ETV Bharat / opinion

ଭାରତରେ ବିଳମ୍ବ ହେଉଛି ଜନଗଣନା: କ'ଣ ପଡୁଛି ପ୍ରଭାବ ? - The delayed census

author img

By ETV Bharat Odisha Team

Published : Jul 10, 2024, 4:44 PM IST

The delayed census implications: ୨୦୨୧ରେ ଭାରତରେ ଜନଗଣନା ହେବାକୁ ଥିବାବେଳେ କୋଭିଡ-୧୯ ପାଇଁ ଏହା ହୋଇପାରିନଥିଲା । ବର୍ତ୍ତମାନ ସ୍ଥିତିରେ ଆସନ୍ତା ଦୁଇ ବର୍ଷ ପୂର୍ବରୁ ଜନଗଣନା କାର୍ଯ୍ୟ କରାଯିବା ସମ୍ଭବପର ମନେହେଉନି । ବିଳମ୍ବ ଜନଗଣନା ଯୋଗୁଁ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଅନେକ ହିତାଧିକାରୀ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏସବୁ କ'ଣ ଜାଣିବା ପାଇଁ ପଢନ୍ତୁ କେ ନାରାୟମ ଉନିଙ୍କ ଏହି ଆଲେଖ୍ୟ

ଭାରତରେ ବିଳମ୍ବ ହେଉଛି ଜନଗଣନା: କ'ଣ ପଡୁଛି ପ୍ରଭାବ ?
ଭାରତରେ ବିଳମ୍ବ ହେଉଛି ଜନଗଣନା: କ'ଣ ପଡୁଛି ପ୍ରଭାବ ? (ETV Bharat Odisha)

ହାଇଦ୍ରାବାଦ: ୨୦୨୧ରେ ଭାରତରେ ଜନଗଣନା କରାଯିବାର ଥିଲା । କିନ୍ତୁ କୋଭିଡ-୧୯ ମହାମାରୀ ଯୋଗୁଁ ପ୍ରଥମ ଦୁଇ ବର୍ଷ ବିଳମ୍ବ ହୋଇଥିଲା । କୋଭିଡ୍ ବ୍ୟତୀତ ଅନ୍ୟାନ୍ୟ କାରଣ ଯୋଗୁଁ ମଧ୍ୟ ଦେଶରେ ଜନଗଣନା ବିଳମ୍ବ ହୋଇଛି । ମହାମାରୀ ପରେ ଯଦିଓ ଅନେକ ଦେଶ ଜନଗଣନା କରିଛନ୍ତି, ହେଲେ ସେମାନଙ୍କ ମଧ୍ୟରୁ କେହି ବି ଭାରତୀୟ ଜନଗଣନାର ଆକାର ଓ ଜଟିଳତା ସହ ସମାନ ହୋଇପାରିବେ ନାହିଁ ।

୨୦୨୧ ଜନଗଣନା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏନପିଆର/NPR (ଜାତୀୟ ଜନସଂଖ୍ୟା ପଞ୍ଜିକା) ଅପଡେଟ ପାଇଁ ଜନଗଣନାର ଗୃହ ତାଲିକା କାର୍ଯ୍ୟ ସମୟରେ ସୂଚନା ସଂଗ୍ରହ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ନାଗରିକତ୍ବ ଅଧିନିୟମରେ ଏକ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ କରିବା ବାଧ୍ୟତାମୂଳକ ରହିଛି ଏବଂ ଏହି ଲକ୍ଷ୍ୟ ହାସଲ ଦିଗରେ ଏନପିଆର ହେଉଛି ପ୍ରଥମ ପଦକ୍ଷେପ । ହେଲେ ଆସାମର ଏନଆରସି ସମ୍ପର୍କିତ ବିବାଦ ଏବଂ ନାଗରିକତ୍ବ ଅଧିନିୟମରେ (CAA) ହୋଇଥିବା ସଂଶୋଧନ ଏନପିଆରକୁ ସମାଲୋଚନାର ପରିସରକୁ ଆଣିଥିଲା । ଏମିତିକି କିଛି ରାଜ୍ୟ ଏନପିଆର ପ୍ରସ୍ତୁତି କ୍ଷେତ୍ରରେ କେନ୍ଦ୍ରକୁ ସହଯୋଗ କରିବେ ନାହିଁ ବୋଲି ଖୋଲାଖୋଲି କହିଥିଲେ ।

ବିଳମ୍ବର ପ୍ରଭାବ:

