ETV Bharat / opinion

କେଜ୍ରିୱାଲଙ୍କୁ ବେଲ୍‌; ସୋରେନଙ୍କୁ ମିଳିଲାନି ଆଶ୍ବସ୍ତି, ପଢନ୍ତୁ 2 ମୁଖ୍ୟମନ୍ତ୍ରୀଙ୍କ ଜାମିନ କାହାଣୀ - SC BAIL TO KEJRIWAL NOT SOREN - SC BAIL TO KEJRIWAL NOT SOREN

The Tale Of Two Bails: ଦୁଇ ମୁଖ୍ୟମନ୍ତ୍ରୀଙ୍କ ଜାମିନ କାହାଣୀ । ଜଣେ ସିଟିଂ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଜେଲରେ ବନ୍ଦୀ ଥିବା 2ଜଣଙ୍କ ମଧ୍ୟରୁ ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି । ହେଲେ ଏଯାବତ ଏ ନେଇ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଇନଗତ ଲଢେଇ ଲଢୁଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (ANI)
author img

By Ritwika Sharma

Published : May 17, 2024, 9:52 PM IST

Updated : May 17, 2024, 10:01 PM IST

ହାଇଦ୍ରାବାଦ: ଜଣେ ସିଟିଂ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଜଣଙ୍କୁ ମିଳିଲା ଜାମିନ ଓ ଅନ୍ୟ ଜଣଙ୍କୁ ଏବେ ବି ମିଳିନି ଆଶ୍ବସ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦୁଇଟି ଭିନ୍ନ ମନିଲଣ୍ଡରିଂ ମାମଲାରେ ଗିରଫ କରାଯାଇ ଜେଲକୁ ପଠାଯାଇଥିଲା । କେଜ୍ରିୱାଲଙ୍କୁ ଇତି ମଧ୍ୟରେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିବା ବେଳେ ସେ ବାକିଥିବା ନିର୍ବାଚନ ଲାଗି ପ୍ରଚାର କରୁଛନ୍ତି । କିନ୍ତୁ ଏପଟେ ସୋରେନଙ୍କୁ ସୁପ୍ରିମକୋର୍ଟରୁ ଏଯାବତ ଆଶ୍ବସ୍ତି ମିଳିନାହିଁ । ସେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନ୍ତରୀଣ ଜାମିନ ଆବେଦନ କରିଥିବା ବେଳେ ଏହି ମାମଲାର ଶୁଣାଣି ମେ 21 ତାରିଖରେ ହେବ । ସୋରେନଙ୍କୁ ଜାମିନ ପ୍ରଦାନ କରାଯିବ ନା ନାହିଁ ସର୍ବୋଚ୍ଚ ଅଦାଲତ ସେଦିନ ନିଷ୍ପତ୍ତି ନେବେ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ଏକ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ 21 ତାରିଖରେ ଗିରଫ କରାଯାଇଥିଲା । ଏହାପରେ ମଧ୍ୟ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦବୀରେ ଅଛନ୍ତି । ଜେଲରୁ ଦିଲ୍ଲୀ ସରକାର ଚାଲୁଛି । ସେପଟେ ରାଞ୍ଚିରେ ଭାରତୀୟ ସେନା ସହ ଜଡ଼ିତ କିଛି ଜମିକୁ ବେଆଇନ ଭାବେ ଅକ୍ତିଆର କରିବା ଅଭିଯୋଗ ସୋରେନଙ୍କ ବିରୋଧରେ ରହିଛି । ଏଥିଲାଗି ତାଙ୍କୁ ଗିରଫ କରାଯାଇଛି । ସୋରେନଙ୍କୁ ଜାନୁଆରୀ 31 ତାରିଖରେ ଗିରଫ କରାଯାଇଥିବା ବେଳେ ସେ ଏହା ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହି 2 ନେତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଗିରଫ କରାଯାଇଛି ।

