ETV Bharat / opinion

ମୋଦି-ପୁଟିନ ବନ୍ଧୁତା: ବୈଶ୍ବିକ ହଲଚଲ୍ ମଧ୍ୟରେ ଆହୁରି ସୁଦୃଢ ହେଉଥିବାର ସଙ୍କେତ - Modi Putin Bonhomie

Modi-Putin Bonhomie: ବିଗତ କିଛି ବର୍ଷ ହେଲା ଉଷ୍ଣ ବୈଶ୍ବିକ ସ୍ଥିତି ଭାରତ ଓ ଋଷ୍ ସମ୍ପର୍କ ଉପରେ ଚାପ ପକାଉଛି । ୟୁକ୍ରେନ ସଙ୍କଟ ନେଇ ଋଷ୍-ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟରେ ତିକ୍ତତା, ଭାରତ-ଚୀନ ସୀମା ବିବାଦ ଇତ୍ୟାଦି ପ୍ରସଙ୍ଗ ଦୁଇ ଦେଶ ବନ୍ଧୁତା ଆଗରେ ଆହ୍ବାନ ହୋଇଛି । ଏହାସତ୍ତ୍ବେ ନିକଟରେ ମୋଦିଙ୍କ ଋଷ ଗସ୍ତ ଏବଂ ତାଙ୍କୁ ସେଠି ସର୍ବୋଚ୍ଚ ବେସାମରିକ ସମ୍ମାନ ଉଭୟ ଦେଶ ମଧ୍ୟରେ ଦୃଢ ଓ ସ୍ଥାୟୀ ସମ୍ପର୍କକୁ ପ୍ରତୀତ କରୁଛି । ପଢନ୍ତୁ ଏନେଇ ଡ. ରାଭେଲ୍ଲା ଭାନୁ କ୍ରିଷ୍ଣା କିରଣଙ୍କ ଆଲେଖ୍ୟ

Modi-Putin Bonhomie
Modi-Putin Bonhomie (ETV Bharat)
author img

By ETV Bharat Odisha Team

Published : Jul 13, 2024, 3:20 PM IST

ହାଇଦ୍ରାବାଦ: ବିଗତ କିଛି ବର୍ଷ ହେଲା ବୈଶ୍ବିକ ରାଜନୀତିରେ ବଡ଼ ହଲଚଲ୍ ଜାରି ରହିଛି । ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଓ ଋଷ୍ ମଧ୍ୟରେ ତିକ୍ତତା ହେଉ ଅବା ଆମେରିକା-ଚୀନ ବିବାଦ ଇତ୍ୟାଦି ବୈଶ୍ବିକ ଭୂ-ରାଜନୈତିକ ସ୍ଥିତି ଦୀର୍ଘ ଦଶନ୍ଧି ଧରି ପରସ୍ପରର ସହଯୋଗୀ ରହିଥିବା ଭାରତ ଓ ଋଷ୍ ସମ୍ପର୍କ ଉପରେ ଚାପ ପକାଉଛି । ଯଦିଓ ଉଭୟ ଦେଶ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିଛନ୍ତି, କିନ୍ତୁ ୟୁକ୍ରେନ ସଙ୍କଟ ପରେ ବେଜିଂ-ମସ୍କୋ ସମ୍ପର୍କ, ଭାରତ-ଚୀନ ସୀମା ବିବାଦ, ଆମେରିକା-ଚୀନ ମଧ୍ୟରେ ବଢୁଥିବା ତିକ୍ତତା ଓ ଆମେରିକା-ଭାରତର ବନ୍ଧୁତା ଇତ୍ୟାଦି କାରଣ ଦୁଇ ଦେଶ ପାଇଁ ସେମାନଙ୍କ ଭୂ-ରାଜନୈତିକ ପ୍ରାଥମିକତା ବିକଶିତ କରିଛି ।

