ETV Bharat / politics

ଭୁବନେଶ୍ବର ଲୋକସଭା ଆସନରେ ହେବ ବିଗ୍‌ ଫାଇଟ୍‌, କାହା ପଲ୍ଲା ଭାରି ? - General Election 2024

General Election 2024: ଏଥର ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରେ ଜୋରଦାର ହେବ ଫାଇଟ୍‌ । ବିଜେପି ପ୍ରାର୍ଥୀ ତଥା ସାଂସଦ ଅପରାଜିତାଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ । ବିଜୟ ଏକତରଫା ହେବ ବୋଲି ବିଜେପିର ଦୃଢୋକ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 9, 2024, 6:18 PM IST

General Election 2024
General Election 2024
General Election 2024

ଭୁବନେଶ୍ବର: ଓଡିଶାର ଚର୍ଚ୍ଚିତ ଲୋକସଭା ଆସନ ମଧ୍ୟରେ ଅନ୍ୟତମ ଭୁବନେଶ୍ବର ଲୋକସଭା ଆସନ । ଏଠି ଫାଇଟ୍‌ ହେବ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ବିଜେପି ପ୍ରାର୍ଥୀ ତଥା ଗତଥରର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ । ଗତ ୫ ବର୍ଷରେ ସଂସଦରେ ଭୁବନେଶ୍ବରର ବିଭିନ୍ନ ପ୍ରସଙ୍ଗ ଉଠାଇ ଲୋକଙ୍କ ମନରେ ଅଛନ୍ତି ଅପରାଜିତା । ମନ୍ମଥ କିନ୍ତୁ ନୂଆ ଚେହେରା । କେମିତି ହେବ ଲୋକସଭା ଫାଇଟ ? କାହା ପଲ୍ଲା ଭାରି ? କିଏ ଆଗରେ କିଏ ପଛରେ ? ଭୁବନେଶ୍ବର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଆକ୍ଟିଭ ମୋଡକୁ ଆସିଥିଲେ ମନ୍ମଥ । ସଭା ସମିତି ରୋଡ ସୋ' କରୁଛନ୍ତି । କିନ୍ତୁ ଅପରାଜିତା ଗତ ୫ ବର୍ଷ ଧରି ନିର୍ବାଚନ ମଣ୍ଡଳୀ ବୁଲୁଛନ୍ତି । ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । କାଠଗଡାକୁ ମଧ୍ୟ ଟାଣିଛନ୍ତି । ତେଣୁ ଲଢେଇ ତ ଜୋରଦାର ହେବାକୁ ଯାଉଛି । ଦେଖିବାର କଥା ରେସରେ କିଏ ଆଗରେ ରହୁଛି, ଆଉ କିଏ ପଛରେ..

'ଏକ ପାଖିଆ ଜିତିବେ ଅପରାଜିତା': ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ କହିବା କଥା, "ଭୁବନେଶ୍ବର ଲୋକସଭା ଆସନରେ ଅପରାଜିତାଙ୍କ ଏକପାଖିଆ ବିଜୟ ହେବ । ଏକତରଫା ଫାଇଟ ହେବ, କାରଣ ଲୋକଙ୍କର ମତ ଯାହା ଏବଂ ମୋଦି ଲହର ଯେପରି ଭାବେ ଚାରିଆଡେ ବ୍ୟାପିଛି ତାର ପ୍ରଭାବ ପଡିବ । ନବୀନ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ବଢିଛି ଏବଂ ଅଣଓଡ଼ିଆଙ୍କ ହାତରେ ଶାସନ ଭାର ଦେଇଛନ୍ତି, ଯାହା ଫଳରେ ନବୀନଙ୍କ ଲୋକପ୍ରିୟତା କମିଛି । ବିଜେଡି ପାଇଁ ସ୍ଥିତି ଏପରି ହେଲା ଯେ ଭୁବନେଶ୍ବରରେ କାହାକୁ ପ୍ରାର୍ଥୀ କରିବେ ନିଷ୍ପତ୍ତି ନେଇପାରିଲେ ନାହିଁ । ଶେଷରେ ମନ୍ମଥଙ୍କୁ ଆଣି ପ୍ରାର୍ଥୀ କଲେ । ଏଥିରୁ ସହଜରେ ଅନୁମାନ କରାଯାଇପାରେ ରାଜ୍ୟରେ ବିଜେଡିର ସ୍ଥିତି କଣ ରହିଛି ।" ତେଣୁ ଭୁବନେଶ୍ବରରେ ଏକତରଫା ଫାଇଟ ହେବ ଏବଂ ଏକତରଫା ବିଜୟ ଅପରାଜିତାଙ୍କର ହେବ ବୋଲି କହିଛନ୍ତି ବିଜେପି ମୁଖପାତ୍ର ।

