ETV Bharat / opinion

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର କିଏ, ହାରିସ ନା ଟ୍ରମ୍ପ - US president election - US PRESIDENT ELECTION

US PRESIDENT ELECTION: ଆମେରିକାର ନିର୍ବାଚନୀ ବ୍ୟବସ୍ଥା କିପରି ଓ ଭାରତଠାରୁ କେତେ ଭିନ୍ନ । କେଉଁ ରାଜ୍ୟମାନଙ୍କୁ କୁହାଯାଏ ବ୍ୟାଟେଲ ଗ୍ରାଉଣ୍ଡ ଟେଷ୍ଟ । ଏଥର କିଏ ଜିତିବେ, ହାରିସ ନା ଟ୍ରମ୍ପ । ପଢନ୍ତୁ ରାଜକମଲ ରାଓଙ୍କ ଆଲେଖ୍ୟ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର କି’ଏ, ହାରିସ ନା ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର କି’ଏ, ହାରିସ ନା ଟ୍ରମ୍ପ (ETV Bharat Odisha)
author img

By Rajkamal Rao

Published : Aug 22, 2024, 4:32 PM IST

ହାଇଦ୍ରାବାଦ: ଚଳିତବର୍ଷ ନଭେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନର ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ସ ପାର୍ଟି ନେତା ବାଇଡେନ ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି । ତାଙ୍କ ସ୍ଥାନରେ ତାଙ୍କର ଡେପୁଟି ତଥା ଆମେରିକାର ଉପରାଷ୍ଟ୍ରପତି ଥିବା କମଲା ହାରିସଙ୍କୁ ଦଳ ପ୍ରାର୍ଥୀ କରିଛି । କମଲାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଚଳିତଥର କ୍ରମାଗତ ତିନିଥର ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ଗତଥର ବାଇଡେନଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ତାଙ୍କର ମୁକାବିଲା ହାରିସଙ୍କ ସହ ହେବାକୁ ଯାଉଛି । ଯାହା ଉପରେ ବିଶ୍ବର ପ୍ରାୟ ସମସ୍ତ ଦେଶଙ୍କ ନଜର ରହିଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର କି’ଏ, ହାରିସ ନା ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର କି’ଏ, ହାରିସ ନା ଟ୍ରମ୍ପ (ETV Bharat Odisha)

ନିର୍ବାଚନ ପାଇଁ କେତକ ସଂସ୍ଥା ପୂର୍ବାନୁମାନ ଜାରି କରିଥିବା ବେଳେ ଏହାକୁ ଭାରତ ସହ ଯୋଡିକରି ଦେଖାଯାଇ ପାରେ । କେତେକ ସଂସ୍ଥା କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି 320 ଆସନ ଜିତିବ ବୋଲି ପୂର୍ବାନୁମାନ କରିଥିଲେ । ହେଲେ ବାସ୍ତବିକ ଫଳାଫଳ ଏହା ଠାରୁ ବେଶ କମରେ ରହିଥିଲା । ବିଜେପି ମାତ୍ର 240 ଆସନ ଜିତିଥିଲା । ଯାହା ସଂଖ୍ୟା ଗରିଷ୍ଠତା ଠାରୁ ମଧ୍ୟ କମ ଥିଲା । ଦଳ ଏକକ ସରକାର ଗଠନ କରିପାରିଲା ନାହିଁ ।

