ଲେଖକ- ପରିତାଲା ପୁରୁଷୋତ୍ତମ
ହାଇଦ୍ରାବାଦ: ଗତ 3 ତାରିଖରେ ଆବୁଧାବିରେ ଶେଷ ହୋଇଛି WTOର 13 ତମ ବୈଠକ । ହେଲେ ଅନ୍ତର୍ଜାତୀୟ ବାଣିଜ୍ୟ ସଂଗଠନ ଉପରେ ଯଥେଷ୍ଟ ଜ୍ଞାନ ନଥିବା ବ୍ୟକ୍ତି ବା ସଂଗଠନ ବୈଠକର ଗୁରୁତ୍ବ ବୁଝିବେ ନାହିଁ । ଏହା ସଫଳ ହୋଇନାହିଁ ବୋଲି ସେମାନେ ଚିନ୍ତା କରୁଥାଇପାରନ୍ତି । ଏଭଳି ଚିନ୍ତା କରିବା ପଛରେ ଅନେକ କାରଣ ମଧ୍ୟ ରହିଛି । ତେବେ ବିଶ୍ବ ବାଣିଜ୍ୟ ସଂଗଠନର ଗଠନ ବାଣିଜ୍ୟ ସମ୍ବନ୍ଧିତ ବିବାଦର ସମାଧାନ ପାଇଁ ହୋଇଥିଲା । ସେଥିପାଇଁ ଆମେରିକା ଭଳି କିଛି ଶକ୍ତିଶାଳୀ ଦେଶ ଏନେଇ ବାଣିଜ୍ୟିକ ଚୁକ୍ତିନାମା କରିଥିଲେ। ହେଲେ ପରେ ସେମାନେ ନିଜର ମୂଳ ଚିନ୍ତାଧାରାରୁ ନିବୃତ୍ତ ହୋଇଗଲେ। ପରେ WTO ସହ 1993 ମସିହାରେ ଉତ୍ତର ଆମେରିକାର ଦେୟମୁକ୍ତ ବାଣିଜ୍ୟିକ ଚୁକ୍ତିନାମା ଆରମ୍ଭ କଲା । ଏହାଦ୍ବାରା ଆମେରିକା ଏହାର ସବସିଡି ଯୁକ୍ତ କୃଷି ରପ୍ତାନି କରିପାରିବ। ଏହିପରିଭାବେ ମେକ୍ସିକୋ ଓ ଅନ୍ୟାନ୍ୟ ଦେଶ ପାଇଁ ଏହି ନିୟମ ପ୍ରଚଳିତ ହେଲା । ଧୀରେ ଧୀରେ ଆମେରିକାର ଏହି ଆଭିମୁଖ୍ୟ ଦେଖି ଅନେକ ଦେଶ ଗୁଡିକ FTAକୁ ଚୟନ କରିବାକୁ ଲାଗିଲେ ।
FTA ହେତୁ ବଡ ଦେଶଗୁଡିକ ଉପକୃତ ହେଉଥିବାବେଳେ ଛୋଟ ଦେଶଗୁଡିକ କ୍ଷତି ସହୁଛନ୍ତି। ଏଠାରେ କେବଳ ଏକ ଶକ୍ତିଶାଳୀ ଦେଶ ଆଗକୁ ବଢିପାରିବ। ଆପଣ ଏହା କହିପାରିବେ ଯେ, WTOର ଅବସ୍ଥା ମଧ୍ୟ ମିଳିତ ଜାତିସଂଘ ପରି ହୋଇଗଲା। ନିକଟରେ ହୋଇଥିବା ବୈଠକରେ ଉଭୟ ଭାରତ ଏବଂ ୟୁରୋପ କୃଷି ସମ୍ବନ୍ଧରେ ନିଜର ମତ ଉପସ୍ଥାପନ କରିଛନ୍ତି। ସବସିଡି ଏବଂ ବଜାର ନିବେଶ ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଖାଦ୍ୟ ନିରାପତ୍ତା ପାଇଁ ସର୍ବସାଧାରଣ ଷ୍ଟକ୍ ହୋଲ୍ଡିଂ। ଭାରତ ପରି ପ୍ରାୟ 80 ଟି ଦେଶ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ପାଲଟିଛି। ଭାରତରେ ସର୍ବସାଧାରଣ ଷ୍ଟକ୍ ହୋଲ୍ଡିଂରେ ଦୁଇଟି ପ୍ରମୁଖ ଉପାଦାନ ଅଛି। ପ୍ରଥମଟି ହେଉଛି MSP ରେ କୃଷକଙ୍କ ଠାରୁ ଫସଲ କ୍ରୟ। ଦ୍ବିତୀୟଟି ହେଲା 'ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା' ଅଧୀନରେ 81 କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇବା। ଏହା ବ୍ୟତୀତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସବସିଡିଯୁକ୍ତ ଖାଦ୍ୟ ବିକ୍ରୟ ହେଉଛି ।
WTO ନିୟମ ଅନୁସାରେ ସବସିଡିକୁ ନେଇ ନିର୍ଦ୍ଦିଷ୍ଟ ସୀମା ରହିଛି। ଭାରତ ଏବଂ ଆଫ୍ରିକୀୟ ଦେଶ ଏହି ସମସ୍ୟାର ସ୍ଥାୟୀ ସମାଧାନ ଚାହୁଁଛନ୍ତି। ଏଥିପାଇଁ ଉଭୟ ଏକତ୍ର G-33 ଗଠନ କରିଥିଲେ। ଏହା ହେଉଛି ବିକାଶଶୀଳ ଦେଶମାନଙ୍କର ଏକ ଗୋଷ୍ଠୀ। ଡିସେମ୍ବର 2013 ରେ ବାଲିରେ ଅନୁଷ୍ଠିତ WTO ବୈଠକରେ ଏହା ଉପରେ ଏକ ନିଷ୍କର୍ସ ବାହାରିଥିଲା। କେତେକ ଦେଶ 2013 ଡିସେମ୍ବର 7ତାରିଖ ସୁଦ୍ଧା ସର୍ବସାଧାରଣ ଷ୍ଟକ୍ ହୋଲ୍ଡିଂ ବା ପବ୍ଲିକ ଷ୍ଟକ ହୋଲ୍ଡିଂ (PSH)ର ସୀମା ବୃଦ୍ଧି କରିବାକୁ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରିଥିଲେ । ଏହି ପ୍ରସଙ୍ଗରେ ଭାରତର ମଧ୍ୟ ସମାଧାନ ଚାହୁଁଛି। ଭାରତ ଚାହୁଁଛି ଯେ, ସର୍ବସାଧାରଣ ଷ୍ଟକ୍ ହୋଲ୍ଡିଂ କାର୍ଯ୍ୟକ୍ରମ ଜାରି ରହୁ । ସର୍ବନିମ୍ନ ସହାୟତା ମୂଲ୍ୟରେ ଖାଦ୍ୟ ଶସ୍ୟ କ୍ରୟ ସହ ଏହାକୁ ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ରଖାଯାଉ। ଭାରତର କହିବା କଥା, 2013 ରେ ଅନୁଷ୍ଠିତ WTO ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆ ସରିଛି। ତେଣୁ ଏହି ପ୍ରସଙ୍ଗକୁ ପୁଣି ଥରେ ଉଠାଇବାର କୌଣସି ଅର୍ଥ ନାହିଁ। ହେଲେ ବ୍ରାଜିଲ ଏବଂ କୃଷି ନିୟନ୍ତ୍ରକ ସମୂହ ଚାହୁଁଛନ୍ତି ସମସ୍ତ ପ୍ରସଙ୍ଗରେ ଆଲୋଚନା ହେଉ। ସେପଟେ ଆମେରିକା ଏବଂ କୃଷି ରପ୍ତାନୀକାରୀ ଦେଶଗୁଡ଼ିକ ଚାହୁଁଛନ୍ତି ଯେ, ସର୍ବସାଧାରଣ ଷ୍ଟକ୍ ହୋଲ୍ଡିଂ ଉପରେ ପ୍ରତିବନ୍ଧକ ଲାଗୁ ହେଉ ।
ଏହା ମଧ୍ୟ ପଢନ୍ତୁ...SDGର ଏଜେଣ୍ଡା: 2030 ସୁଦ୍ଧା ଭାରତର ରୂପାନ୍ତର
PSHରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଅଛି । ଦେଖିବାକୁ ଗଲେ ବର୍ତ୍ତମାନ ଭାରତର ସ୍ଥିତି ଭଲ ରହିଛି । ଏହାର କୃଷି ନୀତିରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ । କେତେକ କୃଷକ ସଂଗଠନ ମଧ୍ୟ ବିଶ୍ବ ବାଣିଜ୍ୟ ସଂଗଠନ ଛାଡିବାକୁ ଭାରତକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହିପରି ସଂସ୍ଥା ଗୁଡ଼ିକ ହୁଏତ WTOର ନୀତି ଉପରେ ଅବଗତ ନାହାନ୍ତି । ଯଦି ଭାରତ WTOରୁ ବାହାରିଯାଏ, ତେବେ ନିଜର ଉତ୍ପାଦିତ ସାମଗ୍ରୀକୁ ପ୍ରତିଯୋଗିତାମୂଳକ ମୂଲ୍ୟରେ ରପ୍ତାନି କରିପାରିବ ନାହିଁ। କି ଅନ୍ୟ କୌଣସି ଦେଶକୁ ଉଚିତ୍ ମୂଲ୍ୟରେ ପଠାଇପାରିବ ନାହିଁ । ଏହା ଭାରତ ପାଇଁ ଏକ ଆର୍ଥିକ ବିପର୍ଯ୍ୟୟର କାରଣ ହେବ ।
ସେପଟେ ସବସିଡି ନିର୍ଦ୍ଧାରଣ ଉପରେ ଭାରତ ପ୍ରଶ୍ନ ଉଠାଇଛି । 1986-88 ମୂଲ୍ୟକୁ ଆଧାର କରି ବର୍ତ୍ତମାନ ସବସିଡି ନିର୍ଣ୍ଣୟ କରୁଛି WTO । କେବଳ ଏହି ଆଧାରରେ ସର୍ବସାଧାରଣ ଷ୍ଟକ୍ ହୋଲ୍ଡିଂ ନିଷ୍ପତ୍ତି ନିଆଯାଉଛି । ଯେଉଁ ବର୍ଷ ନିଷ୍ପତ୍ତି ନିଆଯାଉଛି ସେହି କାରଣରୁ ସବସିଡି ଅଧିକ ଦେଖାଯାଏ । ତେଣୁ ସବସିଡି ଗଣନା ପଦ୍ଧତିରେ ଉନ୍ନତି ଆଣିବାକୁ ଭାରତ ଦାବି କରିଛି । ଜେନେଭାରେ WTOର ପରବର୍ତ୍ତୀ ବୈଠକରେ ଏହି ପ୍ରସଙ୍ଗ ପୁଣି ଆସିବ। ବିକାଶ ଚୁକ୍ତି ପାଇଁ ପୁଞ୍ଜି ବିନିଯୋଗ ପାଇଁ ବୈଠକରେ ଆଲୋଚନା କରାଯିବ । ଯେଉଁଥିରେ 120ରୁ ଅଧିକ ଦେଶ ଆବୁଧାବିରେ ସହମତ ହୋଇଛନ୍ତି । ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏହି ବାଣିଜ୍ୟ ସହ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି । ସେହିପରି 2026 ମସିହାରେ କାମେରୁନରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଏମଏସଏମଇ ପରି ଅଣ-ବାଣିଜ୍ୟ ପ୍ରସଙ୍ଗ ଉଠାଇପାରେ ଭାରତ । ସେ ଯାହା ବି ହେଉ, ଭାରତର ନିଜ ହିତସାଧନ କରିବା ଦିଗରେ ସମସ୍ତ ପ୍ରୟାସ କରିବାର କ୍ଷମତା ରହିଛି ।