ଗାଁ ଏବଂ ସହର ଭଳି ତୃଣମୂଳ ସ୍ତରରେ ଜନସଂଖ୍ୟା ତଥ୍ୟ ସଂଗ୍ରହର ଏକମାତ୍ର ମାଧ୍ୟମ ହେଉଛି ଜନଗଣନା । ଦେଶରେ ଅନେକ ନୂତନ ପୌରାଞ୍ଚଳ ଗଠନ ହୋଇଛି ଏବଂ ଅନେକ ପୌରାଞ୍ଚଳର ସୀମା ବଦଳି ଯାଇଛି । ସହରଗୁଡିକ ଅଧିକ ମାତ୍ରାରେ ପ୍ରବାସୀମାନଙ୍କୁ ଆକୃଷ୍ଟ କରୁଥିବାରୁ ପ୍ରତ୍ୟେକ ସହର ପାଇଁ ଜନସଂଖ୍ୟା ପୂର୍ବାନୁମାନ କରିବା ସହଜସାଧ୍ୟ ହୋଇ ରହିନାହିଁ । ତେଣୁ ସମ୍ପ୍ରତି କୌଣସି ନୀତି ଏବଂ ଯୋଜନା ପ୍ରଣୟନ କରିବା ବେଳେ ୨୦୧୧ ଜନଗଣନା ତଥ୍ୟକୁ ଆଧାର କରି ଏକ ଆକଳନ କରିବାକୁ ପଡିଥାଏ । ହେଲେ ସହରାଞ୍ଚଳ ନିଗମ ଏବଂ ପଞ୍ଚାୟତ ନିର୍ବାଚନୀ କ୍ଷେତ୍ରର ପରିସୀମା ଏହିପରି ତଥ୍ୟ ଉପରେ ଆଧାରିତ ହୋଇପାରିବ ନାହିଁ ।

ତେବେ ସମଗ୍ର ଦେଶ ପାଇଁ ଗ୍ରାମ ଓ ସହରଗୁଡିକର ଅପଡେଟ ତାଲିକା ଉପଲବ୍ଧ ନାହିଁ । କାରଣ ଗାଁ ଓ ସହରର ତାଲିକା ଲଗାତାର ଅପଡେଟ କରିବା ପାଇଁ କୌଣସି କେନ୍ଦ୍ରୀୟ ସଂସ୍ଥା ବା ବ୍ୟବସ୍ଥା ଉପଲବ୍ଧ ନାହିଁ । ତେଣୁ ଜନଗଣନା ହିଁ ଏକମାତ୍ର ସୁଯୋଗ ଯେଉଁଥିରେ ଏହି ତାଲିକା ଅପଡେଟ୍ କରାଯାଇପାରିବ । ବିଳମ୍ବ ଜନଗଣନା ଯୋଗୁଁ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଅନେକ ହିତାଧିକାରୀ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଯେମିତିକି:-

ଖାଦ୍ୟ ସବସିଡି କଭରେଜରୁ ବଞ୍ଚିତ:

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (NFSA) ହିତାଧିକାରୀଙ୍କ ସଂଖ୍ୟା ନିର୍ଦ୍ଧାରଣ କରିବା ପାଇଁ ଜନଗଣନା ତଥ୍ୟ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଜନଗଣନା ବିଳମ୍ବ ଯୋଗୁଁ ଦେଶର କୋଟି କୋଟି ଲୋକେ ଏହି କଭରେଜରୁ ବଞ୍ଚିତ ରହିଛନ୍ତି । ଖାଦ୍ୟ ନିରାପତ୍ତା ବ୍ୟବସ୍ଥାରେ ଯୋଡି ହୋଇପାରୁ ନାହାନ୍ତି । ତେବେ ଏଭଳି ସ୍ଥିତି ପାଇଁ କେବଳ ବିଳମ୍ବ ଜନଗଣନାକୁ ସମ୍ପୂର୍ଣ୍ଣ ଦାୟୀ କରାଯାଇନପାରେ ।

ଏସ୍‌ସି/ଏସଟି ସଂରକ୍ଷଣ:

ଗତ ୨୦୧୧ ଜନଗଣନା ପରେ ଦେଶରେ ଅନୁସୂଚୀତ ଜାତି ଓ ଜନଜାତିଙ୍କ ତାଲିକାରେ ଅନେକ ସଂଶୋଧନ ହୋଇଛି । ଫଳରେ ଅପଡେଟ୍ SC/ST ତଥ୍ୟ ନଥିବା କାରଣରୁ ଶିକ୍ଷାନୁଷ୍ଠାନ, ଚାକିରି ଏବଂ ନିର୍ବାଚନ ମଣ୍ଡଳୀରେ ସେମାନଙ୍କ ପାଇଁ ସଂରକ୍ଷିତ ଆସନ ହାର ମଧ୍ୟ ତ୍ରୁଟିପୂର୍ଣ୍ଣ ରହିଛି । ଏହାର ପରିଣାମସୂରୁପ, ଏହି ସମୁଦାୟ ପାଇଁ ଉର୍ଦ୍ଦିଷ୍ଟ ବିଭିନ୍ନ ସୁବିଧାରୁ ସେମାନେ ବଞ୍ଚିତ ରହୁଛନ୍ତି । ତେଣୁ ଯଥାସମ୍ଭବ ଜନଗଣନା ଜରୁରୀ ହୋଇପଡିଛି ।

କେବେ ହେବ ଜନଗଣନା ?