  • ଆମେରିକା ନିର୍ବାଚନ ଜଟିଳତା:-

ଆମେରିକାରେ ସଠିକ୍ ମତଦାନ ଅତ୍ୟନ୍ତ ଜଟିଳ । ପୋଲ ନମୁନା ଗୁଡିକ ଦୁଇ ପ୍ରକାର ସଙ୍କେତ ଦେଉଛନ୍ତି । ଗୋଟିଏ ପ୍ରଣାଳୀରେ ଏହା ହାରିସଙ୍କ ସପକ୍ଷରେ ଫଳାଫଳ ପ୍ରଦାନ କରୁଛି । ଅନ୍ୟଟି କେତେକ ପ୍ରଣାଳୀ ଟ୍ରମ୍ପଙ୍କ ନିର୍ବାଚନ ବିଜୟୀ ହେବା କଥା ଦର୍ଶାଉଛି । ଏକ ବୃହତ ଗଣତନ୍ତ୍ର ହୋଇଥିଲେ ସୁଦ୍ଧା ଆମେରିକାରେ ଭୋଟରଙ୍କ ଅଂଶଗ୍ରହଣ ଅପେକ୍ଷାକୃତ କମ । 2016ରେ ଦେଶର ମୋଟ ଭୋଟରଙ୍କ ମଧ୍ୟରୁ ମାତ୍ର 55% ମତଦାନରେ ଅଂଶଗ୍ରହଣ କରିଥିଲେ । ଭାରତରେ, 2024 ରେ ହୋଇଥିବା ସାଧାରଣ ନିର୍ବାଚନରେ ଏହି ସଂଖ୍ୟା ପ୍ରାୟ 66% ଥିଲା । ଯେତେବେଳେ ମତଦାନର ଏହି ତଥ୍ୟ ବା ପ୍ରତିଶତକୁ ଆକଳନ କରାଯାଏ, ହାର କମିବାର ଏହି କାରଣଗୁଡିକୁ ସଂଶୋଧନ କରିବାକୁ ସଂଗୃହିତ ତଥ୍ୟକୁ ତର୍ଜମା କରାଯାଏ । ଏଗୁଡ଼ିକରେ ଥିବା ତ୍ରୁଟି ମତଦାନ ଫଳାଫଳକୁ ଯଥେଷ୍ଟ ମାତ୍ରାରେ ପ୍ରଭାବିତ କରିପାରେ ।

ଆମେରିକୀୟ ନିର୍ବାଚନର ଭିନ୍ନତା:-

ଆମେରିକୀୟ ନିର୍ବାଚନରେ ଭାରତ ଅପେକ୍ଷା ପରିଚାଳନାଗତ ଭିନ୍ନତା ରହିଛି । ଭାରତର ନିର୍ବାଚନ ଆୟୋଗ ପରି କୌଣସି କେନ୍ଦ୍ରୀୟ ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷ ନାହାଁନ୍ତି । ନିର୍ବାଚନ ଏକ ଅନ୍ତଃ ରାଜ୍ୟ ପ୍ରସଙ୍ଗ । ଆମେରିକାର 50ଟି ରାଜ୍ୟ ଅଛି । ଏହା ସହିତ କଲମ୍ବିଆ ଜିଲ୍ଲାରେ ଯେଉଁଠାରେ ରାଜଧାନୀ ୱାଶିଂଟନ ରହିଛି । ପ୍ରତ୍ୟେକ ରାଜ୍ୟର ଭିନ୍ନ ତଥା ନିଜସ୍ୱ ନିୟମ ରହିଛି ।

ସିଧା ନିର୍ବାଚିତ ହୁଅନ୍ତି ରାଷ୍ଟ୍ରପତି:-

ଭାରତରେ ନିର୍ବାଚିତ ସାଂସଦମାନେ ପରୋକ୍ଷରେ ନେତା ନିର୍ବାଚିତ କରନ୍ତି । ସଂଖ୍ୟାଗରିଷ୍ଠ ଦଳର ସଂସଦୀୟ କମିଟି ନେତା ନିର୍ବାଚିତ କରିବା ପରେ ସେ ହିଁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥାନ୍ତି । ମାତ୍ର ଆମେରିକାରେ ଏଥିରେ ଭିନ୍ନ ପ୍ରକ୍ରିୟା ରହିଥାଏ । ସେଠାରେ ସିଧାସଳଖ ରାଷ୍ଟ୍ରପତି ନିର୍ବାଚନ ଲଢନ୍ତି । ଭୋଟରମାନେ ରାଷ୍ଟ୍ରପତିଙ୍କୁ ସିଧା ଭୋଟ ଦେଇଥାନ୍ତି । ପ୍ରତ୍ୟକ୍ଷ ଭୋଟରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ତେବେ ଏହି କ୍ରମରେ ଦେଖିବାକୁ ଗଲେ କମଲା ହାରିସ ଓ ଟ୍ରମ୍ପଙ୍କୁ ବ୍ୟକ୍ତିଗତ ଭାବେ ମିଳିଥିବା ଭୋଟ ହିଁ ଫଳାଫଳକୁ ସିଧା ପ୍ରଭାବିତ କରିବ ।

