ETV Bharat / opinion

ବୈଶ୍ବିକ ସ୍ଥିତିରେ କିପରି ରହିଛି ଆମେରିକା-ପାକିସ୍ତାନ ସମ୍ପର୍କ - Biden Pak PM Shehbaz Sharif meet - BIDEN PAK PM SHEHBAZ SHARIF MEET

US-Pak ties: ବାଇଡେନଙ୍କ ସରିଫଙ୍କୁ ଚିଠି ପରେ ଆମେରିକା-ପାକିସ୍ତାନ ସମ୍ପର୍କକୁ ଚର୍ଚ୍ଚା । ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶୋକବ୍ୟକ୍ତ କଲେ, ହେଲେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାକୁ ନେଇ ଜଣାଇଲେ ନାହିଁ ଶୁଭଚ୍ଛା । ବୈଶ୍ବିକ ସ୍ଥିତିରେ ଉଭୟ ଦେଶ ମଧ୍ୟରେ କିପରି ରହିଛି ସାମ୍ପ୍ରତିକ ସମ୍ପର୍କ । ଅଧିକ ପଢନ୍ତୁ

ଆମେରିକା-ପାକିସ୍ତାନ ସମ୍ପର୍କ
ଆମେରିକା-ପାକିସ୍ତାନ ସମ୍ପର୍କ
author img

By ETV Bharat Odisha Team

Published : Apr 10, 2024, 8:20 AM IST

ହାଇଦ୍ରାବାଦ: ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଚିଠି ଲେଖି ଯୋଗାଯୋଗ କରିଛନ୍ତି । ଚିଠିରେ ବାଇଡେନ ଲେଖିଛନ୍ତି, ୱାଶିଂଟନ ଇସଲାମାବାଦ ସହ ବର୍ତ୍ତମାନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ତଥା ଆଞ୍ଚଳିକ ଆହ୍ବାନର ମୁକାବିଲା ଦିଗରେ ସମସ୍ତ ସହଯୋଗ କରିବ । ଦୁଇ ଦେଶର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ କୌଣସି ଯୋଗାଯୋଗ ନଥିଲା । ଜୁଲାଇ 2019ରେ ହ୍ବାଇଟ ହାଉସରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ । ଏଥିରେ ଜଳବାୟୁ ପରିବର୍ତ୍ତନ, ମାନବାଧିକାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ଦ୍ବିପାକ୍ଷିକ ସହଯୋଗ ବିଷୟରେ ଉଭୟ ନେତା ଆଲୋଚନା କରିଥିଲେ ।

ଇସଲାମାବାଦ ବର୍ତ୍ତମାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ରୁ ଅତିରିକ୍ତ ଋଣ ନେବାକୁ ଚାହୁଁଛି । ଯେଉଁଥିପାଇଁ ଆମେରିକାର ସମର୍ଥନ ନିହାତି ଆବଶ୍ୟକ ରହିଛି । ତେବେ ଏହି ପତ୍ରରେ ବାଇଡେନ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବାର ଶୁଭେଚ୍ଛା ମଧ୍ୟ ଜଣାଇନଥିବା ଦେଖିବାକୁ ମିଳିଛି । କେବଳ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବାଇଡେନ ସମବେଦନା ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ବିବାଦୀୟ ଢଙ୍ଗରେ ଶେଷ ହୋଇଥିବା ପାକିସ୍ତାନ ନିର୍ବାଚନ ଫଳାଫଳକୁ ହୁଏତ ଆମେରିକା ପୂର୍ଣ୍ଣ ରୂପରେ ସ୍ବୀକାର କରିବାକୁ ସହମତ ନୁହେଁ ।

ବାଇଡେନଙ୍କ ଯୋଗାଯୋଗ ପରେ ଆମେରିକାର ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନ୍ ଏବଂ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ ମଧ୍ୟ ହୋଇଥିଲା । ସରକାରୀ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ ପାରସ୍ପରିକ ସ୍ୱାର୍ଥର ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ହୋଇଛି । ଏହି ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆଞ୍ଚଳିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ଗାଜା ଯୁଦ୍ଧ, ଲୋହିତ ସାଗରେରେ ଅସ୍ଥିରତା ଏବଂ ଆଫଗାନିସ୍ତାନର ଜାରି ରହିଥିବା ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

କେତେକ ଏହାକୁ ପାକିସ୍ତାନ ପ୍ରତି ଆମେରିକାର ନୀତିରେ ପରିବର୍ତ୍ତନ ବୋଲି ଅନୁମାନ କରୁଛନ୍ତି । ଚଳିତବର୍ଷ ଫେବୃଆରୀ 8 ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଶେଷ ହେବା ହୋଇଛି । ଏହା ବିବାଦରୁ ଦୂରରେ ନଥିଲା । ନିର୍ବାଚନ ପରେ ଆମେରିକା କଂଗ୍ରେସର 30ଜଣ ସଦସ୍ୟ ରାଷ୍ଟ୍ରପତି ବାଇଡେନ ଏବଂ ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଚିଠି ଲେଖି ପାକିସ୍ତାନର ନୂତନ ସରକାରକୁ ମାନ୍ୟତା ନଦେବା ପାଇଁ ଅନୁରୋଧ କରିଥିଲେ । ପାକିସ୍ତାନ ନିର୍ବାଚନରେ ମନିପୁଲେସନ ହୋଇଥିବା ସେମାନେ ଦାବି କରି ଏହି ସରକାରକୁ ଗ୍ରହଣ ନକରିବାକୁ କହିଥିଲେ । ସମ୍ଭବତଃ ଏହା ହିଁ ବିଡେନଙ୍କୁ ଶେହଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପାଇଁ ଅଭିନନ୍ଦନ ନଜଣାଇବାକୁ ବାଧ୍ୟ କରିଥାଇପାରେ । ପାକିସ୍ତାନ ମଧ୍ୟ ବେଜିଂ ଏବଂ ୱାଶିଂଟନ ମଧ୍ୟରେ ସମ୍ପର୍କକୁ ସନ୍ତୁଳିତ କରିବା ପାଇଁ କାର୍ଯ୍ୟ ଜାରି ରଖିଛି । ଆଫଗାନିସ୍ତାନରୁ ଆମେରିକା ସେନାର ପ୍ରତ୍ୟାହାର ପରେ ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଆରମ୍ଭ କରିଥିଲା । ଶେଷରେ ଆଫଗାନିସ୍ତାନକୁ ସମର୍ଥନ ପାଇଁ ପାକିସ୍ତାନକୁ ଦାୟୀ କରାଯାଇଥିଲା ।