କେଜ୍ରିୱାଲଙ୍କୁ କିପରି ମିଳିଲା ଜାମିନ ?:- ଗତ ମେ 10 ତାରିଖରେ ସୁପ୍ରିମକୋର୍ଟଙ୍କ ଏକ ବେଞ୍ଚ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଏହି ଆଦେଶ ରାଉଜ ଆଭେନ୍ୟୁ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ଗିରଫଦାରୀକୁ ଜାରି ରଖିବା ଆବେଦନ ବିରୋଧରେ ଥିଲା । ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଥିଲେ । ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟରେ କୁହାଯାଇଥିଲା 'ଦେଶରେ ଜାରି ଥିବା ସାଧାରଣ ନିର୍ବାଚନ ହେଉଛି ଚଳିତ ବର୍ଷର ସବୁଠୁ ଗୁରୁତ୍ବପୂର୍ଣ୍ଣ ଘଟଣା । ଜାମିନ ପ୍ରଦାନ ବେଳେ କୋର୍ଟ ଜଣେ ବ୍ୟକ୍ତିର ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟକୁ ନଜରରେ ରଖନ୍ତି । ଏହାକୁ ଅଣଦେଖା କରିବା ଅନ୍ୟାୟ ହେବ । କେଜ୍ରିୱାଲଙ୍କ ସ୍ଥିତିକୁ ଅନ୍ୟ କୌଣସି ଦିଗ ସହିତ ତୁଳନା କରାଯାଇପାରିବ ନାହିଁ ।' ଏପରିକି କେଜ୍ରିୱାଲଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ । ବିଶେଷ ଭାବେ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଆସନ୍ତା ଜୁନ 2 ତାରିଖରେ ଅନ୍ତରୀଣ ଜାମିନ ଅବଧି ଶେଷ ହେଉଥିବା ବେଳେ କେଜ୍ରିୱାଲ ଏହି ଦିନ ଆତ୍ମସମର୍ପଣ କରିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ହେମନ୍ତ ସୋରେନଙ୍କ ଜାମିନ:- 2024 ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଅର୍ଥାତ ମେ 20 ତାରିଖରେ ଝାଡ଼ଖଣ୍ଡର 3ଟି ଆସନରେ ମତଦାନ ହେବାକୁ ଯାଉଛି । କେଜ୍ରିୱାଲଙ୍କ ପରି ସୋରେନ ମଧ୍ୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟ ହୋଇଥିବା ବେଳେ ତାଙ୍କ ଉପରେ ସମାନ ସ୍ଥିତି ଲାଗୁ ହେବା ଉଚିତ । ଅର୍ଥାତ କେଜ୍ରିୱାଲଙ୍କ ପରି ସୋରେନଙ୍କୁ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ଅନ୍ତରୀଣ ଜାମିନ ପ୍ରଦାନ କରାଯିବା ଉଚିତ । କିନ୍ତୁ ସୋରେନଙ୍କ ଜାମିନ ଆବେଦନକୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦିପଙ୍କର ଦତ୍ତଙ୍କ ଖଣ୍ଡପୀଠ ଖାରଜ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସୋରେନଙ୍କ ଜାମିନ ନେଇ ଇଡି ମେ 20 ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଇଡି ନିଜ ଜବାବ ରଖିବା ପରେ ମେ 21 ତାରିଖରେ ସୋରେନଙ୍କ ଜାମିନ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

ଏହା ବି ପଢନ୍ତୁ- ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ମାମଲା; ଇଡିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଏକ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବା ଯୁକ୍ତି ଉପରେ କେଜ୍ରିୱାଲଙ୍କୁ ଜାମନକୁ ନିଶ୍ଚିତ କରାଯାଇଥିଲା, କିନ୍ତୁ ସୋରେନଙ୍କ ନୁହେଁ । ଏହି ଦୁଇ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏକ ପ୍ରମୁଖ ଭିନ୍ନତା ହେଉଛି ଯେ କେଜ୍ରିୱାଲ ଜଣେ ନିର୍ବାଚିତ ସିଏମ ଭାବରେ ଅବ୍ୟାହତ ରହିଥିବାବେଳେ ସୋରେନଙ୍କ କ୍ଷେତ୍ରରେ ତାହା ନାହିଁ । ସେ ଗିରଫ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି । ଏହାକୁ ବାଦ ଦଲେ ସୁପ୍ରିମକୋର୍ଟ କାହିଁକି ସୋରେନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ନାହିଁ ତାହା ବ୍ୟାଖ୍ୟା କରିବା ବା ତାର ଯଥାର୍ଥତା ଦେବା କଷ୍ଟକର । ମେ 21ରେ ଯେତେବେଳେ ସୋରେନଙ୍କ ଜାମିନ ଆବେଦନ ଉପରେ ପୁଣି ଶୁଣାଣି ହେବ ସେତେବେଳେ ଏହି ପ୍ରଶ୍ନର ଉତ୍ତର ମିଳିପାରେ ।

Last Updated : May 17, 2024, 10:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.