ଆମେରିକୀୟ କେନ୍ଦ୍ରୀୟ ବ୍ୟବସ୍ଥା:-

ଆମେରିକାର ସମ୍ବିଧାନ ଅନୁଯାୟୀ ପ୍ରତ୍ୟକ୍ଷ ନିର୍ବାଚିତ ସଦନ (ଭାରତର ଲୋକସଭା ପରି ) ବା ହାଉସଅଫ ରିପ୍ରେଜେଣ୍ଟଟିଭରେ ମୋଟ 438 ସଦସ୍ୟ ଏବଂ ଆମେରିକା ସିନେଟ (ରାଜ୍ୟସଭା ପରି ଉଚ୍ଚସଦନ)ରେ 100 ସଦସ୍ୟ ରହିବାର ବ୍ୟବସ୍ଥା ରହିଛି । ଏହା ମୋଟ 538 ଆସନ ସହ କେନ୍ଦ୍ରୀୟ ବ୍ୟବସ୍ଥାପିକା ଗଠନ କରେ । ପ୍ରତ୍ୟେକ ସଦସ୍ୟଙ୍କର ଗୋଟିଏ ଲେଖାଏଁ ଭୋଟ ଥାଏ । ଏହା ଲୋକସଂଖ୍ୟା ଆଧାରରେ ଆବଣ୍ଟନ ହୋଇଥାଏ । ଏହି ସଂଖ୍ୟା ରାଜ୍ୟ ବିଶେଷରେ ଭିନ୍ନ ମଧ୍ୟ ଥାଏ । ଯେପରିକି କାଲିଫର୍ଣ୍ଣିଆରେ 52 ସଦସ୍ୟ ରହିଛନ୍ତି । ସେହିପରି ଟେକ୍ସାସରେ 38 ସଦସ୍ୟ ରହିଛନ୍ତି । 100 ଜଣ ସିନେଟରଙ୍କୁ ପ୍ରତ୍ୟକ ରାଜ୍ୟରେ ଭାଗ କରାଯାଇଥାଏ । ପ୍ରତ୍ୟକ ରାଜ୍ୟରେ ଦୁଇଜଣ ଲେଖାଏଁ ସିନେଟର ଥାନ୍ତି । ମାତ୍ର କଲମ୍ବିଆ ଜିଲ୍ଲା (ଡିସି)ରେ କୌଣସି ସିନେଟର ପ୍ରତିନିଧିତ୍ୱ ନାହିଁ । ତେଣୁ କାଲିଫର୍ଣ୍ଣିଆରେ 54ଟି ଭୋଟ୍ (52 ନିର୍ବାଚିତ ହାଉସ+ 2ଟି ସିନେଟ୍), ଟେକ୍ସାସରେ 40 ଟି ଭୋଟ (38 ନିର୍ବାଚିତ ସଦନ+ 2 ସିନେଟ) ଏବଂ ୱ୍ୟୋମିଙ୍ଗ ରାଜ୍ୟ ପାଇଁ 3ଟି ଭୋଟ ଅଛି (1 ହାଉସ + 2 ସିନେଟ୍) |

କେଉଁ ରାଜ୍ୟମାନଙ୍କୁ କୁହଯାଏ ‘ବ୍ୟାଟେଲ ଗ୍ରାଉଣ୍ଡ ଷ୍ଟେଟ’ !

