ETV Bharat / opinion

ବଢୁଛି ଏମ-ପକ୍ସ ଆତଙ୍କ: ଭାରତ ପାଇଁ ସତର୍କ ଘଣ୍ଟି, କେମିତି ରହିବେ ସତର୍କ ? - MPox scare in India

author img

By K Srinath Reddy

Published : Aug 23, 2024, 12:24 PM IST

Updated : Aug 23, 2024, 12:41 PM IST

MPox scare in India: ବିଶ୍ବ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ଏମ-ପକ୍ସ ବା ମଙ୍କିପକ୍ସକୁ ନେଇ ଭାରତରେ ବଢିଛି ଚିନ୍ତା । ଏନେଇ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରରେ ଆରମ୍ଭ ହୋଇଛି ସ୍କ୍ରିନିଂ । ସରକାର ମଧ୍ୟ ସବୁପ୍ରକାର ଆଗୁଆ ପଦକ୍ଷେପ ନେଉଛନ୍ତି । ତେଣୁ ବର୍ତ୍ତମାନ ସମୟରେ ଏହି ଭାଇରସକୁ ନେଇ ଭୟଭୀତ ହେବା ଅପେକ୍ଷା ଏହାକୁ ରୋକିବା ଜରୁରୀ ହୋଇପଡିଛି । ପଢନ୍ତୁ ପୁରା ଖବର

ବଢୁଛି ଏମ-ପକ୍ସ ଆତଙ୍କ: ଭାରତ ପାଇଁ ସତର୍କ ଘଣ୍ଟି, କେମିତି ରହିବା ସତର୍କ ?
ବଢୁଛି ଏମ-ପକ୍ସ ଆତଙ୍କ: ଭାରତ ପାଇଁ ସତର୍କ ଘଣ୍ଟି, କେମିତି ରହିବା ସତର୍କ ? (ETV Bharat)

ହାଇଦ୍ରାବାଦ: କୋଭିଡ-19 ପରେ ଏବେ ବିଶ୍ବରେ ଆତଙ୍କ ଖେଳାଇଛି ମଙ୍କିପକ୍ସ ବା M-ପକ୍ସ (MPox) । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏହାକୁ ଗ୍ଲୋବାଲ ପବ୍ଲିକ ହେଲ୍‌ଥ ଏମର୍ଜେନ୍ସି (PME) ବା ବୈଶ୍ବିକ ଜନସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ବିଶ୍ବ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ଏହି ଭୂତାଣୁକୁ ନେଇ ଏବେ ଭାରତର ମଧ୍ୟ ବଢିଛି ଚିନ୍ତା । ଯଦିଓ ଏବେସୁଦ୍ଧା ଭାରତରେ କୌଣସି ଏମ-ପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହୋଇନି ହେଲେ ପଡୋଶୀ ପାକିସ୍ତାନରେ ଏହି ଭୂତାଣୁ ଚିହ୍ନଟ ହେବା ପରେ ସାରା ଦେଶରେ ଆଲର୍ଟ ରହିଛି । ଭାରତରେ ଏହି ସଂକ୍ରମଣ ରୋକିବାକୁ ସରକାର ସବୁପ୍ରକାର ଆଗୁଆ ପଦକ୍ଷେପ ନେଉଛନ୍ତି । ଏମ-ପକ୍ସ ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖାଯିବା ସହ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଛି ।

ତେବେ ଏହି ଭୂତାଣୁ ସଂକ୍ରମଣକୁ ନେଇ ଏବେ ବି ଲୋକଙ୍କ ମଧ୍ୟରେ ଅନେକ ଦ୍ବନ୍ଦ ରହିଛି, ଯେମିତିକି ଏହାର ଠିକ୍ ନାଁ କ'ଣ- ମକ୍ସିପକ୍ସ ନା ଏମ-ପକ୍ସ ? ଏହା ଚିକେନ ପକ୍ସ ବା ସ୍ମଲପକ୍ସ ଠାରୁ କେମିତି ଭିନ୍ନ ? ଏହି ଭୂତାଣୁ କେଉଁଠୁ ସୃଷ୍ଟି ? ପଶୁଙ୍କଠାରୁ ମଣିଷକୁ କେମିତି ସଂକ୍ରମିତ ହେଲା ? ଏହା କେମିତି ଜଣେ ମଣିଷଠୁ ଅନ୍ୟ ଜଣକୁ ବ୍ୟାପିଥାଏ ? ଭାରତରେ ଏମ-ପକ୍ସ ବ୍ୟାପିଲେ କିମ୍ବା ପ୍ରଭାବିତ ଦେଶକୁ ଯାତ୍ରା କଲେ, ଏହି ଭୂତାଣରୁ ବର୍ତ୍ତିବା ପାଇଁ କିପରି ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ ? ଏହାଠୁ ରକ୍ଷା ପାଇଁ କ'ଣ କିଛି ଭ୍ୟାକ୍ସିନ ଅଛି କି ? ଇତ୍ୟାଦି...

