ETV Bharat / politics

ଅଜିତ ପାୱାରଙ୍କୁ ଅସଲି NCP ମାନ୍ୟତା ପ୍ରସଙ୍ଗ, ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଶରଦଙ୍କ ଅନୁରୋଧ

author img

By ETV Bharat Odisha Team

Published : Feb 16, 2024, 6:13 PM IST

Ajit Pawar seeks urgent hearing in SC: ଅଜିତ ପାୱାରଙ୍କୁ ଅସଲି NCP ମାନ୍ୟତା ପ୍ରସଙ୍ଗ । ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଶରଦଙ୍କ ଅନୁରୋଧ । ଅଧିକ ପଢନ୍ତୁ

Ajit Pawar
Ajit Pawar

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଅଜିତ ଗୋଷ୍ଠୀଙ୍କୁ ଅସଲି ଏନସପି ମାନ୍ୟତା ପ୍ରଦାନ କରିବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛି ଏନସିପି ବନାମ ଏନସିପି ଲଢେଇ । ଫେବୃଆରୀ ୧୩ରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ନ୍ୟାସନାଲ କଂଗ୍ରେସ ପାର୍ଟି (NCP)ର ପ୍ରତିଷ୍ଠାତା ଶରଦ ପାୱାର ସର୍ବୋଚ୍ଚ ଅଦାଲତଙ୍କ ଦାରସ୍ଥ ହୋଇଥିଲେ । ଆଜି (ଶୁକ୍ରବାର) ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଶରଦ । ତେବେ ସୁପ୍ରିମକୋର୍ଟ ଏହି ତୁରନ୍ତ ଶୁଣାଣି ଅନୁରୋଧ ଉପରେ ବିଚାର କରିବେ ବୋଲି କହିଥିବା ଜଣାପଡ଼ିଛି ।

ଶରଦ ପାୱାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ଅଜିତ ପାୱାର ଗୋଷ୍ଠୀଙ୍କୁ NCPର ନିର୍ବାଚନୀ ସଙ୍କେତ 'କାନ୍ଥ ଘଣ୍ଟା' ପ୍ରଦାନ ନେଇ ନିର୍ବାଚନୀ ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବା ଲାଗି ଅନୁରୋଧ କରାଯାଇଥିଲା । ଏନେଇ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘବି କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଆଦେଶ ଅନୁସାରେ ଶରଦ ପାୱାରଙ୍କୁ ଅଜିତ ପାୱାରଙ୍କ ହ୍ବିପର ସାମ୍ନା କରିବାକୁ ପଡ଼ିପାରେ । ଏଣୁ ଏହି ମାମଲାର ତୁରନ୍ତ ଶୁଣାଣି ଆବଶ୍ୟକ । ମୁଖ୍ୟ ବିଚରାପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲା ଉପରେ ତୁରନ୍ତ ଶୁଣାଣି ଲାଗି ବିଚାର କରିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ସୁପ୍ରିମକୋର୍ଟରେ ଶରଦ ପାୱାର, ଅଜିତ ପାୱାରଙ୍କୁ ଅସଲି NCP ମାନ୍ୟତା ପ୍ରଦାନକୁ କଲେ ଚ୍ୟାଲେଞ୍ଜ

ଗତ କିଛି ମାସ ଧରି ପ୍ରକୃତ ଏନସିପି ମାନ୍ୟତା ପାଇବା ଲାଗି ଦାଦା ଶରଦ ପାୱାର ଓ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିଲା । ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଶୁଣାଣି ହୋଇଥିଲା । ପ୍ରାୟ ୧୦ରୁ ଅଧିକ ଶୁଣାଣି ପରେ ଫେବୃଆରୀ ୬ ତାରିଖରେ ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ମାନ୍ୟତା ପ୍ରଦାନ କରିଥିଲେ ନିର୍ବାଚନ ଆୟୋଗ । ଏହାର ଅର୍ଥ ଏନସିପି ନାମ ଓ ଏହାର ନିର୍ବାଚନୀ ସଙ୍କେତ ଅଜିତ ପାୱାରଙ୍କ ନିକଟରେ ରହିବ । ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରି NCPର ପ୍ରତିଷ୍ଠାତା ଶରଦ ପାୱାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢନ୍ତୁ- ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ଘୋଷଣା କଲେ ନିର୍ବାଚନ ଆୟୋଗ

ଏହାସହିତ ମହାବିକାଶ ଅଗାଡି ମେଣ୍ଟରେ ଏନସିପିର ସହଯୋଗୀ ଦଳ ଭାବେ ଉଦ୍ଧବ ଶିବସେନା ଗୋଷ୍ଠୀ ଓ କଂଗ୍ରେସ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲା । ସୂଚନା ଥାଉ କି ଗତ ବର୍ଷ ପୁତୁରା ଅଜିତ ପାଓ୍ବାର ନିଜର କିଛି ସମର୍ଥିତ ବିଧାୟକଙ୍କ ସହ ସିନ୍ଦେ ଗୋଷ୍ଠୀ ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇଥିଲେ । ଏହାପରେ ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିଥିଲା । ତାଙ୍କର କିଛି ସମର୍ଥିତ ବିଧାୟକଙ୍କୁ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଏହା ବିରୋଧରେ ଶରଦଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗରେ ଅଭିଯୋଗ କରିବା ପରେ ଅଜିତ ଗୋଷ୍ଠୀ ମଧ୍ୟ ନିଜକୁ ମୁଖ୍ୟ ଏନସିପି ବୋଲି ଦାବି କରି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.