ETV Bharat / opinion

କୋଟା ଭିତରେ କୋଟା ବୈଧତା ଉପରେ ସୁପ୍ରିମ ରାୟ; ଏହା କେତେ ଦୂର ଠିକ୍ ? - SC on Sub Classification - SC ON SUB CLASSIFICATION

Supreme Court's Judgement on Sub Classification: ନିକଟରେ ଅନୁସୂଚିତ ଜାତି/ଜନଜାତିର ଉପବର୍ଗୀକରଣ ସପକ୍ଷରେ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ସର୍ବୋଚ୍ଚ ଅଦଲାତଙ୍କ ଏହି ରାୟକୁ ନେଇ ବହୁ ବାଦବିବାଦ ଚାଲିଛି । ଏପରି ସ୍ଥଳେ ସାମ୍ବିଧାନିକ ଦୃଷ୍ଟିକୋଣରୁ କୋର୍ଟଙ୍କ ଏହି ରାୟ କେତେଦୂର ଯୁକ୍ତିଯୁକ୍ତ ? କ'ଣ ରହିଛି ଜଟିଳତା ? ପଢନ୍ତୁ ଏନେଇ ରିତ୍ବିକା ଶର୍ମାଙ୍କ ଆଲେଖ୍ୟ

Supreme Court's Judgement on Sub Classification
Supreme Court's Judgement on Sub Classification (ETV Bharat Odisha)
author img

By Ritwika Sharma

Published : Aug 6, 2024, 4:46 PM IST

ହାଇଦ୍ରାବାଦ: ଶିକ୍ଷା ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ ସଂକ୍ଷରଣ, ଭାରତର ସମାନତା ଆଇନରେ ଏକ ବିବାଦୀୟ ମୁବ୍ଦା ଭାବେ ରହିଆସିଛି । ଗତ ସପ୍ତାହରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଅଧିକ ପଛୁଆବର୍ଗଙ୍କୁ କୋଟା ଭିତରେ କୋଟା ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଥିବା ଏହି ବିବାଦ ଆହୁରି ଘନେଇଛି । ସୁପ୍ରିମକୋର୍ଟର 7 ଜଣିଆ ଖଣ୍ଡପୀଠ ଏହି ପୃଥକ କୋଟା ପ୍ରଦାନ ରାୟ ଦେଇଛନ୍ତି । କହିରଖୁଛୁ କି, 5ରୁ ଅଧିକ ନ୍ୟାୟଧୀଶଙ୍କ ଏପରି ଖଣ୍ଡପୀଠ ସେତେବେଳେ ଗଠନ ହୁଏ, ଯେତେବେଳେ ମାମଲାରେ ସମ୍ବିଧାନ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠିଥାଏ । ତେବେ ଏଠି ପ୍ରଶ୍ନ ଉଠୁଛି, କୋଟା ମାମଲାରେ କ'ଣ ସାମ୍ବିଧାନିକ ଜଟିଳତା ରହିଛି ?

କୋଟା ଭିତରେ କୋଟା ବା ସବ୍-କ୍ୟାଟେଗୋରୀ ନିଷ୍ପତ୍ତିକୁ ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ବିରୋଧ କରିଥିଲେ। ତାଙ୍କ କହିବା କଥା ଥିଲା, ରାଜ୍ୟମାନଙ୍କ ଦ୍ବାରା ଅନୁସୂଚିତ ଜାତି/ଜନଜାତିର ଉପବର୍ଗୀକରଣ ସମ୍ବିଧାନର 341 ବିପରୀତ । ଧାରା 341 ରାଷ୍ଟ୍ରପତିଙ୍କୁ ଏସ୍‌ସି/ଏସ୍‌ଟି ତାଲିକା ପ୍ରସ୍ତୁତ କରିବାର ଅଧିକାର ପ୍ରଦାନ କରିଛି । ଏସ୍‌ସି/ଏସ୍‌ଟି ତାଲିକାରେ ରାଜନୈତିକ କାରଣଗୁଡିକ ଭୂମିକା ଗ୍ରହଣ କରୁଥିବାରୁ ଏହାକୁ ରୋକିବା ପାଇଁ ଧାରା 341 ପ୍ରଣୟନ କରାଯାଇଛି ।

