ETV Bharat / politics

ବିଜେଡିର ସ୍ପଷ୍ଟୋକ୍ତି; 'ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କମ ଦରରେ ମିଳୁଛି ବିଜୁଳି' - BJD Press Meet

BJD Press Meet: ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଓ ଏହାର ଦରକୁ ନେଇ ବିରୋଧୀଙ୍କ ଅଭିଯୋଗକୁ କାଉଣ୍ଟର କଲା ବିଜେଡି । ଉଦାହରଣ ସହ ରଖିଲା ପ୍ରମାଣ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଜୁଳି ଦର କମ । ଅଧିକ ପଢ଼ନ୍ତୁ

BJD Press Meet
BJD Press Meet (ETV Bharat Odisha)
author img

By ETV Bharat Odisha Team

Published : May 26, 2024, 8:51 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ନିର୍ବାଚନୀ ମାହୋଲ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଏହାରି ମଧ୍ୟରେ ଏକ ପ୍ରମୁଖ ମୁଦ୍ଦା ହୋଇଛି ବିଜୁଳି ପ୍ରସଙ୍ଗ । ଓଡ଼ିଶାରୁ ଉତ୍ପାଦିତ ବିଜୁଳି ବାହାର ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ଟଙ୍କାରେ ଉପଭୋକ୍ତାଙ୍କୁ ମିଳୁଛି ବୋଲି କହି ବିରୋଧା ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଏହି ପ୍ରସଙ୍ଗରେ ସ୍ପଷ୍ଟୋକ୍ତି ରଖିଛି ବିଜେଡି । ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ନିର୍ବାଚନ ସମୟରେ ରାଜ୍ୟର ପାୱାର ସେକ୍ଟରକୁ ନେଇ ବିରୋଧୀ ବିଭିନ୍ନ ପ୍ରକାର ଭୁଲ ତଥ୍ୟ ଓ ଭୁଲ କଥାକହି ଲୋକଙ୍କୁ ଭ୍ରାନ୍ତରେ ପକାଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ସେଥିପାଇ ସ୍ପଷ୍ଟୀକରଣ ଆବଶ୍ୟକତା ରହିଥିବା କହିଛନ୍ତି ସଂତୃପ୍ତ ।

BJD Press Meet (ETV Bharat Odisha)

ସେ କହିଛନ୍ତି, "ବିକାଶଶୀଳ ଦେଶରେ ପାୱାର ସେକ୍ଟରର ଚାହିଦା ବଢ଼ିଥାଏ । ଏହି କ୍ରମରେ ଓଡ଼ିଶାରେ ଏନର୍ଜି ବା ଶକ୍ତିର ଚାହିଦା ବଢ଼ିଛି । ଏହାସହ ଲୋକଙ୍କର ଜୀବନଶୈଳୀ ମଧ୍ୟ ବଦଳିଛି । ତେଣୁ ଯେଉଁଠି ଏନର୍ଜି ବା ଶକ୍ତିର ଚାହିଦା ବଢିଥାଏ, ସେହି ରାଷ୍ଟ୍ରର ବିକାଶ ହେଉଛି ବୋଲି କହିପାରିବା ବା ଏହା ଆମ ରାଜ୍ୟର ବିକାଶର ସୂଚକାଙ୍କ । ମେକ୍‌ ଇନ୍‌ ଓଡିଶା ଓ ବିଭିନ୍ନ କାର୍ଯ୍ୟକ୍ରମ ଶିଳ୍ପାୟନକୁ ନେଇ ରାଜ୍ୟରେ ପାୱାରର ଚାହିଦା ବଢ଼ିଛି । ଯେହେତୁ ବିଜୁ ଜନତା ଦଳ ଏଥର ନିର୍ବାଚନରେ ଶହେ ୟୁନିଟ ମାଗଣା କଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଏହା ବିରୋଧୀଙ୍କୁ ଅଡ଼ୁଆରେ ପକାଇଦେଇଛି । ଓଡ଼ିଶାର ଜନସାଧାରଣ ଏହାକୁ ହୃଦୟର ସହିତ ଗ୍ରହଣ କରିଛନ୍ତି । ୯୦ ପ୍ରତିଶତ ରାଜ୍ୟର ଲୋକେ ଏଥିରେ ଲାଭ ପାଇବେ। ଆଉ ଏହା ଚଳିତ ନିର୍ବାଚନରେ ପ୍ରଭାବ ପକାଇବ । କାରଣ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଜରୁରୀ ଯୋଜନା । ଏଥିପାଇଁ ଅନେକ ସମୟରେ ବିରୋଧୀ ଦଳ, ନେତା ଏବଂ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ ଭ୍ରମ ସୃଷ୍ଟି କରାଯାଉଛି । ତେଣୁ ଏହି କଥାକୁ ସ୍ପଷ୍ଟ କରିବା ପାଇଁ ଗୋଟିଏ ମିଛ କୁହାଯାଉଛି ଯେ, ଓଡ଼ିଶାରେ ଯାହା ପାୱାର ଉତ୍ପାଦନ ହେଉଛି ତାହା ଅନ୍ୟ ରାଜ୍ୟକୁ ଦିଆଯାଉଛି, ହେଲେ ଓଡ଼ିଶା ଲୋକଙ୍କୁ ମିଳୁନି । ଆଉ ଗୋଟିଏ କଥା କୁହାଯାଉଛି ଯେଉଁ ରାଜ୍ୟକୁ ଓଡ଼ିଶା ବିଜୁଳି ବିକୁଛି, ସେଠାରେ ଦର କମ ରହୁଛି, ହେଲେ ଓଡ଼ିଶାରେ ଅଧିକ । ଆଉ ଅନ୍ୟ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାମାନେ ବିଜୁଳି ଦର କମରେ ପାଉଥିବାବେଳେ ଓଡ଼ିଶାରେ ଅଧିକ ।" ଏହି ୩ଟି ଯାକ ତଥ୍ୟକୁ ମିଥ୍ୟା ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ।

