ETV Bharat / politics

ୱାର୍ଡମେମ୍ବର ଲଢ଼ିବାକୁ ସାହସ ନାହିଁ, ସୀମା ଭିତରେ ରୁହନ୍ତୁ ପାଣ୍ଡିଆନ: ଅପରାଜିତା - Aparajita Targets Pandian - APARAJITA TARGETS PANDIAN

Aparajita Targets Pandian: ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଜୋରଦାର ଟାର୍ଗେଟ । କହିଲେ ପାଣ୍ଡିଆନଙ୍କର ନିର୍ବାଚନ ଲଢ଼ିବାର ସାହସ ନାହିଁ, ଖାଲି ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ୱାସ୍ଥ୍ୟବସ୍ଥାର ଫାଇଦା ଉଠାଇବା ଜାଣିଛନ୍ତି ବୋଲି କହି ବର୍ଷିଛନ୍ତି ଅପରାଜିତା । ଅଧିକ ପଢ଼ନ୍ତୁ

Aparajita Targets Pandian
Aparajita Targets Pandian (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 10:30 PM IST

Aparajita Targets Pandian (ETV Bharat Odisha)

ଭୁବନେଶ୍ବର: 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଜୋରଦାର ଟାର୍ଗେଟ । "ସାଂସଦ ଅପରାଜିତା ଷଡ଼ଙ୍ଗୀ ୫ ବର୍ଷରେ କ'ଣ କରିଛନ୍ତି ?" ବୋଲି ପାଣ୍ଡିଆନ ପଚାରିଥିବା ପ୍ରଶ୍ନରେ ୧୨ଜଣ ବିଜେଡି ସାଂସଦଙ୍କ ରିପୋର୍ଟ କାର୍ଡ ମାଗିଥିଲେ ଅପରାଜିତା । ଏହା ସହିତ ବିଜେପିର ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ପାଣ୍ଡିଆନଙ୍କ 'କୁଜି ନେତା' ଉଚ୍ଚାରଣ ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ । ପାଣ୍ଡିଆନଙ୍କର ନିର୍ବାଚନ ଲଢ଼ିବାର ସାହସ ନାହିଁ, ଖାଲି ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ୱାସ୍ଥ୍ୟବସ୍ଥାର ଫାଇଦା ଉଠାଇବା ଜାଣିଛନ୍ତି ବୋଲି କହି ବର୍ଷିଛନ୍ତି ଅପରାଜିତା ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅପରାଜିତା କହିଛନ୍ତି, "5T ଅଧ୍ୟକ୍ଷ ପାଣ୍ଡିଆନ ବାବୁ ମେଣ୍ଟ ଚର୍ଚ୍ଚାକୁ ନେଇ କହିଲେ ଦୁଇ ବଡ଼ନେତା ମିଶି ମେଣ୍ଟ ବିଷୟରେ କଥା ହେଉଥିଲେ । ହେଲେ କିଛି କୁଜି ନେତା ତାହା ହେବା ପାଇଁ ଦେଲେନାହିଁ । ପାଣ୍ଡିଆନ ବାବୁଙ୍କର ଏହିଭଳି ଶବ୍ଦ ପ୍ରୟୋଗର ମୁଁ ଘୋର ନିନ୍ଦା କରୁଛି । ଏଭଳି ଶବ୍ଦ ପ୍ରୟୋଗ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ସୁହାଉନି । ମତେ ଲାଗୁଛି ସେ ପ୍ରଶିକ୍ଷଣରେ ଦିଆଯାଇଥିବା ଶିଷ୍ଟାଚାରର ଜ୍ଞାନ ନେଇନାହାନ୍ତି । ଯେଉଁଠି ରାଜନୀତିରେ ବି କିଭଳି ମର୍ଯ୍ୟାଦାରେ ରହି କଥା କୁହାଯାଏ, ତାହା ଶିଖାଯାଇଛି । ମର୍ଯ୍ୟାଦାର ଏହି ଲକ୍ଷ୍ମଣ ରେଖାରେ ରହି କହିବା ଉଚିତ । କିନ୍ତୁ ସେ ତାହା ନକରି ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପରେ ଟିପ୍ପଣୀ ରଖୁଛନ୍ତି । ତାହା ତାଙ୍କୁ ଶୋଭ ଦେଉନାହିଁ । କାରଣ ସେ ଜଣେ ବ୍ୟକ୍ତି, ଯିଏ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ବାସ୍ଥ୍ୟାବସ୍ଥାର ଫାଇଦା ନେଇ ସମସ୍ତଙ୍କ ଠାରୁ ତାଙ୍କୁ ସଙ୍ଗରୋଧ କରି ବା ଦୂରେଇ ନିଜକୁ ଓଡ଼ିଶାର ମହାନ ଜନନାୟକ ଭାବରେ ସ୍ଥାପିତ କରିବାକୁ ଲାଗିଛନ୍ତି । ଆଉ ଏଥିରେ ସେ ବିଫଳ ହେଉଥିବା ମଧ୍ୟ ଆମେ ସମସ୍ତେ ଜାଣିଛେ ।"