୨୦୨୦ ମସିହାରେ ଜନଗଣନକାରୀ ସଂସ୍ଥା ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ଏହି ପର୍ଯ୍ୟାୟ ବାଧ୍ୟତାମୂଳକ କାରଣ ଜନଗଣନାରେ ଗଣନା କରାଯିବାକୁ ଥିବା ପରିବାର ଗୁଡିକୁ ଚିହ୍ନଟ କରିବା ପାଇଁ ଆମ ପାଖରେ କୌଣସି ପ୍ରକାର ଠିକଣା ତାଲିକା ନାହିଁ । ସାରା ଦେଶରେ ଗୃହ ତାଲିକା କାର୍ଯ୍ୟ ଏକାସାଙ୍ଗରେ କରାଯାଉନାହିଁ । ଅଧିକାଂଶ ରାଜ୍ୟରେ ଜନଗଣନାର ପ୍ରାୟ ୧୦ ମାସ ପୂର୍ବରୁ ମେ' ମାସରେ ଏହା କରାଯାଉଥିଲା ବେଳେ ଅନ୍ୟ କିଛି ରାଜ୍ୟରେ ମୌସୁମୀ ପରେ ଏହି କାର୍ଯ୍ୟ କରାଯାଉଥିଲା ।

ତେବେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ୨୦୨୬ ପୂର୍ବରୁ ଜନଗଣନା କରିବା ସମ୍ଭବ ନୁହେଁ । କାରଣ ଏଥିପାଇଁ ଅନେକ ପ୍ରସ୍ତୁତି କରିବାକୁ ପଡିବ । ପ୍ରଶାସନିକ ସୀମା ନିର୍ଦ୍ଧାରଣ, କେତେକ ରାଜ୍ୟ ପାଇଁ ଜନଗଣନା ନିର୍ଦ୍ଦେଶକ ଏବଂ ଅଧିକାରୀ ନିଯୁକ୍ତି, ଗଣନାକାରୀ ନିଯୁକ୍ତି ଓ ଟ୍ରେନିଂ ପ୍ରଭୃତି ପ୍ରକ୍ରିୟା ସମୟ ସାକ୍ଷେପ ଅଟେ । ତେଣୁ ଯଦି ଜନଗଣନା ପାଇଁ ଏବେ ନିଷ୍ପତ୍ତି ନିଆଯାଏ ତାହେଲେ ୨୦୨୫ ସୁଦ୍ଧା ଗୃହ ତାଲିକା କାର୍ଯ୍ୟ ଏବଂ ୨୦୨୬ ସୁଦ୍ଧା ଦେଶରେ ଜନଗଣନା କରାଯାଇପାରେ ।

ପ୍ରାୟ ସବୁ ସହରରେ ଏବଂ ଏହାର ଆଖପାଖ ଗ୍ରାମାଞ୍ଚଳରେ ବଡ ସଂଖ୍ୟାରେ ହାଉସିଂ କମ୍ଲେକ୍ସ ଏବଂ ଛୋଟ ସମୁଦାୟ ସୃଷ୍ଟି ହୋଇଛି । ଏହିଭଳି ସ୍ଥାନରେ ଜନଗଣନା ପାଇଁ ଏକ ନୂତନ ଦୃଷ୍ଟିକୋଣର ଆବଶ୍ୟକତା ରହିଛି । ଏହାଦ୍ବାରା ପୂର୍ଣ୍ଣ ତଥ୍ୟ ସଂଗ୍ରହ ସଂଗ୍ରହ କରାଯାଇପାରିବ । ଅଧିକାଂଶ ମେଟ୍ରୋ ସିଟି ଏବଂ କିଛି ଦକ୍ଷିଣୀ ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ବହୁସଂଖ୍ୟକ ଅନ୍ୟ ପ୍ରବାସୀ ବସତି ସ୍ଥାପନ କରିଥିବା ଦେଖାଯାଉଛି । ଜନଗଣନା ପ୍ରଥା ଅନୁସାରେ, ଯଦି ଗଣନା ସମୟରେ ସେଠାରେ ସେମାନେ ରହିଥାନ୍ତି ତେବେ ତାଙ୍କୁ ତାଙ୍କର ଆବାସସ୍ଥଳୀରେ ହିଁ ଗଣନାରେ ଅନ୍ତର୍ଭୁକ୍ତ କରାଯିବ । ଯେହେତୁ ଏହି ପ୍ରବାସୀ ସମୁଦାୟର ଅଧିକାଂଶ ଲୋକେ ପରିବାର ବିନା ବିଭିନ୍ନ ସହରରେ ରହିଥାନ୍ତି ତେଣୁ ଗଣନାକାରୀ ଘର ଘର ବୁଲିବା ବେଳେ ସେମାନେ ସେଠି ମିଳିବା ସମ୍ଭାବନା କମ୍ । ଏହିଭଳି ଜନସାଧାରଣଙ୍କ ଗଣନା ପାଇଁ କିଛି ପଦକ୍ଷେପ ନିଆଯିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.