ETV Bharat / opinion

ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ, କଣ କହୁଛନ୍ତି ଆଇନ ବିଶେଷଜ୍ଞ ? ଜାଣନ୍ତୁ - LEGAL EXPERTS ON NEW LAWS - LEGAL EXPERTS ON NEW LAWS

LEGAL EXPERTS ON NEW LAWS: ଦୀର୍ଘ 150 ବର୍ଷର ଆଇନକୁ ଉଚ୍ଛେଦ ହୋଇ ଆମ ଦେଶରେ ନୂଆ ଅପରାଧିକ ଆଇନକୁ ଲାଗୁ କରାଯାଇଛି । ବ୍ରିଟିଶ ଅମଳର ନିୟମକୁ ବାଏ ବାଏ କରାଯାଇଛି । ଦଣ୍ଡ ବଦଳରେ ଏବେ ନ୍ୟାୟକୁ ପ୍ରାଥମିକତା ଦିଆଯିବ । ତେବେ ଏହି ନୂଆ ଅପରାଧିକ ଆଇନ କଣ ଚ୍ୟାଲେଞ୍ଜ ସୃଷ୍ଟି କରିବ ଓ ସଫଳ ରୂପାୟନ ପାଇଁ କେତେ ସମୟ ଲାଗିବ ସେ ଉପରେ ଅନେକ ଆଇନ ବିଶେଷଜ୍ଞ ନିଜର ମତ ରଖିଛନ୍ତି । ପଢନ୍ତୁ ସୁମିତ ସକ୍ସେନାଙ୍କ ଏହି ଆଲେଖ୍ୟ

BHARATIYA NYAYA SANHITA
BHARATIYA NYAYA SANHITA (ANI)
author img

By Sumit Saxena

Published : Jul 1, 2024, 10:55 PM IST

ହାଇଦ୍ରାବାଦ: ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଅପରାଧିକ ଆଇନ ବା ଭାରତୀୟ ନ୍ୟାୟ ସଂହିତା । ଫଳସ୍ବରୂପ ପ୍ରାୟ ଦେଢ ଶହ ବର୍ଷ ଧରି 1860 ମସିହାରୁ ଚାଲିଆସୁଥିବା ବ୍ରିଟିଶ ଆଇନ ଆଜି ଇତିହାସ ପାଲଟିଛି । IPC ପରିବର୍ତ୍ତେ ‘ଭାରତୀୟ ନ୍ୟାୟ ସଂହିତା’, CRPC ପରିବର୍ତ୍ତେ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’, ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ‘ଭାରତୀୟ ସାକ୍ଷ ଅଧିନିୟମ’ ଲାଗୁ ହୋଇଛି । ନୂଆ ଆଇନ ଲାଗୁ ହେବା ପରେ ଆଇନ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି ।

ଆଇନଜୀବୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରୁଥିବା ପ୍ରସଙ୍ଗ ଉପରେ ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ କହିଛନ୍ତି, "ମୁଁ ଭାବୁ ନାହିଁ ଯେ ନୂତନ ଅପରାଧିକ ଆଇନ ପ୍ରଣୟନ ଯୋଗୁଁ ଆଇନଜୀବୀମାନେ କୌଣସି ପ୍ରକାର ଚ୍ୟାଲେଞ୍ଜ ପୂରଣ କରିବାରେ ଅସମର୍ଥ ହେବେ । ଗତ କିଛି ଦଶନ୍ଧି ମଧ୍ୟରେ ଆମେ ବିଭିନ୍ନ କ୍ଷେତ୍ରରେ ନୂତନ ନିୟମର ସମ୍ମୁଖୀନ ହୋଇଛୁ । 1950 ମସିହାରେ ସମ୍ବିଧାନ ନିଜେ ନୂଆ ଥିଲା । ଆଇବିସି ନୂଆ ଥିଲା । ସେଥିରେ ନୂତନ ଜମି ଅଧିଗ୍ରହଣ ଆଇନ ଥିଲା । ତେଣୁ, କୌଣସି ଅସୁବିଧା ହେବ ନାହିଁ । ମାର୍ଗଦର୍ଶନ ପାଇଁ ଅପରାଧିକ ଆଇନର ମୌଳିକ ନୀତି ଗୁଡିକ ଅଛି । ନୂତନ ସମସ୍ୟାଗୁଡିକ ପରିଚାଳନା କରିବା ପାଇଁ କୋର୍ଟଗୁଡିକ ମଧ୍ୟ ରହିଛି । ଦକ୍ଷିଣ ରାଜ୍ୟଗୁଡିକ ଇଂରାଜୀ ସହିତ ବାର୍ତ୍ତାଳାପ କରନ୍ତି ଏବଂ ଏହାର ବ୍ୟବହାରକୁ ସମର୍ଥନ କରନ୍ତି । ବ୍ୟକ୍ତିଗତ ଭାବରେ ମୁଁ ନୂତନ ନିୟମକୁ ସ୍ବାଗତ କରୁଛି ।"