'ଜୋରଦାର ହେବ ଲଢ଼େଇ': ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଏଠି ନିଶ୍ଚିତ ଭାବେ ଭଲ ଲଢେଇ ହେବ । ଗୋଟିଏ ପଟେ ପାରଦର୍ଶୀ କ୍ୟାଣ୍ଟେଟ୍‌ ଅଛନ୍ତି । ଅନ୍ୟପଟେ ବିଜୁ ଜନତା ଦଳର ନେତାଙ୍କ ସଂଗଠନ ଅଛି ଏବଂ ବ୍ରାଣ୍ଡ ନବୀନ ଏବଂ ଶଙ୍ଖ ଚିହ୍ନ ଅଛି । ୫ ବର୍ଷ ଭିତରେ ଅପରାଜିତା ତାଙ୍କ ବ୍ୟକ୍ତିତ୍ବରେ ଅନେକ ପରିବର୍ତ୍ତନ ଆଣିଛନ୍ତି ତଥା ରଙ୍ଗ ବୋଳିଛନ୍ତି । ଜଣେ ପୂର୍ବତନ ବ୍ୟୁରୋକ୍ରାଟରୁ ଲ' ମେକର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । କିନ୍ତୁ ମନ୍ମଥଙ୍କ ପରିଚୟ ହେଲା ସେ ସୁର ରାଉତରାୟଙ୍କ ପୁଅ । ତାଙ୍କ ସହିତ ବିଜେଡିର ସଂଗଠନ, ବ୍ରାଣ୍ଡ ନବୀନ ଏବଂ ଶଙ୍ଖ ଚିହ୍ନ ଅଛି । ଏହାକୁ ପାଥେୟ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମନ୍ମଥ । ଦୁଇଜଣଙ୍କ ଭିତରେ ଅପରାଜିକାଙ୍କ ଜିତିବାର ସମ୍ଭାବନା ଅଧିକ ରହୁଛି । କିନ୍ତୁ ନିର୍ବାଚନରେ କିଛି କହିହେବ ନାହିଁ । ଅନେକ ଅଜଣା ଚେହେରାଙ୍କୁ ମଧ୍ୟ ବିଜେଡି ନିର୍ବାଚନରେ ଜିତେଇ ନେଇ ଆସିଛି । ଯାହାର ଉଦାହରଣ ହେଲା ଗତ ନିର୍ବାଚନରେ ପ୍ରମିଳା ବିଶୋୟୀ । ତେଣୁ ବିଜେଡି ସେମିତି କିଛି ଚମତ୍କାର ମଧ୍ୟ କରିପାରେ ଭୁବନେଶ୍ବରରେ । ମୋଟାମୋଟି ଭାବେ କହିବାକୁ ଗଲେ ମନ୍ମଥ ଓ ଅପରାଜିତାଙ୍କ ଭିତରେ ଅପରାଜିତାଙ୍କ ପଲ୍ଲା ଟିକିଏ ଭାରି ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...ଅପରାଜିତାଙ୍କୁ ମନ୍ମଥଙ୍କ ତେରଚ୍ଛା ବାଣ, 'ସୋସିଆଲ ମିଡ଼ିଆ ଏମପି' କହି କଲେ ଟାର୍ଗେଟ - Manmath Targets MP Aparajita

୨୦୧୯ ଲୋକସଭା ନିର୍ବାଚନରେ ଅପରାଜିତା ଷଡଙ୍ଗୀ ପ୍ରଥମ ଥର ପାଇଁ ବିଜେପିରୁ ଭୁବନେଶ୍ବର ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ ଏବଂ ଅରୂପ ପଟ୍ଟନାୟକଙ୍କୁ ହରାଇ ବିଜୟ ଲାଭ କରିଥିଲେ । ଅପରାଜିତା ଷଡଙ୍ଗୀ ୪,୮୬,୯୯୧ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ମିଳିଥିଲା ୪,୬୩,୧୫୨ ଖଣ୍ଡ ଭୋଟ । ଅପରାଜିତାଙ୍କ ଭୋଟ ପ୍ରତିଶତ ଥିଲା ୪୮.୪୫ ଏବଂ ଅରୂପଙ୍କ ଭୋଟ ପ୍ରତିଶତ ଥିଲା ୪୬.୦୭ । ୨୦୦୯, ୨୦୧୪ରେ ଏଠାରୁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ବିଜୟୀ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.