଭାଙ୍ଗି ଯାଇଛି ବୋଲି କହିଛି ବିଜେଡି । ଅଧିକ ପଢନ୍ତୁ

BJD Counter Attack On BJP And Its Leaders
BJD Counter Attack On BJP And Its Leaders (ETV Bharat Odisha)
author img

By ETV Bharat Odisha Team

Published : May 13, 2024, 8:38 PM IST

BJD Counter Attack On BJP And Its Leaders (ETV Bharat Odisha)

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ନିର୍ବାଚନ ପର୍ବ ଆରମ୍ଭ ହୋଇଥିବା ବେଳେ ବିଜେଡି- ବିଜେପି ମଧ୍ୟରେ ଆରମ୍ଭ ହୋଇଛି ରାଜନୈତିକ ଆରୋପ-ପ୍ରତ୍ୟାରୋପ । ପ୍ରଥମେ ବିଜେପିର ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ସମେତ 5 ଶୀର୍ଷ ନେତା ବିଜେଡି ସରକାର ଉପରେ ଗମ୍ଭୀର ଆରୋପ ଲଗାଇବା ପରେ ବିଜେଡି ମଧ୍ୟ କରିଛି କାଉଣ୍ଟର ଆଟାକ । ବିଜେଡି ପକ୍ଷରୁ ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ, ମୁଖପାତ୍ର ସୁଲତା ଦେଓ ଓ ସ୍ବୟଂ ପ୍ରକାଶ ମହାପାତ୍ର ଜବାବ ରଖିଛନ୍ତି । ଅମର ପଟ୍ଟନାୟକ କହିଛନ୍ତି ଯେ, ' ବିଜେଡି ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭାରୁ ୯୦ ପ୍ରତିଶତ ବାଜିମାତ କରିବାକୁ ଯାଉଛି । ସେଥିପାଇଁ ବିବ୍ରତ ହୋଇ ଏହି ୫ ଶୀର୍ଷ ନେତା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମୟରେ ସେମାନଙ୍କର ମୁହଁ ସୁଖୀ ଶୁଖି ଯାଇଥିବା ବେଳେ ବିଜେଡିର ବାଜିମାତକୁ ନେଇ ମନୋବଳ ଭାଙ୍ଗି ଯାଇଛି । ଏହାପରେ ବି ସେମାନେ ଆମର ବିଜୟକୁ ନେଇ ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପ୍ରେସମିଟ କରିଥିଲେ ।'

ଏହିକ୍ରମରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ' ଶ୍ରୀମନ୍ଦିର ଏବଂ ଏକାମ୍ର ପ୍ରକଳ୍ପ ବନ୍ଦ କରିବାକୁ ଡ୍ରାମା କରିଥିଲେ ଧର୍ମେନ୍ଦ୍ର ଓ ଅପରାଜିତା, ଯାହା ରାଜ୍ୟବାସୀ କେବେ ଭୁଲିବେ ନାହିଁ । ସବୁସ୍ତରରେ ଅର୍ଥାତ ASI ଓ NMAକୁ ଲଗାଇ ଚକ୍ରାନ୍ତ କରିଥିଲେ । ନିଜ ଅନୁଗତଙ୍କୁ ଲଗାଇ ସୁପ୍ରିମକୋର୍ଟ ଯାଇଥିଲେ । ଧର୍ମେନ୍ଦ୍ର ନିଜେ ଏହା ବିରୋଧ କରିବା କଥା କହିଥିଲେ । ଏହି ବିରୋଧକୁ ବିଜେଡି ବିଜେପିର ଇସ୍ତାହାରରେ ଲେଖିବାକୁ କହିଥିଲା । ଏହାକୁ କାଉଣ୍ଟର କରିବାକୁ ଯାଇ ସେତେବେଳେ ଏହାକୁ ସମର୍ଥନ କରୁଥିବା କହି କଥା ବଦଳାଇ ଦୋମୁହାଁ ନୀତି ଦେଖାଇଲେ ଏହା ସମସ୍ତଙ୍କ ସମ୍ମୁଖରେ ତାଙ୍କ ଚରିତ୍ରକୁ ହାସ୍ୟାସ୍ପଦ କରାଇଛି, ତାଙ୍କ ଗୁମର ଫିଟାଇଛି । '

ଏହା ମଧ୍ୟ ପଢନ୍ତୁ ... ବିଜେପି ଶୀର୍ଷ ନେତାଙ୍କ ପ୍ରେସମିଟ: ‘ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ନବୀନ ଦାୟୀ, ଜାରି ହେଉଛି ନବୀନଙ୍କ ଡିପଫେକ ଭିଡିଓ ’ - BJP Target CM Naveen