ସେହିପରି ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡ଼େ କହିଛନ୍ତି, "ଆଇନଜୀବୀଙ୍କ ପରି ବିଚାରପତିମାନେ ମଧ୍ୟ ନୂତନ ନିୟମ ଅଧ୍ୟୟନ କରିବା ଏବଂ ଏଥିସହିତ ଅଭ୍ୟାସଗତ ହେବାକୁ ନେଇ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ତଥାପି କେତେକ ବ୍ୟବସ୍ଥାରେ ବ୍ୟବହୃତ ଅସ୍ପଷ୍ଟ ତଥା ଓଭରବ୍ରଡ୍ ଭାଷାରୁ ଏହି ସମସ୍ୟା ଉପୁଜିବ, ଯାହା ଅନିଶ୍ଚିତତା ସୃଷ୍ଟି କରିବ । ଏହି ସମସ୍ୟାଗୁଡିକ ବ୍ୟବସ୍ଥା ମଧ୍ୟରେ ରହିବ ଏବଂ ଦଶନ୍ଧିର ମକଦ୍ଦମା ପରେ ହିଁ ସମାଧାନ ହେବ । ସ୍ଥିର ହୋଇଥିବା ଆଇନକୁ ଅସ୍ଥିର କରିବାର ପରିଣାମ ଯାହାକି ତୁରନ୍ତ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ ଭବିଷ୍ୟତ ଉପରେ ପ୍ରଭାବ ପକାଇବ ।"

ଏହା ବି ପଢନ୍ତୁ- ଦେଶରେ ଲାଗୁ ହେଲା ତିନି ନୂଆ ଅପରାଧିକ ଆଇନ୍‌, ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR

ଅନ୍ୟ ଜଣେ ବରିଷ୍ଠ ଆଇନଜୀବୀ ସୁନିଲ ଫର୍ଣ୍ଣାଣ୍ଡିଜ ମଧ୍ୟ ସମାନ ମତ ରଖିଛନ୍ତି । ସେ କହିଛନ୍ତି ଯେ ନୂଆ ଅପରାଧିକ ଆଇନ ଲାଗୁ ହେବା ପରେ କିଛି ସମୟ ପାଇଁ ସମସ୍ୟା ଉପୁଜିବ । ଆଇନଜୀବୀଙ୍କ ସମେତ ବିଚାରପତିମାନେ ମଧ୍ୟ ନୂଆ ଆଇନ ସହିତ ଅଭ୍ୟାସଗତ ହେବାକୁ ସମୟ ନେବେ । ସେ କହିଛନ୍ତି ଯେ ଏହି ତିନୋଟି ନିୟମରେ କୌଣସି ନୂତନ ବିଷୟ ନାହିଁ ଏବଂ ତଥାକଥିତ ନୂତନ ନିୟମ ଗୁଡିକର ପ୍ରାୟ 90 ପ୍ରତିଶତ ପୁରୁଣା ନିୟମଗୁଡ଼ିକର ପୁନର୍ଗଠନ । ଦଶନ୍ଧି ଧରି ସୁପ୍ରିମକୋର୍ଟଙ୍କ ବିଚାର ମାଧ୍ୟମରେ ସମାଧାନ ହୋଇଥିବା ଆଇନଗୁଡ଼ିକ ଏହି ନୂତନ ନିୟମ ଯୋଗୁଁ ପ୍ରଭାବହୀନ ହେବ ।