ଦେବିନ୍ଦର ସିଂହ ମାମଲାରୁ ବିବାଦ:

1975 ମସିହାରେ ଦେବିନ୍ଦର ସିଂହ ମାମଲାରୁ ଏହି ସବ-କ୍ୟାଟେଗୋରୀ ବିବାଦ ଆରମ୍ଭ ହୋଇଥିଲା । ଏହାର କାରଣ ଥିଲା, ପଞ୍ଜାବ ସରକାର ଏକ ଅଧିସୂଚନା ଜାରି କରି ଅନୁସୂଚିତ ଜାତି ପାଇଁ ଉର୍ଦ୍ଧିଷ୍ଟ 25 ପ୍ରତିଶତ ସଂରକ୍ଷଣ କ୍ୟାଟେଗୋରୀକୁ ଦୁଇ ଭାଗରେ ବିଭକ୍ତ କରିଦେଇଥିଲେ । ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ ମଧ୍ୟରୁ ଅଧା ଅଂଶ ବାଲ୍ମିକୀ ଓ ମଜହବୀ ଶିଖ୍ ଜାତିକୁ ଦିଆଯିବାର ଥିଲା ଏବଂ ବାକି ଅଂଶ ଅନୁସୂଚିତ ଜାତି କ୍ୟାଟେଗୋରୀରେ ଆସୁଥିବା ଅନ୍ୟ ସମୂହଙ୍କ ପାଇଁ ସଂରକ୍ଷଣ କରାଯାଇଥିଲା ।

ଏହି ଅଧିସୂଚନା 2004 ପର୍ଯ୍ୟନ୍ତ ସ୍ଥଗିତ ରହିଲା, ଯେଉଁ ପର୍ଯ୍ୟନ୍ତ ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ (2005) ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ନ ଆସିଥିଲା । ଏଥିରେ କୁହାଯାଇଥିଲା, ଏସ୍‌ସି/ଏସ୍‌ଟି ତାଲିକା ଏକ ସମାନ ସମୂହକୁ ଦର୍ଶାଉଛି ଏବଂ ଏସ୍‌ସି/ଏସ୍‌ଟି ତାଲିକାରେ ଉପବର୍ଗ ସୃଷ୍ଟି କରିବାର କ୍ଷମତା ରାଜ୍ୟ ସରକାରଙ୍କ ନାହିଁ । ସମ୍ବିଧାନର ଧାରା 341 ଖଣ୍ଡ (1) କେବଳ ଭାରତର ରାଷ୍ଟ୍ରପତିଙ୍କୁ କୌଣସି ବି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଏସ୍‌ସି ଏସ୍‌ଟି ତାଲିକା ପ୍ରସ୍ତୁତ କରିବାର କ୍ଷମତା ଦେଇଛି ।

ପଞ୍ଜାବ ସରକାର ଆଣିଥିଲେ ଆଇନ:

ଇଭି ଚିନ୍ନାୟା ମାମଲାରେ 5 ଜଣିଆ ଖଣ୍ଡପୀଠ କହିଥିଲେ ଯେ, ଯେକୌଣସି ରାଜ୍ୟ ସରକାରଙ୍କ ଦ୍ବାରା ଅନୁସୂଚିତ ଜାତି ମଧ୍ୟରେ ସବ-କ୍ୟାଟେଗୋରୀ ବା ଉପବର୍ଗ ସୃଷ୍ଟି ଧାରା 341 (1) ଅନୁସାରେ ରାଷ୍ଟ୍ରପତିଙ୍କ କ୍ଷମତାରେ ହସ୍ତକ୍ଷେପ, ଯାହାକି ସାମ୍ବାଧାନିକ ରୂପେ ଗ୍ରହଣୀୟ ନୁହେଁ । ଇଭି ଚିନ୍ନାୟା ମାମଲାରେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିୟାଣା ହାଇକୋର୍ଟ 1975 ଅଧିସୂଚନାକୁ ଅବୈଧ ଘୋଷଣା କରିଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହି ନ୍ୟାୟିକ ନିଷ୍ପତ୍ତି ପାର୍ କରିବାକୁ ପଞ୍ଜାବ ସରକାର 'ପଞ୍ଜାବ ଅନୁସୂଚିତ ଜାତି ଓ ପଛୁଆ ବର୍ଗ ଆକ୍ଟ, 2006' ନାମରେ ଏକ ଆଇନ ଆଣିଥିଲେ ।

