ETV Bharat / politics

ନୂଆ ଓଡିଶା ଗଠନରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସୁବାସ ସିଂ - Biju Sramika Samukhya PC

author img

By ETV Bharat Odisha Team

Published : Apr 21, 2024, 8:45 PM IST

Biju Sramika Samukhya PC: ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ । ନୂଆ ଓଡିଶା ଗଠନରେ ଶ୍ରମିକଙ୍କ ଭୂମିକା ନେଇ ଆଲୋଚନା କଲେ ସୁବାସ ସିଂ । ଅଧିକ ପଢନ୍ତୁ

Biju Sramika Samukhya PC
Biju Sramika Samukhya PC
Biju Sramika Samukhya PC

ସମ୍ବଲପୁର: ଆଜି ସମ୍ବଲପୁର ପାନ୍ଥ ନିବାସ ସଭାଗୃହ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମ୍ମିଳନୀରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ କହିଛନ୍ତି "ବର୍ତ୍ତମାନ ରାଜ୍ୟ ତମାମ ରୂପାନ୍ତରୀକରଣ କାମ ଜାରି ରହିଛି । ଶିଳ୍ପର ବିକାଶ ସହ ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟିଛି । ନୂଆ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି । ତେବେ ଏସବୁ କ୍ଷେତ୍ରରେ ଶ୍ରମିକ ମାନଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି । ଶ୍ରମିକ ମାନଙ୍କ ଆର୍ଥିକ ସ୍ଵଚ୍ଛଳତା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଉଛନ୍ତି l"

ସେ ଆହୁରି କହିଛନ୍ତି "ଶ୍ରମିକ ମାନଙ୍କ ମଜୁରୀ ଓ ସାମାଜିକ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମା’ ଓ ସମ୍ପୂର୍ଣ୍ଣ ପରିବାର ପାଇଁ 5 ଲକ୍ଷ ଟଙ୍କା, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଆଦି ରହିଛି । କେନ୍ଦୁପତ୍ର ତୋଳାଳି ଓ ବୁଣାକାରଙ୍କ ପାଇଁ ସହାୟତା ରାଶି 50 ପ୍ରତିଶତ ବୃଦ୍ଧି କରାଯାଇଛି । ଏକକାଳୀନ ଭାବେ ଦୈନିକ ମଜୁରୀ 100 ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ଵାରା କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନେ ବେଶ ଉପକୃତ ହୋଇପାରିଛନ୍ତି ।" ତେବେ ରାଜ୍ୟରେ 42ଲକ୍ଷ 48ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ବୋଲି ଏହି ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ସେମାନଙ୍କୁ ବିଭିନ୍ନ ଯୋଜନାରେ 3ହଜାର 524 କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ତେବେ କେବଳ ସମ୍ବଲପୁର ଜିଲ୍ଲାରେ 54 ହଜାର 564 ଜଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କୁ 74 କୋଟି 55 ଲକ୍ଷ 249 ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ବିଜେଡ଼ିର ଶ୍ରମିକ ସମାବେଶ, ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଜୁଟେଇବାକୁ ପ୍ରୟାସ - General Election 2024

ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସୁବାସ ସିଂଙ୍କ ଛଡ଼ା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ଉପଦେଷ୍ଟା ରାଜୀବ ମହାନ୍ତି ଓ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଂଯୋଜକ ଜଗଦୀଶ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟି ହାଟପଡିଆରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଘ ପକ୍ଷରୁ ଯାଜପୁରରେ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଥିଲା । ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଶ୍ରମିକ ମାନଙ୍କୁ ଏକଜୁଟ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ବିଜୁ ଜନତା ଦଳର ଯାଜପୁର ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ତଥା କଟକ ମେୟର ସୁବାସ ସିଂ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.