ଏକାସାଙ୍ଗରେ ଚୀନ ସହିତ ସହଭାଗିତା ଏବଂ ଭାରତ ଉପରେ ନିଜର ପ୍ରଭାବ ରକ୍ଷା କରିବା, ଋଷ୍ ପାଇଁ ଆହ୍ବାନ ହୋଇଛି । ଗୋଟିଏ ପଟେ ଋଷ୍ ନୂଆଦିଲ୍ଲୀ ସହ ୬ ଦଶନ୍ଧି ଧରି ସମ୍ପର୍କ ବଜାୟ ରଖିଛି, ଅନ୍ୟପଟେ ଭବିଷ୍ୟତରେ ଚୀନ ଉପରେ ଋଷର ନିର୍ଭରଶୀଳତା ପୂର୍ଣ୍ଣ ସାମରିକ ମେଣ୍ଟରେ ପରିବର୍ତ୍ତିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଏପରି ହେଲେ ଭାରତ ଓ ଋଷ୍ ସମ୍ପର୍କ ପ୍ରଭାବିତ ହେବା ନିଶ୍ଚିତ ।

ରଣନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଭବିଷ୍ୟତରେ ଭାରତ ଓ ଚୀନ ମଧ୍ୟରେ ଜଟିଳ ସୀମା ସଂଘର୍ଷ କିମ୍ବା ଯୁଦ୍ଧ ସ୍ଥିତି ଉପୁଜିଲେ, ନୂଆଦିଲ୍ଲୀ ସହ ସହଭାଗିତା ବଜାୟ ରଖିବା ଋଷ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ତେବେ ଆଶ୍ବସ୍ତିକର ବିଷୟ ହେଲା, ଋଷ୍ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରର ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଋଷ୍ ଗସ୍ତ ଏହାର ସ୍ପଷ୍ଟ ସଙ୍କେତ ଦେଉଛି କି, ନୂଆଦିଲ୍ଲୀ ଓ ମସ୍କୋ ପରସ୍ପର ମଧ୍ୟରେ 'ସ୍ବତନ୍ତ୍ର ରଣନୀତିକ ସହଭାଗିତା'କୁ ନିରନ୍ତର ମଜଭୁତ କରିରଖିବେ ।

୨୨ତମ ଭାରତ-ଋଷ ଶିଖର ସମ୍ମିଳନୀ ଏକ ଉଚ୍ଚସ୍ତରୀୟ ବୈଠକ ଥିଲା, ଏଥିରେ ଭୂ-ରାଜନୈତିକ ପ୍ରଭାବ ଉପରେ ଆଲୋଚନା କରାଯିବା ସହିତ ଦ୍ବିପାକ୍ଷିକ ସମ୍ପର୍କ ଦିଗ ଗୁଡିକର ସମୀକ୍ଷା କରାଯାଇଥିଲା । ଏଥିସହ ମିଳିତ ଜାତିସଂଘ ଏବଂ ବହୁପାକ୍ଷିୟ ମଞ୍ଚରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ପରିବହନ, ନିବେଶ କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ସମ୍ଭାବନା ଗୁଡିକ ଉପରେ ଚର୍ଚ୍ଚା ହୋଇଥିଲା ।

ପ୍ରତିରକ୍ଷା ଉପକରଣ କ୍ଷେତ୍ରରେ ଭାରତ ଋଷିଆ ଉପରେ ନିର୍ଭରଶୀଳ । ସମ୍ପ୍ରତି ଭାରତ ଏହାର ଜଳ, ସ୍ଥଳ, ବାୟୁସେନା ପାଇଁ ୬୦ରୁ ୭୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ଓ ଉପକରଣ ଯେମିତିକି, ଟି-୯୦ ଟ୍ୟାଙ୍କ, MiG-29-K, Su-30-MKI ଏୟାରକ୍ରାଫ୍ଟ, ଏକେ-୨୦୩ ରାଇଫଲ୍ସ, Igla-S ଏୟାର ଡିଫେନ୍ସ ସିଷ୍ଟମ, ଆଣ୍ଟିଟ୍ୟାଙ୍କ ଗାଇଡେଡ ମିଶାଇଲ, ଭାରତର ମିଗ୍-୨୯ ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ଯନ୍ତ୍ରପାତି ପ୍ରଭୃତି ଋଷିଆରୁ ଆମଦାନୀ କରୁଛି । ଦୁଇ ଦେଶ ମିଳିତ ଭାବେ ବ୍ରହ୍ମୋସ ମିସାଇଲ ନିର୍ମାଣ କରିଛନ୍ତି । ଏଥିସହ ଭାରତୀୟ ସେନାରେ ଏବେ ବି ୩,୭୪୦ ଋଷ୍ ନିର୍ମିତ ଟ୍ୟାଙ୍କ ଉପଲବ୍ଧ ରହିଛି ।

