ETV Bharat / politics

ମେଣ୍ଟ ଚର୍ଚ୍ଚାରେ ଲାଗୁନି ବ୍ରେକ, ମାର୍ଚ୍ଚ 5ରେ ମୋଦିଙ୍କ ଗସ୍ତ ସଂଯୋଗ ନା ଯୋଜନାବଦ୍ଧ ରଣନୀତି ?

author img

By ETV Bharat Odisha Team

Published : Mar 3, 2024, 12:59 PM IST

BJD BJP Alliance Suspense: ରାଜ୍ୟରେ ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା । ବିଜୁ ଜୟନ୍ତୀରେ ମୋଦି ଓଡିଶା ଆସୁଥିବାରୁ ବିଜେଡି ବିଜେପିର ମେଣ୍ଟ ନହେବା ସ୍ପଷ୍ଟୀକରଣକୁ ଗ୍ରହଣ କରୁନାହାନ୍ତି ରାଜନୈତିକ ସମୀକ୍ଷକ । ଅଧିକ ପଢନ୍ତୁ

BJD BJP Alliance Suspense
BJD BJP Alliance Suspense
BJD BJP Alliance Suspense

ଭୁବନେଶ୍ୱର: ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପଲ୍ଲୀରୁ ଦିଲ୍ଲୀ ବିଜେପି ଓ ବିଜେଡି ମେଣ୍ଟ ହେବାକୁ ନେଇ ହୁରି ପଡିଛି । ବହୁ ବିଳମ୍ବରେ ମେଣ୍ଟ ନେଇ ହାଲକା ସ୍ପଷ୍ଟୀକରଣ ରଖିଛନ୍ତି ଉଭୟ ଦଳ । ଏକାକୀ ନିର୍ବାଚନ ଲଢ଼ି ସରକାର ଗଢିବେ ବୋଲି ବିଜେପି ଓ ବିଜେଡି ପକ୍ଷରୁ କୁହାଯାଇଛି । କିନ୍ତୁ ଉଭୟ ଦଳର ସ୍ପଷ୍ଟୀକରଣକୁ ଅସ୍ବୀକାର କରିଛନ୍ତି ରାଜନୀତି ସମୀକ୍ଷକ । ମାର୍ଚ୍ଚ ୫ ପ୍ରଧାନମନ୍ତ୍ରୀ ଗସ୍ତ ପରେ ମେଣ୍ଟ ଚର୍ଚ୍ଚା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

ରାଜ୍ୟରେ ହେବ କି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ? ଯଦି ମେଣ୍ଟ ହେବ, ତେବେ ଫାଇଦାରେ ବିଜେଡି ରହିବ ନା ବିଜେପି ? ସର୍ଭେ ରିପୋର୍ଟରୁ ବିଜେଡି ପୁନର୍ବାର ସରକାରକୁ ଆସୁଥିବା ସ୍ପଷ୍ଟ ହୋଇଛି । ଏହାପରେ ବି ନବୀନ କଣ ସତରେ ବିଜେପି ସହ କରିବେ ମେଣ୍ଟ ? ଗତ କିଛି ଦିନ ହେଲା ଏସବୁ ପ୍ରଶ୍ନକୁ ନେଇ ଦିଲ୍ଲୀରୁ ପଲ୍ଲୀ ଚର୍ଚ୍ଚା ବଢ଼ିବାରେ ଲାଗିଛି । ସୋସିଆଲ ମିଡ଼ିଆରେ ଲୋକଙ୍କ ପୂର୍ବାନୁମାନ ବିଜୁଳି ବେଗରେ ବ୍ୟାପିଗଲାଣି । ଜାତୀୟ ଗଣମାଧ୍ୟମ ମଧ୍ୟ ବିଜେଡି ଏନଡିଏକୁ ଫେରିବା ନେଇ ଆକଳନ କଲେଣି । ଚର୍ଚ୍ଚା ମେଣ୍ଟରେ ଏବେ ସୀମିତ ନରହି ସିଟ ଭାଗବଣ୍ଟା ପର୍ଯ୍ୟନ୍ତ ଗଲାଣି ।

