ଲେଖକ- ପରିତାଲା ପୁରୁଷୋତ୍ତମ
ହାଇଦ୍ରାବାଦ: ବିଶ୍ବ ବାଣିଜ୍ୟ ସଂଗଠନ (WTO)ର ୧୩ତମ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ (MC13) ଚଳିତ ମାସ ୨୬ରୁ ୨୯ ପର୍ଯ୍ୟନ୍ତ ୟୁଏଇର ଆବୁଧାବିରେ ଅନୁଷ୍ଠିତ ହେଉଛି । ୧୬୪ ଜଣିଆ ସଦସ୍ୟ ଡବ୍ଲୁଟିଓର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ କରୁଥିବା ବେଳେ ସାଧାରଣତଃ ବର୍ଷକୁ ୨ ଥର ଏହି ବୈଠକ ହୁଏ । ତେବେ ବିଶ୍ବ ବାଣିଜ୍ୟ ସଂଗଠନର ଏହି ସମ୍ମିଳନୀରେ ଯଦି ସଦସ୍ୟମାନେ ସର୍ବପ୍ରଥମେ ସାର୍ବଜନୀନ ଷ୍ଟକ୍ ହୋଲଡିଂ ସମସ୍ୟାର ସ୍ଥାୟୀ ସମାଧାନ ନ କରନ୍ତି, ତେବେ ଭାରତ କୃଷି ପ୍ରସଙ୍ଗରେ କୌଣସି ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ବୋଲି ଜଣାପଡ଼ିଛି ।
ଦେଶର ସାର୍ବଜନୀନ କ୍ରୟ ବ୍ୟବସ୍ଥାର ମୂଳ ଅଂଶ ଯାହା ୮୦୦ ନିୟୁତ ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରେ ଏବଂ ୯୫.୩ ନିୟୁତ କୃଷକଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସୁନିଶ୍ଚିତ କରେ । ଅଧିକାଂଶ ଭାରତୀୟ ଚାଷୀ ଗରିବ ଶ୍ରେଣୀର ଥିବା ବେଳେ ସେମାନଙ୍କୁ ଏମଏସପି ସହାୟତା ଆବଶ୍ୟକ । ଯାହାକି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ପରି ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ସୁନିଶ୍ଚିତ କରିବାରେ ସାର୍ବଜନୀନ ଷ୍ଟକହୋଲ୍ଡ (PSH) ନିର୍ମାଣ କରିବାରେ ସାହାଯ୍ୟ କରିଥାଏ । ଯାହାକି ପ୍ରତି ମାସରେ ଗରିବ ଲୋକଙ୍କୁ ୮୧୩.୫୦ ମିଲିୟନ ଗରିବ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିଥାଏ ।
WTOର ପ୍ରତିଷ୍ଠାତା ସଦସ୍ୟ ଭାରତ ଏହି ମନ୍ତ୍ରୀ ସ୍ତରୀୟ ସମ୍ମିଳନୀରେ କୃଷି ସବସିଡି ଉପରେ ପ୍ରତିବନ୍ଧକ ତଥା ଖାଦ୍ୟ ଶସ୍ୟ ରପ୍ତାନୀ ଉପରେ ବିକଶିତ ଦେଶର ଅନ୍ୟାନ୍ୟ ଏଜେଣ୍ଡା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛି । ଏମଏସପି ହେଉଛି ସର୍ବସାଧାରଣ ଷ୍ଟକ୍ ହୋଲ୍ଡିଂର ଚାବିକାଠି ସଦୃଶ । ଯେଉଁଥିରେ ଚାଷୀଙ୍କଠାରୁ ଚାଉଳ ଏବଂ ଗହମ ପରି ଖାଦ୍ୟ ଶସ୍ୟ କ୍ରୟ କରାଯାଇଥାଏ ଯାହା ବଜାର ମୂଲ୍ୟଠାରୁ ଅଧିକ । ଆମେରିକା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ସମାନ ଦେଶ ଯେଉଁମାନେ କୃଷିଜାତ ଦ୍ରବ୍ୟ ରପ୍ତାନୀରେ ଜଡିତ ଅଛନ୍ତି ସେମାନଙ୍କ ଦ୍ବାରା ଭାରତ ଚାଷୀମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ କରିବାର ଅଭ୍ୟାସ ରହିଛି। ଏହି ଦେଶଗୁଡିକ ଦାବି କରନ୍ତି ଯେ ଏମଏସପି ହେଉଛି ବାଣିଜ୍ୟ ବିକୃତ ସବସିଡି ।
ଏହା ବି ପଢନ୍ତୁ- WTO ସମ୍ମିଳନୀରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ପ୍ରସଙ୍ଗ, ପବ୍ଲିକ ଷ୍ଟୋରେଜ ଉପରେ ଭାରତର ଗୁରୁତ୍ବାରୋପ
ଭାରତ ଚାହୁଁଛି ସମ୍ମିଳନୀରେ କୌଣସି ଅନ୍ୟ ପ୍ରସଙ୍ଗ ଉଠାଇବା ପୂର୍ବରୁ ସାର୍ବଜନୀନ ଷ୍ଟକ୍ ହୋଲଡିଂ ସମସ୍ୟାର ସ୍ଥାୟୀ ସମାଧାନ ହେଉ । ବିକାଶଶୀଳ ଦେଶ ସମୂହ ଜି-୩୩ ଓ ଆଫ୍ରିକି ସମୂହ ସମେତ ପ୍ରାୟ ୮୦ଟି ଦେଶ ଏହି ପ୍ରସଙ୍ଗରେ ଭାରତକୁ ସମର୍ଥନ କରନ୍ତି । ଭାରତ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସାରା ବିଶ୍ବ ପାