ETV Bharat / politics

ବୀରମହରାଜପୁର ବିଜେଡିର ଧୂଆଁଧାର ପ୍ରଚାର - Birmaharajapur constituency - BIRMAHARAJAPUR CONSTITUENCY

Birmaharajapur Assembly constituency: ଶକ୍ତି ପ୍ରଦର୍ଶନ କରୁଛନ୍ତି ବୀରମହାରାଜପୁର ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା । ସମିତି ଶୋଭାଯାତ୍ରା କରି ଭୋଟରଙ୍କୁ କରୁଛନ୍ତି ଆକୃଷ୍ଟ । ଅଧିକ ପଢନ୍ତୁ

Birmaharajapur Assembly constituency
Birmaharajapur Assembly constituency
author img

By ETV Bharat Odisha Team

Published : Apr 7, 2024, 2:22 PM IST

Birmaharajapur

ସୁବର୍ଣ୍ଣପୁର: ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ରାଜନୈତିକ ଦଳ ଓ ରାଜନୈତିକ ବ୍ୟକ୍ତି ବିଶେଷ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ତେବେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଛି । ଆରମ୍ଭ ହୋଇଯାଇଛି ଜୋରଦାର ପ୍ରଚାର କାର୍ଯ୍ୟ ।

ବୀରମହାରାଜପୁର ଆସନରୁ ବିଜେଡିରୁ ବିଧାୟକ ପ୍ରାର୍ଥୀ ଭାବେ ଲଢୁଛନ୍ତି ଗତ 15 ବର୍ଷ ଧରି ବିଧାୟକ ଥିବା ତଥା ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ମନାଭ ବେହେରା । ପଦ୍ମନାଭ ସଭା ସମିତି ମାଧ୍ୟମରେ ଭୋଟରକୁ ଆକର୍ଷିତ କରିବା ପାଇଁ ଲାଗି ପଡିଛନ୍ତି । ପଦଯାତ୍ରା ତଥା ସଭାସମିତି ଓ ଶୋଭାଯାତ୍ରାର ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ବୀରମହାରାଜପୁର ଆସନରୁ ଲଢିବା ପାଇଁ ପଦ୍ମନାଭ ବେହେରା ସମେତ ଆହୁରୀ ଅନେକ ବିଜେଡି ଆଶାୟୀ ରହିଥିବା ବେଳେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ପଦ୍ମନାଭ । ପଦ୍ନନାଭ ବେହେରାଙ୍କୁ ବିଜେଡି କର୍ମୀ ଓ ବିଜେଡି ସମର୍ଥକ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହିତ ଭରପୁର ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ପଦ୍ମନାଭ ବେହେରାଙ୍କ ରାଜନୈତିକ କ୍ୟାରିୟର: ବିଜୁ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ନନାଭ ବେହେରା ଗତ ତିନୋଟି ନିର୍ବାଚନରେ ବିଜୟୀ ହୋଇ ଆସୁଛନ୍ତି । ବିଧାନସଭା ଆସନ ପୁନଃର୍ଗଠନ ହେବା ପରେ ଫୁଲବାଣୀ ଲୋକସଭା ସାଂସଦ ଥିବା ପଦ୍ନନାଭ ବେହେରା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. ବିରମହରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ, ଏନଏସି ମୁଦ୍ଦା ନେଇ ଭୋଟ ହାତେଇବ କି ଦଳ ?

2009ରେ କଂଗ୍ରେସ ନେତା ବିନୋଦ ପାତ୍ରଙ୍କୁ ପରାଜିତ କରିଥିବା ବେଳେ 2014 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକ ତରିଆଙ୍କୁୁ ପରାଜିତ କରିଥିଲେ । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ 13 ହଜାର 57 ଖଣ୍ଡ ଭୋଟରେ ପରାଜିତ କରିଥିଲେ । ଗତ 2019 ନିର୍ବାଚନରେ ବହୁଜନ ସମାଜ ପାର୍ଟି ,କଂଗ୍ରେସ ,ବିଜେପି ଓ ବିଜେଡି ଦଳ ସହିତ ସ୍ବାଧିନ ପ୍ରାର୍ଥୀମାନେ ବି ନିର୍ବାଚନ ମଇଦାନକୁ ଲଢିଥିଲେ । ବିଜେଡି ପ୍ରାର୍ଥୀ ପଦ୍ନନାଭ ବେହେରା ସମୁଦାୟ 65 ହଜାର 202 ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା 52 ହଜାର 145 ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ର 40 ହଜାର 735 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

2009 ନିର୍ବାଚନ ପରଠାରୁ ଯଦିଓ ପଦ୍ନନାଭ ବେହେରାଙ୍କ ଭୋଟ ବ୍ୟବଧାନ କମି କମି ଆସୁଛି ତଥାପି ବିଜେଡିର ଜଣେ ତୁଙ୍ଗ ନେତା ଭାବେ ବୀରମହାରାଜପୁର ଅଞ୍ଚଳବାସୀ ତାଙ୍କୁ ବିଜୟୀ କରି ଆସୁଛନ୍ତି । ବିଜେପି ପୁଣି ଥରେ ରଘୁନାଥ ଜଗଦଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଏଯାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରା ଅବ୍ୟାହତ ରଖିବା ସହିତ ଜନହିତକର ଯୋଜନାର ସଫଳତାକୁ ଆଧାର କରି ଏଥର ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କହିଛନ୍ତି ପଦ୍ମନାଭ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.