ହାଇଦ୍ରାବାଦ: ଏକ ବିକାଶଶୀଳ ଗଣତନ୍ତ୍ରର ସ୍ପଷ୍ଟ ସଙ୍କେତ ହେଉଛି ନାଗରିକମାନଙ୍କର ସରକାର ବାଛିବା କ୍ଷମତା । ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ହେଉଛି ସରକାର ଚୟନର ଏକମାତ୍ର ମାଧ୍ୟମ । ସରକାରଙ୍କୁ ଉତ୍ତରଦାୟୀ କରିବାର କ୍ଷମତା ନାଗରିକମାନଙ୍କୁ ଦିଆଯାଇଛି । ସୂଚନା ଅଧିକାର ଅଧିନିୟମ (RTI Act) 2005ରେ ପ୍ରଣୟନ କରାଯାଇଥିଲା । ଏହି ଅଧିକାରର କାର୍ଯ୍ୟକାରିତା ହେଉଛି ଗଣତନ୍ତ୍ର ପାଇଁ ଏକ ବଡ଼ ସଫଳତା । ସ୍ବାଧୀନତାର ଇତିହାସ ଆଇନକୁ ଜନ୍ମ ଦେଇଛି । ଫ୍ରିଡମ ଅଫ୍ ଇନଫରମେସନ (Freedom Of Information) ଅର୍ଥାତ ସୂଚନା ଅଧିକାର ଆନ୍ଦୋଳନ ପାଇଁ ନିଆଯାଇଥିବା ପ୍ରାଥମିକ ପଦକ୍ଷେପ ମଧ୍ୟରୁ ଏକ ପଦକ୍ଷେପ ନେଇଥିଲେ ମଜଦୁର କିଷାନ ଶକ୍ତି ସଂଗଠନ (MKSS) । ରାଜସ୍ଥାନରେ ଏହି ଗଣଆନ୍ଦୋଳନ ହୋଇଥିଲା । ବିଶିଷ୍ଟ ସାମାଜିକ କର୍ମୀ ଅରୁଣା ରାୟଙ୍କ ସମେତ କୃଷକ ଏବଂ ଶ୍ରମିକମାନଙ୍କ ମିଶି ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହା ନ୍ୟାୟ ପାଇଁ ପ୍ରଶାସନ ସହ ଲଢେଇ କରିବାର ବାଟ ଦେଖାଇଥିଲା ।
MKSS ଦ୍ବାରା କରାଯାଇଥିବା ଏହି ଆନ୍ଦୋଳନ ଆଉ ଏକ ଆନ୍ଦୋଳନକୁ ଜନ୍ମ ଦେଲା । ବୁଣାଯାଇଥିବା ବିଦ୍ରୋହର ମଞ୍ଜି ଜାତୀୟ ଆନ୍ଦୋଳନ ସୃଷ୍ଟି କଲା । 1996ମସିହାରେ ନ୍ୟାସନାଲ କ୍ୟାମ୍ପେନ ଫର୍ ପିପୁଲ (NCPRI) ହୋଇଥିଲା । ଏହି ଅଭିଯାନ MKSSର ଏକ ସମର୍ଥନର ମାଧ୍ୟମ ଭାବରେ ଉଭା ହେଲା । ଜାତୀୟ ସ୍ତରରେ ସୂଚନା ଅଧିକାର ପାଇଁ ମତ ରଖାଗଲା ହେଲା । ଗଣମାଧ୍ୟମ ସହ ଜଡିତ ବ୍ୟକ୍ତିବିଶେଷ, ଅମଲାତନ୍ତ୍ର, ନ୍ୟାୟପାଳିକା ସଦସ୍ୟ ଏଥିରେ ସାମିଲ ହୋଇଥିଲେ ।
1997ରେ ତାମିଲନାଡୁ ଭାରତର ପ୍ରଥମ ରାଜ୍ୟ ଭାବେ ସୂଚନା ଅଧିକାର ଉପରେ ଏକ ଆଇନ ପ୍ରଣୟନ କରିଥିଲା । କେବଳ ୬ ଟି ବିଭାଗର ସଂକ୍ଷିପ୍ତ ନିୟମ, ତାମିଲନାଡୁ ରାଇଟ୍ ଟୁ ଇନଫରମେସନ୍ ଆକ୍ଟ, 1997 ପ୍ରଣୟନ ହୋଇଥିଲା । ପ୍ରତିରକ୍ଷା, ଅନ୍ତର୍ଜାତୀୟ ସମ୍ପର୍କ, ମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଗୁପ୍ତ ଯୋଗାଯୋଗ ଆଦି ଏଥିରୁ ବାଦ୍ ରହିଥିଲା । ଗୋଆ ମଧ୍ୟ 1997 ରେ ସୂଚନା ଅଧିକାର ଉପରେ ଏକ ଆଇନ ପ୍ରଣୟନ କରିଥିବାବେଳେ ମଧ୍ୟପ୍ରଦେଶ ସରକାର ଏହି ଅଧିକାର କାର୍ଯ୍ୟକାରୀ କରିବା ପାଇଁ ଅନେକ ସରକାରୀ ବିଭାଗକୁ ନିର୍ଦ୍ଦେଶ ଜାରି କରିଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଭୋଟରଙ୍କ ଅଧିକାର ପ୍ରସଙ୍ଗରେ ବିଚାର କରିଥିଲେ । