ETV Bharat / politics

ଜଗତସିଂହପୁରରୁ ଲଢିବେ ବିଭୁ ପ୍ରସାଦ ତରାଇ, ଟିକେଟ ମିଳିବା ପରେ ରଖିଲେ ପ୍ରତିକ୍ରିୟା - Bibhu Prasad Tarai

author img

By ETV Bharat Odisha Team

Published : Mar 25, 2024, 6:30 PM IST

Bibhu Prasad Tarai: ଜଗତସିଂହପୁର ଲୋକସଭା ଆସନରୁ ଲଢିବେ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ । ପୂର୍ବରୁ ବିକାଶର ସୂର୍ଯ୍ୟୋଦୟ ହେବ ବୋଲି କହିବା ସହ ଶୀର୍ଷ ନେତୃତ୍ବଙ୍କୁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

Bibhu Prasad Tarai
Bibhu Prasad Tarai
ଜଗତସିଂହପୁରରୁ ଲଢିବେ ବିଭୁ ପ୍ରସାଦ ତରାଇ

ଜଗତସିଂହପୁର: ଭାରତୀୟ ଜତନା ପାର୍ଟି ରବିବାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଜଗତସିଂହପୁର ସଂସଦୀୟ କ୍ଷେତ୍ର ପାଇଁ ଲଢିବେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ । ତାଙ୍କ ନାମ ଘୋଷଣା କରିବା ପରେ ଏହାକୁ ନେଇ ସେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଜଗତସିଂହପୁର ସଂସଦୀୟ କ୍ଷେତ୍ର ଏକ ଗୁରୁତ୍ବପୂର୍ଣ୍ଣ ସଂସଦୀୟ କ୍ଷେତ୍ର । ହେଲେ ନିର୍ବାଚିତ ସାଂସଦମାନେ ଏହାର ଗାରିମାକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି । ଏହି ସମ୍ମାନ ପଦ ଆସନରେ ବିଜେପି ଅପୂର୍ବ ସଫଳତା ପାଇବ । ପୂର୍ବରୁ ବିକାଶର ସୂର୍ଯ୍ୟୋଦୟ ହେବ ବୋଲି କହିଛନ୍ତି ବିଭୁ ।

ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଡ. ରାଜଶ୍ରୀ ମଲ୍ଲିକ ଜଗତସିଂହପୁରରୁ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଥିଲେ ବିଭୁ । ଚଳିତ ନିର୍ବାଚନରେ ସେ ପୁଣି ଏହି ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ଦେଖିବାକୁ ଗଲେ ପୂର୍ବାପେକ୍ଷା ରାଜ୍ୟରେ ମୋଦି ଲହର ଅଧିକ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିବାରୁ ଏଥର ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ ବାଜିମାତ୍‌ କରିବାରେ ସକ୍ଷମ ହେବେ କି ବିଭୁ ? ତାହା ଉପରେ ନଜର ରହିଛି । ମାତ୍ର ଦଳ ତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଥିବାରୁ ସେ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ବି ପଢନ୍ତୁ- 5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ

ଏନେଇ ସେ କହିଛନ୍ତି, "ଏହି ଆସନର ଯେଉଁଭଳି ଭାବେ ଗାରିମା ରହିଥିଲା ଗତ କିଛି ବର୍ଷ ହେଲା ଏହାର ଗାରିମା ବଜାଇ ରଖିବାରେ ନିର୍ବାଚିତ ସାଂସଦମାନେ ବିଫଳ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ପୂର୍ବ ଭାରତରୁ ବିକାଶର ସୂର୍ଯ୍ୟୋଦୟ ହେବ । ଜଗତସିଂହପୁରରେ ବିଜେପି ଅଦ୍ଭୁତ ପୂର୍ବ ସଫଳତା ହାସଲ କରିବ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ବିକାଶମୁଖୀ କାର୍ଯ୍ୟ ରହିଛି, ସେଥିପାଇଁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ରହିଛି । ତେଣୁ ଖାଲି ଜଗତସିଂହପୁର ସଂସଦୀୟ କ୍ଷେତ୍ର କାହିଁକି ଓଡିଶାରେ ବିଜେପି ଅଧିକରୁ ଅଧିକ ସିଟ ପାଇବ ଏଥିରେ ସନ୍ଦେହ ନାହିଁ । ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିକାଶ ସେଭଳି ଆଖିଦୃଶିଆ ହୋଇପାରିନାହିଁ ।"

ଜଗତସିଂହପୁର ଜିଲ୍ଲାର 4ଟି, ପୁରୀରୁ 2ଟି ଓ କଟକର ଗୋଟିଏ ବିଧାନସଭା ଆସନ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଅନ୍ତର୍ଭୁକ୍ତ । କିନ୍ତୁ ଏହି ଅଞ୍ଚଳରେ ଦୀର୍ଘ ବର୍ଷ ହେବ ବିକାଶ ହୋଇପାରୁନାହିଁ । ଏନେଇ ବିଭୁ ଆହୁରି କହିଛନ୍ତି, "କେନ୍ଦ୍ର ସରକାରଙ୍କର ସାଗରମାଳା ପ୍ରକଳ୍ପ କାର୍ଯ୍ୟ ଏହି ଅଞ୍ଚଳରେ ଅଗ୍ରଗତି ହୋଇପାରିଲା ନାହିଁ। ଏହି ସଂସଦୀୟ କ୍ଷେତ୍ରରେ ଆସୁଥିବା ଶିଳ୍ପ ନଗରୀ ପାରାଦ୍ବୀପରେ ଅନେକ ବଡ଼ ବଡ଼ ଶିଳ୍ପ ସଂସ୍ଥା ଗଢି ଉଠିଛି । କିନ୍ତୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଯେଉଁ CSR ପାଣ୍ଠି ରହିଛି ତାହା ବାସ୍ତବିକ ଲୋକଙ୍କ କାର୍ଯ୍ୟରେ ଲାଗିପାରୁନାହିଁ । ଏଥିପାଇଁ ଏଠାରୁ ନିର୍ବାଚିତ ପ୍ରାର୍ଥୀ ହିଁ ଦାୟୀ । କେନ୍ଦ୍ର ସରକାର ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରକୃତ ଗରିବ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଯାହା ଅତି ସମ୍ବେଦନଶୀଳ ଘଟଣା । ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଲୋକେ ଜାଣି ସାରିଲେଣି ବିକାଶ ଯଦି ହେବ, ତେବେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ହିଁ ସମ୍ଭବ । ତେଣୁ ଏଥର 2024 ସାଧାରଣ ନିର୍ବାଚନରେ ଲୋକେ ବିଜେପିକୁ ସ୍ବତଃ ସମର୍ଥନ କରିବେ ।"

ଏହା ବି ପଢନ୍ତୁ- ଆଉ ବାପିଙ୍କୁ ଟିକେଟ୍ ଦେବନି କଂଗ୍ରେସ: ଜିଲ୍ଲା ସଭାପତି

କେନ୍ଦ୍ର ନେତୃତ୍ବ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଜଗତସିଂହପୁର ସଂସଦୀୟ କ୍ଷେତ୍ର ରୁ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜଗତସିଂହପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ବିଭୁଙ୍କ ନାମ ଘୋଷଣା କରିବା ପରେ ପାରାଦ୍ବୀପରେ ବିଜେପି କର୍ମୀମାନେ ମିଠା ବାଣ୍ଟି ଉତ୍ସବ ମନାଇଥିଲେ ।

ପୁଣି ଜଗତସିଂହପୁରରୁ ଭାଗ୍ୟ ପରୀକ୍ଷା କରିବେ ବିଭୁ:- ସୂଚନା ଥାଉ କି 2009 ମସିହାରେ ବିଜେଡି ଓ ବାମପନ୍ଥୀ ଦଳ ମେଣ୍ଟ ସମୟରେ ଜଗତସିଂହପୁର ସଂସଦୀୟ ଆସନଟି ବାମଦଳ ଭାଗରେ ପଡିଥିଲା । ଫଳରେ ବାମଦଳ ବିଭୁପ୍ରସାଦ ତରାଇଙ୍କୁ ଏହି ଆସନରେ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ । 2014 ସାଧାରଣ ନିର୍ବାଚନରେ ବିଭୁ ତରାଇ ବାମଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ଓ କଂଗ୍ରେସ ଟିକେଟ ପାଇ ଏହି ଆସନରୁ ଲଢ଼ି ପରାସ୍ତ ହୋଇଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ । 2019ରେ ବିଜେପି ତାଙ୍କୁ ଏହି ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା । ତେବେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କଠାରୁ ସେ ପରାସ୍ତ ହୋଇଥିଲେ । ଆଗାମୀ 2024 ନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.