ଏନର୍ଜି ସେକ୍ଟରରେ ମଧ୍ୟ ନୂଆଦିଲ୍ଲୀ ଏବଂ ମସ୍କୋ ପରସ୍ପର ମଧ୍ୟରେ ସହଭାଗିତା ବୃଦ୍ଧି କରୁଛନ୍ତି । ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର କଟକଣା ପରେ ଋଷ୍ ଠାରୁ ଭାରତ ଶସ୍ତା ମୂଲ୍ୟରେ ତୈଳ କ୍ରୟ କରୁଛି । ୨୦୨୧ରେ ଭାରତ ଋଷିଆରୁ ୨.୫ ବିଲିୟନ ଡଲାରର ଅଶୋଧିତ ତୈଳ କିଣିଥିବାବେଳେ ୟୁକ୍ରେନ ଯୁଦ୍ଧ ପରେ ୨୦୨୩ରେ ଏହା ୪୬.୫ ବିଲିୟନକୁ ବୃଦ୍ଧି ପାଇଥିଲା । ବାର୍ଷିକ ଶିଖର ସମ୍ମିଳନୀରେ ୨୦୨୩ରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟକ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା, ଯାହାକି ୨୦୨୫ ପାଇଁ ଧାର୍ଯ୍ୟ ହୋଇଥିବା ୩୦ ବିଲିୟନ ଡଲାରର ଦ୍ବିପାକ୍ଷିକ କାରବାର ଟାର୍ଗେଟର ଦୁଇ ଗୁଣା ଅଟେ । ସେହିପରି ଭାରତ ଓ ଋଷ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ବଢାଇବାକୁ ମୋଦି ଓ ପୁଟିନ ୨୦୩୦ ଯାଏଁ ୧୦୦ ବିଲିୟନ ଡଲାରର ଦ୍ବିପାକ୍ଷିକ କାରବାର ଟାର୍ଗେଟ ନିର୍ଦ୍ଧାରିତ କରିବାକୁ ସହମତ ହୋଇଥିଲେ ।

ଦୁଇ ନେତା ବିଭିନ୍ନ ଅନ୍ତରାଷ୍ଟ୍ରୀୟ ମଞ୍ଚ ଯେପରି-ଏସିୟାନ ରିଜିଓନାଲ ଫୋରମ (ARF) ଓ ଏସିୟାନ ପ୍ରତିରକ୍ଷା ମନ୍ତ୍ରୀ ବୈଠକ (ADMM-Plus)ରେ ପରସ୍ପର ମଧ୍ୟରେ ସହଯୋଗ ମଜଭୁତ କରିବା ଉପରେ ଜୋର ଦେଇଛନ୍ତି । ଋଷ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସ୍ଥାୟୀ ସଦସ୍ୟତା ସପକ୍ଷରେ ସମର୍ଥନକୁ ଦୋହରାଇଛି । ଉଭୟ ନେତା ସାଇନ୍ସ ଓ ଟେକ୍ନୋଲୋଜି, ସିଭିଲ ନ୍ୟୁକ୍ଲିୟର କର୍ପୋରେସନ, ମହାକାଶ ଏବଂ ଦ୍ବିପାକ୍ଷିକ, ଆଞ୍ଚଳିକ, ବୈଶ୍ବିକ ପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରିଷଦରେ ଆଲୋଚନା କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି ।

