ETV Bharat / opinion

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅଦ୍ଭ୍ୟୁଦୟ: ମାନବ ସମାଜ ପ୍ରତି କେତେ ବିପଦଜ୍ଜନକ ? - Rise of Artificial Intelligence

author img

By C P Rajendran

Published : Jul 21, 2024, 1:24 PM IST

Updated : Jul 21, 2024, 2:05 PM IST

The Rise of Artificial Intelligence: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତାକୁ ନେଇ ବିଶ୍ୱବ୍ୟାପୀ ବିତର୍କ ଚାଲିଛି । ଯଦିଓ AI ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧି ଆଶା କରାଯାଉଛି, ଅପରପକ୍ଷେ ଛଟେଇ, ମାନବାଧିକ କ୍ଷୁର୍ଣ୍ଣ ଭଳି ବିପଦ ମଧ୍ୟ ରହିଛି । ତେବେ ମାନବ ସମାଜ ପ୍ରତି କେମିତି ରହିଛି AIର ପ୍ରଭାବ, ପଢନ୍ତୁ ଏନେଇ ସିପି ରାଜେନ୍ଦ୍ରନଙ୍କ ଆଲେଖ୍ୟ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅଦ୍ଭ୍ୟୁଦୟ: ମାନବ ସମାଜ ପ୍ରତି କେତେ କ୍ଷତିକାରକ ?
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅଦ୍ଭ୍ୟୁଦୟ: ମାନବ ସମାଜ ପ୍ରତି କେତେ କ୍ଷତିକାରକ ? (ETV Bharat Odisha)

ହାଇଦ୍ରାବାଦ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତା, ସମ୍ପ୍ରତି ଏକ ବହୁଚର୍ଚ୍ଚିତ ଶବ୍ଦ । ଏହାର ଅଦ୍ଭ୍ୟୁଦୟକୁ ନେଇ ସାରା ବିଶ୍ବରେ ତର୍କ ବିତର୍କ ଜାରି ରହିଛି । AIକୁ କେହି ମାନବ ସମାଜ ପ୍ରତି ଅଭିଶାପ କହୁଥିବାବେଳେ ଆଉ କେହି ବରଦାନ ଭାବେ ଦେଖୁଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପ୍ୟୁଟର ବିଜ୍ଞାନରେ ଏକ ଉଦୀୟମାନ କ୍ଷେତ୍ର, ଏହା ଇଣ୍ଟେଲିଜେଣ୍ଟ କମ୍ପ୍ୟୁଟର ସଫ୍ଟୱେୟାର ତିଆରି କରିବାରେ ସକ୍ଷମ ଯାହାକି ମାନବ ବୁଦ୍ଧିମତାକୁ ଗଭୀର ଭାବେ ନକଲ କରିଥାଏ । AI ଦ୍ୱାରା ଆମେ ବ୍ୟାପକ ମାତ୍ରାରେ ଡେଟା ପ୍ରୋସେସ୍ ଓ ଆନାଲାଇଜ୍ କରିପାରିଥାଏ । ଏହା ଏମିତି ଜଟିଳ କାର୍ଯ୍ୟ କରିପାରେ, ଯେଉଁଥିପାଇଁ ମାନବ ବୁଦ୍ଧିମତାର ଆବଶ୍ୟକତା ଥାଏ ।

ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ବଢିବା ସହିତ ଅନେକଗୁଡିଏ ସମ୍ଭାବନା ଓ ଆହ୍ୱାନ ମଧ୍ୟ ସାମ୍ନାକୁ ଆସିଛି । ଗୋଟିଏ ପଟେ AI ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଶିକ୍ଷା ବ୍ୟବସ୍ଥା, ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଉଥିବା ବେଳେ ଅନ୍ୟପକ୍ଷେ, ଏହାଦ୍ବାରା ଗୋପନୀୟତା, ମାନବିକ ଅଧିକାର କ୍ଷୁର୍ଣ୍ଣ ଓ ବ୍ୟାପକ ଚାକିରି ଛଟେଇ ଭଳି ଆଶଙ୍କା ସୃଷ୍ଟି ହେଉଛି । ତଳେ ଦିଆଯାଇଥିବା ପେଣ୍ଟିଂ DALL.E, ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ଦ୍ବାରା ପ୍ରସ୍ତୁତ, ଯାହା ଆମର ପାଠ୍ୟ ବିବରଣୀ ଉପରେ ଆଧାରିତ । ଏହି ସେଟଅପ୍ ସହିତ ପରିଚିତ ମୋ ପୁଅ (ରାହୁଲ) ତା' ସହ ସେତେ ପର୍ଯ୍ୟନ୍ତ କଥାବାର୍ତ୍ତା କଲା, ଯେଉଁ ପର୍ଯ୍ୟନ୍ତ ଫାଇନାଲ ଆଉଟପୁଟ ସହ ନଆସିଲା । ଏହି ପେଣ୍ଟିଂ, ଯେଉଁଥିରେ ସମୁଦ୍ର ତଟ ରହିଥିଲା ତାହା ମୋତେ ଜଣାଶୁଣା ଲାଗିଲା । ଏହା ଦକ୍ଷିଣ କେରଳର କୋଲ୍ଲମ ସ୍ଥିତ ତଙ୍ଗସେରୀ ବେଳାଭୂମି ଭଳି ଲାଗୁଥିଲା । ନିଜ ବୈଜ୍ଞାନିକ କ୍ୟାରିୟରର ଆରମ୍ଭ ସମୟରେ ଉପକୂଳ କ୍ଷୟ ପ୍ରକ୍ରିୟା ଅନୁଧ୍ୟାନ ପାଇଁ ମୁଁ କେରଳ ଉପକୂଳ ଅଞ୍ଚଳରେ କାମ କରିଥିଲି ଏବଂ ଏହାର ବେଳାଭୂମି ସହ ଖୁବ ପରିଚିତ ଥିଲି ।

The Rise of Artificial Intelligence: Prospects and Challenges
The Rise of Artificial Intelligence: Prospects and Challenges (ETV Bharat Odisha)

ୱେବସାଇଟ ଅନୁସାରେ, ପ୍ରାକୃତିକ ଭାଷାରେ ବର୍ଣ୍ଣନା ଦ୍ବାରା DALL.E ଏକ ବାସ୍ତବବାଦୀ ଚିତ୍ର ତିଆରି କରିପାରେ । ଏଠାରେ ଦେଖାଯାଇଥିବା ଆଉଟପୁଟ ମୋତେ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା ଏବଂ ଆମ ଜୀବନରେ AIର ପ୍ରଭାବ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କଲା । କାରଣ ଏହାର ପ୍ରଭାବ କେବଳ ଶାରିରୀକ କିମ୍ବା କମ୍ପ୍ୟୁଟର ଭିତ୍ତିକ କାର୍ଯ୍ୟ ମଧ୍ୟରେ ସୀମିତ ନାହିଁ ବରଂ କଳାତ୍ମକ ପ୍ରଚେଷ୍ଟା ଭଳି ଆମର ସୃଜନାତ୍ମକ ଗତିବିଧି ପର୍ଯ୍ୟନ୍ତ ବ୍ୟାପିଛି ।

କ'ଣ ଆମେ ଏମିତି ଦୁନିଆରେ ପ୍ରବେଶ କରୁଛେ, ଯେଉଁଠି ମେସିନ ଲିଓ ଟୋଲଷ୍ଟୟ ଏବଂ ଡୋଟୋଏଭସ୍କିଙ୍କ ଭଳି ଜିନିଅସଙ୍କ ସ୍ଥାନ ନେବ ? କିମ୍ବା ପାବ୍ଲୋ ପିକାସୋଙ୍କ ଭଳି ମହାନ ଚିତ୍ରଶିଳ୍ପୀ ତଥା ସ୍ଥପତିଙ୍କ ଭଳି କଳା ପ୍ରସ୍ତୁତ କରିବ ? ଏମିତି କିଛି ହେବନି ବୋଲି ବିଶେଷଜ୍ଞ ଭାବୁଛନ୍ତି । ମଣିଷ ଓ ଏଆଇ ମଧ୍ୟରେ ମୁଖ୍ୟ ଅନ୍ତର ହେଲା ମଣିଷ ସାଧାରଣ ବୁଦ୍ଧିମତା ରୂପେ ଜଣାଯାଏ, ଯେତେବେଳେ କି ଏଆଇ ସଂକୀର୍ଣ୍ଣ ବୁଦ୍ଧିମତା ଅଟେ ।

