ETV Bharat / politics

ବଲାଙ୍ଗିରରେ ଗର୍ଜିଲେ ରାହୁଲ, ଉତ୍ସାହିତ କଂଗ୍ରେସ କ୍ୟାମ୍ପ - Rahul Gandhi campaign in Balangir - RAHUL GANDHI CAMPAIGN IN BALANGIR

Rahul Gandhi campaign in Balangir: ବଲାଙ୍ଗିରରେ ଗର୍ଜିଲେ ରାହୁଲ, ଉତ୍ସାହିତ କଂଗ୍ରେସ କ୍ୟାମ୍ପ ।

ବଲାଙ୍ଗିରରେ ଗର୍ଜିଲେ ରାହୁଲ, ଉତ୍ସାହିତ କଂଗ୍ରେସ କ୍ୟାମ୍ପ
ବଲାଙ୍ଗିରରେ ଗର୍ଜିଲେ ରାହୁଲ, ଉତ୍ସାହିତ କଂଗ୍ରେସ କ୍ୟାମ୍ପ (PIC- ETV Bharat Odisha)
author img

By ETV Bharat Odisha Team

Published : May 16, 2024, 11:34 AM IST

ବଲାଙ୍ଗିରରେ ଗର୍ଜିଲେ ରାହୁଲ, ଉତ୍ସାହିତ କଂଗ୍ରେସ କ୍ୟାମ୍ପ (ETV Bharat Odisha)

ବଲାଙ୍ଗିର: ଜିଲ୍ଲାରେ ରାଜନୀତି ପାଣିପାଗ ଏବେ ସବୁଠୁ ଚର୍ଚ୍ଚାରେ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବା ପରେ ସବୁ ରାଜନୈତିକ ଦଳର ଆଖି ଉପରେ ବଲାଙ୍ଗିର ନିର୍ବାଚନ ଫଳାଫଳ ଉପରେ । ଗତକାଲି କଂଗ୍ରେସର ଷ୍ଟାର ପ୍ରଚାରକ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବଲାଙ୍ଗିରରେ ହାଇଭୋଲଟେଜ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ରାଜ୍ୟରେ ଓ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳକୁ କଡା ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲଙ୍କ ଏହି ଗସ୍ତ ପରେ କଂଗ୍ରେସ କ୍ୟାମ୍ପରେ ଉତ୍ସାହ ଦେଖିବାକୁ ମିଳିଛି ।

ତେବେ ଗତକାଲି ରାହୁଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ‘କଂଗ୍ରେସ ଗ୍ୟାରେଣ୍ଟି’ ଉନ୍ମୋଚନ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ । ତାଙ୍କର ଏହି ଅଭିଭାଷଣ ଆଗକୁ ପ୍ରଭାବ ପକାଇବ ନା ନାହିଁ ତାକୁ ନେଇ ଏବେ ଚର୍ଚା ହେଉଛି । ସେପଟେ ଏହି ଗସ୍ତ ପରେ କଂଗ୍ରେସ ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି । ତାଙ୍କର ଏହି ଗସ୍ତ ସାରା ଓଡ଼ିଶାରେ ପଡିବ ବୋଲି କଂଗ୍ରେସର ବରିଷ୍ଠ ନେତା କହିଛନ୍ତି । ଏହିପରି କୋରାପୁଟ ଜୟପୁରର ଟାଣୁଆ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ ସାରା ଓଡ଼ିଶାରେ ପଡିବ । ଚାଷୀ ମୂଲିଆଠୁ ନେଇ ଛାତ୍ର, ଯୁବକ-ଯୁବତୀ ମହିଳା ଆଦିବାସୀ ଓ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କଂଗ୍ରେସ ଆଣିବ ବୋଲି କହିଛନ୍ତି ତାରା ।

ଏହା ମଧ୍ୟ ପଢନ୍ତୁ:- ଆସୁଛନ୍ତି ଖଡ୍‌ଗେ: ଭୁବନେଶ୍ବରରେ ପ୍ରେସମିଟ୍‌, କନ୍ଧମାଳରେ କରିବେ ପ୍ରଚାର - Mallikarjun Kharge to visit Odisha

ସେପଟେ କଂଗ୍ରେସର କେନ୍ଦ୍ର ନେତାଙ୍କ ଗସ୍ତକୁ ନେଇ ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, ଏଭଳି ନେତା ସବୁଥର ଆସନ୍ତି । ହେଲେ ଏଠିକାର ଲୋକ ବିଜେଡି ଓ ନବୀନଙ୍କ ଉପରେ ଭରସା କରନ୍ତି । ନବୀନଙ୍କର ଜଣକଲ୍ୟାଣ ଯୋଜନା ସମସ୍ତ ବର୍ଗର ଲୋକଙ୍କ ପାଇଁ ରହିଛି । ସମସ୍ତେ ଏହାର ଲାଭ ପାଉଛନ୍ତି । ତେଣୁ ଅନ୍ୟ ଦଳର ନେତାଙ୍କ ଗସ୍ତର କିଛି ପ୍ରଭାବ ପଡିବନାହିଁ । ଏଠି ବିଜେଡି ହିଁ ବିଜୟୀ ହେବ । ତେବେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ତିନି ପ୍ରମୁଖ ଦଳ ବିଜେଡି ଓ ବିଜେପି ଓ କଂଗ୍ରେସ ମଧ୍ୟରେ ମୁଖ୍ୟ ଲଢେଇ ହେଉଛି । ରାଜ୍ୟରେ କିନ୍ତୁ ବିଜେଡି ଓ ବିଜେପି ମଧ୍ୟରେ ବିଭିନ୍ନ ସ୍ଥାନରେ ଲଢେଇ ହେଉଛି ।

ଇଟିଭି ଭାରତ, ବଲାଙ୍ଗିର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.