ବିଜେପି ଓ ବିଜେଡି ଆସନ ବୁଝାମଣା ହୋଇଥିବା ତାଲିକା ଭାଇରାଲ ହେଉଛି । ମେଣ୍ଟ ଚର୍ଚ୍ଚାକୁ ଶୁକ୍ରବାର ବିଜେପି ଓ ବିଜେଡି ଖଣ୍ଡନ କରିଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିଲା ପରେ ମେଣ୍ଟ ଆଲୋଚନାକୁ ମନଗଢ଼ା କହିଛନ୍ତି । ସେହିପରି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ମେଣ୍ଟ ଚର୍ଚ୍ଚାକୁ ଗୁଜବ ବୋଲି କହିଥିଲେ । ଏହି ଗୁଜବ ବିଜେପି ନେତା ମାନେ ପ୍ରଚାର କରିଥିବା ସେ ଅଭିଯୋଗ କରିଛନ୍ତି ।

ମନମୋହନ କହିଛନ୍ତି , "ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ବିଜେପି ଏକାକୀ ଲଢିବ । ଲୋସଭାରେ ମଧ୍ୟ 21ଟି ସିଟରେ ବିଜେପି ବିଜୟୀ ହେବା ସହ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ । ବିଜେଡି ବିଜେପି ମେଣ୍ଟ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ ।''

ଏହା ମଧ୍ୟ ପଢନ୍ତୁ-ବିଜେଡି ସହ ହେବନି ମେଣ୍ଟ, ଏକାକୀ ଲଢ଼ିବ ବିଜେପି: ମନମୋହନ ସାମଲ

ମେଣ୍ଟ ଚର୍ଚ୍ଚା ଓ ଆକଳନକୁ ଶକ୍ତି ଯୋଗାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ । ନିର୍ବାଚନ ପୂର୍ବରୁ ମୋଦିଙ୍କ ଗସ୍ତ ଅସ୍ୱାଭାବିକ ନଥିଲେବି ଯେଉଁ ତାରିଖରେ ସେ ଆସୁଛନ୍ତି ତାହା ରାଜନୈତିକ ହଟଚମଟ ସୃଷ୍ଟି କରୁଛି । ମାର୍ଚ୍ଚ ୫ରେ ଯାଜପୁରରେ ସରକାରୀ ସହ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦି । ସେହିଦିନ ବିଜୁ ଜୟନ୍ତୀ ଥିବାରୁ କାର୍ଯ୍ୟକ୍ରମକୁ ଜୋରଦାର ପାଳନ କରିବ ବିଜେଡି । ତେଣୁ ଓଡିଶା ଆସିବାକୁ ପ୍ରଧାନମନ୍ତ୍ରୀ ବିଜୁ ଜୟନ୍ତୀକୁ କାହିଁକି ବାଛିଲେ, ତାହା ହିଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା କେବଳ ଏକ ସଂଯୋଗ ନା ଉଭୟ ଦଳର ଯୋଜନାବଦ୍ଧ ରଣନୀତି ସେହିଦିନ ସ୍ପଷ୍ଟ ହେବ । ରାଜନୈତିକ ସମୀକ୍ଷକ ରବି ଦାସ ଏହାକୁ ଏକ ସଂଯୋଗ ବୋଲି ମାନିବାକୁ ପ୍ରସ୍ତୁତ ନାହାନ୍ତି । ସେ କହିଛନ୍ତି, ''ସେହିଦିନ ମେଣ୍ଟର ରୂପରେଖ ସ୍ପଷ୍ଟ ହୋଇପାରେ । ପ୍ରଧାନମନ୍ତ୍ରୀ ବିଜୁ ବାବୁଙ୍କୁ ଭାରତରତ୍ନ ପାଇଁ ଘୋଷଣା କରିପାରନ୍ତି । ''

ମେଣ୍ଟ ଚର୍ଚ୍ଚା ଭିତରେ ରାଜନୈତିକ ତାତି ହଠାତ ଥମି ଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସ୍ପଷ୍ଟ କରିବ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାର ଭବିଷ୍ୟତ । ଦ୍ଵନ୍ଦରେ ଥିବା ଉଭୟ ଦଳର ନେତା ଓ କର୍ମୀଙ୍କୁ ମିଳିବ ସ୍ପଷ୍ଟ ଚିତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.