ETV Bharat / politics

ଜୟଦେବରେ ବଳ କଷୁଛି ବିଜେଡି: ପ୍ରଚାର ମୈଦାନରେ ନବକିଶୋର, ବାଲିଅନ୍ତାରେ କର୍ମୀ ସମ୍ମିଳନୀ - Naba Kishore Started Campaigning

author img

By ETV Bharat Odisha Team

Published : Apr 7, 2024, 7:52 PM IST

Naba Kishore Mallick Started Campaigning: ଜୟଦେବ ନିର୍ବାଚନ ମଇଦାନରେ ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ । ଏହି ଆସନ ହାତେଇବା ଦଳ ଆରମ୍ଭ କରିଛି କସରତ । ଅଧିକ ପଢନ୍ତୁ

BJD Campaigning
BJD Campaigning
BJD Campaigning

ନିଆଳି: ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ । ପ୍ରାର୍ଥୀ ଘୋଷଣା ପରେ ଜୟଦେବ ନିର୍ବାଚନ ମଣ୍ଡଳୀରେ କର୍ମୀମାନଙ୍କୁ ସାଙ୍ଗରେ ଧରି ପ୍ରଚାର ଆରମ୍ଭ କଲେ ନବକିଶୋର । ପ୍ରତ୍ୟେକ ଘର ଘର ବୁଲି ସେ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଗତ ଶୁକ୍ରବାର ଜୟଦେବ ବିଧାନସଭା ଆସନ ପାଇଁ ଜୟଦେବ ମାଟିର ପୁଅ ନବକିଶୋର ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ ।‌ ପ୍ରତିଥର ପରି ଚଳିତ ନିର୍ବାଚନରେ ବିଜେଡ଼ି ଏହି ଆସନକୁ ହାତେଇବା ପାଇଁ ଆରମ୍ଭ କରିଛି ରଣନୀତି । ଗୋଟିଏ ପଟେ ବିଜେଡି ପ୍ରାର୍ଥୀ ନବକିଶୋର ଭୋଟ ଭିକ୍ଷା କରୁଥିବାବେଳେ ଜୟଦେବ ନିର୍ବାଚନ ମଣ୍ଡଳୀର ସାଂଗଠନିକ ଦାୟିତ୍ବରେ ଥିବା ଚନ୍ଦନ ପାତ୍ର ଆରମ୍ଭ କରିଛନ୍ତି କର୍ମୀ ସମ୍ମିଳନୀ । ବାଲିଅନ୍ତା ବ୍ଲକ ଗଡଶ୍ରୀରାମ ସ୍ଥିତ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଛି କାର୍ଯ୍ୟକ୍ରମ । ଯେଉଁଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଏବଂ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଛି ।

ପୂର୍ବରୁ ବାଲିପାଟଣା ଓ ବାଲିଅନ୍ତା ନିର୍ବାଚନ ମଣ୍ଡଳୀ ଏବଂ ୨୦୦୯ ମସିହାଠାରୁ ପୁନଃ ଗଠିତ ହୋଇଥିବା ଜୟଦେବ ବିଜେଡ଼ି ଦଖଲରେ ରହିଆସୁଛି । ୨୦୨୪ରେ ପୁଣି ଥରେ ଏହାକୁ ବିଜେଡି ନିଜ ଦଖଲକୁ ନେବା ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି । ତେବେ ଜୟଦେବ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ହୋଇଥିବା ନବକିଶୋର ମଲ୍ଲିକ ହେଉଛନ୍ତି ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟରେ ଛାତ୍ର । ସେ ୨୦୦୨ରୁ ୨୦୨୩ ପର୍ଯ୍ୟନ୍ତ ଛାତ୍ର ସଂସଦ ସଭାପତି ଥିଲେ । ନବକିଶୋର ମଲ୍ଲିକଙ୍କ ରାଜନୀତି କ୍ୟାରିୟର ଛାତ୍ର ଜୀବନରୁ ଆରମ୍ଭ ହୋଇଛି । ୨୦୧୨ ମସିହାରେ ଜୟଦେବ ପଞ୍ଚାୟତରୁ ସେ ସରପଞ୍ଚ ଭାବରେ ନିର୍ବାଚନ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରପଞ୍ଚ ସଂଘ ସଭାପତି ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ । ଗତ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବିଜେଡି ଟିକେଟ ନ ମିଳିବାରୁ ନବକିଶୋର ଜୟଦେବର ଆମ ସଂଗଠନ ପକ୍ଷରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ । ଗତ ନିର୍ବାଚନର ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନର ବିଜେପି ନେତା ଅରବିନ୍ଦ ଢାଲିଙ୍କୁ କଡା ଟକ୍କର ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ...ବୀରମହରାଜପୁର ବିଜେଡିର ଧୂଆଁଧାର ପ୍ରଚାର - Birmaharajapur Constituency

ନବକିଶୋର ସ୍ବାଧୀନ ଭାବେ ନିର୍ବାଚନ ଲଢି ୪୪ ହଜାର ୩୦୦ଖଣ୍ତ ଭୋଟ ପାଇଥିଲେ । ସେହିପରି ଅରବିନ୍ଦ ଢାଲି ୬୩ ହଜାର ଭୋଟ ପାଇ ବିଜୟୀ ହୋଇଥିଲେ । ହେଲେ ବର୍ତ୍ତମାନ ନବକିଶୋର ମଲ୍ଲିକ ହେଉଛନ୍ତି ବିଜେଡିର ପ୍ରାର୍ଥୀ । ଦଶନ୍ଧି ଦଶନ୍ଧି ଧରି ଏହି ଆସନ ବାରମ୍ବାର ବିଜେଡି ଦଖଲରେ ରହିଆସୁଛି । ଆଉ ବିଜେଡି ପ୍ରାର୍ଥୀ ନବ କିଶୋର ମଲ୍ଲିକଙ୍କ ଜୟଦେବରେ ମଧ୍ୟ ଦବଦବା ରହିଛି । ଅନ୍ୟପଟେ 'ଆମ ସଂଗଠନ' ସଭାପତି ଚନ୍ଦନ ପାତ୍ର ମଧ୍ୟ ବିଜେଡି ସାଂଗଠନିକ ଦାୟିତ୍ବରେ ରହିଛନ୍ତି । ଏହି ସବୁ ଦୃଷ୍ଟି କୋଣରୁ ବିଜେଡିର ଶକ୍ତି ବୃଦ୍ଧି ପାଇଛି । ବିଶେଷ କରି ଜୟଦେବର ବାହାର ଅଞ୍ଚଳରୁ ବିଜେଡି ପ୍ରାର୍ଥୀ କରୁଥିବାବେଳେ ବିଜୟୀ ହୋଇଆସୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ନିର୍ବାଚନର ଜନମତ ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.