ଏହି ଆଇରେ ଧାରା 4 (5) ଅନୁସାରେ ଏହା ପ୍ରାବଧାନ ରହିଲା ଯେ, ସିଧାସଳଖ ସରକାରୀ ନିଯୁକ୍ତିରେ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ କୋଟାର 50 ପ୍ରତିଶତ ପଦବୀ ଯଦି ଉପଲବ୍ଧ ଥାଏ, ତେବେ ଏଥିରେ ବାଲ୍ମିକୀ ଏବଂ ମଜହବୀ ଶିଖ୍‌ମାନଙ୍କୁ ଅଗ୍ରାଧିକାର ଦିଆଯିବ । ହେଲେ 2010ରେ ପଞ୍ଜାବ ସରକାରଙ୍କ ଏହି ଆଇନକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରବ୍ଦ କରିଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ।

6:1 ବହୁମତରେ ନିଷ୍ପତ୍ତି:

2024 ଅଗଷ୍ଟ 1ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 7 ଜଣିଆ ଖଣ୍ଡପୀଠ ଅନୁସୂଚିତ ଜାତି ଓ ଜନଜାତି ଭିତରେ ଅଧିକ ଅବହେଳିତାଙ୍କ ପାଇଁ ଉପବର୍ଗ ବା ସବ୍‌-କ୍ୟାଟେଗୋରୀ ନିମନ୍ତେ ଅନୁମୋଦନ ଦେଇଥିଲେ । ଜଷ୍ଟିସ ବିଆର୍ ଗବାଇ, ବିକ୍ରମ ନାଥ, ପଙ୍କଜ ମିତ୍ତଲ, ମନୋଜ ମିଶ୍ର ଓ ଏସ୍‌ସି ଶର୍ମା ଏହାକୁ ସମର୍ଥନ କରିଥିବାବେଳେ କେବଳ ବିଚାରପତି ବେଲା ଏମ୍ ତ୍ରିବେଦୀ ଏହି ସବ୍‌-କ୍ୟାଟେଗୋରୀର ବିରୋଧ କରିଥିଲେ ।

କ'ଣ ସବୁ ଅନୁସୂଚିତ ଜାତି ସମଧର୍ମୀ ୟୁନିଟ ?

