ETV Bharat / opinion

ସେଣ୍ଟ ମାର୍ଟିନ୍ସ ଦ୍ୱୀପ: ଭାରତ ମହାସାଗରରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ବେସ - St Martins Island

St Martins Island: ବଙ୍ଗୋପସାଗରରେ କାହିଁକି ଏକ ନାଭାଲ ବେସ ପ୍ରତିଷ୍ଠା କରିବାକୁ ଆଗ୍ରହୀ ଆମେରିକା । ଭାରତ ମହାସାଗର କ୍ଷେତ୍ରରେ କ’ଣ ରହିଛି ସେଣ୍ଟ ମାର୍ଟିନ୍ସ ଦ୍ବିପର ଭୂମିକା । ପଢନ୍ତୁ ବିବେକ ମିଶ୍ରାଙ୍କ ଆଲେଖ୍ୟ

ସେଣ୍ଟ ମାର୍ଟିନ୍ସ ଦ୍ୱୀପ: ଭାରତ ମହାସାଗରରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ବେସ
ସେଣ୍ଟ ମାର୍ଟିନ୍ସ ଦ୍ୱୀପ: ଭାରତ ମହାସାଗରରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ବେସ (ETV Bharat Odisha)
author img

By ETV Bharat Odisha Team

Published : Aug 18, 2024, 12:42 PM IST

ହାଇଦ୍ରାବାଦ: ଦକ୍ଷିଣ-ଏସିଆ ସର୍ବଦା ବିଶ୍ବ ଭୂ-ରାଜନୈତିକ ପ୍ରସଙ୍ଗରେ ଏକ ଆଶ୍ଚର୍ଯ୍ୟଜନକ ଏବଂ ଆହ୍ବାନପୂର୍ଣ୍ଣ ଅଞ୍ଚଳ ହୋଇରହିଛି । ପ୍ରାୟତଃ ଉଭୟ ଆଞ୍ଚଳିକ ଭାଗିଦାରୀ ରାଷ୍ଟ୍ର ଏବଂ ଅଣ-ଆଞ୍ଚଳିକ ଶକ୍ତିମାନେ ଏହି ଅଞ୍ଚଳରେ ଦୀର୍ଘ ପ୍ରତିଯୋଗିତାମୂଳକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ଏକଦା ସୋଭିଏତ ୟୁନିଅନ୍ ଏହି କ୍ଷେତ୍ରରେ ପ୍ରଭାବ ଜାହିର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏବେ ଏହି କ୍ଷେତ୍ରରେ ଋଷର ସ୍ଥାନ ଚୀନ ଗ୍ରହଣ କରିବା ପରି ସ୍ଥିତି ଦୃଶ୍ୟମାନ ହେଉଛି । ଅନ୍ୟ ପଟେ, ଅନ୍ୟତମ ବିଶ୍ବଶକ୍ତି ଆମେରିକା ମଧ୍ୟ ଏହି କ୍ଷେତ୍ରରେ ଏକ ପ୍ରମୁଖ ରାଷ୍ଟ୍ର ଭାବେ ନିଜ ପ୍ରଭାବ ଜାହିର କରିବାକୁ କୌଣସି ଅବସର ଛାଡୁନି ।

