ETV Bharat / opinion

ଓପନ ସୋର୍ସ ଇଣ୍ଟେଲିଜେନ୍ସ, ବଡ୍ ବିପଦ !

Open Source Intelligence: ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ OSINT ବିସ୍ଫୋରଣ ହୋଇଛି । ଏହାକୁ ନେଇ ପଢନ୍ତୁ ରାଭେଲା ଭାନୁ କୃଷ୍ଣା କିରନଙ୍କ ଆଲେଖ୍ୟ,

Open Source Intelligence
Open Source Intelligence
author img

By ETV Bharat Odisha Team

Published : Mar 9, 2024, 2:15 PM IST

ଡକ୍ଟର ରାଭେଲା ଭାନୁ କୃଷ୍ଣା କିରନ୍

ସ୍ତମ୍ଭକାର

ହାଇଦ୍ରାବାଦ: ଓପନ ସୋର୍ସ ଇଣ୍ଟେଲିଜେନ୍ସ( OSINT) ଓ୍ବେବସାଇଟ, ୟୁଟ୍ୟୁବ, ଇନଷ୍ଟାଗ୍ରାମ, ଟ୍ବିଟର ଏବଂ ଫେସବୁକ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଭଳି ବିଭିନ୍ନ ସୁତ୍ରରୁ ସୂଚନା ଏକତ୍ରିତ କରିବାର ଏକ ପଦ୍ଧତି ଅଟେ । ପ୍ରିଣ୍ଟ ମିଡିଆ, ଆର୍ଟିକଲ୍, ରିପୋର୍ଟ, ଚିତ୍ର, ଭିଡିଓ ଏବଂ ଡାର୍କ ଓ୍ବେବ ଇତ୍ୟାଦି ସାମିଲ ରହିଛି । ଗତ କିଛି ବର୍ଷ ମଧ୍ୟରେ ସିରିଆ, ୟେମେନ, ୟୁକ୍ରେନ, ଗାଜା ଏବଂ ଲୋହିତ ସାଗରରେ ହାଉତି ଆକ୍ରମଣକୁ କଭର କରିବାରେ ବେସ୍ ଚର୍ଚ୍ଚାରେ ରହିଛି । ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ OSINT ବିସ୍ଫୋରଣ ହୋଇଛି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

ଟେକ୍ନୋଲୋଜିରେ ଦ୍ରୁତ ପରିବର୍ତ୍ତନ ହେତୁ ସର୍ବସାଧାରଣରେ ଉପଲବ୍ଧ ସୂଚନାର ପରିମାଣ ଅଧିକରୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣ ପାଇଁ ଓପନ ସୋର୍ସ ଇଣ୍ଟେଲିଜେନ୍ସର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତଥ୍ୟ ଅନୁସାରେ, ବିଶ୍ବରେ ପ୍ରତିଦିନ 361.6 ବିଲିୟନ ଇମେଲ, 8.5 ବିଲିୟନ ଗୁଗଲ ସର୍ଚ୍ଚ, 500 ମିଲିୟନ ଟ୍ବିଟ, ଫେସବୁକର ମାସିକ 3 ବିଲିୟନ ଉପଭୋକ୍ତା ଏବଂ ପ୍ରତିଦିନ 350 ମିଲିୟନ ଫଟୋ ଅପଲୋଡ କରୁଛନ୍ତି । ଏଥିସହ ଓଏସଆଇଏଲଟିକୁ ଆମରିକାନ ପ୍ଲାନେଟ ଲ୍ୟାବ, ବ୍ଲାକସ୍କାଏ, କାପିଲା ସ୍ପେସ, ମାକ୍ସର, ଷ୍ଟାରଲିଙ୍କ, ସାଟେଲାଇ ଆମେଜିଙ୍ଗ କର୍ପୋରେସନ, ଜୁହାଇ ଅର୍ବିଟା ଏରୋସ୍ସେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଏସସିଏସ ସ୍ପେସର ସୁବିଧା ପ୍ରଦାନ କରିଥାଏ । କାରଣ ଏଥିରୁ ଛବିକୁ ନିଶୁଳ୍ପ ଭାବେ ଉପଲବ୍ଧ ହୋଇଥାଏ ।