ମଙ୍କିପକ୍ସ ନା ଏମ-ପକ୍ସ, କେଉଁଟା ଠିକ୍ ?

ଏହି ଭାଇରସ୍ ନାଁ 'ମଙ୍କିପକ୍ସ' ବ୍ୟବହାର କରିବା ଭୁଲ୍ । କାରଣ ଜର୍ମାନର ଏକ ଲାବୋଟୋରୀରେ ସିଙ୍ଗାପୁରରୁ ଆସିଥିବା କିଛି ମାଙ୍କଡଠାରେ ଏହି ଭୂତାଣୁ ପ୍ରଥମେ ଚିହ୍ନଟ ହେବା ଯୋଗୁଁ ମୂଳତଃ ଏହାର ନାମ ମଙ୍କିପକ୍ସ ରଖାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଭାଇରସ୍ ମୂଷା ଓ ଗୁଣ୍ଡିଚିମୂଷା ଭଳି ଜୀବନଙ୍କଠାରୁ ମଣିଷକୁ ଅଧିକ ବ୍ୟାପୁଥିବା ଜଣାପଡିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହାର ନାମ ପରିବର୍ତ୍ତନ କରାଯାଇ 'ଏମ-ପକ୍ସ' (MPox) କରାଯାଇଥିଲା ।

ଏହି ରୋଗ ମୁଖ୍ୟ ରୂପେ 1970ରେ କଙ୍ଗୋ ଗଣରାଜ୍ୟରେ ମଣିଷଙ୍କଠାରେ ଦେଖାଯାଇଥିଲା ଏବଂ 2022 ପର୍ଯ୍ୟନ୍ତ ସେହିଠାରେ ହିଁ ସୀମିତ ଥିଲା । ହେଲେ ଯେତେବେଳେ ଏହା ଅନ୍ୟ ଦେଶଗୁଡିକୁ ବ୍ୟାପିଲା, 2022 ଜୁଲାଇରେ 'ହୁ' ଏହାକୁ 'ବିଶ୍ବ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି' ଘୋଷଣା କରିଥିଲା । କିନ୍ତୁ ଆଫ୍ରିକାରେ ଏହି ସଂକ୍ରମଣ ହ୍ରାସ ପାଇବା ପରେ ପୁଣିଥରେ ଏହି ଜରୁରୀ ସ୍ଥିତି ଉଠାଇ ଦିଆଯାଇଥିଲା । ହେଲେ ପୁଣିଥରେ ଏହି ରୋଗ କଙ୍ଗୋ, କେନିଆ, ଉଗାଣ୍ଡା ଓ ରୁଆଣ୍ଡ ସମେତ କିଛି ଆଫ୍ରିକୀୟ ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ଏବଂ ଏହା ଅନ୍ୟ ଦେଶଗୁଡିକୁ ମଧ୍ୟ ବ୍ୟାପି ଚାଲିଛି । ଯାହାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ 2024 ଅଗଷ୍ଟ 14ରେ ଏମ-ପକ୍ସକୁ ପୁନର୍ବାର 'ବିଶ୍ବ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି' ଘୋଷଣା କରିଛି ।

ଏମ-ପକ୍ସର ଲକ୍ଷଣ ଓ ଚିକିତ୍ସା:

1980 ସୁଦ୍ଧା ବିଶ୍ବରୁ ସ୍ମଲପକ୍ସ ଦୂରୀକରଣ ହୋଇଯାଇଥିଲା, କିନ୍ତୁ ଚିକେନପକ୍ସ ଏବେ ବି ମଣିଷ ବିଶେଷକରି ଶିଶୁଙ୍କଠାରେ ଦେଖାଯାଉଛି । ଏମ-ପକ୍ସରେ ଚିକେନପକ୍ସର ବିପରୀତ ହାତ ଏବଂ ପାପୁଲିରେ ତ୍ବଚାର ଏକ କ୍ଷତ ଦେଖାଯାଏ । ଏହି ରୋଗରେ ଆକ୍ରାନ୍ତ ହେଲେ ଜ୍ବର, ମୁଣ୍ଡବିନ୍ଧା, ମାଂସପେଶୀ ଘୋଳାବିନ୍ଧା, ଫୋଟକା ଯୁକ୍ତ ରାସ୍, ଥକା ଅନୁଭବ କରିବା ଏବଂ ଫୁଲା ଲସିକା ଗ୍ରନ୍ଥି ଆଦି ଲକ୍ଷଣ ଓ ଚିହ୍ନ ଦେଖାଯାଇଥାଏ । ଶିଶୁ, ଗର୍ଭବତୀ ମହିଳା ଏବଂ କମ୍ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକଙ୍କଠାରେ ଏହା ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