ପୁଟିନ ଓ ଜିନପିଙ୍ଗ ମଧ୍ୟରେ 'ନୋ ଲିମିଟ୍' ବନ୍ଧୁତା ସତ୍ତ୍ବେ ପୁଟିନ ବେଜିଂ ଠାରୁ ଦୂରତା ବଜାୟ ରଖିଛନ୍ତି ଏବଂ ସୌହାର୍ଦ୍ଦପୂର୍ଣ୍ଣ ଆଲିଙ୍ଗନ ଓ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରି ମୋଦିଙ୍କ ସହ ବନ୍ଧୁତାକୁ ସମଗ୍ର ବିଶ୍ବ ଆଗରେ ସ୍ପଷ୍ଟ କରିଛନ୍ତି । ଋଷ୍ ବିଶ୍ଲେଷକ ଭାବୁଛନ୍ତି, ପୁଟିନଙ୍କ ଉତ୍ତରକୋରିଆ ଯାତ୍ରାକୁ ବେଜିଂ ଠିକ୍ ଭାବରେ ଗ୍ରହଣ କରିପାରିନଥିଲା । ଏପରି ସ୍ଥଳେ ଭାରତ ସହିତ ଏହି ସନ୍ତୁଳନ ଦର୍ଶାଉଛି ଯେ ମସ୍କୋ ସମ୍ପୂର୍ଣ୍ଣ ରୂପେ ବେଜିଂ ଆଡକୁ ଢଳି ନାହିଁ । ଏହାବ୍ୟତୀତ ଉଭୟ ମସ୍କୋ ଓ ବେଜିଂ ନିଜର ବ୍ୟକ୍ତିଗତ ସ୍ବାର୍ଥ ଦୃଷ୍ଟିରୁ ଆର୍କାଟିକ, ମଧ୍ୟ ଓ ଉତ୍ତରପୂର୍ବ ଏସିଆ ପ୍ରତି ଆଗ୍ରହ ରଖୁଛନ୍ତି । ଏହି କ୍ଷେତ୍ରରେ ନୂଆଦିଲ୍ଲୀକୁ ଋଷ ସହ ନିଜର ସମ୍ପର୍କକୁ ଏମିତି ଢଙ୍ଗରେ ବଜାୟ ରଖିବାକୁ ପଡିବ, ଯଦ୍ବାରା ଋଷ୍ ଚୀନ ଉପରେ ଅତ୍ୟଧିକ ନିର୍ଭରଶୀଳ ନହେବ । ଭାରତୀୟ ବିଦେଶ ନୀତିରେ, ମସ୍କୋ ପୂର୍ବ ଓ ପଶ୍ଚିମ ମଧ୍ୟରେ ସନ୍ତୁଳନ ବଜାର ରଖିବାକୁ ଚେଷ୍ଟା କରୁଥିବା ପ୍ରତୀତ ହେଉଛି ।

ଋଷରେ ଅବସ୍ଥାପିତ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଉପମୁଖ୍ୟ ପଙ୍କଜ ସରନଙ୍କ କହିବା କଥା, ଋଷ ସହିତ ଭାରତର ମିତ୍ରତା ମସ୍କୋ ଓ ପାଶ୍ଚାତ୍ୟ ମଧ୍ୟରେ ଏକ ମଧ୍ୟସ୍ଥି ରୂପେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ସେହିପରି ୟୁରୋସିଆନ, ଭାରତ-ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗଗୁଡିକ କ୍ଷେତ୍ରରେ ଆମେରିକା ଓ ଜାପାନ ସହିତ ଡିଲ୍ କରିବାକୁ ଭାରତ ସହ ଘନିଷ୍ଠ ସମ୍ପର୍କ ଋଷ ପାଇଁ ବେଶ୍ ଉପାଦେୟ ହେବ ।

ଶୀତଳ ଯୁଦ୍ଧର ସମାପ୍ତି ଏବଂ ନିକଟ ବର୍ଷରେ ଆମେରିକା-ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଶିଖର ଛୁଇଁବା ସତ୍ତ୍ବେ ଋଷ୍ ଭାରତର ଏହ ଗୁରୁତ୍ବପୂର୍ଣ୍ଣ ସହଯୋଗୀ ହୋଇ ରହିଆସିଛି । ଅସ୍ତ୍ରଶସ୍ତ୍ର ଯୋଗାଣ ସହ ୟୁକ୍ରେନ ସଙ୍କଟ ବେଳେ ରିହାତି ଦରରେ ତୈଳ ରପ୍ତାନୀ ଦୁଇ ଦେଶ ମଧ୍ୟରେ ପ୍ରଗାଢ଼ ଓ ସୁଦୃଢ ସମ୍ପର୍କକୁ ପ୍ରତୀତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.