ଲେଖକ- ଡଃ ରାବେଲା ଭାନୁ କ୍ରୀଷ୍ଣା କିରନ
ହାଇଦ୍ରାବାଦ: ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ (UAE) ମଧ୍ୟରେ ଚଳିତ ବର୍ଷ ଫେବୃଆରୀ ପହିଲାରେ ଭାରତ-ମଧ୍ୟ ପୂର୍ବ ୟୁରୋପ ଅର୍ଥନୈତିକ କରିଡର (IMEEC) ନେଇ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଯାହାକି ଭାରତୀୟ ଉପମହାଦେଶ, ମଧ୍ୟ ପୂର୍ବ ଏବଂ ୟୁରୋପ ମଧ୍ୟରେ ଏକ ଐତିହାସିକ ବାଣିଜ୍ୟ ମାର୍ଗ । ସମ୍ପ୍ରତି ଗାଜା ଏବଂ ଲୋହିତ ସାଗର ବିବାଦ ମଧ୍ୟରେ ଏହି ପ୍ରକଳ୍ପକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହ୍ୟାନ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅର୍ଥନୈତିକ ଓ ରଣନୀତି କ୍ଷେତ୍ରରେ ଏହା ଉଭୟ ରାଷ୍ଟ୍ର ଲାଗି ଗେମ ଚେଞ୍ଜର ହୋଇପାରିବ ।
ଏହି ଚୁକ୍ତି ଦ୍ବାରା ବାଣିଜ୍ୟ ବୃଦ୍ଧି ଏବଂ ପରିବହନକୁ ତ୍ବରାନ୍ବିତ କରିବା ସହ ପରିବହନରେ ହେଉଥିବା ବିଳମ୍ବ, ମୂଲ୍ୟ, ଇନ୍ଧନ ବ୍ୟବହାର ଏବଂ ଗ୍ରୀନ ହାଉସ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ସହିତ ଏହି ଅଞ୍ଚଳରେ ଚୀନର ପ୍ରଭାବକୁ ପ୍ରତିହତ କରିବା ସହିତ ନିଯୁକ୍ତି ସୃଷ୍ଟି କରିବ । ଗତ ସେପ୍ଟେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ G-୨୦ ଶିଖର ସମ୍ମିଳନୀରେ ୟୁରୋପୀୟ ୟୁନିଅନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲୀ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆମେରିକା IMEEC ଗଠନ ପାଇଁ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ । ବିଶ୍ବର ଜନସଂଖ୍ୟାର ୪୦% ବାସ କରୁଥିବା ଏବଂ ବିଶ୍ବ ଅର୍ଥନୀତିର ପ୍ରାୟ ୫୦% ଏହି ଦେଶଗୁଡିକ ୟୁଏଇ, ସାଉଦି ଆରବ, ଗ୍ରୀସ୍ ଦେଇ ଯାଇଥିବା ଏକ ମାର୍ଗ ଦେଇ ଭାରତକୁ ୟୁରୋପ ସହିତ ଯୋଡିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ଭାରତ ଏବଂ ୟୁରୋପ ମଧ୍ୟରେ ଅଧିକାଂଶ ବାଣିଜ୍ୟ ଇଜିପ୍ଟ ଦ୍ବାରା ନିୟନ୍ତ୍ରିତ ସୁଇଜ କେନାଲ ଦେଇ ସମୁଦ୍ର ମାର୍ଗ ମଧ୍ୟରେ ହେଉଛି ।
ଏହା ବି ପଢନ୍ତୁ- ବିଶ୍ବ ଦେଖିଲା ଭାରତ-ୟୁଏଇ ବନ୍ଧୁତା: ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ଦେଲେ ମୋଦି
IMEEC ହେଉଛି ୪୮୦୦ କିମି ଲମ୍ବା ମଲ୍ଟି-ମୋଡାଲ ପରିବହନ କରିଡର । ଯାହାକି ଭାରତର ପଶ୍ଚିମ ଉପକୂଳକୁ ୟୁଏଇ ସହିତ ସମୁଦ୍ର ଏବଂ ଆରବ ଦ୍ବୀପପୁଞ୍ଜ ଦେଇ ଇସ୍ରାଏଲର ହାଇଫା ବନ୍ଦର ପର୍ଯ୍ୟନ୍ତ ଏକ ରେଳ ମାର୍ଗକୁ ସଂଯୋଗ କରେ । ହାଇଫାରୁ ଏହି ସାମଗ୍ରୀ ସମୁଦ୍ର ଦ୍ବାରା ଗ୍ରୀକ ପିରିୟସ ବନ୍ଦର ଦେଇ ୟୁରୋପରେ ପରିବହନ ହୁଏ । IMEEC ପ୍ରକଳ୍ପ ଭାରତକୁ ପଶ୍ଚିମ ଏସିଆ ଏବଂ ୟୁରୋପରେ ପ୍ରବେଶ କରିବାକୁ ସକ୍ଷମ କରିବ । ଏହା ମଧ୍ୟ ପୂର୍ବ ଏବଂ ୟୁରୋପ ସହିତ ସଂଯୋଗ ସ୍ଥାପନ ପାଇଁ ଇସଲାମବାଦ ଏବଂ ତେହେରାନ ନିକଟରେ ଏକ ମାର୍ଗ ଖୋଜିବାକୁ ଭାରତକୁ ଅନୁମତି ପ୍ରଦାନ କରିବ ।