ଏହା ମଧ୍ୟ ପଢ଼ନ୍ତୁ...ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଜବାବ, ୧୨ଜଣ ସାଂସଦଙ୍କ ରିପୋର୍ଟ କାର୍ଡ ରଖନ୍ତୁ - Aparajita Targets Pandian

ଅପରାଜିତା ଆହୁରି କହିଛନ୍ତି, "ସେ ତାମିଲନାଡ଼ୁରୁ ଆସି ଓଡ଼ିଶାରେ ମହାନ ଜନନାୟକ ହେବାକୁ ଚେଷ୍ଟା କରୁଛନ୍ତି, ହେଲେ ତାଙ୍କର ନିର୍ବାଚନରେ ଲଢ଼ିବାର ସାହସ ନାହିଁ । ଯେଉଁ ନେତା ଭାରତୀୟ ଜନତା ପାର୍ଟିର ୪୦ ବର୍ଷ ଧରି କାର୍ଯ୍ୟ କରି ଅସୁଛନ୍ତି, ଦେଶ ପାଇଁ ଓ ରାଜ୍ୟ ପାଇଁ ତଥା ନିଜ କ୍ଷେତ୍ର ପାଇଁ କାର୍ଯ୍ୟ କରୁଛନ୍ତି, ନିଜର ଜୀବନ ଦଳ ପାଇଁ ଦେଇଛନ୍ତି, ତାଙ୍କୁ ସେ କୁଜି ନେତା କହୁଛନ୍ତି । ଯାହା ନିଶ୍ଚୟ ପାଣ୍ଡିଆନ ବାବୁଙ୍କର ଲକ୍ଷ୍ମଣ ରେଖାର ଅତିକ୍ରମ ହେଇଗଲା । ଆଉ ତାଙ୍କର ଏଭଳି ବ୍ୟବହାର ଏବଂ ଓଡ଼ିଶାର ବରିଷ୍ଠ ନେତାଙ୍କୁ ଏଭଳି ହୀନ ଦୃଷ୍ଟିରେ ଦେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଓଡିଶାବାସୀଙ୍କ ପାଇଁ ଅପମାନ । ବିଜେପିର ସମସ୍ତ କର୍ମୀ, ନେତା, ସାଂସଦ ବେଶ ପରିଶ୍ରମ କରି ରାଜ୍ୟ ପାଇଁ କାର୍ଯ୍ୟ କରୁଛନ୍ତି । ଲୋକଙ୍କ ସେବା କରୁଛନ୍ତି । ଏଭଳି ସ୍ଥଳେ ଯିଏ ଥରେ ହେଲେ ବି ନିର୍ବାଚନ ଲଢ଼ିନଥିବା ବା ୱାର୍ଡ ମେମ୍ବରଟିଏ ବି ହେବାର ସାହସ ରଖୁନାହାନ୍ତି, ସେ ବିଜେପିର ବରିଷ୍ଠ ନେତାଙ୍କ ଉପରେ ଟିପ୍ପଣୀ ରଖୁଛନ୍ତି । ତାମିଲନାଡ଼ୁରୁ ଆସି ତାମିଲ ଭାଷାରେ ଓଡ଼ିଆ କହୁଛନ୍ତି । ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀଙ୍କ ନାଁରେ ଅପଶବ୍ଦ ବ୍ୟବହାର କହୁଛନ୍ତି । ତାହାର ମୁଁ ଘୋର ନିନ୍ଦା କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.