ତେଣୁ ବିଦ୍ୟୁତ ବା ଇଲେକ୍ଟ୍ରିସିଟିକୁ ନେଇ ବିଜେଡିର ମତ ରଖି ସେ କହିଛନ୍ତି, "ଭାରତ ବର୍ଷରେ ତିନି ପ୍ରକାରର ବିଜୁଳି ଉତ୍ପାଦନ ହୋଇଥାଏ । କ୍ୟାପଟିଭ ପାୱାର ପ୍ରଡ୍ୟୁସର, ଇଣ୍ଡିପେଣ୍ଡେଣ୍ଟ୍‌ ପାୱାର ପ୍ରଡ୍ୟୁସର, ତୃତୀୟ ହେଉଛି ଏନ୍‌ଟିପିସି ଭଳି କେନ୍ଦ୍ରୀୟ ସରକାରୀ ସଂସ୍ଥା ଯେଉଁ ବିଦ୍ୟୁତ ଉତ୍ପାଦନ କରିଥାନ୍ତି । ଓଡ଼ିଶା ସରକାର ପାୱାର ଉତ୍ପାଦନ କରି ବିକୁନାହାନ୍ତି । ଯେଉଁ ତଥ୍ୟ ଆମ ବିରୋଧୀ ଦେଉଛନ୍ତି, ସେମାନେ ଏନ୍‌ଟିପିସି ଏବଂ ଲିଗ୍‌ନାଇଡ୍‌ ଦ୍ବାରା ଉତ୍ପାଦିତ ପାୱାର ବିଷୟରେ କହୁଛନ୍ତି । ଆଉ ଏହି ଦୁଇ ସଂସ୍ଥା ଦ୍ବାରା ଉତ୍ପାଦିତ ଶକ୍ତି ବା ବିଦ୍ୟୁତ କେଉଁ ରାଜ୍ୟକୁ କେତେ ଯିବ, ତାହା କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ସ୍ଥିର କରିଥାଏ, ଓଡ଼ିଶା ସରକାର ନୁହେଁ । କେଉଁ ଦରରେ ବିକିବେ, ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟରି କମିଶନ ଧାର୍ଯ୍ୟ କରିଥାନ୍ତି । ସେହି ଅନୁସାରେ ରାଜ୍ୟ ବିଦ୍ୟୁତ୍ ଆୟୋଗ ଦର ଧାର୍ଯ୍ୟ କରିଥାନ୍ତି । ଏଥିରେ ଓଡ଼ିଶା ସରକାରଙ୍କର କିଛି ଭୂମିକା ନାହିଁ । ଖାଲି ସେତିକି ନୁହେଁ, ବିଦ୍ୟୁତ ଦର କେଉଁ ରାଜ୍ୟରେ କଣ ରହିବ ତାହା ମଧ୍ୟ ସେଣ୍ଟ୍ରାଲ ରେଗୁଲେଟିଂ କମିଟି ନିଷ୍ପତ୍ତି ନିଏ । ତେଣୁ ଯଦି କିଏ କହୁଛନ୍ତି ଓଡିଶା ବିଦ୍ୟୁତ ଅନ୍ୟ ରାଜ୍ୟକୁ ବିକ୍ରି କରୁଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ମିଛ ଇସ୍ତାହାର କହିଲା ବିଜେପି - BJP Criticized BJD Manifesto

