ETV Bharat / politics

ଭୋଟ ମାଗିବାକୁ ଯାଇ ହଟହଟ୍ଟା ହେଲେ ବିଧାୟକ, କ’ଣ କରିଛ କହି ଘେରିଲେ ଗ୍ରାମବାସୀ - MLA questioned by villagers - MLA QUESTIONED BY VILLAGERS

Lohisingha MLA Mukesh Mahaling questioned by villagers: ପ୍ରଚାର ବେଳେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିଧାୟକ ମୁକେଶ ମହାଲିଙ୍ଗ । ଚୌକିରେ ବସାଇଲେ, ହେଲେ କଣ କରିଛି ବୋଲି ପ୍ରଶ୍ନ କଲେ । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ଭୋଟ ମାଗିବାକୁ ଯାଇ ହଟହଟ୍ଟା ହେଲେ ବିଧାୟକ, କ’ଣ କରିଛ କହି ଘେରିଲେ ଗ୍ରାମବାସୀ
ଭୋଟ ମାଗିବାକୁ ଯାଇ ହଟହଟ୍ଟା ହେଲେ ବିଧାୟକ, କ’ଣ କରିଛ କହି ଘେରିଲେ ଗ୍ରାମବାସୀ (PIC-ETV Bharat)
author img

By ETV Bharat Odisha Team

Published : May 9, 2024, 12:33 PM IST

ଭୋଟ ମାଗିବାକୁ ଯାଇ ହଟହଟ୍ଟା ହେଲେ ବିଧାୟକ, କ’ଣ କରିଛ କହି ଘେରିଲେ ଗ୍ରାମବାସୀ (Video- ETV Bharat)

ବଲାଙ୍ଗିର: ନିର୍ବାଚନ ପ୍ରଚାର ପାଇଁ ଗାଁ ଗାଁରେ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ନେତା । ସମସ୍ୟା ସମାଧାନ ଦିଗରେ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ହେଲେ କିଛି ସ୍ଥାନରେ ନେତାଙ୍କୁ ସ୍ଥାନୀୟ ସମସ୍ୟା ନେଇ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହେବାକୁ ପଡୁଛି । ସେହିପରି କିଛି ଘଟଣା ବାଲଙ୍ଗିରରେ ମଧ୍ୟ ଦେଖିବାକୁ ମିଳିଛି । ଭୋଟ ମାଗିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବିଧାୟକ ମୁକେଶ ମହାଲିଙ୍ଗ । ପାଞ୍ଚ ବର୍ଷ ପରେ ଗାଁକୁ ଆସି ଦର୍ଶନ ଦେଇଥିବାରୁ ଗାଁ ଲୋକେ ତାଙ୍କୁ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଘେରିଛନ୍ତି ଗ୍ରାମବାସୀ ।

ବଲାଙ୍ଗିର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରି ଗ୍ରାମବାସୀ ହଲାପଟା କରିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବିଧାୟକ ମୁକେଶ ମହାଲିଙ୍ଗ ନିର୍ବାଚନ ପ୍ରଚାର କରିବା ପାଇଁ ପୁଇନ୍ତଲା ବ୍ଲକ ଯାଇଥିବା ବେଳେ ସେଠାରେ ତାଙ୍କୁ ଗ୍ରାମବାସୀଙ୍କ ଆକ୍ରୋଶ ଓ କଡା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଯେଉଁଥିରେ ଲୋକେ ତାଙ୍କୁ ଆତିଥ୍ୟ ସହ ବସିବାକୁ ଚୌକି ଦେଇ ଏଭଳି ଅନେକ ପ୍ରଶ୍ନ କରିଥିଲେ । ତେବେ ଗତ 2019 ନିର୍ବାଚନ ସମୟରେ ସେ ଏହି ଗାଁକୁ ଆସି ଭୋଟ ଭିକ୍ଷା କରିବା ସହ ଏଠାକାର ସବୁ ସମସ୍ୟା ଦୂର କରିବା ସହ ଲୋକଙ୍କ ଦାବି ଅନୁସାରେ, ପାଟନେଶ୍ୱରୀ ମନ୍ଦିର ନିର୍ମାଣ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ନିର୍ବାଚନରେ ସେ ଜିତିବା ପରେ ଆଉ କେବେ ଗାଁକୁ ଆସି ନ ଥିଲେ । ଏପରିକି ଗାଁ ଲୋକେ ତାଙ୍କୁ ଭେଟିବାକୁ ଯାଇ ଅନେକ ଥର ନିରାଶ ହୋଇ ଫେରିଥିଲେ ବୋଲି ଅଭିଯୋଗ ହୋଇଛି । ଏହାର ଆକ୍ରୋଶ ସେମାନଙ୍କ ମନରେ ଥିବା ବେଳେ ଗତକାଲି ବିଧାୟକ ମୁକେଶ ମହାଲିଙ୍ଗ ନିର୍ବାଚନ ପାଇଁ ପୁଣି ଭୋଟ ମାଗିବାକୁ ଏହି ଗାଁକୁ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ପାଣ୍ଡିଆନ ! CEOଙ୍କୁ ଫେରାଦ ହେଲା ବିଜେପି - BJP COMPLAINS AGAINST VK PANDIAN

ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିଧାୟକ ମହାଲିଙ୍ଗ ଗ୍ରାମବାସୀଙ୍କ ଗହଣରେ ଏକ ଚୌକିରେ ବସିଛନ୍ତି । ଜଣେ ବୃଦ୍ଧ ବିଧାୟକଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବାରେ ଲାଗିଛନ୍ତି । ସେମାନେ ଭୋଟ ଦେବାର ଅଧିକାର ପାଇଛନ୍ତି ତ, ପ୍ରଶ୍ନ ମଧ୍ୟ କରିବେ ବୋଲି ବୃଦ୍ଧ କହିଛନ୍ତି । ଗତ ନିର୍ବାଚନ ଆଗରୁ ଆସି ମୁକେଶ ମହାଲିଙ୍ଗ ଏହି ଗ୍ରାମରେ ମା’ ପାଟନେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ନଡିଆ ଭାଙ୍ଗି ଲୋକଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଗାଆଁରେ ଥିବା ଅନ୍ୟ ସବୁ ସମସ୍ୟା ମଧ୍ୟ ନିର୍ବାଚିତ ହେଲେ ସେ ଦୂର କରିବେ ବୋଲି କହିଥିଲେ । ହେଲେ ସେ କଣ କରିଛନ୍ତି ବୋଲି ବୃଦ୍ଧ ଜଣକ ଅତି ଅସନ୍ତୋଷର ସହ ପଚାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସେପଟେ ବିଧାୟକ ମହାଲିଙ୍ଗଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ସତ୍ତ୍ୱେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ବଲାଙ୍ଗିର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.