ETV Bharat / politics

ଆଜି ବିହାରରେ ଫ୍ଲୋର ଟେଷ୍ଟ, ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନୀତିଶ

author img

By ETV Bharat Odisha Team

Published : Feb 12, 2024, 7:26 AM IST

Updated : Feb 12, 2024, 10:25 AM IST

Bihar Floor Test: ଆଜି ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ । ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବିହାର ମେଣ୍ଟ ସରକାର । ଅଧିକ ପଢନ୍ତୁ

ଫ୍ଲୋର ଟେଷ୍ଟ
Floor Test

ପାଟନା: ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଗ୍ନିପରୀକ୍ଷା । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ନେଇ ପ୍ରମାଣ ଦେବେ ନୀତିଶ କୁମାର । ବିହାର ବିଧାନସଭାରେ ଆଜି ଫ୍ଲୋର ଟେଷ୍ଟ ହେବ । ଏଥିରେ ଯଦି ନୀତିଶ ସରକାର ପାସ ହୁଅନ୍ତି ତେବେ ରାଜ୍ୟରେ ଏନଡିଏ ମେଣ୍ଟ ସରକାର ତିଷ୍ଠି ରହିବ । ରାଜ୍ୟ ବିଧାନସଭା ଆସନ 243 ରହିଥିବା ବେଳେ ଫ୍ଲୋର ଟେଷ୍ଟରେ ବହୁମତ ପାଇଁ 122 ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଏନଡିଏ ପାଖରେ 128 ବିଧାୟକ ରହିଥିବା ବେଳେ ବିରୋଧୀଙ୍କ ପାଖରେ 114 ଜଣ ବିଧାୟକ ରହିଛନ୍ତି । ତେଣୁ ଫ୍ଲୋର ଟେଷ୍ଟରେ ଏନଡିଏର ବିଜୟ ହୋଇପାରେ ବୋଲି କୁହାଯାଉଛି ।

ତେଜସ୍ୱୀଙ୍କ ବାସଭବନରେ ସୁରକ୍ଷାକର୍ମୀ ମୁତୟନ:- ଅନ୍ୟପଟେ ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ 'ଖେଳ ଏବେ ବାକି ଅଛି' ମନ୍ତବ୍ୟକୁ ନେଇ ଜେଡିୟୁର ରାଜନୀତିକ ପାରା ଉପରମୁହାଁ ରହିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ତେଜସ୍ୱୀ ଯାଦବଙ୍କ ବାସଭବନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସରକାର ଚାଲିଯିବା ଭୟରେ ନିତୀଶ କୁମାର ହଜାର ହଜାର ପୋଲିସ ପଠାଇ ତେଜସ୍ୱୀଙ୍କ ବାସଭବନକୁ ଘେରି ରହିଥିବା ଜେଡିୟୁ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଆହୁରି ମଧ୍ୟ କୁହାଯାଇଛି, "ସେମାନେ ଯେକୌଣସି ବାହାନାରେ ବାସଭବନ ଭିତରକୁ ପ୍ରବେଶ କରିବାକୁ ଏବଂ ବିଧାୟକଙ୍କ ସହ ଅଯଥା ଘଟଣାଇବାକୁ ଚାହୁଁଛନ୍ତି । ବିହାରର ଲୋକମାନେ ନୀତିଶ କୁମାର ଏବଂ ପୋଲିସର କୁକର୍ମ ଉପରେ ନଜର ରଖିଛନ୍ତି । ମନେ ରଖ ଆମେ ଭୟ କରିବା ଓ ନଇଁଯିବା ଲୋକ ନୁହେଁ । ଏହି ସଂଘର୍ଷକୁ ଆମେ ଲଢିବୁ ଓ ଜିତୁବୁ । କାହିଁକିନା ବିହାରର ନ୍ୟାୟ ପ୍ରିୟ ଜନତା ପୋଲିସର ଦମନକୁ ବିରୋଧ କରିବେ । ଜୟ ବିହାର ! ଜୟ ହିନ୍ଦ ।''

ଏହା ମଧ୍ୟ ପଢନ୍ତୁ-ଆଜି ବିଧାୟକ ଦଳ ବୈଠକ ଡାକିଲେ ନୀତିଶ, କାଲି ବିଧାନସଭାରେ ଭାଗ୍ୟ ପରୀକ୍ଷା

କାହା ପାଖରେ କେତେ ଆସନ ରହିଛି:- ବିହାର ବିଧାନସଭାରେ 243 ଆସନ ମଧ୍ୟରୁ ଏନଡିଏ ପାଖରେ 128ଟି ଆସନ ରହିଛି । ସେଥିମଧ୍ୟରୁ ବିଜେପି ପାଖରେ 75, ଜନତା ଦଳ ପାଖରେ 45, ହିନ୍ଦୁସ୍ତାନୀ ଆଓ୍ୱାମ ମୋର୍ଚ୍ଚା ପାର୍ଟିର 4ଟି ଆସନ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ସେହିପରି ମହାଗଠବନ୍ଧନର(ବିରୋଧୀ) ପାଖରେ 114 ଆସନ ରହିଛି । ଯେଉଁଥିରେ ରାଷ୍ଟ୍ରୀୟ ଜନତା ଦଳର 79 ଆସନ, କଂଗ୍ରେସ ଦଳର 19 ଓ ବାମ ଦଳ ପାଖରେ 16 ଆସନ ରହିଛି । ଏହାଛଡା ଏଆଇଏମଆଇଏମର ଜଣେ ବିଧାୟକ ମଧ୍ୟ ମହାଗଠବନ୍ଧନରେ ନିଜର ସମର୍ଥନ ଜଣାଇଛନ୍ତି । ତେବେ ସଂଖ୍ୟା ଗରିଷ୍ଠତା ପାଇଁ ମେଣ୍ଟସରକାରକୁ 122ଟି ଆସନ ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2024, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.