ETV Bharat / politics

ଫେଲ ମାରିଲା 9ରୁ 90 ମିଶନ, ପଡିଲା AICC ଛାଟ ! ଭାଙ୍ଗିଲା ଓଡ଼ିଶା କଂଗ୍ରେସ କମିଟି - Odisha Pradesh Congress Committee

author img

By ETV Bharat Odisha Team

Published : Jul 21, 2024, 3:06 PM IST

Updated : Jul 21, 2024, 4:30 PM IST

Odisha Pradesh Congress Committee: ଭଙ୍ଗ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ଅଧିକ ପଢ଼ନ୍ତୁ

Odisha Pradesh Congress Committee
Odisha Pradesh Congress Committee (ETV Bharat Odisha)

ଭୁବନେଶ୍ବର: ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ପିସିସି ଓ କାର୍ଯ୍ୟକାରୀ କମିଟି ସମେତ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ମଣ୍ଡଳସ୍ତରୀୟ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ପରବର୍ତ୍ତୀ ଜିଲ୍ଲାସ୍ତରୀୟ କମିଟି ଗଠନ ହେବାଯାଏଁ ବର୍ତ୍ତମାନର ଜିଲ୍ଲା ସଭାପତିମାନଙ୍କୁ କାମଚଳା ସଭାପତି ଭାବେ ଦାୟିତ୍ବ ଦିଆଯାଇଛି । 2024 ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଦଳରେ ଅସନ୍ତୋଷ ଲାଗି ରହିଥିଲା । ଏହାରି ଉପରେ ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି ଏଆଇସିସି ।

ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟି ଭଙ୍ଗ ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । 2024 ସାଧାରଣ ନିର୍ବାଚନରେ ଓଡ଼ିଶାରେ 24 ବର୍ଷର ବିଜେଡି ସରକାର ଭାଙ୍ଗିଲା । ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ରାଜ୍ୟରେ ସରକାରକୁ ଆସିଲା । ହେଲେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଅଘୋଷିତ ମେଣ୍ଟକୁ ପ୍ରସଙ୍ଗ କରିଥିଲା କଂଗ୍ରେସ । ଯାହାକୁ ତୃଣମୂଳସ୍ତରରେ ପହଞ୍ଚାଇବାରେ ଅସଫଳ ହୋଇଥିଲେ ଦଳୀୟ ନେତୃବୃନ୍ଦ । ନିର୍ବାଚନ ଫଳାଫଳ ଦଳ ପାଇଁ ସନ୍ତୋଷଜନକ ହୋଇନାହିଁ । ସେଥିପାଇଁ ଦୀର୍ଘ ଦିନ ଧରି ପ୍ରଦେଶ କଂଗ୍ରେସ ନିଷ୍କ୍ରିୟ ହୋଇପଡିଥିଲା । ଦଳରେ ଅସନ୍ତୋଷର ନିଆଁ କୁହୁଳିଥିଲା । କିଛି ଛାମୁଆ ନେତାଙ୍କ ବହିଷ୍କାର, ପରେ ଖୋଦ ପିସିସି ସଭାପତିଙ୍କୁ ଦଳ ଭିତରେ ଜୋରଦାର ବିରୋଧର ସମ୍ମୁଖୀନ ମଧ୍ୟ କରିବାକୁ ପଡ଼ିଥିଲା ।

ଏସବୁ ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ଅତ୍ୟନ୍ତ ବିପର୍ଯ୍ୟୟ ଆଡକୁ ଠେଲି ଦେଇଥିଲା । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ପୂର୍ବରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା । ଏବେ ପ୍ରଦେଶ କଂଗ୍ରେସ କମିଟି ସହ ସମସ୍ତ କାର୍ଯ୍ୟକାରୀ କମିଟି ତଥା ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଓ ମଣ୍ଡଳସ୍ତରୀୟ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଅର୍ଥାତ ଓଡ଼ିଶା କଂଗ୍ରେସର ଖୁବଶୀଘ୍ର ହେବ ନବକଳେବର । ନୂଆ ପିସିସି ସମେତ ତୃଣମୂଳସ୍ତରରୁ ନୂଆ କମିଟି ଗଠନ କରାଯିବ । 24 ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର 14 ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । କୋରାପୁଟ ସାଂସଦ ସପ୍ତଗିରି ଉଲାକା ହିଁ ଏକମାତ୍ର କଂଗ୍ରେସ ସାଂସଦ ଭାବେ ନିର୍ବାଚନ ଜିତିଛନ୍ତି । ତେବେ ଜଣେ ବିଧାୟକଙ୍କୁ ନୂଆ ପିସିସି ସଭାପତି ଭାବେ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ଭଳି ଟାଣୁଆ ନେତା ପିସିସି ସଭାପତି ରେସ୍‌ରେ ଆଗରେ ଥିବା କୁହାଯାଉଛି । ଅନ୍ୟପଟେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ଜୟଦେବ ଜେନାଙ୍କ ଭଳି ବରିଷ୍ଠ ନେତାଙ୍କ ନାଁ ମଧ୍ୟ ପିସିସି ସଭାପତି ପାଇଁ ବିଚାରକୁ ନିଆଯାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ତାରା ନୁହେଁଁ; କଂଗ୍ରେସ ବିଧାୟକ ଦଳ ନେତା ହେଲେ କାଡ଼ାମ - Congress Legislature Party Leader

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 21, 2024, 4:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.