ETV Bharat / politics

BJD-BJD ମେଣ୍ଟ ଚର୍ଚ୍ଚା: 'ସିଟ ସେୟାରିଂଙ୍କୁ ନେଇ ନିଷ୍ପତ୍ତି ନେବେ ମୋଦି, ଖୁବଶୀଘ୍ର ହେବ ଔପଚାରିକ ଘୋଷଣା'

author img

By ETV Bharat Odisha Team

Published : Mar 11, 2024, 2:22 PM IST

BJD-BJP Alliance: ରାଜ୍ୟରେ ଜୋର ଧରିଛି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା । ମେଣ୍ଟ ସୁନିଶ୍ଚିନ୍ତ ବୋଲି କହିଲେ ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ । ଅଧିକ ପଢନ୍ତୁ

BJD BJP Alliance
BJD BJP Alliance
BJD BJP Alliance

ଭୁବନେଶ୍ୱର: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାରେ ଲାଗୁନି ବ୍ରେକ । ଏହାକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ବସୁଛି ଘନ ଘନ ବୈଠକ, ଛିଡ଼ୁନି ଅଙ୍କ । ଏପଟେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି । ଦୀର୍ଘ ସପ୍ତାହେ ଧରି ରାଜନୈତିକ ଦଳ ଗୁଡିକ ତୁହାକୁ ତୁହା ବୈଠକମାନ କରୁଛନ୍ତି । ବିଜେପି ରାଜ୍ୟ ନେତୃତ୍ବ ବାରମ୍ବାର ମେଣ୍ଟ ହେବ ନାହିଁ ବୋଲି କହୁଥିବା ବେଳେ ଦିଲ୍ଲୀରୁ ଡାକରା ଆସୁଛି ରାଜ୍ୟ ସଭାପତିଙ୍କୁ । ତେଣୁ କେଉଁଠି ନା କେଉଁଠି ମେଣ୍ଟ ସମ୍ଭାବନାକୁ ଏଡାଇ ଦିଆଯାଇପାରୁନାହିଁ । ତେବେ ମେଣ୍ଟ ଘୋଷଣାରେ କାହିଁକି ହେଉଛି ବିଳମ୍ବ ? କଣ ରହିଛି ଅସୁବିଧା ? ମେଣ୍ଚ ନେଇ ନିଷ୍ପତ୍ତି ନେବାରେ କାହିଁକି ସମୟ ଗଡାଇ ଚାଲିଛନ୍ତି ଉଭୟ ଦଳ ? ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଏବେ ଉଙ୍କି ମାରୁଛି । ଅନ୍ୟପଟେ ମେଣ୍ଟ ନିଶ୍ଚିନ୍ତ ହେବ, ସିଟ୍‌ ସେୟାରିଂକୁ ନେଇ ମୋଦି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ ।

ଏହା ମଧ୍ୟ ପଢନ୍ତୁ-ମେଣ୍ଟକୁ ମନା କଲେ, ପୁଣି ଦିଲ୍ଲୀ ଗଲେ ମନମୋହନ

ଜଣେ ବିଜେପି ନେତାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସିଟ ସେୟାରିଂକୁ ନେଇ ଅଙ୍କ ଛିଡ଼ୁନି । ଯେଉଁଥିପାଇଁ ବାରମ୍ବାର ଦିଲ୍ଲୀରେ ବୈଠକ ବସୁଛି । ତେବେ ସବୁ କିଛି ନିର୍ଭର କରୁଛି ବିଜେପିର ଶୀର୍ଷ ନେତୃତ୍ବ ଉପରେ । ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ ଦୁଇ ଦଳ ମଧ୍ୟରେ ମେଣ୍ଟ ନିଶ୍ଚିତ ହେବ ବୋଲି କହିଛନ୍ତି । ସେ କହିଛନ୍ତି, ''ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବ, ଏଥିରେ କୌଣସି ସନ୍ଦେହ ନାହିଁ । ସିଟ ସେୟାରିଂକୁ ନେଇ ଉଭୟ ଦଳ ମଧ୍ୟରେ ଅଙ୍କ ଛିଡୁନି । ଆସନ ଭାଗବଣ୍ଟାକୁ ନେଇ ମତପାର୍ଥକ୍ୟ ସୃଷ୍ଟି ହୋଇଛି । ଯାହାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ନେବେ । ତା' ପରେ ହେବ ଔପଚାରିକ ଘୋଷଣା । ଅମିତ ଶାହଙ୍କ ସହିତ ଆଲୋଚନା ଶେଷ ହୋଇଛି । ବିଜେପି ତାର ପାରମ୍ପରିକ ସିଟ ଦାବି କରୁଛି । ଯେଉଁଥିପାଇଁ କଥା ଆଗକୁ ବଢିପାରୁନି ।''

