ETV Bharat / opinion

ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜୀବନଧାରଣ ପାଇଁ ଖର୍ଚ୍ଚରେ ପାର୍ଥକ୍ୟ, କ'ଣ କହୁଛି ସର୍ବେକ୍ଷଣ ତଥ୍ୟ ?

author img

By ETV Bharat Odisha Team

Published : Mar 2, 2024, 7:52 AM IST

Household Consumption: ଘରୋଇ ଖର୍ଚ୍ଚ ସର୍ଭ ରିପୋର୍ଟ ପ୍ରକାଶ ପାଇଛି । ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ରହୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆୟ ବିଷୟରେ ଜଣାପଡ଼ିଛି । ଏହାକୁ ନେଇ ପଢନ୍ତୁ ତୁଳସୀ ଜୟକୁମାରଙ୍କ ଆଲେଖ୍ୟ

Household Consumption
Household Consumption

ଲେଖକ:-ତୁଳସୀ ଜୟକୁମାର

ହାଇଦ୍ରାବାଦ: ନିକଟରେ ଘରୋଇ ଖର୍ଚ୍ଚ ସର୍ଭ ରିପୋର୍ଟ ପ୍ରକାଶ ପାଇଛି । Household Consumption Expenditure Survey (HCES) 2022-23 ରିପୋର୍ଟରେ ମୁଣ୍ଡ ପିଛା ମାସିକ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି । ଏହି ସର୍ଭେ ଦ୍ବାରା ଦେଶର ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ରହୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆୟ ସମ୍ପର୍କରେ ତଥ୍ୟ ଜଣାପଡ଼ିଛି । ଲୋକଙ୍କ ଜୀବନଶୈଳୀ ବିଷୟରେ ଏହି ସର୍ଭେ ମାଧ୍ୟମରେ ଅନେକ ସୂଚନା ମିଳିଛି । ପୂର୍ବ ତୁଳନାରେ ବର୍ତ୍ତମାନର ତଥ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ଥିବା ଜଣାପଡ଼ିଛି । କାରଣ ପ୍ରାୟ ୧୧ ବର୍ଷ ପରେ ଏହି ସର୍ଭେ କରାଯାଇଛି । ଯେଁଉଥିରେ ୨୦୨୨-୨୩ ବର୍ଷରେ ୫୮ଟି ବିଷୟକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଖାଦ୍ୟ ପଦାର୍ଥ, ଉପଭୋଗ ସାମଗ୍ରୀ ଭଳି ଅନେକ ଦ୍ରବ୍ୟର ଖର୍ଚ୍ଚ ବିଷୟରେ ଏଥିରେ ଦର୍ଶାଯାଇଛି । ଏହି ସର୍ଭେରେ ମୁଖ୍ୟତଃ ୩ଟି ପ୍ରଶ୍ନକୁ ଅଧିକ ଗୁରୁତ୍ବ ଦିଆଯାଇଛି । ପୂ୍ର୍ବରୁ ପେନ୍ ପେପର ସାହାଯ୍ୟରେ କରାଯାଉଥିବା ମାନୁଆଲ ସର୍ଭେ ଅପେକ୍ଷା ଏହା ଭିନ୍ନ ରହିଛି । କାରଣ ଚଳିତ ଥର କରାଯାଇଥିବା ସର୍ଭେ ପାଇଁ ବ୍ୟବହୃତ ହୋଇଛି ଅତ୍ୟାଧୁନିକ କମ୍ପ୍ୟୁଟର । ସର୍ଭେରୁ ମିଳିଥିବା ତଥ୍ୟ ଅନେକ ସକରାତ୍ମକ ଦିଗକୁ ଦର୍ଶାଇଛି । ଗ୍ରାମୀଣ ଓ ସହରାଞ୍ଚଳରେ ଭାରତୀୟ ପରିବାରର ମୁଣ୍ଡ ପିଛା ଖର୍ଚ୍ଚ ମଧ୍ୟରେ ବ୍ୟବଧାନ ହ୍ରାସ ପାଉଛି । ୨୦୦୪-୦୫ରୁ ଆରମ୍ଭ କରି ୨୦୨୨-୨୩ ମଧ୍ୟରେ ୯୦.୮ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ ପାଇଛି ଏହି ଖର୍ଚ୍ଚ । ଏହି ଅଗ୍ରଗତି ସତ୍ତ୍ବେ ମଧ୍ୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖର୍ଚ୍ଚର ବ୍ୟବଧାନ ୭୧.୨ ପ୍ରତିଶତ ରହିଛି ।

ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ, ସହରରେ ବସବାସ କରୁଥିବା ପରିବାର ମାସିକ ଖର୍ଚ୍ଚରେ 6 ହଜାର 459 ଟଙ୍କା ଖର୍ଚ୍ଚ କରନ୍ତି । ଯେତେବେଳେ କି ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ମାସକୁ 3 ହଜାର 773 ଟଙ୍କା ଖର୍ଚ୍ଚ କରନ୍ତି । ବର୍ତ୍ତମାନ ସ୍ଥିତିରେ ଅର୍ଥନୈତିକ ଅସମାନତାକୁ ଦୂର କରିବା ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସୁଯୋଗର ସମାନ ସୁବିଧା ଉପଲବ୍ଧ କରାଇବାର ଆବଶ୍ୟକତା ରହିଛି । ସେହିପରି 1999 ମସିହା, 1999-2000 ଓ 2022–23 ପର୍ଯ୍ୟନ୍ତ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଶସ୍ୟ ଏବଂ ଖାଦ୍ୟ ସାମଗ୍ରୀ ଉପରେ ଖର୍ଚ୍ଚର ଅଂଶ ଯଥେଷ୍ଟ ହ୍ରାସ ପାଇଛି । ଏହି ପରିସଂଖ୍ୟାନକୁ ଦେଖିଲେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପରିବାର ଦ୍ବାରା ପାନୀୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉପରେ ବ୍ୟୟ ବୃଦ୍ଧି ଘଟିଥିବା ଜଣାପଡ଼ିଛି । ବିଭିନ୍ନ ସମୟରେ ସରକାର ଖାଦ୍ୟ ଶସ୍ୟ ପ୍ରଦାନ କରୁଥିବାବେଳେ ଏହାର ସାମଗ୍ରୀକ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ଯାହା ଫଳରେ ଏହା କିଛି ମାତ୍ରାରେ ଖର୍ଚ୍ଚ ରୋକିବାରେ ସହାୟକ ହୋଇଛି । ସେହିପରି ସର୍ଭିସ ବା ସେବା ଓ ସ୍ଥାୟୀ ସାମଗ୍ରୀ ବର୍ଗରେ ହେଉଥିବା ଖର୍ଚ୍ଚ ସମ୍ପର୍କରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ତେଣୁ ଆଗକୁ ମୁଦ୍ରାସ୍ଫୀତି ସହ ଜଡ଼ିତ ସମସ୍ୟା ଉପରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

ଏହା ମଧ୍ୟ ପଢନ୍ତୁ...2030 ସୁଦ୍ଧା 7 ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତୀୟ ଅର୍ଥବ୍ୟବସ୍ଥା

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଅର୍ଥନୈତିକ ଅସମାନତାରେ ସର୍ବନିମ୍ନ ବ୍ୟବଧାନ ୦-୫ ପ୍ରତିଶତ ରହିଛି । ଯାହାକି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବ୍ୟୟ ୬୨୮ ଟଙ୍କାକୁ ସୂଚାଇଛି । ସେହିପରି ସର୍ବାଧିକ ବ୍ୟବଧାନ ୯୫-୧୦୦ ପ୍ରତିଶତ ରହିଥିବାବେଳେ ଏହା ୧୦ ହଜାର ୩୨୩ ଟଙ୍କାକୁ ସୂଚାଇଛି । ତେଣୁ ଏହି ସର୍ଭେ ଦ୍ବାରା ଭାରତର ଜନସଂଖ୍ୟାରେ ଅନ୍ତର୍ଭୁକ୍ତ ବିଭିନ୍ନ ବର୍ଗର ଜୀବନଶୈଳୀର ତଥ୍ୟ ଜଣାପଡ଼ିଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅର୍ଥନୈତିକ ଅସମାନତାକୁ ଦୂର କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.