ଡିସେମ୍ବର 2022 ମସିହାରେ ୟୁକ୍ରେନ ସେନା ଋଷ ସେନାକୁ ଟାର୍ଗେଟ କରିବା ପାଇଁ ଆମେରିକା OSINT କମ୍ପାନୀ ପଲାଣ୍ଚିର ବିସ୍ତରୃତ ଡିଜିଟାଲ ମାନଚିତ୍ରକୁ ଉପଯୋଗ କରିଥିଲା । 2020 ମସିହାରେ ଗଲଓ୍ବାନ ଘଟଣା ସହିତ ଜଡିତ ଅଧିକାଂଶ ଛବି ମ୍ୟାକ୍ସର ଦ୍ବାରା ବ୍ୟବସାୟିକ ଭାବେ ପ୍ରଦାନ କରାଯାଇଥିଲା । ଅଷ୍ଟ୍ରେଲିଆନ ଷ୍ଟ୍ରାଟେଜିକ ପଲିସି ଇନଷ୍ଟିଚ୍ୟୁଟ 2022 ମସିହାରେ ଗଲଓ୍ବାନରେ ହୋଇଥିବା ସଂଘର୍ଷ ସହ ସାଟେଲାଇଟ ଇମେଜରି ଆଧାରରେ ରିପୋର୍ଟ ଏବଂ ବିଶ୍ଲେଷଣ କରିଥିଲା । ସେହିପରି ଏପ୍ରିଲ 2023 ମସିହାରେ ପୋର୍ଟ ସୁଦାନ(ଅରେସନ କାବେରୀ)ରୁ ଭାରତୀୟ ନୌସେନା ଦ୍ବାରା ଶରଣାର୍ଥୀଙ୍କୁ ସ୍ଥାନାନ୍ତର କରିବା ପାଇଁ ନାଭାଲ ଟେକ୍ନୋଲୋଜି ପତ୍ରିକା ଦ୍ବାରା ବ୍ଲାରସ୍କାଇ ଇମେଜରିର ଉପଯୋଗ କରାଯାଇଥିଲା ।

OSINT ସମଗ୍ର ବିଶ୍ୱରେ ଗୁପ୍ତଚର ଏଜେନ୍ସି ଏବଂ ସାମରିକ ରଣନୀତିଜ୍ଞଙ୍କ ମଧ୍ୟରେ ଗେମ୍ ଚେଞ୍ଜ କରି ଦେଇଛି । ଡାଟା ଓଭରଫ୍ଲୋ ସମଗ୍ର ବିଶ୍ବରେ ଗୁପ୍ତଚର ସଂସ୍ଥାଗୁଡିକୁ ଓଏସଆଇଏନଟିକୁ ଏକତ୍ର କରିବା ଏବଂ ବିଶ୍ଲେଷଣ କରିବା ପାଇଁ ସଂଘର୍ଷ କରିବାକୁ ପଡିଥାଏ । ତେଣୁ ଆମେରିକା ହାଉସ୍ ସବକମିଟି 2005 ମସିହାରେ ଆମେରିକାର ଗୁପ୍ତଚର ସମ୍ପ୍ରଦାୟକୁ ସୁବିଧା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲା । ମେ 2022 ମସିହାରେ ଆମେରିକା ନ୍ୟାସନାଲ ରିକୋନିସେନ୍ସ ଅଫିସ ପକ୍ଷରୁ ସୂଚନା ଦେଇଥିଲା ଯେ, OSINT ସହ ଜଡିତ ଗୁପ୍ତଚର କାର୍ଯ୍ୟର ମୁକାବିଲା ପାଇଁ ଆସନ୍ତା ଦଶ ବର୍ଷ ପାଇଁ ବ୍ଲାକସ୍କାଇ, ପ୍ଲାନେଟ୍ ଏବଂ ମ୍ୟାକ୍ସର ଭଳି କମ୍ପାନୀକୁ କୋଟି କୋଟି ଟଙ୍କା ପ୍ରଦାନ କରିବ । ଅକ୍ଟୋବର 2023 ମସିହାରେ ଆମେରିକୀୟ ଅଫିସର ଜାତୀୟ ଇଣ୍ଟେଲିଜେନ୍ସ ସାଇବର ବିଶେଷଜ୍ଞ ଜେସନ ବାରିଟିଙ୍କୁ ଗୁପ୍ତଚର ସମ୍ପ୍ରଦାୟର ଜାତୀୟ OSINT ରଣନୀତି ପ୍ରସ୍ତୁତ କରିବାକୁ ଆହ୍ବାନ କରିଥିଲା । ଚୀନର ଗୁପ୍ତଚର ଏଜେନ୍ସିଗୁଡିକ ମଧ୍ୟ ଶତ୍ରୁ ବା ବିରୋଧୀମାନଙ୍କ କ୍ଷମତା ବିଷୟରେ ଜାଣିବା ପାଇଁ ଓଏସଆଇଏନଟିରକୁ ଶସକ୍ତ କରିବା ପାଇଁ ଚେଷ୍ଟା କରୁଛି ।

