ETV Bharat / politics

କଟକ ବିଜେଡିରେ ଗୋଷ୍ଠୀକନ୍ଦଳ ! ହୋଲି ଉତ୍ସବକୁ ଆସିଲେନି ମେୟର - Rift In Cuttack BJD

author img

By ETV Bharat Odisha Team

Published : Mar 25, 2024, 7:36 PM IST

Rift In Cuttack BJD: ହୋଲି ପାଇଁ ଆୟୋଜିତ ଏକ ଉତ୍ସବରେ କଟକ ମେୟର ଅନୁପସ୍ଥିତ ରହିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ଭିତରେ କନ୍ଦଳ ଦେଖାଦେଇଥିବା କୁହାଯାଉଛି । ଅଧିକ ପଢନ୍ତୁ

Rift In Cuttack BJD
Rift In Cuttack BJD

Rift In Cuttack BJD

କଟକ: ଜିଲ୍ଲାରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଚର୍ଚ୍ଚା ଜୋର ଧରିଛି । ହୋଲି ପାଇଁ ଆୟୋଜିତ ଏକ ଉତ୍ସବରେ ଦଳର ଭିତିରି କଥାକୁ ନେଇ ଆଲୋଚନା ହେଉଛି । ସୂଚନା ଅନୁସାରେ, କଟକ ଆକବରୀ ହୋଟେଲ ପରିସରରେ ହୋଲି ପାଇଁ ଏକ ଉତ୍ସବ ଆୟୋଜନ କରାଯାଇଥିଲା। କଟକ ଯୁବ ଛାତ୍ର ବିଜେଡି ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ଜିଲ୍ଲା ବିଜେଡି ସଭାପତି ତଥା ଦେବାଶିଷ ସାମନ୍ତରାୟଙ୍କ ସମେତ ଅନେକ ବରିଷ୍ଠ ନେତା ଏଥିରେ ଯୋଗଦେଇଥିଲେ । ମାତ୍ର ମେୟର ସୁବାସ ସିଂ ଅନୁପସ୍ଥିତ ଥିଲେ। ଯାହାକୁ ନେଇ ଦଳ ଭିତରେ ସବୁକିଛି ଠିକ ଚାଲିନଥିବା କୁହାଯାଉଛି। ଯଦିଓ ମେୟର କାହିଁକି ଅନୁପସ୍ଥିତ ଥିଲେ ତା'ର କାରଣ ଜଣାପଡ଼ିନାହିଁ, କିମ୍ବା କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ମାତ୍ର ତାଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିବା ଚର୍ଚ୍ଚା ହେଉଛି ।

ଏନେଇ କଟକ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, "ଏ କାର୍ଯ୍ୟକ୍ରମ ଯୁବ ଛାତ୍ର ଆୟୋଜନ କରିଥିଲା। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେମାନେ କାହାକୁ ଡାକିଛନ୍ତି କି ନଡାକିଛନ୍ତି ସେମାନେ ହିଁ କହି ପାରିବେ। କିନ୍ତୁ ପ୍ରଶ୍ନ ଉଠୁଛି, ସିଏମସି ଅଞ୍ଚଳର ସମସ୍ତଙ୍କୁ ଡକାଯାଇଥିଲା। କାହିଁକି ମେୟରଙ୍କୁ ଡକାଯାଇନଥିଲା ? ଏହାର ପଛରେ ଆଉ କିଛି କାରଣ ନାହିଁ ତ ? ଜିଲ୍ଲା ସଭାପତି ଏସବୁ ପ୍ରତି ଦୃଷ୍ଟି ଦେଇନାହାନ୍ତି କାହିଁକି ? ଚର୍ଚ୍ଚା ହେଉଛି ମେୟର ଏବଂ ଦେବାଶିଷଙ୍କ ମଧ୍ୟରେ ଫାଟ ରହିଛି। ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ...୩ ପ୍ରମୁଖ ଦଳ ନଜରରେ କଟକ ଲୋକସଭା ଆସନ; ବଢ଼ୁଛି ରାଜନୀତି ଉଷ୍ମତା, କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ? - Cuttack Lok Sabha Constituency

ସେହିପରି ବିଜେଡିର ବରିଷ୍ଠ ନେତା ତଥା ବାଙ୍କିର ପୂର୍ବତନ ବିଧାୟକ କହିଛନ୍ତି, "ଏହା ରାଜନୈତିକ କାର୍ଯ୍ୟକ୍ରମ ନଥିଲା । ହୋଲି ପାଇଁ ଏକ ଉତ୍ସବ ଆୟୋଜନ କରାଯାଇଥିଲା। କାହିଁକି ମେୟରଙ୍କୁ ନିମନ୍ତ୍ରଣ କରାଯାଇନଥିଲା ସେକଥା ମୁଁ ଜାଣିନାହିଁ । କାହାକୁ ଗେଷ୍ଟ କରାଯିବ କିମ୍ବା ନକରାଯିବ ସେକଥା ଆମକୁ ପଚରା ଯାଇନାହିଁ। ଆମକୁ ଡ଼କାଯାଇଥିଲା, ଆମେ ଆସିଛୁ ।" ଏହ ଦଳ ଭିତରେ ଥିବା ଫାଟକୁ ପଦାରେ ପକାଇଥିବା କୁହାଯାଉଛି।ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳ ନ ସଜାଡ଼ିଲେ ପରିସ୍ଥିତି କଣ ହେବ ତାହା ସମୟ ସାପେକ୍ଷ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.