ଏହା ମଧ୍ୟ ପଢନ୍ତୁ-ମେଣ୍ଟ ରାଜନୀତି: କଂଗ୍ରେସର କଟାକ୍ଷ, ନିଆଁ ନଥିଲେ ଧୂଆଁ ଉଠେନି

ସେ ଆହୁରି ମଧ୍ୟ କହିଛନ୍ତି, ''ବିଶେଷ କରି ପୁରୀ ସିଟ, ଭୁବନେଶ୍ବର ସିଟ ଏବଂ ସମ୍ବଲପୁର ସିଟ ଚାହୁଁଛି ବିଜେପି । ଯାହାକୁ ନେଇ ବିଜେଡି ବିଜେପି ମଧ୍ୟ ଦ୍ବନ୍ଦ୍ବ ଉପୁଜିଛି । ଅମିତ ଶାହଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ ଏନେଇ କୌଣସି ସମାଧାନର ବାଟ ବାହାରିପାରିନାହିଁ । ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ପ୍ରଧାନମନ୍ତ୍ରୀ ମୋଦି । ଦିନେ ଦୁଇ ଦିନ ମଧ୍ୟରେ ମେଣ୍ଟର ରୂପରେଖ ଚୂଡାନ୍ତ ହେବ । ଆଜି ବିଜେପିର ନିର୍ବାଚନ କମିଟି ବୈଠକ ବସୁଛି । ଏହି ବୈଠକରେ ମେଣ୍ଟ ରୂପରେଖ ନେଇ ଆଲୋଚନା ହେବ । ସିଟ ସେୟାରିଂକୁ ନେଇ ଯେଉଁ ଦ୍ବନ୍ଦ ଲାଗି ରହିଛି ଖୁବଶୀଘ୍ର ତାର ସମାଧାନର ବାଟ ବାହାରିବ । ଏବଂ ଅଫିସିଆଲି ମେଣ୍ଟ ଘୋଷଣା ହେବ । ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଯେଉଁ ପାରମ୍ପରିକ ଆସନ ଗୁଡିକ ବିଜେପି ଚାହୁଁଛି, ବିଜେଡି ସେହି ଆସନରେ ମଧ୍ୟ ପ୍ରାର୍ଥୀ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛି । ଏବେ ପୁରୀ, ଭୁବନେଶ୍ବର ଏବଂ ସମ୍ବଲପୁର ପରି ଆସନ ଗୁଡିକ ହାତ ଛଡା କରିବାକୁ ଚାହୁଁନି ବିଜେଡି । ଅନ୍ୟପଟେ ଦେଖିବାକୁ ଗଲେ ଏହି ସବୁ ଆସନରେ ବିଜେପିର ସ୍ଥିତି ସୁଦୃଢ ରହିଛି । ବିଜେପିର ଭୋଟବ୍ୟାଙ୍କ ସୁଦୃଢ ରହିଛି । ତେଣୁ କୌଣସି ପରିସ୍ଥିତିରେ ଏହି ଆସନ ଗୁଡିକ ହାତରୁ ଯାଉ ବୋଲି ବିଜେପି ଚାହୁଁନାହିଁ ।''

ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁଙ୍କ କହିବା କଥା ହେଲା, ''ଦବଦବା ଥିବା ଆସନ ଗୁଡିକ ନିଜ ହାତରେ ରଖିବାକୁ ଚାହୁଁଛି ବିଜେପି । ଯାହାକି ବିଜେଡି ସହଜରେ ଗ୍ରହଣ କରିପାରୁନାହିଁ । ଏହି ସମସ୍ୟାର ସମାଧାନର ବାଟ କାଢିବା ପାଇଁ ଅମିତ ଶାହାଙ୍କ ସହିତ ପ୍ରଥମ ପର୍ଯ୍ୟାୟ ବୈଠକ ସରିଥିଲେ ମଧ୍ୟ ସମାଧାନର ସୁତ୍ର ବାହାରି ପାରିନାହିଁ । ଏବେ ସବୁ କିଛି ନିର୍ଭର କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ । ନରେନ୍ଦ୍ର ମୋଦି ସିଟ ସେୟାରିଂକୁ ନେଇ କଣ ସମାଧାନର ସୁତ୍ର ବାହାର କରୁଛନ୍ତି ତା ଉପରେ ନଜର ଅଟକିଛି କାରଣ ତା ଉପରେ ନିର୍ଭର କରୁଛି ବିଜେଡି ବିଜେପି ମେଣ୍ଟ ।''

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.