ଅନ୍ୟପଟେ ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତା ଅଧିକ ଦରରେ ବିଦ୍ୟୁତ ବ୍ୟବହାର କରୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେପି ଶାସିତ ରାଜ୍ୟର ତାଲିକା ମଧ୍ୟ ଉପସ୍ଥାପିତ କରିଛି ବିଜେଡି । ସଂତୃପ୍ତ କହିଛନ୍ତି, "ଓଡ଼ିଶାରେ ୪ ଟଙ୍କା ୬୨ ପଇସାରେ ଉପଭୋକ୍ତା ବିଦ୍ୟୁତ ବ୍ୟବହାର କରୁଥିବାବେଳେ ଏହି କ୍ରମରେ ମଧ୍ୟପ୍ରଦେଶ ୫ ଟଙ୍କା ୭୩ ପଇସା, ଆସାମରେ ୭ ଟଙ୍କା ୮୦ ପଇସା ରାଜସ୍ଥାନରେ ୮ ଟଙ୍କା ୮୦ ପଇସା, ବିହାରରେ ୯ ଟଙ୍କା ୯୦ ପଇସା, ମହାରାଷ୍ଟ୍ରରେ ୬ ଟଙ୍କା ୭୪ ପଇସା, ଉତ୍ତରପ୍ରଦେଶରେ ୯ ଟଙ୍କା ୮୦ ପଇସା ରହିଛି । ଏହି ଗଣିତକୁ ବୁଝିଲେ ସବୁଠାରୁ କମ ଦରରେ ଓଡିଶା ବିଦ୍ୟୁତ ଯୋଗାଉଛି । ଆମେ ଭାରତର ଏକ ଅଂଶ ହୋଇଥିବାବେଳେ ସବୁବେଳେ ବିଦ୍ୟୁତ କ୍ଷେତ୍ରରେ ଆମର ଆବଶ୍ୟକତା ପାଇଁ କେନ୍ଦ୍ରକୁ ସହାୟତା ମାଗିଛୁ, ଆଉ ଆମର ସହଯୋଗିତା ମଧ୍ୟ ଦେଉଛୁ । ଯଦିଓ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନେ ଆମ ରାଜ୍ୟର ପିଲାଙ୍କୁ ଅଗ୍ରାଧିକାର ଦିଅନ୍ତି ନାହିଁ, ତଥାପି ଶକ୍ତି କ୍ଷେତ୍ରରେ ଓଡ଼ିଶାର ଅଭିମୁଖ୍ୟ ପ୍ରଗତିଶୀଳ ରହିଛି । ଆମେ କେନ୍ଦ୍ର ସରକାରଙ୍କ ସହ କାମ କରୁଛୁ, ଓଡିଶା ପାଇଁ ଲଢ଼ୁଛୁ । ସେଥିପାଇଁ ଆମେ କହୁଛୁ ଯେ, ନିର୍ବାଚନ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗରେ କିଛି କଥା କହିବା ଠିକ୍‌ ନୁହେଁ । ଏଥିପାଇଁ ଯେ ବିଦ୍ୟୁତର ଜଟିଳ ଗଣିତକୁ ବିରୋଧୀ ବୋଧହୁଏ ବୁଝିନାହାନ୍ତି ।" ଯଦି ବୁଝିଛନ୍ତି, ତାହେଲେ ଜାଣିଶୁଣି ସତ କହୁନାହାନ୍ତି ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.