  • ହିନ୍ଦ ମହାସାଗରୀୟ କ୍ଷେତ୍ରରେ ପୂର୍ବାପେକ୍ଷା ବଦଳିଛି ସ୍ଥିତି:-

ଅତୀତ ତୁଳନାରେ ଏହି କ୍ଷେତ୍ରର ଆଞ୍ଚଳିକ ଦେଶଗୁଡିକ ସେମାନଙ୍କର ସାମରିକ ଶକ୍ତିକୁ ସୁଦୃଢ କରିଛନ୍ତି । ସେହିପରି ଅଣଆଞ୍ଚଳିକ ଶକ୍ତିମାନେ ନୂତନ ବିଶ୍ୱ ତଥା ଆଞ୍ଚଳିକ ଶକ୍ତିଙ୍କ ସହ ଖାପ ନୂଆ ସମୀକରଣ ସୃଷ୍ଟି କରୁଥିବାରୁ ଭାରତ-ମହାସାଗରୀୟ କ୍ଷେତ୍ର ଏବେ ଅଧିକ ପ୍ରତିଯୋଗିତାର କ୍ଷେତ୍ର ପାଲଟି ସାରିଛି ବୋଲି କହିବା ଭୁଲ ହେବ ନାହିଁ । ଚୀନର ନୌସେନା ଏହି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଆଞ୍ଚଳିକ ଶକ୍ତି ଭାବେ ଭାରତ ଏହି କ୍ଷେତ୍ରରେ ହେଉଥିବା ସାମରିକ ଗତିବିଧି ଓ ପରିବର୍ତ୍ତନ ଉପରେ କଡା ନଜର ରଖିଛି । ସମାନ ଆଭିମୁଖ୍ୟ ସହ ଭାରତ ପରି ଆଞ୍ଚଳିକ ଶକ୍ତି ଏବଂ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା ଭଳି ସହଭାଗୀ ଦେଶମାନେ ମିଶି ହିନ୍ଦ ମହାସାଗରୀୟ କ୍ଷେତ୍ରରେ ଚୀନ କିମ୍ବା ଅନ୍ୟ କୌଣସି ଦେଶର ଏକପାଖିଆ ପ୍ରାଧାନ୍ୟକୁ ରୋକିବା ପାଇଁ ‘କ୍ୱାଡ୍’ (Quad) ଗଠନ କରିଛନ୍ତି । ଏହି ପରିବର୍ତ୍ତିତ ସ୍ଥିିତିକୁ ବର୍ତ୍ତମାନ କିଛି ଘଟଣାକ୍ରମ ସହ ଯୋଡିକରି ଦେଖାଯାଇପାରେ । ବଙ୍ଗୋରସାଗରେ ଥିବା ସେଣ୍ଟ ମାର୍ଟିନ ଦ୍ବୀପ ପାଇଁ ଆମେରିକା ବହୁମାତ୍ରାରେ ଆଗ୍ରହୀ କିନ୍ତୁ ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟାଙ୍କନଯୋଗ୍ୟ ।

  • ବଙ୍ଗୋପସାଗର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା:-

ଭାରତ ମହାସାଗରୀୟ କ୍ଷେତ୍ର ମଧ୍ୟରେ ଥିବା ବଙ୍ଗୋପସାଗର ଏକ ଗୁରୁତ୍ବପୂର୍ଣ୍ଣ ଭୌଗୋଳିକ ପ୍ରାଧାନ୍ୟ ବହନ କରେ । ବିଶେଷ ଭାବରେ ନୌବାହିନୀ ଯୁଦ୍ଧ ଏବଂ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଏହାର ବୈଶ୍ବିକ ପ୍ରଭାବ ରହିଛି । ଏହି ଉପସାଗର ଦକ୍ଷିଣ-ଏସିଆର ଅନେକ ଦେଶର ସୀମାକୁ ସଲଗ୍ନ କରିଛି । ଯେଉଁମାନଙ୍କ ମଧ୍ୟରୁ କେବଳ ଭାରତ ବ୍ୟତୀତ ଅନ୍ୟ ଅଧିକାଂଶ ଦେଶ ବର୍ତ୍ତମାନ ସମୟରେ ଆଭ୍ୟନ୍ତରୀଣ ଅସ୍ଥିରତାର ସାମ୍ନା କରୁଛନ୍ତି । ନେପାଳ ଶାସନ ବ୍ୟବସ୍ଥାର ଏକ ଚିରାଚରିତ ଅବସ୍ଥାରେ ଅଛି, ଯାହା ମୁଖ୍ୟତଃ ଭାରତ ବିରୋଧୀ କାହାଣୀ ଦ୍ୱାରା ପରିଚାଳିତ । ସେହିପରି ମିଆଁମାର ଗୃହଯୁଦ୍ଧଗ୍ରସ୍ତ, ସାମରିକ ବଳ ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସେଠାରେ ବିବାଦ ଲାଗି ରହିଛି ।

  • ବାଂଲାଦେଶ ସଙ୍କଟ:-

ବର୍ତ୍ତମାନ ସମୟରେ ସଙ୍କଟର ସାମ୍ନା କରୁଥିବା ସଦ୍ୟତମ ରାଷ୍ଟ୍ର ହେଉଛି ବାଂଲାଦେଶ । ଏପରି ସ୍ଥିତି ସମଗ୍ର ଏସିଆର ଗଣତନ୍ତ୍ରର ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି । ସମ୍ପର୍କ, ଶାସନ ଗଠନ, ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ୱାର୍ଥର ଏହି ଜଟିଳ ଧାରା ମଧ୍ୟରେ ପଡୋଶୀ ଦେଶ ଭାବେ ଭାରତ ମଧ୍ୟ ଆଭ୍ୟନ୍ତରୀଣ ଆହ୍ବାନର ମୁକାବିଲା କରିବାକୁ ବାଧ୍ୟ ହୋଇଛି । ବାହ୍ୟ ଆହ୍ବାନ ସତ୍ତ୍ବେ ମଧ୍ୟ ଗଣତନ୍ତ୍ର ପାଇଁ ଏକ ସ୍ଥିର ଭିତ୍ତିଭୂମି ପ୍ରଦାନ କରିବାର କ୍ଷମତା ଭାରତ ବଜାୟ ରଖିଛି ।