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସର ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ ରେକର୍ଡ, ସମ୍ପତ୍ତି, ଦାୟିତ୍ବ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରକାଶ ନେଇ ଦିଲ୍ଲୀ ହାଇକୋର୍ଟରେ ମକଦ୍ଦମା ଦାୟର କରିଥିଲେ । ଏହି ମାମଲା ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରାର୍ଥୀଙ୍କ ବିଷୟରେ ଜାଣିବା ଭୋଟରଙ୍କ ଅଧିକାର । ସମ୍ବିଧାନର ଧାରା ୧୯ (୧) (A) ଅନୁଯାୟୀ ବକ୍ତବ୍ୟ ମୌଳିକ ଅଧିକାରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅଦାଲତ ନିଶ୍ଚିତ କରିଥିଲେ ଯେ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ନେଇ ସୁନିଶ୍ଚିତ କରିବା ଉଚିତ । ନିର୍ଦ୍ଦେଶନାମା ଜାରି କରିବାର ଅଧିକାର ରହିଛି, ଯେଉଁଥିରେ ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ ରେକର୍ଡ, ସମ୍ପତ୍ତି, ଦାୟିତ୍ବ, ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରକାଶ କରିବେ । ଏହି ସମୟରେ, 2000 ରେ ସଂସଦରେ ଏକ ଫ୍ରିଡମ ଅଫ୍ ଇନଫରମେସନ ବିଲ୍ ଆଗତ କରାଯାଇଥିଲା । ଏହା NCPRIକୁ ଏହି ଡ୍ରାଫ୍ଟରେ ସଂଶୋଧନ ପ୍ରସ୍ତୁତ କରିବାକୁ ବାଧ୍ୟ କଲା । ଯାହା ଶେଷରେ ବର୍ତ୍ତମାନ ରଦ୍ଦ ହୋଇଥିବା ଜାତୀୟ ପରାମର୍ଶଦାତା ପରିଷଦ ସହିତ ଅଂଶୀଦାର ହେଲା । ପରିଶେଷରେ ସୂଚନା ଅଧିକାର ବିଲ 23 ଡିସେମ୍ବର 2004 ରେ ୟୁପିଏ ସରକାର ଦ୍ବାରା ସଂସଦରେ ଉପସ୍ଥାପିତ ହୋଇଥିଲା ।
ନିକଟରେ ଡିଜିଟାଲ ତଥା ବ୍ୟକ୍ତିଗତ ତଥ୍ୟ ମାମଲାରେ RTI ଆକ୍ଟରେ ପରିବର୍ତ୍ତନ ଅଣାଯାଇଥିଲା । ସୁରକ୍ଷା ଆଇନ, 2023 (DPDP ACT) । ଆରଟିଆଇ ଆକ୍ଟରେ ଏହାର ବ୍ୟତିକ୍ରମ ଅଛି, ଏବଂ ଅନୁମତି ଦିଏ । ଏହି ଆକ୍ଟ ଜାତୀୟ ସୁରକ୍ଷା ସହ ଜଡିତ ସୂଚନା ଗୋପନୀୟ ରଖାଯିବ । ଦେଖିବାକୁ ଗଲେ ଆଇନର ସଫଳତା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଦୁର୍ନୀତି ଏବଂ ହାଇ-ପ୍ରୋଫାଇଲ୍ ସ୍କାମଗୁଡିକୁ ଖୁଲାସା କରିବାରେ ଆରଟିଆଇ ଆକ୍ଟ ହେଉଛି ହାତରେ ଏକ ଶକ୍ତିଶାଳୀ ସାଧନ ।