ହାରିସ୍ ସମ୍ଭବତଃ କାଲିଫର୍ଣ୍ଣିଆରେ ଜିତିପାରନ୍ତି । କାରଣ ସେଠାରେ ତାଙ୍କର ଆଦର୍ଶଗତ ଗ୍ରହଣୀୟତା ଭଲ ରହିଛି । ସେହିପରି ଟ୍ରମ୍ପ ସମ୍ଭବତଃ ଟେକ୍ସାସ ଏବଂ ଫ୍ଲୋରିଡା ଜିତିପାରନ୍ତି । କାରଣ ଏଠାରେ ତାଙ୍କର ଭଲ ପ୍ରଦର୍ଶନ ଓ ଲୋକପ୍ରିୟତା ରହିଛି । ତେଣୁ ପେନସିଲଭାନିଆ, ମିଚିଗାନ, ୱିସ୍କନ୍ସିନ, ଜର୍ଜିଆ, ଆରିଜୋନା, ଉତ୍ତର-କାରୋଲିନା ଏବଂ ନେଭାଡା ରାଜ୍ୟର ନିର୍ବାଚନୀ ଫଳାଫଳ ରାଷ୍ଟ୍ରପତି ନିର୍ବାଚନରେ ଗେମ ଚେଞ୍ଜର ହେବାକୁ ଯାଉଛି । ତଥାପି ଏଥର ଏକ ଏକାପାଖିଆ ଫଳାଫଳ ଆଶା କରାଯାଉନି । ବେଶ ନିକଟତର ପ୍ରତିଦ୍ବନ୍ଦ୍ବିତା ଭାବେ ଫଳାଫଳ ଆସିବା ନେଇ ଅନୁମାନ କରାଯାଉଛି ।

2024 ନିର୍ବାଚନ କିଏ ଜିତିବ ?

ଏକ ପ୍ରମୁଖ ପୋଲଓ୍ବାଚ ‘ରିଅଲ୍ କ୍ଲାର୍ ପଲିଟିକ୍ସ’ର ସଦ୍ୟତମ ସର୍ଭେ ଅନୁଯାୟୀ, ଜାତୀୟ ସ୍ତରରେ ଟ୍ରମ୍ପଙ୍କ ଉପରେ ହ୍ୟାରିସ ଭାରି ପଡିବେ । ଟ୍ରମ୍ପଙ୍କ ତୂଳନାରେ କମଲା ହାରିସ ପ୍ରାୟ 1.5% ମାର୍ଜିନ ସହ ଆଗରେ ରହିବେ । ତଥାପି ଏହି ସର୍ଭେରେ ପରିସଂଖ୍ୟାନଗତ ତ୍ରୁଟି ମଧ୍ୟ ରହିଛି । କିନ୍ତୁ ଯେପରି ଆମେ ଦେଖିଛୁ, ଜାତୀୟ ଲୋକପ୍ରିୟ ଭୋଟ୍ ଲିଡ କରିବାର ବିଶେଷ ଅର୍ଥ ନଥାଏ । ଆମେରିକାରେ 7ଟି ରାଜ୍ୟକୁ ନିର୍ବାଚନୀ ଗେମଚେଞ୍ଜର ଭାବେ ଗ୍ରହଣ କରାଯାଏ । ଲୋକସଂଖ୍ୟା ଓ କେନ୍ଦ୍ରୀୟ ବ୍ୟବସ୍ଥାପିକାରେ ଅଧିକ ସଦସ୍ୟ ଥିବାରୁ ଏହି ବଡ ରାଜ୍ୟମାନେ ଫଳାଫଳକୁ ବିଶେଷ ଭାବେ ପ୍ରଭାବିତ କରିଥାନ୍ତି । ତେଣୁ ଟ୍ରମ୍ପ ଯଦି 7ଟି ରାଜ୍ୟ ମଧ୍ୟରୁ 5ଟିରେ ଭଲ ପ୍ରଦର୍ଶନ କରନ୍ତି , ତେବେ ସେ ହ୍ବାଇଟ ହାଉସକୁ ଫେରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.