ଏହି ରୋଗର ଚିକିତ୍ସା ପାଇଁ ଯଦିଓ କିଛି ଆଣ୍ଟି-ଭାଇରାଲ ଔଷଧ ବିକଶିତ ହୋଇଛି, କିନ୍ତୁ ନିକଟରେ ହୋଇଥିବା ଏହାର ଟ୍ରାଏଲ ବିଫଳ ହୋଇଛି । ଏମ-ପକ୍ସ ଲାଗି ଦୁଇ ପ୍ରକାରର ଭ୍ୟାକ୍ସିନ ବିକଶିତ ହୋଇଥିଲେ ହେଁ ଏହା ବିଶ୍ବସ୍ତରରେ ବିତରଣ ହୋଇନାହିଁ । ଅନେକ ଏମ-ପକ୍ସ ସଂକ୍ରମିତ ସ୍ବାସ୍ଥ୍ୟ ଜଟିଳତା ବିନା ସୁସ୍ଥ ହୋଇଯାଉଥିବାରୁ ବହୁ ଦେଶ 'ସମୂହ ଟୀକାକରଣ କାର୍ଯ୍ୟକ୍ରମ' କରିନାହାନ୍ତି । ଏମ-ପକ୍ସ ସଂକ୍ରମିତ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା, ପୋଷକ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ପାଣି ପିଇବା ଓ ପଯ୍ୟାପ୍ତ ନିଦ୍ରା ସହିତ ଚର୍ମ ନ କୁଣ୍ଡାଇବାକୁ ପରାମର୍ଶ ରହିଛି ।

କୋଭିଡ-19 ତୁଳନାରେ ଏମ-ପକ୍ସ ରୋଗ ଚିହ୍ନିବା ଅତି ସହଜ । କାରଣ ଏହି ରୋଗ ହେଲେ ଚର୍ମରେ ଫୋଟକା ଭଳି ଲକ୍ଷଣ ଦେଖାଯାଏ । ତେଣୁ ଯଦି ଚର୍ମରେ ଭେସିକଲ ବା ତରଳ ପଦାର୍ଥ ଥିବା ଫୋଟକା ଦେଖାଯାଏ ତାହେଲେ ଡାକ୍ତରଙ୍କୁ ଦେଖାଇବା ଉଚିତ୍ । ସଂକ୍ରମିତ ବ୍ୟକ୍ତି ପୁରାପୁରି ଠିକ୍ ନହେବା ପର୍ଯ୍ୟନ୍ତ ଅନ୍ୟମାନଙ୍କ ଠାରୁ ଦୂରତା ବଜାୟ ରଖିବା ସହ ଚିକିତ୍ସିତ ହେବା ଆବଶ୍ୟକ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଏବଂ ଯୌନ ସମ୍ପର୍କ ରଖିବା ଦ୍ବାରା ଏହି ରୋଗ ବ୍ୟାପିଥାଏ ।

2022ରେ ଭାରତରେ କିଛି ଏମ-ପକ୍ସ ମାମଲା ଚିହ୍ନଟ ହୋଇଥିଲା । ହେଲେ ଏହା ବିଶ୍ବରେ ବ୍ୟାପିବା ପରଠୁ କୌଣସି ନୂଆ ମାମଲା ଦେଶରେ ରିପୋର୍ଟ ହୋଇନି । ତେବେ ଏହି ଏମ-ପକ୍ସକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବରଂ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଜରୁରୀ । ଭାରତରେ ଏହି ସଂକ୍ରମଣ ବ୍ୟାପିବାରୁ ରୋକିବାକୁ ସରକାର ଆଗୁଆ ପ୍ରସ୍ତୁତ ରହିବା ଉଚିତ୍ ।

ତେବେ ଏମ-ପକ୍ସ (MPox) ପୁଣିଥରେ ମନେପକାଇ ଦେଇଛି ଯେ, ମଣିଷ ନିଜେ ଏମିତି ପରିସ୍ଥିତି ସୃଷ୍ଟି କରିଛି ଯେଉଁଥିପାଇଁ ଜଙ୍ଗଲରେ ସୀମିତ ରହୁଥିବା ଭାଇରସ୍ ମଣିଷ ସମାଜରେ ପ୍ରବେଶ କରୁଛି । ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଛନ୍ତି ।

Disclaimer- ପ୍ରକାଶିତ ଆଲେଖ୍ୟଟି ଲେଖକଙ୍କ ନିଜସ୍ବ ମତ । ଇଟିଭି ଭାରତର ଏହି ଆଲେଖ୍ୟ ସହିତ କୌଣସି ନିଜସ୍ବ ମତାମତି କିମ୍ବା ଆଭିମୁଖ୍ୟ ରଖୁନାହିଁ ।

Last Updated : Aug 23, 2024, 12:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.