ETV Bharat / opinion

ମିଡିଆ ଟାଇକୁନ ରାମୋଜୀ ରାଓ, 'ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଓ ଅବଦାନ ପାଇଁ ସ୍ମରଣୀୟ ରହିବେ' - Media Tycoon Ramoji Rao

Media Tycoon Ramoji Rao: ମିଡିଆ ଜଗତର ବାଦଶାହ ରାମୋଜୀ ରାଓ ଆଖି ବୁଜିଛନ୍ତି । ସେ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ETV ଭାରତର ତଦାରଖ ଜାରି ରଖିଥିଲେ । ଗଣମାଧ୍ୟମ ପ୍ରତି ତାଙ୍କର ଅବଦାନକୁ ନେଇ ପଢନ୍ତୁ ଇଟିଭି ଭାରତ ନେଟୱାର୍କ ସମ୍ପାଦକ ବିଲାଲ ଭଟ୍ଟଙ୍କ ଆଲେଖ୍ୟ ।

Ramoji Rao
Ramoji Rao (ETV Bharat)
author img

By ETV Bharat Odisha Team

Published : Jun 9, 2024, 6:03 PM IST

ଲେଖକ- ବିଲାଲ ଭଟ୍ଟ

ଏଡିଟର୍, ଇଟିଭି ଭାରତ

ହାଇଦ୍ରାବାଦ: ରାମୋଜୀ ରାଓ, ଯାହାଙ୍କୁ ଆମେ ଚେୟାରମ୍ୟାନ ଗାରୁ(ତେଲୁଗୁରେ ଗାରୁ ଅର୍ଥ ଜୀ ବା ସାର୍) ବୋଲି ସମ୍ବୋଧନ କରିଥାଉ । ସେ ହେଉଛନ୍ତି ଜଣେ ଦୂରଦର୍ଶୀ ସମ୍ପନ୍ନ ବ୍ୟକ୍ତିତ୍ବ । ଆଉ ମିଡିଆ ଜଗତକୁ ଗଢି ତୋଳିବାରେ ତାଙ୍କର ରହିଛି ଉଲ୍ଲେଖନୀୟ ଅବଦାନ । ସେ ଭାରତୀୟ ସାମ୍ବାଦିକମାନଙ୍କ ପାଇଁ ନିଜ ମାତୃଭାଷାରେ ଖବର ପରିବେଷଣ କରିପାରିବାର ପ୍ଲାଟଫର୍ମ ଯୋଗାଇଛନ୍ତି । ତାଙ୍କ ସହ ୬ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାମ କରିବାର ସୁଯୋଗ ମିଳିଛି । ସମ୍ପାଦକୀୟ ସମ୍ବନ୍ଧରେ ତାଙ୍କ ସହ ଆଲୋଚନା ହୋଇଛି । ସେ ସମୟରେ ତାଙ୍କ ଚିନ୍ତା, ଭାବନା ଓ ତୀକ୍ଷ୍ମ ବୁଦ୍ଧି ପରିଲକ୍ଷିତ ହୋଇଥାଏ । ସତେ ଯେମିତି ନିଶ୍ବାସ ପ୍ରଶ୍ବାସ ନେବା ଭଳି ଅତି ସହଜରେ ସେ କଠିନରୁ କଠିନ ରଚନାତ୍ମକ ଚିନ୍ତାଧାରା ପରିବେଷଣ କରିଥାନ୍ତି । ସମସ୍ୟାର ସମାଧାନ ଦିଗରେ ଯଥେଷ୍ଟ ଅଭିଜ୍ଞତା ଥିବା ଏହି ବ୍ୟକ୍ତିତ୍ବ ଜ୍ଞାନ ଆହରଣର କେନ୍ଦ୍ର । ଜୀବନରେ ସବୁ ପରୀକ୍ଷା ନୀରିକ୍ଷାକୁ ସାମନା କରିବାବେଳେ ସେ ଉପଭୋଗ କରିବାକୁ ଭୁଲି ନଥିଲେ । ଯତ୍ନର ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବାର କ୍ଷମତା ପାଇଁ ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Ramoji Rao
Ramoji Rao (ETV Bharat)

