ETV Bharat / politics

ଅନନ୍ତଙ୍କ ପାୱାର ସୋ’ରେ କମ୍ପିଲା ରାଜଧାନୀ, ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ - BHUBANESWAR CENTRAL CONSTITUENCY

author img

By ETV Bharat Odisha Team

Published : May 6, 2024, 7:58 PM IST

Nomination File For Bhubaneswar Central: ନାମାଙ୍କନର ଶେଷ ଦିନରେ ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ନାମାଙ୍କନ ଭରିଛନ୍ତି । ଏହା ସହ କଂଗ୍ରେସ ପକ୍ଷରୁ ମଧ୍ୟ ଭୁବନେଶ୍ବର ପାଇଁ ପ୍ରକାଶ ଜେନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

Nomination File For Bhubaneswar Central
Nomination File For Bhubaneswar Central (Etv Bharat)
Nomination File For Bhubaneswar Central (ETV BHARAT ODISHA)

ଭୁବନେଶ୍ବର: ରାଜଧାନୀର ରାଜରାସ୍ତା ଦୁଲୁକୁଛି ନିର୍ବାଚନୀ ପ୍ରଚାରରେ । ଆଜି ନାମାଙ୍କନର ଶେଷ ଦିନ ହୋଇଥିବା ବେଳେ ପ୍ରମୁଖ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡିର ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ନାମାଙ୍କନ ଭରିଛନ୍ତି । ଏହି ଅବସରରେ ବିଜେଡି ପକ୍ଷରୁ ହୋଇଛି ଏକ ପାୱାର ସୋ । ଭୁବନେଶ୍ବରର ଏକାମ୍ର ଓ ଉତ୍ତର ଆସନର ବିଜେଡି ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଅନନ୍ତଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଅନନ୍ତଙ୍କ ସହ ଏକାମ୍ର ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା, ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅନନ୍ତଙ୍କ ନାମାଙ୍କନ ସମୟରେ ଭୁବନେଶ୍ୱର ୨ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ... ଜୟଦେବରୁ ସ୍ବାଧିନ ଭାବେ ନାମାଙ୍କନ ଭରିଲେ ସତ୍ୟପ୍ରିୟ, ହଜାର ହଜାର ସମର୍ଥକଙ୍କୁ ନେଇ କଲେ ପାୱାର ସୋ' - Jaydev Constituency

ଏହି ଅବସରରେ ଅନନ୍ତ କହିଛନ୍ତି ଯେ, ଲୋକମାନଙ୍କ ଆଶା ଭରସା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ପ୍ରାର୍ଥୀ ଭାବେ ଟିକଟ ଦେଇଛନ୍ତି, ସେଥିପାଇଁ ଚିରଋଣୀ । ସବୁ ବର୍ଗର ଲୋକଙ୍କ ଅହେତୁକ ଜନ ସମର୍ଥନ ରହିଛି । ଏକାମ୍ର ପ୍ରାର୍ଥୀ ଅଶୋକ ପଣ୍ଡା କହିଛନ୍ତି ଯେ, ଅନନ୍ତ ଦଳର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ତାଙ୍କ ପ୍ରତି ଥିବା ଜନ ସମର୍ଥନ ଏଥର ଭୋଟରେ ପରିଣତ ହେବ । ସେହିପରି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ କହିଛନ୍ତି ଯେ, ଭୁବନେଶ୍ବରରେ ଅଲଗା ଅଲଗା ନିର୍ବାଚନ ମଣ୍ଡଳୀ ନାହିଁ । ଆଜି ଆମେ ସବୁ ଏକ ହୋଇଛୁ । ବିପୁଳ ମାତ୍ରାରେ ଦଳର ପ୍ରାର୍ଥୀମାନେ ବିଜୟୀ ହେବେ । ମୁଖ୍ୟମନ୍ତ୍ରୀଙ୍କୁ ସାଢେ ୪ କୋଟି ଓଡିଆ ଭଲ ପାଆନ୍ତି । ଅନନ୍ତଙ୍କ ନାମାଙ୍କନ ରାଲି ଶାସ୍ତ୍ରୀନଗରରୁ ବାହାରି ଦଳୀୟ କର୍ମୀଙ୍କ ଏକ ବିଶାଳ ପଟୁଆରରେ ରାଜମହଲ, ମାଷ୍ଟର କ୍ୟାଣ୍ଟିନ, କଳ୍ପନା ଛକ ଦେଇ ଆସି ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଜେନା ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି । ପ୍ରକାଶ କହିଛନ୍ତି ଯେ, ଭୁବନେଶ୍ବରର ସମସ୍ତ ଅଞ୍ଚଳବାସୀଙ୍କ ସହିତ ସୁସମ୍ପର୍କ ରହିଛି । ତେବେ ମୋଦିଙ୍କ ଅଛେ ଦିନ କେବେ ଆସିବ ବୋଲି କଟାକ୍ଷ କରିଛନ୍ତି ପ୍ରକାଶ । ନବୀନ ସରକାରଙ୍କ ପାଇଁ ରାଜ୍ୟର ଯୁବକ ଦାଦନ ଖଟିବାକୁ ଯାଉଛି ଓ ଲୋକ ବିଜେପି ବିଜେଡି ଏକ ବୋଲି ବୁଝି ସାରିଲେଣି । ରାଜ୍ୟରେ ପାରାଦ୍ବୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ନାଲକୋ ଭଲି ବିଭିନ୍ନ ଶିଳ୍ପ କଂଗ୍ରେସ ସମୟରେ ହୋଇଛି । ଏଥର ନିର୍ବାଚନରେ ଗ୍ୟାରେଣ୍ଟି କାର୍ଡ ସହିତ ଲଢେଇ କରିବେ ବୋଲି କହିଛନ୍ତି ପ୍ରକାଶ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.