ETV Bharat / politics

ବିଜେପି ବିଜେଡି ମେଣ୍ଟ ଦ୍ବନ୍ଦ୍ବ: ଖୁବଶୀଘ୍ର ଶୀର୍ଷ ନେତୃତ୍ବଙ୍କ ବୈଠକ, ନିଷ୍ପତ୍ତି ନେବେ ମୋଦି ଓ ନବୀନ !

author img

By ETV Bharat Odisha Team

Published : Mar 10, 2024, 5:41 PM IST

BJD-BJP Alliance: ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ସସପେନ୍ସ ଲାଗି ରହିଛି । ଖୁବଶୀଘ୍ର ବସିବ ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ବୈଠକ । ଅଧିକ ପଢନ୍ତୁ

BJD-BJP Alliance
BJD-BJP Alliance
BJD-BJP Alliance

ଭୁବନେଶ୍ବର: ମେଣ୍ଟ ନେଇ ବିଜେଡି-ବିଜେପି ମଧ୍ୟରେ ଏବେ ବି ଦ୍ଵନ୍ଦ ଲାଗି ରହିଛି । ଆସନ ବୁଝାମଣା ତୁଟି ନଥିବାରୁ ମେଣ୍ଟ ନେଇ ସସପେନ୍ସ ହଟିନାହିଁ । ନେତା, କର୍ମୀ ଓ ଜନତା ମେଣ୍ଟ ନେଇ ସନ୍ଦେହ ଭିତରେ ଥିବାବେଳେ ଖୁବଶୀଘ୍ର ବସିବ ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ବୈଠକ । ମେଣ୍ଟ ଚର୍ଚ୍ଚା ଭିତରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । 'କେବେ ହେବ ମେଣ୍ଟ ନେଇ ଚୂଡାନ୍ତ ଘୋଷଣା ? ବିଜେଡି-ବିଜେପି ଖାତାକୁ ଯିବ କେତେ କେତେ ଆସନ ? ଲୋକସଭା ଓ ବିଧାନସଭାରେ କାହାର ରହିବ ଅଧିକ ପ୍ରଭାବ ? କାହାକୁ ମିଳିବ କେଉଁ ଆସନ ଆଉ କାହାର ଭାଙ୍ଗିବ ସ୍ୱପ୍ନ ?' ମେଣ୍ଟକୁ ନେଇ ଏମିତି ଅସମାହିତ ପ୍ରଶ୍ନ ନେତା, କର୍ମୀ ଓ ଜନତାଙ୍କ ମନରେ ଉଙ୍କି ମାରୁଛି ।

ଅପରପକ୍ଷେ, ଉଭୟ ଦଳର ନେତା ଏହାକୁ ଖଣ୍ଡନ କରିଚାଲିଛନ୍ତି । 80ରୁ ଅଧିକ ବିଧାୟକ ଏବଂ 16ରୁ ଅଧିକ ସାଂସଦ ଜିତିବା ଲାଗି ବିଜେପି ଟାର୍ଗେଟ୍ ରଖିଛି । ଓଡି଼ଶାରେ ସରକାର ଗଢିବା ଲାଗି ବିଜେପି ପ୍ରୟାସ କରୁଛି । "ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ" ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର । ସେପଟେ ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି, "ମେଣ୍ଟ ହେଉ ବା ନହେଉ ବିଜେଡ଼ି 110ରୁ ଊର୍ଦ୍ଧ୍ବ ସିଟରେ ଜିତିବ" ବୋଲି ଟାର୍ଗେଟ ରଖିଛି । "ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି କିନ୍ତୁ ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ଦଳ ତାହା ମାନିବ" ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।

ଏହା ମଧ୍ୟ ପଢନ୍ତୁ...ବିଜେଡି ଯଦି ଦମ ଅଛି କୁହନ୍ତୁ ଏକାକୀ ଲଢ଼ିବେ: ପ୍ରଦୀପ ପାଣିଗ୍ରାହୀ

ଯେକୌଣସି ପରିସ୍ଥିତିରେ ମେଣ୍ଟ ଘୋଷଣା ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି । ସେ କହିଛନ୍ତି, "ଉଭୟ ଦଳର ଲାଭ ହେବ ବୋଲି ବିଜେଡି ଓ ବିଜେପିର ଶୀର୍ଷ ନେତୃତ୍ୱ ଅନୁଭବ କରୁଛନ୍ତି । ବିଜେଡି ସହ ମେଣ୍ଟ ହୋଇଗଲେ ନିଜସ୍ୱ 10 ରୁ ଉର୍ଦ୍ଧ୍ବ ସିଟ୍ ଓ ମେଣ୍ଟ ପାଇଁ 21 ସିଟ୍ ମିଳିଯିବ ବୋଲି ବିଜେପି ଭାବୁଛି । ଉଭୟଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏମାନେ ମେଣ୍ଟ ଆଡକୁ ଯାଉଛନ୍ତି । ସଶକ୍ତ ସ୍ଥିତିରେ କଂଗ୍ରେସ ନଥିବାରୁ ଏହି ମେଣ୍ଟ ସମ୍ଭବ ହେବାକୁ ଯାଉଛି । ଉଭୟ ଦଳର କର୍ମୀଙ୍କ ମହଲରେ ଅସନ୍ତୋଷ ରହିଛି । କିନ୍ତୁ ବିଜେପିରେ କେନ୍ଦ୍ରୀୟ ନେତୃତ୍ୱ ଓ ବିଜେଡ଼ିରେ ନବୀନ ଯଦି କିଛି ନିଷ୍ପତ୍ତି ନେବେ କେହି ବିରୋଧ କରିପାରିବେ ନାହିଁ ।"

ସେପଟେ ମେଣ୍ଟ ନେଇ ଦ୍ୱନ୍ଦ ସ୍ଥିତି ଥିବାବେଳେ ଟିକେଟ ପାଇଁ ନବୀନ ନିବାସରେ ଭିଡ଼ ବଢିବାରେ ଲାଗିଛି । ବାୟୋଡାଟା ଦେବା ସହ ଶକ୍ତି ପ୍ରଦର୍ଶନ କରି ଦଳକୁ ପ୍ରଭାବିତ କାରିବାକୁ ଚେଷ୍ଟା କରୁଛନ୍ତି ଆଶାୟୀ । ଖୁବଶୀଘ୍ର ବିଜେଡି ଓ ବିଜେପି ଶୀର୍ଷ ନେତାଙ୍କ ବୈଠକ ପରେ ମେଣ୍ଟ ନେଇ ଚୂଡାନ୍ତ ରୂପରେଖ ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.