ସାଧାରଣ ବୁଦ୍ଧିମତା (general intelligence) ସହିତ ମଣିଷମାନେ ଏଆଇ ଠାରୁ ଶୀଘ୍ର ନୂତନ ଜିନିଷ ବୁଝିପାରନ୍ତି ଓ ଶିଖିପାରନ୍ତି । ଦ୍ବିତୀୟତଃ, ମଣିଷ ପାଖରେ ଯାହା ଅଛି ଏବଂ ଯାହା AI ପାଖରେ ନାହିଁ, ତାହା ହେଉଛି ଭାବପ୍ରବଣତା, ସହାନୁଭୂତି ଏବଂ ପ୍ରତିକ୍ରିୟା କରିବାର କ୍ଷମତା । ତେଣୁ ଉପରୋକ୍ତ ସମୁଦ୍ର ତଟର ଚିତ୍ରକୁ ସୃଜନାତ୍ମକ କୁହାଯାଇପାରିବ ନାହିଁ । କାରଣ ଏହା ଆମ ନିର୍ଦ୍ଦେଶ ଉପରେ ଆଧାରିତ । ତଥାପି ମାନବ ଆଧାରିତ ଡାଟାରୁ AIର ଅନୁକରଣ କରିବା କ୍ଷମତା ଚଳଚ୍ଚିତ୍ର ସ୍କ୍ରିପ୍ଟ, ଅଭିନୟ ପରି ସୃଜନାତ୍ମକ କ୍ଷେତ୍ରରେ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

AI ଅଧିକ ଚର୍ଚ୍ଚାକୁ ଆସିଲା, ଯେତେବେଳେ ସଫ୍ଟୱେୟାର ଫାର୍ମ ଅଫନ ଏଆଇ ଚାଟଜିପିଟି (ChatGPT) ଆଣିଲା । ଏହା ଏକ ଚାଟବୋଟ ଯାହାକି ବିଭିନ୍ନ ବିଷୟରେ ସମ୍ପୂର୍ଣ୍ଣ ନିବନ୍ଧ ପ୍ରସ୍ତୁତ କରିପାରିଥାଏ । ଗତ ବର୍ଷ ହଲିଉଡ ଷ୍ଟୁଡିଓ ଓ ଷ୍ଟ୍ରିମିଂ ସେବାଗୁଡିକ ବିରୋଧରେ ଏଆଇ ଏନାବୁଲ କଣ୍ଟେଣ୍ଟ କ୍ରିଏସନ ପ୍ଲାଟଫର୍ମର ବ୍ୟବହାର କରିବା ଏବଂ କ୍ଷତିପୂରଣ ନଦେବା ନେଇ ପ୍ରଚ୍ଛଦପଟ୍ଟ କଳାକାର ଓ ଲେଖକମାନେ ଆନ୍ଦୋଳନ କରିଥିଲେ । ଉକ୍ତ ପ୍ଲାଟଫର୍ମ ଜେନେରେଟିଭ ଏଆଇ ଉପରେ ନିର୍ଭର କରିଥାଏ, ଯାହାକି କଳାକାରମାନଙ୍କ ଡିଜିଟାଲ ରେପ୍ଲିକା ଓ ନୂଆ ଟେକ୍ସଟ ସୃଷ୍ଟି କରିପାରେ । ହଲିଉଡ କର୍ମଚାରୀଙ୍କ ଧର୍ମଘଟ ଭବିଷ୍ୟତ ପାଇଁ ଏକ ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ଆର୍ଟଫିସିଆଲ ଇଣ୍ଟଲିଜେନ୍ସ କେମିତି ଜୀବନ ଜୀବିକାକୁ ପ୍ରଭାବିତ କରୁଛି ତାହା ଦେଖାଇଥିଲା । AI ଉତ୍ପାଦନ ବଢାଇପାରେ, ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିପାରେ ଏବଂ ଆଉ କିଛି କ୍ଷେତ୍ରରେ ଉତ୍ପାଦନ କ୍ଷମତା ବୃଦ୍ଧି କରି ଆୟ ବଢାଇପାରେ । ହେଲେ ଏହାଦ୍ବାରା ଲକ୍ଷ ଲକ୍ଷ ଲୋକେ ଚାକିରି ହରାଇବା ସହ ଏବଂ ଅସମାନତା ବଢିପାରେ ।

ଆର୍ଟିଫିସିଆଲ ନ୍ୟୁରାଲ ନେଟୱାର୍କ ପାଇଁ ଜଣାଶୁଣା କମ୍ପ୍ୟୁଟର ସାଇଣ୍ଟିଷ୍ଟ ଜିଓଫ୍ରେ ହିଣ୍ଟନ କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ଜନିତ ବିପଦକୁ ସାମ୍ନା କରିବାର ସମୟ ଆସିଛି । କାରଣ ମଣିଷଙ୍କଠାରୁ ଶକ୍ତିଶାଳୀ ମେସିନଗୁଡିକର ଭଲ କାର୍ଯ୍ୟ କରିବାର ଦକ୍ଷତା ମାନବତାର ସର୍ବୋତ୍ତମ ହିତରେ ନୁହେଁ ।

Last Updated : Jul 21, 2024, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.