ଏହା ସହ ଅମର କହିଛନ୍ତି, 'ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଫେରିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅଣ୍ଡା ମାଡ଼ କରାଇଥିଲେ । ଯାହାକୁ ଓଡ଼ିଶାବାସୀ ପଞ୍ଚାୟତ ନିର୍ବାଚନରେ ଜବାବ ଦେଲେ । ବିଜେପୁର ଉପନିର୍ବାଚନରେ ଚପଲ ମାଡ଼ କଲେ ଲୋକେ ସେତେବେଳେ ବି ଜବାବ ଦେଲେ । ଭୋଟ ମାଧ୍ୟମରେ ଲୋକେ ଜବାବ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଚକ୍ରାନ୍ତ ବିଫଳ ହୋଇଥିଲା ଓ ଲୋକମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଏତେ ପରେ ବି ଚଳିତ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯାହା ଅଶୋଭନୀୟ ଟିପ୍ପଣୀ ଦେଇଛନ୍ତି ଯାହା ତାହା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି । ଏଥର ବି ଭୋଟର ଚଳିତ ନିର୍ବାଚନରେ ବିଜେପିକୁ ଜବାବ ଦେବେ ବୁଦ୍ଧି ଶିଖାଇବେ ଆଉ ପ୍ରତ୍ୟାଖାନ କରିବେ ବୋଲି କହିଛି ବିଜେଡି । ଛତିଶଗଡ ମନ୍ତ୍ରୀଙ୍କୁ ଆଣି ଓଡ଼ିଶାରେ ପ୍ରଚାର ଚଳାଇଛନ୍ତି । ଧର୍ମେନ୍ଦ୍ର ଛତିଶଗଡ ପାଇଁ ଓକିଲାତି କରିଥିଲେ । ବାସ୍ତବିକ ଛତିଶଗଡ଼ ପ୍ରତି ପ୍ରୀତି ଦେଖାଉଥିବା ବର୍ତ୍ତମାନ କେବଳ ରାଜନୈତିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡିଶା ବିଷୟରେ କହୁଛନ୍ତି ଓଡ଼ିଶାବାସୀଙ୍କୁ ଏବେ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି । '

ସେପଟେ ସାଂସଦ ସୁଲତା ଦେଓ କହିଛନ୍ତି, 'ବିଜେପି ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥାନ୍ତା, ହେଲେ କଲେନାହିଁ । ଆଶାୟୀଙ୍କ ଭିତରେ ଏତେ ଯୁକ୍ତି ହେଲା ଯେ କଲେନି । ଏବେ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି । କାରଣ ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ ବୋଲି ସେମାନେ ଜାଣିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦଳରେ ସମ୍ମାନ ନାହିଁ । ଓଡ଼ିଶା ନିବାସ ଘଟଣା ପରେ ବୋଧେ ଦଳରେ ଆଉ ତାଙ୍କ ଗୁରୁତ୍ବ ନାହିଁ । ମହିଳା ଭୋଟର ମଧ୍ୟ ତାଙ୍କ ପ୍ରଭାବିତ ହେଉଛନ୍ତି । ଏହାକୁ ନେଇ ଦୟନୀୟ ସ୍ଥିତିରେ ରହିଛି ବିଜେପି । ଏପରି ଗଣ୍ଡଗୋଳିଆ ସ୍ଥିତିରେ ଓଡ଼ିଶା ବିଜେପି ଅଛି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନାହିଁ ।

ସେହିପରି ବୈଜୟନ୍ତ ପଣ୍ଡାଙ୍କ ଟିପ୍ପଣୀ ନେଇ ବିଜେଡି ସ୍ବୟଂ ପ୍ରକାଶ କହିଛନ୍ତି ଯେ ବୈଜୟନ୍ତ ପଣ୍ଡା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାଁନ୍ତି । ତାଙ୍କ ଆଖି ଅପରେସନ ହୋଇଛି ସତ, ମୁଣ୍ଡରେ ବୋଧ ହୁଏ ଗୋଳମାଳ ହୋଇଯାଇଛି । ତେଣୁ ଅବାନ୍ତର, ଅବାସ୍ତବ କଥା କହୁଛନ୍ତି । ତେଣୁ ଆମେ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛୁ । ' ତେବେ ବଳକା ଥିବା ୩ଟି ପର୍ଯ୍ୟାୟ ନିର୍ବାଚନରେ ଏହି ମୁହାଁ ମୁହିଁ କେତେ ଦୂର ଯାଉଛି ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.