ETV Bharat / politics

ଆମ୍ବେଦକରଙ୍କ ଅଧୁରା ମିଶନ ପୂରଣ କରିବ BSP, ଜୟନ୍ତୀରେ ମାୟାବତୀଙ୍କ ଦୃଢୋକ୍ତି - Ambedkar Jayanti 2024

author img

By ETV Bharat Odisha Team

Published : Apr 14, 2024, 5:58 PM IST

Mayawati On Ambedkar Jayanti: ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀରେ ମାୟାବତୀ ଏକ୍ସରେ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଆଜି ଠାରୁ ସହାରନପୁରରୁ ନିଜର ପ୍ରଥମ ନିର୍ବାଚନ ପ୍ରଚାର ରାଲି ଆରମ୍ଭ କରିବା ସହ ଆମ୍ବେଦକରଙ୍କ ଅଧୁରା ମିଶନକୁ ପୂରଣ କରିବାକୁ ଦେଲେ ପ୍ରତିଶୃତି । ଅଧିକ ପଢନ୍ତୁ

ଆମ୍ବେଦକର ଜୟନ୍ତୀରେ ମାୟାବତୀଙ୍କ ଶ୍ରଦ୍ଧାଞ୍ଜଳି, ଆରମ୍ଭ ହେଲା ବିଏସପିର ନିର୍ବାଚନୀ ରାଲି

ଲକ୍ଷ୍ନୌ: ଆଜି ହେଉଛି ସମ୍ବିଧାନ ପ୍ରଣେତା ତଥା ଦଳିତଙ୍କ ଉଦ୍ଧାରକ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ । ଏହି କ୍ରମରେ ଉତ୍ତର ପ୍ରଦେଶରେ ବହୁଜନ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ଡ. ଆମ୍ବେଦକରଙ୍କ ଅବଦାନକୁ ମନେପକାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଜରିଆରେ ସେ ଶ୍ରଦ୍ଧା ସୁମନ ଜଣାଇଛନ୍ତି । ସେହିପରି ଆମ୍ବେଦକର ଜୟନ୍ତୀଠାରୁ ବିଏସପି ନିଜର ଲୋକସଭା ନିର୍ବାଚନ ପାଇଁ ରାଲିର ଶୁଭାରମ୍ଭ କରିଛି । ଏହାସହିତ ବାବା ଆମ୍ବେଦକରଙ୍କ ଅଧୁରା ଥିବା ମିଶନକୁ ତାଙ୍କ ଦଳ ପୂରଣ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଆମ୍ବେଦକର ଜୟନ୍ତୀ ଅବସରରେ ମାୟାବତୀ ଟ୍ବିଟ କରି କହିଛନ୍ତି, "ଦେଶର କୋଟି କୋଟି ଗରିବ, ଶୋଷିତ, ବଞ୍ଚିତ, ଉପେକ୍ଷିତମାନଙ୍କ ମସିହା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶତଶତ ନମନ ଏବଂ ଅପାର ଶ୍ରଦ୍ଧା ସୁମନ ଅର୍ପଣ କରୁଛି ।" ମାୟାବତୀ ବାବାସାହେବଙ୍କ ଅନୁଗାମୀମାନଙ୍କୁ ତାଙ୍କର ଆତ୍ମସମ୍ମାନ ଓ ସ୍ବାଭିମାନୀ ଆନ୍ଦୋଳନକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଅପିଲ କରିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କହିଛନ୍ତି ଯେ, ବାବାସାହେବଙ୍କ ଅଧୁରା ଥିବା ମିଶନକୁ ବିଏସପି ପୁରା କରିବ । ଏହା କେବଳ ଗୋଟିଏ ସ୍ଲୋଗାନ ନୁହଁ ବରଂ ଦୃଢ ସଂକଳ୍ପ ଓ ମିଶନ ଅଟେ, ଯାହାକୁ ନେଇ ପାର୍ଟି ତିଆରି ହୋଇଛି । ଏହା ସହ ଉତ୍ତର ପ୍ରଦେଶରେ ୪-୪ ଥର ସରକାର ମଧ୍ୟ ଗଠନ ହୋଇଛି । ତୃଣମୂଳ ସ୍ତରରେ ଏକଜୁଟ ହୋଇ ଲଢେଇ କରିବାକୁ ମାୟାବତୀ ଆହ୍ବାନ ଦେଇଛନ୍ତି । ଉତ୍ତରପ୍ରଦେଶରେ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛି ବିଏସପି । ଆଜିଠାରୁ ସହାରନପୁରରୁ ନିଜର ପ୍ରଥମ ରାଲି ବାହାର କରିଛି ବିଏସପି । ଏହାଛଡା ମୁଜ୍ଜଫରନଗରରେ ମଧ୍ୟ ଦଳୀୟ ପ୍ରାର୍ଥୀ ପାଇଁ ରାଲି ଆରମ୍ଭ କରିଛି ବିଏସପି । ଏଥର ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ।

ଏହା ମଧ୍ୟ ପଢନ୍ତୁ... ବିଜେପି ସଂକଳ୍ପପତ୍ର: ମହିଳା-ଯୁବକ-ଗରିବଙ୍କ ପାଇଁ ମୋଦିଙ୍କ ପ୍ରତିଶୃତି ବର୍ଷା, ଏସବୁ ବର୍ଗକୁ ଫୋକସ୍‌ - BJP Manifesto

ପୂର୍ବ ନିର୍ବାଚନରେ ବିଏସପି ସହାରନପୁରରେ ବିଜୟୀ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀରେ ଦଳିତ ଓ ମୁସଲିମ ଭୋଟ ସଂଖ୍ୟା ବେଶୀ ରହିଛି । ଆସନ୍ତା ଏପ୍ରିଲ ମାସର ୧୫ରେ ରାମପୁର ଓ ମୁରାଦାବାଦ, ୧୬ରେ ବିଜନୋର ଓ ନଗିନା, ୨୧ରେ ଗାଜିଆବାଦ, ବାଗପତ୍ ଓ ଅମରୋହା, ୨୨ରେ ଗୌତମବୁଦ୍ଧ ନଗର ଓ ବୁଲନ୍ଦସହର ଏବଂ ୨୩ରେ ହାପୁଡ ଓ ମେରଟରେ ବିଏସପି ନିର୍ବାଚନୀ ସଭା କରିବାକୁ ଯାଉଛି । ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସହିତ ମିଶି ବିଏସପି ଲଢିଥିଲା ଓ ପ୍ରାୟ ୧୦ଟି ସିଟରେ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.