ETV Bharat / politics

ସୁରଟ ପରେ ଇନ୍ଦୋର; ଶେଷ ଦିନରେ ନାମାଙ୍କନ ପ୍ରତ୍ୟାହାର, ବିଜେପିରେ ମିଶିଲେ କଂଗ୍ରେସ ପ୍ରାର୍ଥୀ - Congress candidate join BJP

author img

By ETV Bharat Odisha Team

Published : Apr 29, 2024, 1:38 PM IST

Congress candidate withdraws nomination join BJP: ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ମିଶିଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ । ବିଜେପିକୁ ସ୍ବାଗତ କଲେ ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ । ଅଧିକ ପଢନ୍ତୁ

ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ମିଶିଲେ କଂଗ୍ରେସ ପ୍ରାର୍ଥୀ

ଭୋପାଲ: ଗୁଜୁରାଟର ସୁରଟ ପରି ମଧ୍ୟ ପ୍ରଦେଶରେ ମଧ୍ୟ କଂଗ୍ରେସକୁ ବଡ ଝଟକା ଲାଗିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ କଂଗ୍ରେସ ପ୍ରାର୍ଥୀ । ଇନ୍ଦୋର ସଂସଦୀୟ ଆସନରୁ କଂଗ୍ରେସ ଟିକେଟରେ ନାମାଙ୍କନ ଭରିଥିବା କଂଗ୍ରେସ ନେତା ଅକ୍ଷୟ କାନ୍ତି ବମ ଆଜି ନିଜ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ସେ ବିଜେପିରେ ସାମିଲ ମଧ୍ୟ ହୋଇଛନ୍ତି । ବରିଷ୍ଠ ବିଜେପି ନେତା ତଥା ମଧ୍ୟ ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କୈଳାଶ ବିଜୟବର୍ଗୀୟ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି । କୈଳାଶ ଏକ ଫଟୋ ମଧ୍ୟ ‘ଏକ୍ସ’ ପୋଷ୍ଟ କରିଛନ୍ତି ।

ତାଙ୍କ ସହ ଅକ୍ଷୟ ଓ ଅନ୍ୟ କିଛି ନେତା କାରରେ ଯାଉଥିବା ଫଟୋ ପୋଷ୍ଟ କରି ବିଜୟବର୍ଗୀୟ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାର୍ଟି ଅଧ୍ୟକ୍ଷ ଜେ.ପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ପ୍ରଦେଶ ବିଜେପି ଅଧ୍ୟକ୍ଷ ବି.ଡି ଶର୍ମାଙ୍କ ନେତୃତ୍ବରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଅକ୍ଷୟ ଶର୍ମାଙ୍କୁ ବିଜେପିକୁ ସ୍ବାଗତ ।

ମଧ୍ୟ ପ୍ରଦେଶର ଇନ୍ଦୋର ଆସନରେ ମେ’13 ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଚଳିତମାସ 25 ତାରିଖ ସୁଦ୍ଧା ସେଠାରେ ନାମାଙ୍କନ ଦାଖଲ ଶେଷ ହୋଇଥିଲା । ରାଜ୍ୟରେ ବିଜେପି ଶାସନରେ ଥିବା ବେଳେ ବିରୋଧୀ କଂଗ୍ରେସ କ୍ୟାମ୍ପରୁ ଅକ୍ଷୟ କାନ୍ତି 24 ତାରିଖରେ ନାମାଙ୍କନ ଭରିଥିଲେ । ଆଜି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା । ଅନ୍ତିମ ତାରିଖରେ ଅକ୍ଷୟ ଅପ୍ରତ୍ୟାଶିତ ଭାବେ ନାମାଙ୍କନ ପ୍ରତ୍ୟାହାର କରିବା ସହ ସିଧା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେବେ ଏହି ଆସନରେ ଏବେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଦେଇପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ :- ବଲାଙ୍ଗିରରେ କଂଗ୍ରେସର ‘ଜନ ଆଶୀର୍ବାଦ ଯାତ୍ରା’, ପୁଅ ପାଇଁ ନରସିଂହଙ୍କ କସରତ - Balangir congress

ତେବେ ନାମାଙ୍କନ ପ୍ରତ୍ୟାହାର ମାମଲାରେ ଅନ୍ୟ ଏକ ରୋଚକ ଘଟଣାକ୍ରମ କିଛି ଦିନ ତଳେ ସୁରଟରେ ଦେଖିବାକୁ ମିଳିଥିଲା । ପ୍ରସ୍ତାବକଙ୍କ ହସ୍ତାକ୍ଷରରେ ଚଞ୍ଚକତା କରାଯାଇଥିବା ଅଭିଯୋଗରେ କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ପ୍ରାର୍ଥୀପତ୍ର ନାକଚ କରିଦେଇଥିଲେ ନିର୍ବାଚନ ଅଧିକାରୀ । କଂଗ୍ରେସ ପ୍ରାର୍ଥୀଙ୍କ ନାମ ରଦ୍ଦ ହେବା ପରେ ଅନ୍ୟ ଦଳର 8 ପ୍ରାର୍ଥୀ ମଧ୍ୟ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଫଳରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜେତା ଘୋଷିତ ହୋଇଥିଲେ । ଏବେ ମଧ୍ୟ ପ୍ରଦେଶ ଇନ୍ଦୋରରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.