ଏହି ମାମଲାରେ ସବୁଠୁ ଜଟିଳ ଦିଗ ଥିଲା, କ'ଣ ଅନୁସୂଚିତ ଜାତିରେ ଥିବା ସବୁ ଜାତିକୁ ସମାନ ବିଚାର କରାଯିବା ଉଚିତ୍ । ଯେମିତିକି ପୂର୍ବରୁ କହିଛୁ, ଧାରା 341 (1) ରାଷ୍ଟ୍ରପତିଙ୍କୁ ଏସ୍‌ସି ଏସ୍‌ଟି ତାଲିକା ପ୍ରସ୍ତୁତ କରିବାର କ୍ଷମତା ପ୍ରଦାନ କରେ । ଏହି ନୋଟିଫିକେସନ ଅନୁସାରେ, ସାମ୍ବିଧାନିକ ବ୍ୟବସ୍ଥାରେ କେବଳ ସଂସଦ ହିଁ କୌଣସି ଜାତି, ଜନଜାତିକୁ ଅନୁସୂଚିତ ଜାତି ତାଲିକାରେ ସାମିଲ କିମ୍ବା ବାହାର କରିପାରିବ । କିନ୍ତୁ ଦେବିନ୍ଦର ସିଂହ ରାୟ ମାଧ୍ୟମରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ଅନୁସୂଚିତ ଜାତି ତାଲିକାରେ ଥିବା ସବୁ ଜାତିକୁ ସମାନ ଭାବେ ବିଚାର କରାଯିବା ଯୁକ୍ତିକୁ ଖାରଜ କରିଦେଇଥିଲେ । ଆହୁରି କହିଥିଲେ ଯେ, ଏସ୍‌ସି/ଏସ୍‌ଟି ବର୍ଗରେ ଅନେକ ଜାତି ଅଛନ୍ତି, ସେମାନଙ୍କ ସଶକ୍ତିକରଣ ପାଇଁ ଏବଂ ସୁଯୋଗ ଦେବାର ଅଧିକ ଆବଶ୍ୟକତା ରହିଛି । ଯେଉଁ ଜାତିକୁ ସଂରକ୍ଷଣରେ ପୃଥକ ଅଂଶ ଦିଆଯାଉଛି ସେହି ଜାତିର ପଛୁଆ ବର୍ଗର ପ୍ରମାଣ ରହିବା ଉଚିତ୍ ।

ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରସ୍ତୁତ ତାଲିକା ସଂଶୋଧିତ ହୋଇପାରିବ କି ?

ଏହି ମାମଲାର ଆଉ ଏକ ଜଟିଳ ଦିଗ ହେଲା, ରାଜ୍ୟ ସରକାରଗୁଡିକ ରାଷ୍ଟ୍ରପତିଙ୍କ ଅନୁସୂଚିତ ଜାତି ତାଲିକା ଭିତରେ ସବ୍‌-କ୍ୟାଟେଗୋରୀ ସୃଷ୍ଟି କରିବାକୁ ସକ୍ଷମ ହେବେ । ଏଥିପାଇଁ ସମ୍ବିଧାନର ଦୁଇଟି ଧାରା 15 ଓ 16 ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଧାରା 15 ଧର୍ମ, ଜାତି, ଲିଙ୍ଗ, ଜନ୍ମସ୍ଥାନ ଭିତ୍ତିରେ ଭେଦଭାବ ରୋକିବା ସହ ସମ୍ବନ୍ଧିତ । ସେହିପରି ଧାରା 16 ସରକାରୀ ନିଯୁକ୍ତି କ୍ଷେତ୍ରରେ ସୁଯୋଗର ସମାନତା ସହିତ ଜଡିତ ।

