ETV Bharat / politics

ସୋନପୁରରେ ବିଜେପି ଆଶାୟୀଙ୍କ ଲମ୍ବା ତାଲିକା, ବିଜୟ ନିଶ୍ଚିତ କହିଲେ ବଳଦେବ - BJP Strategy in Sonepur

Sonepur Assembly Constituency: ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏବେ ବିଜେପି ଦଳର ବିଧାୟକ ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏଠାରେ ବିଜେପିରୁ ଯିଏ ବି ନିର୍ବାଚନ ଲଢ଼ିବ, ସେ ନିଶ୍ଚିତ ବିଜୟୀ ହେବ କହିଛନ୍ତି ପୂର୍ବତନ ଜିଲ୍ଲା ବିଜେପି ସଭାପତି ବଳଦେବ ବେଦବାଗ । ଅଧିକ ପଢ଼ନ୍ତୁ

Sonepur Assembly Constituency
Sonepur Assembly Constituency
author img

By ETV Bharat Odisha Team

Published : Mar 6, 2024, 8:26 PM IST

Sonepur Assembly Constituency

ସୁବର୍ଣ୍ଣପୁର: ଆଗକୁ ଆସୁଛି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଜିଲ୍ଲାର ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏବେ ବିଜେପି ଦଳର ବିଧାୟକ ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବତନ ନଗରପାଳ ତଥା ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର, ପୂର୍ବତନ ବିଜେପି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ବଳଦେବ ବେଦବାଗ, ବରିଷ୍ଠ ବିଜେପି ନେତା ଅଶୋକ ପୂଜାରୀ, ଯୁବମୋର୍ଚ୍ଚା ନେତା ସାନନ୍ଦ ମେହେର ତଥା ଶରତ ଶତପଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥର କିଏ ହେବେ ସୋନପୁର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ?

ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ 3 ଥର ସୋନପୁର ବିଧାନସଭାରୁ ବିଜେଡି ଟିକେଟ୍‌ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଦୁଇ ଥର ବିନିକା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନିରଞ୍ଜନ । ହେଲେ 2024 ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଏଠାରେ ଫେଲ ମାରିଥିବା ବିଜେପି ଅଭିଯୋଗ କରୁଛି । ସେହିପରି ଗତ ଦେଢ଼ ଦଶନ୍ଧି ଭିତରେ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀ ସେଭଳି ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ କରିନଥିବା ମଧ୍ୟ ବିଜେପି ଅଭିଯୋଗ କରୁଛି । ତେବେ ବିଜେପି ଦଳର ଯେ କୌଣସି ନେତାଙ୍କୁ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କଲେ ଦଳ ଅନାୟାସରେ ବିଜୟୀ ହେବ ବୋଲି ପୂର୍ବତନ ଜିଲ୍ଲା ବିଜେପି ସଭାପତି ବଳଦେବ ବେଦବାଗ ଦାବି କରିଛନ୍ତି । ସେ କହିଛନ୍ତି, "ଅନେକ ଉନ୍ନୟନମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ସହିତ ସ୍ବାସ୍ଥ୍ୟ ବିଭାଗର ଚରମ ଅବହେଳା ତଥା ଭିତ୍ତିଭୂମିର ବିକାଶ ଓ ପଦପଦବୀ ପୂରଣ ପାଇଁ ବିଜେପି ଆନ୍ଦୋଳନ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ।" ତେବେ ଏଥର ବିଜେପିର ବିଜୟ ନିଶ୍ଚିତ ବୋଲି ସେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭା ନିର୍ବାଚନ 2024: କଟକ-ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ଏଥର ପରିବର୍ତ୍ତନ ନା ପୁଣି ବିଜେଡି ?

ସେପଟେ କିନ୍ତୁ ଏଠାରେ ନିର୍ବାଚନ ବେଳକୁ ଟଙ୍କା ବଣ୍ଟା ପର୍ବ ହୋଇଥାଏ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ଗୋବିନ୍ଦ ମହାରଣା । ସେ କହିଛନ୍ତି, "ପ୍ରାର୍ଥୀ ଯିଏ ବି ହୁଅନ୍ତୁ ନା କାହିଁକି, ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରି ଭୋଟ ହାତେଇବାକୁ ସରକାରୀ ବିଜେଡି ଦଳ ଓ ବିପକ୍ଷ ବିଜେପି ତଥା କଂଗ୍ରେସ ପ୍ରୟାସ କରୁଛନ୍ତି ।" ବିଭିନ୍ନ ଯୋଜନା ମାଧ୍ୟମରେ ପରୋକ୍ଷ ଭାବେ ଶାସକ ବିଜେଡି ହିତାଧିକାରୀଙ୍କୁ ବାହାନା ବନାଇ ଟଙ୍କା ବାଣ୍ଟୁଥିବା ବେଳେ ଭୋଟ ବେଳକୁ ଟଙ୍କା ବାଣ୍ଟିବା ପାଇଁ ବିରୋଧି ବିଜେପି ଓ କଂଗ୍ରେସ ମଧ୍ୟ ଅଣ୍ଟା ଭିଡିଥିବା ସେ କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.