  • ଦକ୍ଷିଣ-ଏସିଆର ରଣନୈତିକ ଇତିହାସ ଜଟିଳ:-

ଦକ୍ଷିଣ ଏସିଆର କ୍ଷମତା ରାଜନୀତି ଐତିହାସିକ ଭାବରେ ଜଟିଳ । ଯେଉଁଠାରେ ଆଞ୍ଚଳିକ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ନିଜ ଦେଶରେ ପ୍ରତିଦ୍ୱନ୍ଦ୍ୱୀ ମହାଶକ୍ତିର ଅନୁପ୍ରବେଶକୁ ପ୍ରତିରୋଧ କରିଥିବାର ଇତିହାସ ରହିଛି । ଶୀତଳ ଯୁଦ୍ଧ ସମୟରେ ଆମେରିକା ଏବଂ ସୋଭିଏତ ୟୁନିଅନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀ ଗତିଶୀଳତା ଭାରତ ମହାସାଗରୀୟ କ୍ଷେତ୍ରରେ ସ୍ପଷ୍ଟ ଭାବେ ଦେଖାଯାଇଥିଲା । ଦକ୍ଷିଣ ଏସୀୟ ଦେଶମାନେ ନିଜ ନିଜ କ୍ଷେତ୍ରାଧିକାର ମଧ୍ୟରେ ବିଶ୍ୱଶକ୍ତିମାନଙ୍କ ମଧ୍ୟରେ ଚାଲିଥିବା ସଂଗ୍ରାମରେ ସେତେଟା ଆଗ୍ରହ ପ୍ରଦର୍ଶନ କରିନଥିଲେ । ଏହି ଅସନ୍ତୋଷ ହିଁ ଭାରତ ମହାସାଗରୀୟ କ୍ଷେତ୍ରକୁ କ୍ଷମତା ପ୍ରତିଯୋଗିତାରୁ ମୁକ୍ତ ରଖିବା ପାଇଁ ମିଳିତ ଜାତିସଂଘକୁ ଆଞ୍ଚଳିକ ଦେଶଗୁଡିକ ଏକ ସାମୂହିକ ଆବେଦନ କରିଥିଲା । ଯଦିଓ ଆମେରିକୀୟ - ସୋଭିଏତ୍ ପ୍ରତିଦ୍ୱନ୍ଦ୍ୱିତା ଭାରତ ମହାସାଗରରୀୟ କ୍ଷେତ୍ରରେ ଉତ୍ପନ୍ନ ହୋଇଥିଲା, ତଥାପି 1971 ର ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ଏହା ଆଟଲାଣ୍ଟିକ୍ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶ ଅପେକ୍ଷା ଅଧିକ ଜଟିଳ ସ୍ଥିତିକୁୁ ଆସିଥିଲା ।