ଧାରା 15 ଖଣ୍ଡ (4) ରାଜ୍ୟଗୁଡିକୁ ଅନୁସୂଚିତ ଜାତି ଓ ଜନଜାତିର ଉନ୍ନତି ପାଇଁ ବିଶେଷ ପ୍ରାବଧାନ ଆଣିବାର କ୍ଷମତା ପ୍ରଦାନ କରେ । ଧାରା 16 ଖଣ୍ଡ (4) ଯେକୌଣସି ପଛୁଆ ବର୍ଗର ନାଗରିକଙ୍କ ଲାଗି ନିଯୁକ୍ତି ବା ପଦବୀ ସଂରକ୍ଷଣ କ୍ଷେତ୍ରରେ ରାଜ୍ୟମାନଙ୍କୁ ନିର୍ଦ୍ଧିଷ୍ଟ କ୍ଷମତା ଦେଇଥାଏ । ଦେବିନ୍ଦର ସିଂହ ମାମଲାରେ ବହୁମତ ଅନୁସୂଚିତ ଜାତି ମଧ୍ୟରେ ସବ୍-କ୍ୟାଟେଗୋରୀ ସୃଷ୍ଟି ପାଇଁ ମାର୍ଗ ପ୍ରଶସ୍ତ କରିବାକୁ ଧାରା 15 ଓ 16ର ଉପଯୋଗ କରିଛି । ପ୍ରଧାନ ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି, ଧାରା 15 ଓ 16 ଅଧିନରେ ରାଜ୍ୟଗୁଡିକ ଅଧିକ ସାମାଜିକ ପଛୁଆ ବର୍ଗର ବିଭିନ୍ନ ଜାତିକୁ ଚିହ୍ନଟ କରିପାରିବେ ଏବଂ ସେମାନଙ୍କୁ ସ୍ବତନ୍ତ୍ର ପ୍ରାବଧାନ ପ୍ରଦାନ କରିପାରିବେ । ଅର୍ଥାତ୍ ପ୍ରଧାନ ବିଚାରପତି ସବ୍‌-କ୍ୟାଟେଗୋରୀ ପାଇଁ ରାଜ୍ୟ ସରକାରଙ୍କ କ୍ଷମତା ସମ୍ବନ୍ଧୀୟ ଚିନ୍ତାକୁ ଦୂର କରିବାକୁ ଧାରା 15 ଓ 16ର ବ୍ୟବହାର କରିଥିଲେ ।

ଆଗକୁ କ'ଣ ହେବ...

560ରୁ ଊର୍ଦ୍ଧ୍ବ ପୃଷ୍ଠାର ରାୟରେ ସୁପ୍ରିମକୋର୍ଟ ସଂରକ୍ଷଣ ଓ ପ୍ରତିନିଧିତ୍ବ ସମ୍ପର୍କରେ ଅନେକ ପ୍ରାସଙ୍ଗିକ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି, ଧାରା 16ର ଉଦ୍ଦେଶ୍ୟ ରାଜ୍ୟର ସେବା କ୍ଷେତ୍ର, ପଦପଦବୀ ଏବଂ ଗ୍ରେଡରେ ପ୍ରଭାବୀ ପ୍ରତିନିଧିତ୍ବ ସୁନିଶ୍ଚିତ କରିବା । ଏଥିସହ ପଛୁଆ ବର୍ଗଙ୍କୁ ନିଯୁକ୍ତି ଦେବା ସହିତ ସେମାନଙ୍କ ପଦୋନ୍ନତି ପାଇଁ ଉଚିତ୍ ସୁଯୋଗ ଏବଂ ସମ୍ଭାବନା ସୁନିଶ୍ଚିତ କରିବା । ସୁପ୍ରିମକୋର୍ଟଙ୍କ ଏହି ରାୟ କେବଳ ଲୋକଦେଖାଣିଆ ନୁହେଁ, ବରଂ ବଞ୍ଚିତ ବର୍ଗର ସଶକ୍ତିକରଣ ପାଇଁ କାର୍ଯ୍ୟ କରାଯିବାର ଆବଶ୍ୟକତାକୁ ଦର୍ଶାଉଛି । ତେବେ ଯାହା ଆଶା କରାଯାଉଥିଲା, ସୁପ୍ରିମକୋର୍ଟଙ୍କ ଏହି ରାୟ ବହୁ ବାଦବିବାଦ ମଧ୍ୟରେ ଛନ୍ଦି ହୋଇଛି । ଏବେ ଦେଖିବା ବାକି ରହିଲା, ସାରା ଦେଶରେ ରାଜ୍ୟ ସରକାରମାନେ କେମିତି ଏହାକୁ ଲାଗୁ କରୁଛନ୍ତି ।

Disclaimer- ପ୍ରକାଶିତ ଆଲେଖ୍ୟଟି ଲେଖକଙ୍କ ନିଜସ୍ବ ମତ । ଇଟିଭି ଭାରତର ଏହି ଆଲେଖ୍ୟ ସହିତ କୌଣସି ନିଜସ୍ବ ମତାମତି କିମ୍ବା ଆଭିମୁଖ୍ୟ ରଖୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.