ଏହା ମଧ୍ୟ ପଢନ୍ତୁ: AIର ଭବିଷ୍ୟତକୁ ନେଇ ହାତ ମିଶାଇଲେ ସମସ୍ତ ଦେଶ, ଭାରତର ରହିବ ଗୁରୁତ୍ବପୂର୍ଣ୍ଣ ଭୂମିକା

ଭାରତୀୟ ଗୁପ୍ତଚର ସଂସ୍ଥାଗୁଡ଼ିକୁ ମଧ୍ୟ ପ୍ଲାଟଫର୍ମ ତିଆରି କରିବାକୁ ପଡିବ, ଯେଉଁଠାରେ ସେମାନେ OSINT ତଥ୍ୟ ସଂଗ୍ରହ ଏବଂ ବିଶ୍ଳେଷଣ କରିବାରେ ବିଶ୍ଳେଷକ ଏବଂ ବିଶେଷଜ୍ଞମାନଙ୍କର ଏକ ଦଳ ବିକାଶ କରିବାରେ ସକ୍ଷମ ହୋଇପାରିବେ । ସେହି ଉଦ୍ଦେଶ୍ୟ ପାଇଁ ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି (DIA) ର ପ୍ରତିରକ୍ଷା ପ୍ରତିଛବି ପ୍ରକ୍ରିୟାକରଣ ଏବଂ ବିଶ୍ଳେଷଣ କେନ୍ଦ୍ର (DIPAC), ଜାତୀୟ ବୈଷୟିକ ଅନୁସନ୍ଧାନ ସଂଗଠନ (NTRO) ଏବଂ ISRO ର ସହଯୋଗରେ ଏକ ସମନ୍ୱିତ OSINT କେନ୍ଦ୍ର ପ୍ରତିଷ୍ଠାର ଆବଶ୍ୟକତା ରହିଛି ।

କମର୍ସିଆଲ ସାଟେଲାଇଟ ଏବଂ ମୋବାଇଲ ଫୋନର ଉପଯୋଗ ସାମରିକ ରହସ୍ୟର ଗୋପନୀୟତାକୁ ପରିବର୍ତ୍ତନ କରିଥାଏ । ଉଦାହରଣ ସ୍ୱରୂପ ୟୁକ୍ରେନ ସୈନ୍ୟମାନେ କମର୍ସିଆଲ ସାଟେଲାଇଟ ଇମେଜରି, ସୋସିଆଲ ମିଡିଆ ପୋଷ୍ଟ, ସ୍ମାର୍ଟ ଫୋନ୍ ଛବି, କମର୍ସିଆଲ ଡ୍ରୋନ୍ ଭିଡିଓ ଇତ୍ୟାଦି ସାହାଯ୍ୟରେ ଋଷ ସେନାର ରଣନୀତି ସ୍ଥାନର ପତ୍ତା ମିଳିଥିଲା । କମର୍ସିଆଲ ସାଟେଲାଇଟର ସହଜ ଉପଲବ୍ଧତା ସାମରିକ ସ୍ଥାନ ଏବଂ ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସ ଏବଂ ରେକନାନ୍ସାନ୍ସ (ISR) କ୍ଷମତାକୁ ସୀମିତ ରଖିଛି । ଗୁଗଲ୍ ମ୍ୟାପ୍ ଏବଂ ଗୁଗୁଲ୍ ଆର୍ଥ ବ୍ୟବହାର କରି ସଂକୀର୍ଣ୍ଣ ଉପତ୍ୟକା ଏବଂ ପାହାଡ ଉପରେ ଆର୍ଟିଲିରି ବନ୍ଧୁକ ସ୍ଥିତି ଏବଂ ଲଜିଷ୍ଟିକ୍ ବେସର ସ୍ଥାନ ଚିହ୍ନଟ କରିବାର ସମ୍ଭାବନା ମଧ୍ୟ ରହିଛି । ଆଜିକା ସମୟର ସ୍ମାର୍ଟ ଫୋନ୍ଗୁଡିକ ଜିଓ-ଲୋକେଟିଂ ସିଷ୍ଟମ୍ ସହିତ ସଜ୍ଜିତ ହୋଇଛି । ଯାହା ୟୁଜର୍ସଙ୍କର ଅବସ୍ଥାନ ସହିତ ସମସ୍ତ ପୋଷ୍ଟକୁ ଚିହ୍ନିତ କରିଥାଏ । ଋଷର ସୈନିକଙ୍କ ଦ୍ବାରା ମୋବାଇଲ୍ ଫୋନ୍ ବ୍ୟବହାର ଜାନୁଆରୀ 2023 ରେ ଋଷର ବ୍ୟାରେକ ଉପରେ ୟୁକ୍ରେନ ଆକ୍ରମଣର ରାସ୍ତା ଦେଖାଇଥିଲା । ଷ୍ଟକହୋମ ଇଣ୍ଟରନ୍ୟାସନାଲ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ(SIPRI), ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଷ୍ଟ୍ରାଟେଜିକ୍ ଷ୍ଟଡିଜ୍(IISC), ଦ ପେଣ୍ଟାଗନ, ମିଲିଟାରୀ ଜୋର୍ଣ୍ଣାଲ ଯେପରି ଡନ୍, ଏବସ୍କୋଷ୍ଟ, ଜେନ, ପ୍ରୋକ୍ୱେଷ୍ଟ ପରି ସାମରିକ ପତ୍ରିକା ପ୍ରକାଶ କରୁଥିବା କମ୍ପାନୀଗୁଡିକର ଅନଲାଇନ ଡାଟାବେସ ସାମରିକ ସାମର୍ଥ୍ୟ ଏବଂ ସାମରିକ ବିଷୟରେ ସୂଚନା ପ୍ରଦାନ କରୁଛି ।