ସବୁ ପରିସ୍ଥିତିକୁ ୩୬୦ ଡିଗ୍ରୀ ଭଳି ପ୍ରତି ଦିଗରୁ ପରଖୁଥିଲେ ଆଉ ଆକଳନ କରୁଥିଲେ । ଏହି ଦୃଷ୍ଟିକୋଣ ଯୋଗୁ କେବଳ ମଜବୁତ ନୁହେଁ, ଜଣେ ସଫଳ ବ୍ୟକ୍ତି ହୋଇପାରିଥିଲେ । ଯେତେବେଳେ ଡିଜିଟାଲ ମିଡିଆର ଆରମ୍ଭ ହୋଇଥିଲା, ସେତେବେଳେ ସେ ଏକ ରଣନୀତି ପ୍ରସ୍ତୁତ କରିଥିଲେ । ଆଧୁନିକ ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଦ୍ବାରା ଏହି ରଣନୀତି କାର୍ଯ୍ୟକାରୀ କରାଯାଇଥିଲା । ସେ ଭାରତର ପ୍ରଥମ ବ୍ୟକ୍ତି ଯିଏକି ଏକ ବିସ୍ତୃତ ପ୍ଲାଟଫର୍ମ ବିକଶିତ କରିଥିଲେ । ଯାହାର ନାଁ ହେଉଛି 'ଇଟିଭି ଭାରତ' । ଏହି ଡିଜିଟାଲ ମିଡିଆରେ ଇଂରାଜୀ ସମେତ 13ଟି ଭାରତୀୟ ଭାଷାରେ ସମ୍ବାଦ ଉପସ୍ଥାପନ କରାଯାଉଛି । ତାଙ୍କର ଦୂରଦୃଷ୍ଟି ଥିଲା ଯେ ଆଗାମୀ ସମୟ ଡିଜିଟାଲ ମିଡିଆର ଯୁଗ ହେବ । ତେଣୁ ଭିଡିଓ ଏଡିଟିଂ ସଫ୍ଟୱେର୍ ସହିତ ସଜ୍ଜିତ ମୋବାଇଲ ଡିଭାଇସ ଓ ସାମ୍ବାଦିକ ତଥା ପ୍ରତିନିଧୀଙ୍କର ଏତେ ବଡ଼ ନେଟୱାର୍କ ଥିବା ଏହା ହେଉଛି ପ୍ରଥମ ମିଡିଆ ସଂସ୍ଥା । କିପରି ସହଜରେ ଫୁଟେଜ୍ ରେକର୍ଡ ଏବଂ ପ୍ରସାରଣ ସହ ଯେକୌଣସି ସ୍ଥାନରୁ ଲାଇଭ ନ୍ୟୁଜ ହୋଇପାରିବ ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ହୋଇଥିଲା । ସେ ଜଣେ ମହାନ ଯୋଜନାକାର ଥିଲେ, ଯିଏକି କୌଣସି ନିବେଶ କରିବା ପୂର୍ବରୁ ଏହାର ପରିଣାମ ସହଜରେ ଆକଳନ କରିପାରୁଥିଲେ ।

Ramoji Rao
Ramoji Rao (ETV Bharat)

ସେ ଅନେକ ସାମ୍ବାଦିକ ଓ ଫିଲ୍ମ ନିର୍ମାତା ସୃଷ୍ଟି କରିଛନ୍ତି । ଲୋକଙ୍କୁ ଉପଦେଶ ଦେବା ଦିଗରେ ସେ ଦେଖାଇଥିବା ସ୍ନେହ ପ୍ରେମ ପାଇଁ ହଜାର ହଜାର ଶିଷ୍ୟଙ୍କ ନିକଟରେ ନମସ୍ୟ ହୋଇଛନ୍ତି । ଲୋକଙ୍କ ସହ କଥାବାର୍ତ୍ତା କରିବା ସମୟରେ ରାମୋଜୀ ରାଓ ଗାରୁ ଏତେ ସରଳ ଭାବେ ବୁଝାଉଥିଲେ ଯେ ସମସ୍ତେ ଖୁବ ସହଜରେ ବୁଝିପାରୁଥିଲେ । ବୈଠକବେଳେ ସେ ଜନକେନ୍ଦ୍ରିକ ପ୍ରସଙ୍ଗ ବିଷୟରେ କହିବାକୁ ପସନ୍ଦ କରୁଥିଲେ । ସାମ୍ବାଦିକତା ପ୍ରତି ସେ ବିଶେଷ ସମ୍ମାନ ପ୍ରଦର୍ଶନ କରିଆସୁଥିଲେ । ସେ ଅନେକ ସମୟରେ କମ୍ପାନୀର ସାମ୍ବାଦିକ ତଥା ଏଡିଟୋରିଆଲ ଟିମକୁ କହିଥିଲେ, "ଆମର ବିଶ୍ବସନୀୟତା ଲୋକଙ୍କ ସହ ଅଛି" ।

ଏହା ବି ପଢନ୍ତୁ...ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରାମୋଜୀ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ - Ramoji Rao Funeral

ଜଣେ ସମାଜସେବୀ ଭାବରେ ସେ ସର୍ବଦା ସୁବିଧାରୁ ବଞ୍ଚିତ ମେଧାବୀ ପିଲାଙ୍କ ଶିକ୍ଷା ଦିଗରେ ସହାୟତା କରିଆସୁଥିଲେ । ପିଲାମାନେ ଯେପରି ସ୍ବାଧୀନ ଭାବେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ ସେଥିପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ । ତାଙ୍କର ସମ୍ପାଦକୀୟରେ ସେ ଗଣତାନ୍ତ୍ରିକ ଓ ସ୍ବାଧୀନତା ପ୍ରସଙ୍ଗରେ ନିଜର ମତ ରଖିଥିଲେ । ଗଣମାଧ୍ୟମରେ ମୁକ୍ତ, ଅବାଧ ତଥା ସ୍ବାଧୀନତା ଢାଞ୍ଚାକୁ ସେ କାର୍ଯ୍ୟରେ ପ୍ରତିଫଳିତ କରିବାକୁ ପରାମର୍ଶ ଦେଉଥିଲେ । ଏହି ଢାଞ୍ଚାକୁ ବୁଝିବାକୁ ରାମୋଜୀ ରାଓ ଗାରୁ ପ୍ରତି ସଭାରେ ପରାମର୍ଶ ଦେଉଥିଲେ । ଭାରତ ଏବଂ ଅନ୍ୟାନ୍ୟ ଦେଶର ସାମ୍ବାଦିକମାନେ ତାଙ୍କର ଅବଦାନକୁ ମନେ ରଖିବେ । ସ୍ବାଧୀନ ତଥା ନିରପେକ୍ଷ ସାମ୍ବାଦିକତା ପାଇଁ ଆଗାମୀ ପିଢି ପାଇଁ ସେ ପ୍ରେରଣା ହୋଇ ରହିବେ ।

ଦିବଙ୍ଗତ ଆତ୍ମାକୁ ଶାନ୍ତି ମିଳୁ, ଆମେ ସର୍ବଦା ତାଙ୍କୁ ସ୍ମରଣ କରିବୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.