  • ଏକବିଂଶ ଶତାବ୍ଦୀରେ ସ୍ଥିତି ବଦଳିଛି:-

ଶତାବ୍ଦୀର ଆରମ୍ଭରୁ, ଦକ୍ଷିଣ ଏସିଆର ସ୍ଥିତିରେ ପରିବର୍ତ୍ତନ ଆସିଛି । ଆମେରିକା, ଋଷ ଏବଂ ଚୀନ୍ ପରି ବିଶ୍ବ ଶକ୍ତିମାନଙ୍କର ଆପେକ୍ଷିକ ପ୍ରଭାବ ଭଳି ବୈଶ୍ବିକ ଘଟଣାକ୍ରମରେ ଯଥେଷ୍ଟ ପରିବର୍ତ୍ତନ ମଧ୍ୟ ହୋଇଛି । ତଥାପି ଏହି କ୍ଷେତ୍ରରେ ଆମେରିକାର ପ୍ରଭାବ ଅନ୍ୟମାନଙ୍କ ଠାରୁ ବେଶ ଅଧିକ ରହିଛି । ଏହାର ସାମରିକ କାରଣ ମଧ୍ୟ ରହିଛି । ଏକାଧିକ ଦେଶରେ ଆମେରିକାର ସାମରିକ ଆଡ୍ଡା ରହିଛି । ବାହାରିନରେ ଅବସ୍ଥିତ ଆମେରିକାର ପଞ୍ଚମ ଫ୍ଲିଟ, ଜିବୋଟିର ଏକ ନୌସେନା ବେସ ଏବଂ ଡିଏଗୋ-ଗାର୍ସିଆରେ ଏହାର ଦକ୍ଷିଣ ଭାରତ ମହାସାଗରୀୟ କ୍ଷେତ୍ରରେ ବେସ ଥିବା କାରଣରୁ ଆମେରିକା ଏହି ଅଞ୍ଚଳରେ ପ୍ରଭାବ ବିସ୍ତାର କରିବା ଜାରି ରଖିଛି । ଭାରତ ମହାସାଗରର ପୂର୍ବ ଭାଗରେ ଜାପାନରେ ଅବସ୍ଥିତ । ଜାପାନରେ ଆମେରିକାର ସପ୍ତମ ଜାହାଜର ବେସ ରହିଛି । ଭୌଗଳିକ ଦୂରତା ସତ୍ତ୍ବେ ମଧ୍ୟ ଏହି କାରଣରୁ ଆମେରିକା ଏହି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିବା ଜାରି ରଖିଛି ।

ଅବଶ୍ୟ, ବିକାଶଶୀଳ ଭୌଗୋଳିକ ରାଜନୀତି ଏବଂ ପରିବର୍ତ୍ତିତ ସ୍ଥିତିରେ ଋଷର ପୂର୍ବ ପ୍ରଭାବ ହ୍ରାସ ପାଇଛି । ଚୀନ୍ ଏକ ବଡ ଶକ୍ତି ଭାବେ ଏହି କ୍ଷେତ୍ରରେ ପ୍ରବେଶ କରିସାରିଛି । ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଡୋ-ପାସିଫିକ୍ ଷ୍ଟ୍ରାଟେଜୀ ମଧ୍ୟ ପରିବର୍ତ୍ତିତ ସ୍ଥିତିରେ ଆବଶ୍ୟକତାକୁ ପ୍ରତିଫଳିତ କରିଥାଏ । କାରଣ ଏହା ଭାରତ ପରି ଆଞ୍ଚଳିକ ଅଂଶୀଦାର ରାଷ୍ଟ୍ରକୁ ସୁରକ୍ଷା ସମୀକରଣରେ ସାମିଲ କରିବା ପାଇଁ ଆମେରିକା ଚାହୁଁଛି । ଏହି ରଣନୀତି ଶୀତଳ ଯୁଦ୍ଧରୁ ବର୍ତ୍ତମାନର ସମୟର ଭୂ-ରାଜନୈତିକ ସ୍ଥିତି ପର୍ଯ୍ୟନ୍ତ ବିବାଦକୁ ବୟାନ କରୁଛି ।

ବଙ୍ଗୋପସାଗରରେ ଆମେରିକାର କୌଣସି ସେନା ବେସ ନଥିବା ସତ୍ତ୍ବେ ମଧ୍ୟ ଆମେରିକା ଉକ୍ତ କ୍ଷେତ୍ରରେ ଯେକୌଣସି ସମୟରେ ସାମରିକ ଗତିବିଧି ବଢାଇବାରେ ସକ୍ଷମ । ବାଂଲାଦେଶ ଉପକୂଳରେ ବଙ୍ଗୋପସାଗର ମଧ୍ୟରେ ଥିବା ସେଣ୍ଟ ମାର୍ଟିନ ଦ୍ବୀପରେ ସେଥିପାଇଁ ଆମେରିକା ଏକ ସେନା ବେସ ନିର୍ମାଣ କରିବା ପାଇଁ ଆଗ୍ରହଣ ପ୍ରକାଶ କରିବାରେ ଲାଗିଛି । ବିକାଶଶୀଳ କ୍ଷମତା ଗତିଶୀଳତା, ଆଞ୍ଚଳିକ ସୁରକ୍ଷା ଏବଂ ଇଣ୍ଡୋ-ପାସିଫିକ ରଣନୈତିକ ସମୀକରଣ ପରିପ୍ରେକ୍ଷୀରେ ବଙ୍ଗୋପସାଗରରେ ଅନ୍ୟ ଏକ ସାମରିକ ବେସ ପ୍ରତିଷ୍ଠା କରି ଆମେରିକା ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି । ହେଲେ ଏହି ନିଷ୍ପତ୍ତିରେ ଭାରତ ଓ ଆମେରିକା ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି ।

ସମ୍ପାଦକୀୟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.