ଅର୍ଥନୈତିକ ଦୃଷ୍ଟିରୁ IMEEC ଭାରତକୁ ୟୁଏଇ, ସାଉଦି ଆରବ, ଜୋର୍ଡାନ, ଇସ୍ରାଏଲ ଓ ଗ୍ରୀସକୁ ବିଭିନ୍ନ ପ୍ରକାର ସାମଗ୍ରୀ ରପ୍ତାନି ତଥା ଆମଦାନୀ ତଥା ଇଟାଲୀ, ଫ୍ରାନ୍ସ, ଜର୍ମାନୀକୁ ପ୍ରବେଶ ଅନୁମତି ଦେବ । ଏହାସହ ଭାରତରୁ ୟୁରୋପରେ ସାମଗ୍ରୀ ରପ୍ତାନୀ ସମୟ ଓ ମୂଲ୍ୟ ଯଥାକ୍ରମେ ୪୦ ପ୍ରତିଶତ ଏବଂ ୩୦ ପ୍ରତିଶତ ହ୍ରାସ ପାଇବ । ମଧ୍ୟ ପୂର୍ବ ଏବଂ ୟୁରୋପକୁ ଅଧିକାଂଶ ଇଞ୍ଜିନିୟରିଂ ଉପକରଣ ପଠାଯାଇଥାଏ । ତେବେ IMEEC ଏହି ରପ୍ତାନି ବୃଦ୍ଧି କରିପାରିବ । ଏହା ମଧ୍ୟ ଆଶା କରାଯାଉଛି ଯେ IMEEC ମଧ୍ୟ ପୂର୍ବ ଏବଂ ୟୁରୋପରେ ଭାରତର ଆଇଟି ସମ୍ବଳ ରପ୍ତାନିକୁ ସହଜ କରିବ ।
IMEECକୁ ଚୀନର ବେଲ୍ଟ ରୋଡ୍ ଇନିସିଏଟିଭ୍ (BRI)ର ଏକ କାଉଣ୍ଟର ଭାବରେ ଦେଖାଯାଇପାରେ । ସେପଟେ ୨୦୨୩ ମସିହାରେ ତୈଳ ବାଣିଜ୍ୟରେ ଚୀନ ଓ ୟୁଏଇ ମଧ୍ୟରେ ଅଗ୍ରଣୀ ବିଶ୍ବ ବାଣିଜ୍ୟ ଭାଗିଦାରୀ ରହିଛି । ଚୀନ ଏବଂ ୟୁଏଇ ମଧ୍ୟରେ ଗଭୀର ଅର୍ଥନୈତିକ ସମ୍ପର୍କ ମଧ୍ୟ ପ୍ରତିଫଳିତ ହୋଇଛି । ଚୀନ ଦେଶବ୍ୟାପୀ 'ଏତିହାଦ୍ ରେଳ ପ୍ରକଳ୍ପ'ରେ ପୁଞ୍ଜି ବିନିଯୋଗ କରିସାରିଛି । ଯାହାକି ପ୍ରମୁଖ ଶିଳ୍ପ ଭିତ୍ତିଭୂମି ଓ ୟୁଏଇର ଗୁରୁତ୍ବପୂର୍ଣ୍ଣ ବନ୍ଦରଗୁଡ଼ିକୁ ସଂଯୋଗ କରେ । ମଧ୍ୟ ପୂର୍ବର ଅନ୍ତର୍ଜାତୀୟ ରଣନୀତିଜ୍ଞମାନେ ବିଶ୍ବାସ କରନ୍ତି ଯେ ଭୌଗୋଳିକ ଗୁରୁତ୍ବ ଯୋଗୁଁ IMEEC ଓମାନ, ତୁର୍କୀ ଏବଂ ଇରାକକୁ ଅନ୍ତର୍ଭୁକ୍ତ କରିବା ଉଚିତ ।
ଭାରତ IMEEC ମାଧ୍ୟମରେ ଭାରତ ମହାସାଗର ଓ ଆରବ ସାଗର ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ପଶ୍ଚିମ ଏସିଆର ଏକ ସ୍ଥଳ ମାର୍ଗ ଦେଇ ଭୂମଧ୍ୟସାଗରରେ ପହଞ୍ଚିବାକୁ ଚେଷ୍ଟା କରୁଛି । IMEECକୁ ସମ୍ପୂର୍ଣ୍ଣ କରିବା ଭାରତ ପାଇଁ ଏକ ପ୍ରମୁଖ ପ୍ରାଥମିକତା ରହିଛି । ଯଦି ଏହା କରିବାରେ ଭାରତ ସକ୍ଷମ ହୁଏ ତେବେ ଅର୍ଥନୈତିକ ଏବଂ ଭୌଗୋଳିକ କ୍ଷେତ୍ରରେ ବିଶ୍ବ ସ୍ତରରେ ଏକ ଶକ୍ତି ପ୍ରଦର୍ଶନ କରିପାରିବ । ସେହିପରି IMEECର ଆର୍ଥିକ ସଫଳତା ଭାରତ ଓ ୟୁରୋପ ଏବଂ ମଧ୍ୟ ପୂର୍ବ ସହିତ ଏକ ପ୍ରମୁଖ ବାଣିଜ୍ୟ ଭାଗିଦାରି ଆଣିବ । ସେହିପରି ଏହାର ଅଗ୍ରଗତି ମଧ୍ୟ BRI ପାଇଁ ଏକ ରଣନୀତିକ କାଉଣ୍ଟର ହୋଇପାରେ । IMEEC ବିକାଶର ଅଗ୍ରଗାମୀ ପର୍ଯ୍ୟାୟରେ ରହିଛି । ଆଗାମୀ ଦିନରେ ଏହା ଦେଶର ଆର୍ଥିକ ପ୍ରତିଶ୍ରୁତି, ନିୟମାବଳୀ ଏବଂ ଭୌଗୋଳିକ ପ୍ରତିବନ୍ଧକକୁ କିପରି ମୁକାବିଲା କରିବ ତାହା ଉପରେ ଏକ ସଠିକ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)