ETV Bharat / politics

ପାଣ୍ଡିଆନକୁ ତେର୍ଚ୍ଛା ବାଣ ମାରିଲେ କି ଭର୍ତ୍ତୃହରି ? ଶୁଣନ୍ତୁ କଣ କହିଲେ - holi celebration by bhartruhari

author img

By ETV Bharat Odisha Team

Published : Mar 25, 2024, 10:22 PM IST

Bhartruhari's Reaction Over BJD Leaders Opinion: ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବିଜେଡି ଛାଡିଥିବା ଭର୍ତ୍ତୃହରି ମହତାବ । ହୋଲିରେ ସେ ଆୟୋଜନ କରିଥିବା ବନ୍ଧୁ ମିଳନରେ ବିଜେପି ନେତାମାନଙ୍କର ଗହଳି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଭର୍ତ୍ତୃହରିଙ୍କ ତେରଚ୍ଛା ବାଣ
ଭର୍ତ୍ତୃହରିଙ୍କ ତେରଚ୍ଛା ବାଣ

ଭର୍ତ୍ତୃହରିଙ୍କ ତେରଚ୍ଛା ବାଣ

କଟକ: ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବିଜେଡି ଛାଡିଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ । ଏନେଇ ଯଦିଓ ଭର୍ତ୍ତୃହରି ବିଧିବଦ୍ଧ ଭାବରେ ଘୋଷଣା କରି ନାହାନ୍ତି, କିନ୍ତୁ ହୋଲିରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସେ ଏଭଳି କିଛି ଇଙ୍ଗିତ କରିଛନ୍ତି। ପ୍ରତିବର୍ଷ ଯଦିଓ ଏହି କାର୍ଯ୍ୟକ୍ରମ ତାଙ୍କ ବିହାରିବାଗ ସ୍ଥିତ ବାସଭବନରେ ଆୟୋଜନ କରିଥାନ୍ତି, ମାତ୍ର ପ୍ରତିବର୍ଷ ବିଜେଡି ନେତାମାନଙ୍କର ଗହଳି ଚହଳି ହୋଇଥାଏ। ମାତ୍ର ଚଳିତବର୍ଷ ବିଜେପି ନେତାମାନଙ୍କର ଗହଳି ଦେଖିବାକୁ ମିଳିଛି। ଯାହାକି ଚର୍ଚ୍ଚାର ଖୋରାକ ଯୋଗାଇଛି। କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ବିଜେପି ନେତା ଏବଂ ଆଶାୟୀ ପ୍ରାର୍ଥୀମାନେ ଯୋଗ ଦେଇଥିଲେ।

ଦୋଳ ପୂର୍ଣ୍ଣିମା ଉତ୍ସବ ବା 'ହୋଲି ମିଳନ' କାର୍ଯ୍ୟକ୍ରମ ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଏମିତି କିଛି କହିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଛନ୍ତି, "ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର, ଅନ୍ୟାୟର ଦହନ ହୋଇଛି। ଯାହାର ଆଜି ଶୁଭାରମ୍ଭ କରାଯାଇଛି। ଆଜି ନୂଆ ଯୁଗର ଆରମ୍ଭ ହୋଇଛି। ହୋଲିକାକୁ ଅଗ୍ନି ଦହନ କରିପାରିବ ନାହିଁ ବୋଲି କହିଥିଲେ ହୋଲିକାଙ୍କ ଭାଇ, ହେଲେ ତାହା ଦହନ ହୋଇଗଲା। ହୋଲିକା ଦହନ ପରେ ପ୍ରହ୍ଲାଦଙ୍କ ଜୟ ହୋଇଛି। ପୁଣି ନରସିଂହ ଅବତାରରେ ଖମ୍ବରୁ ବାହାରି ହିରଣ୍ୟକଶ୍ୟପର ବଧ ବି ହେବ । ଯିଏ କହୁଛି ଏଠି କେବଳ ମୁଁ ଅଛି, ଆଉ ଜଗନ୍ନାଥ ବି ନାହାନ୍ତି । ତାର ବି ଦିନେ ଦହନ ହେବ ।" ଏକଥା କାହାକୁ ଇଙ୍ଗିତ କଲେ ଭର୍ତ୍ତୃହରି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢନ୍ତୁ...ଭର୍ତ୍ତୃହରିଙ୍କ ଇସ୍ତଫା ବିଜେଡି ଉପରେ ପ୍ରଭାବ ପକାଇବ ନାହିଁ: ଦେବାଶିଷ ସାମନ୍ତରାୟ - DEBASIS ON BHARTRUHARI

ଏହା ମଧ୍ୟ ପଢନ୍ତୁ...ଲୋକପ୍ରିୟତା ହରାଇଛନ୍ତି ଭର୍ତ୍ତୃହରି, 6ଥର ସାଂସଦ କରିଥିବା ଦଳକୁ ଛାଡିବା ଦୁଃଖର କଥା: ପ୍ରତାପ ଜେନା - BJD On Resignation Of Bhartruhari

କେବଳ ସେତିକି ନୁହେଁ, ଦେବାଶିଷଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଭର୍ତ୍ତୃହରି। "ତାଙ୍କର ଯଦି ଲୋକପ୍ରିୟତା ଅଛି, ତେବେ ସେ ଲୋକସଭା ନିର୍ବାଚନ ଲଢ଼ି ଜିତନ୍ତୁ" ବୋଲି କହି ଆହ୍ୱାନ ଦେଇଛନ୍ତି ଭର୍ତ୍ତୃହରି । ଅନ୍ୟପଟେ ଭର୍ତ୍ତୃହରିଙ୍କ ଇସ୍ତଫା ପରେ ବିଧାୟକ ପ୍ରତାପ ଜେନାଙ୍କ କଟାକ୍ଷ ଉପରେ ମଧ୍ୟ ସେ ଜବାବ ଦେଇଛନ୍ତି।" ଯିଏ ମତେ ଖରାପ ନଜରରେ ଦେଖିବେ ତାଙ୍କ ପାଇଁ ମୁଁ ଖରାପ, ପ୍ରତାପ ଜେନାଙ୍କୁ ହ୍ବାଟ୍ସଆପରେ ମୁଁ ତାଙ୍କର ପ୍ରଶ୍ନର ଉତ୍ତର ଦେଇଛି" ବୋଲି କହିଛନ୍ତି ଭର୍ତ୍ତୃହରି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.