ରୁଷ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷତା ବଜାୟ ରଖିଥିବା ବେଳେ ଏହା ଆମେରିକାର ଦୁଇଟି ବେସରକାରୀ କମ୍ପାନୀ ମାଧ୍ୟମରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ 364 ମିଲିୟନ ଡ଼ଲାର ସଂଗ୍ରହ କରିଥିଲା । ବ୍ରିଟିଶ ସାମରିକ କାର୍ଗୋ ବିମାନ ଦ୍ୱାରା ପାକିସ୍ତାନର ନୁର ଖାନ ବାୟୁସେନା ବେସରୁ ଏଗୁଡ଼ିକୁ ୟୁକ୍ରେନ ପଠାଯାଇଥିଲା । ଫଳରେ ପୁଣି ଥରେ ପାକିସ୍ତାନ ଓ ଆମେରିକା ମଧ୍ୟରେ ସମ୍ପର୍କ ଆଗକୁ ବଢିଥିଲା । ଫଳସ୍ୱରୂପ ପାକସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଗତବର୍ଷ ଡିସେମ୍ବରରେ ଆମେରିକା ଗସ୍ତ କରିଥିଲେ । ସେଠାରେ ଆମେରିକାର ବିଦେଶ ଓ ପ୍ରତିରକ୍ଷା ସଚିବଙ୍କୁ ଭେଟିଥିଲେ ।

ପାକିସ୍ତାନରେ ନିର୍ବାଚନ ବିଳମ୍ବ ହେବା ଓ ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ବିଳମ୍ବ ହୋଇଥିଲା । ପାକିସ୍ତାନ ସେନାମୁଖ୍ୟଙ୍କ ଏହି ଗସ୍ତ ସମୟରେ ଆମେରିକା ଏଥିରେ ସହମତି ପ୍ରକାଶ କରିଥିବା ମଧ୍ୟ ଚର୍ଚ୍ଚା ହୁଏ । ଏହାକୁ ଆମେରିକା ଅନୁମୋଦନ କରିଥିବାରୁ ସେମାନଙ୍କୁ କୌଣସି ସମାଲୋଚନା କରାଯାଇ ନାହିଁ । ଆମେରିକାର ମୁଖପାତ୍ର ଉଲ୍ଲେଖ କରିଥିଲେ ଯେ, ଶେଷରେ ପାକିସ୍ତାନର ଲୋକମାନେ ହିଁ ସେମାନଙ୍କର ରାଜନୈତିକ ଭବିଷ୍ୟତ ସ୍ଥିର କରିବେ । ଭାରତରେ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଆମେରିରାକର ମନ୍ତବ୍ୟ ସହିତ ଏହାକୁ ତୁଳନା କରାଯାଇପାରେ । ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲରଙ୍କ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଏହି ପ୍ରସଙ୍ଗକୁ ଜଣେ ପାକିସ୍ତାନ ସାମ୍ବାଦିକ ଉତ୍ଥାପନ ମଧ୍ୟ କରିଥିଲେ । ଯେଉଁଥିରେ ଦୁଇଟି ଭିନ୍ନ ଆଭିମୁଖ୍ୟ କାହିଁକି ବୋଲି ପ୍ରଶ୍ନ କରାଯାଇଥିଲା ।

ଆମେରିକା ପାଇଁ, ପାକିସ୍ତାନରେ ଚୀନର ପ୍ରଭାବ ବୃଦ୍ଧି ଆମେରିକା ପାଇଁ ଏକ ଚିନ୍ତାର ବିଷୟ । କାରଣ ଚୀନ- ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଏବଂ ପାକିସ୍ତାନର ଗ୍ୱାଦର ବନ୍ଦର କାମ ଏହା ମଧ୍ୟରେ ରହିଛି । ଚୀନ 40 ବର୍ଷର ଲିଜ ସହ ପାକିସ୍ତାନର ଏହି ବନ୍ଦର ନୌସେନା ବେସ ଭାବେ ବିକଶିତ କରିପାରେ । ଏହା କାର୍ଯ୍ୟକାରୀ ହେବା ପରେ ବେଜିଂ ଆରବ ସାଗର ଏବଂ ଓମାନ ଗଲ୍ଫ ଉପରେ ପ୍ରାଧାନ୍ୟ ବିସ୍ତାରି କରିବାକୁ ସକ୍ଷମ ହେବ ବୋଲି ଅନୁମାନ କରାଯାଉଛି । ଯାହା ଆମେରିକା ଏବଂ ଭାରତର ସୁରକ୍ଷା ଚିନ୍ତାକୁ ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.