ବରିଷ୍ଠ ଆଇନଜୀବୀ ବଲବିର ସିଂ କହିଛନ୍ତି, " ଏହା ଆଇନଜୀବୀଙ୍କ ସମେତ କୋର୍ଟ ପାଇଁ ମଧ୍ୟ ଚ୍ୟାଲେଞ୍ଜ ହୋଇପାରେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୋଲିସ ଏବଂ ନୂତନ ନିୟମର କାର୍ଯ୍ୟକାରିତା ବର୍ତ୍ତମାନ ଦେଶରେ ଦୁଇଟି ସମାନ୍ତରାଳ ଅପରାଧିକ ନ୍ୟାୟ ବ୍ୟବସ୍ଥା ସୃଷ୍ଟି କରିଛି । ଆମ ଦେଶ ପୂର୍ବରୁ ମଧ୍ୟ ପୁରୁଣା କମ୍ପାନୀ ଅଧିନିୟମ, 1956ରୁ ନୂତନ କମ୍ପାନୀ ଆକ୍ଟ 2013କୁ ପରିବର୍ତ୍ତନକୁ ଦେଖିଛି । ସେହିପରି MRTP ଆକ୍ଟ 1969ରୁ 2002 କମ୍ପିଟିସନ ଅଧିନିୟମ ହୋଇଛି । ତେଣୁ ମୋ ମତରେ ଏହି ପରିବର୍ତ୍ତନକୁ ସାମ୍ନା କରିବା ଲାଗି ସମସ୍ତ ଷ୍ଟେକହୋଲ୍ଡର କିଛି ସମୟ ନେବେ ।"

କରଞ୍ଜୱାଲା ଆଣ୍ଡ କୋ’ର ପ୍ରିନ୍ସିପାଲ ଆସୋସିଏଟ ନିହାରିକା କରଞ୍ଜୱାଲା କହିଛନ୍ତି ଯେ ଯେହେତୁ ନୂତନ ଅପରାଧିକ ଆଇନ ନିୟମ ଏବଂ ବ୍ୟବସ୍ଥାର ଏକ ମହତ୍ତ୍ବପୂର୍ଣ୍ଣ ସଂଶୋଧନକୁ ପ୍ରତିପାଦିତ କରୁଛି, ତଥାପି ଏହା ଉଭୟ ଆଇନଜୀବୀ ଏବଂ ମକଦ୍ଦମାକାରୀଙ୍କ ପାଇଁ ସମୟ ସାପେକ୍ଷ । ପ୍ରଥମତଃ ଏକ ଚ୍ୟାଲେଞ୍ଜ ହେଉଛି ଏହି ଆଇନର ପ୍ରଥମ ରେସପଣ୍ଡର ପୋଲିସ ଓ ତଦନ୍ତକାରୀ ଏଜେନ୍ସି ଯେପରି ଏହାକୁ ସଠିକ ଭାବେ ଲାଗୁ କରିବେ । କୋର୍ଟରେ ଏହା ବାରମ୍ବାର କାର୍ଯ୍ୟକାରୀ ହେବା ପରେ ଏହା ଅଭ୍ୟାସଗତ ହେବ । କିନ୍ତୁ ଏହା ନିଶ୍ଚିତ ଭାବେ ଏକ ଲମ୍ବା ପ୍ରକ୍ରିୟା ।"

ସରକାରଙ୍କ କହିବାନୁସାରେ, ସାରା ଦେଶରେ ଏହି ନୂତନ ଅପରାଧିକ ଆଇନଗୁଡ଼ିକର ସୁରୁଖୁରୁରେ କାର୍ଯ୍ୟକାରୀ ହେବା ପାଇଁ ତାଲିମ କାର୍ଯ୍ୟକ୍ରମ ଏବଂ ବୈଷୟିକ ଉନ୍ନୟନ ସମେତ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.