OSINT ବ୍ୟାପକ ପ୍ରକ୍ରିୟାକରଣ ଏବଂ ବିଶ୍ଳେଷଣର ଆବଶ୍ୟକତା ରହିଛି । କାରଣ ଏଭଳି ଖବରର ତୁରନ୍ତ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଏବଂ ପ୍ରସାରିତ କରିବାରେ ପ୍ରଥମରେ ରହିଥାଏ । ଅର୍ବିଟାଲ ଇନସାଇଟ, ସ୍ଲାକ, ଭିଜିବଲ ଟେକ୍ନୋଲୋଜି, VFRAME, ଟ୍ରାକୋର, ଜିଗନାଲ ଲ୍ୟାବ, ଦିଯାଇ, ନେଟିକଲ୍ ଲ୍ୟାବଏବଂ ସିଟିବିଏଟ୍ସରେ OSINT ଆପ୍ଲାଇସେନ୍ସ ରହିଛି । ଭିଜିବଲ୍ ଟେକ୍ନୋଲୋଜି ଆମାଜନ ଏବଂ ଫେସବୁକ୍ ପରି ସାଇଟଗୁଡିକରେ ପୋଷ୍ଟ ଏବଂ ଭିଡିଓ କ୍ଲିପ୍ ଟ୍ରାକ୍ କରିବାରେ ସକ୍ଷମ ହୋଇଥାଏ । OSINTରୁ ପ୍ରାପ୍ତ ପ୍ରମାଣର ଅନେକ ବିଶ୍ବସନୀୟତା ଏବଂ ମହତ୍ତ୍ବ ରହିଛି । ବିଲିଂ କାର୍ଟ ରିପୋର୍ଟ MH17 ୟୁକ୍ରେନ ବିମାନ ଦୁର୍ଘଟଣା ଏବଂ ସର୍ଗି ସ୍କର୍ପାଲ ଘଟଣାରେ ସାହାଯ୍ୟ କରିଥିଲା । ଅନ୍ତରାଷ୍ଟ୍ରୀୟ ଅପରାଧିକ ନ୍ୟାୟାଳୟ(ICC) ଯୁଦ୍ଧ ଅପରାଧୀଙ୍କ ବିରୋଧରେ OSINT ଉପରେ ଆଧାରିତ ପ୍ରମାଣକୁ ସମର୍ଥନ କରୁଛି । 7 ଅକ୍ଟୋବରରେ ହାମାସ ଆକ୍ରମଣ ସମୟରେ ସୋସିଆଲ ମିଡିଆରେ ଇସ୍ରାଏଲ ଏବଂ ଘାଜାରେ ସାଧାରଣ ନାଗରିକଙ୍କ ଆହତଙ୍କ ଭିଜୁଆଲ ରହିଥିଲା । ଅନୁସନ୍ଧାନକାରୀ ଏବଂ ବିଶ୍ଳେଷକଙ୍କ ଦଳ ବିକାଶ ପାଇଁ ଭାରତକୁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.