ETV Bharat / politics

ଶଙ୍ଖ ଫୁଙ୍ଖିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା, ଶତାଧିକ କର୍ମୀ ବିଜେଡିରେ ସାମିଲ - Monideepa Sarkhel Joins BJD

Monideepa Sarkhel Joins BJD: ହଜାର ହଜାର ସମର୍ଥକଙ୍କ ସହ ଆଜି ବିଜେଡିରେ ଯୋଗ ଦେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା । ଶଙ୍ଖ ଭବନରେ ଆୟୋଜିତ ହୋଇଛି ଏକ ବିଶାଳ ମିଶ୍ରଣ ପର୍ବ । ଅଧିକ ପଢନ୍ତୁ

Monideepa Sarkhel Joined BJD
Monideepa Sarkhel Joined BJD
author img

By ETV Bharat Odisha Team

Published : Mar 17, 2024, 5:40 PM IST

Monideepa Sarkhel Joined BJD

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ମୋନିଦୀପା । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ତଥା ପାରାଦୀପ ଶ୍ରମିକ ସଂଗଠକ ବାପି ସର୍ଖେଲଙ୍କ ପତ୍ନୀ ହେଉଛନ୍ତି ମୋନିଦୀପା ସର୍ଖେଲ । ସେ ହଜାର ହଜାର ସମର୍ଥକଙ୍କ ସହ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ଶାସକ ବିଜେଡିରେ ସାମିଲ ହୋଇଛନ୍ତି ମୋନିଦୀପା । ଶଙ୍ଖ ଭବନରେ ଆୟୋଜିତ ଏକ ବିଶାଳ ମିଶ୍ରଣ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସେ ଯୋଗଦେଇଛନ୍ତି । ବାପି ବର୍ତ୍ତମାନ ପାରାଦ୍ୱୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି । ତେବେ ମୋନିଦୀପାଙ୍କ ସମର୍ଥନରେ ଜିତିଥିବା ୭ ସ୍ୱାଧୀନ କାଉନସିଲର ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି ।

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ତେବେ ମୋନିଦୀପାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବିଜେଡିର ବରିଷ୍ଠ ନେତୃବୃନ୍ଦ । ମୋନିଦୀପା କହିଛନ୍ତି, "ନବୀନ ବାବୁଙ୍କ ସ୍ୱଚ୍ଛ, ଲୋକାଭିମୁଖୀ ଶାସନକୁ ଆଧାର କରି ବିଜେଡିରେ ସାମିଲ ହୋଇଛି । ଦଳର ତୃଣମୂଳ ସ୍ତରରେ କାର୍ଯ୍ୟ କରି ଦଳକୁ ସଫଳତା ଆଣିବି ।" ମୋନିଦୀପାଙ୍କ ସହ ଆଜି ପାରାଦ୍ବୀପ ମ୍ୟୁନିସିପାଲଟି ଉପାଧ୍ୟକ୍ଷାଙ୍କ ସହ 9 ଜଣ କାଉନସିଲର ବିଜେଡିରେ ସାମିଲ ହୋଇଛନ୍ତି । ବାପି ସର୍ଖେଲ ଜଗତସିଂହପୁର ଜିଲ୍ଲା କଂଗ୍ରେସର ଜଣେ ଟାଣୁଆ ନେତା । ତେବେ ବାପି ପୂର୍ବରୁ ପାରାଦ୍ବୀପରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ...କଳାହାଣ୍ଡି ବିଜେପିକୁ ଝଟକା, ବିଜେଡିରେ ସାମିଲ ହେଲେ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ

ପାରାଦ୍ବୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ବିଜେଡିରେ ମିଶିବା ବିଧାୟକ ସମ୍ବିତ ରାଉତରାୟଙ୍କ ମୁଣ୍ଡବିନ୍ଧାର କାରଣ ସାଜିପାରେ ବୋଲି ଚର୍ଚ୍ଚା ହେଉଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସମସ୍ତେ ଟିକେଟ୍ ଆଶାରେ ରହିଛନ୍ତି । ଶ୍ରମିକ ନେତା ବାପି ସର୍ଖେଲ ଏକଦା ପାରାଦୀପ ଅଞ୍ଚଳରେ ଜଣେ ଦୃଢ଼ ସଂଗଠକ ହୋଇଥିବାବେଳେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ସବୁଠୁ ବଡ଼ ରାଜନୈତିକ ପ୍ରତିଯୋଗୀ ମଧ୍ୟ । ତେବେ ସମ୍ବିତଙ୍କ ଶିବିର ମୋନିଦୀପାଙ୍କୁ କିଭଳି ଗ୍ରହଣ କରୁଛି ଆଉ ବାପିଙ୍କ ଗତି କୁଆଡେ ହେବ ତାହା ଆଗାମୀ ଦିନରେ ହିଁ ଜଣାପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.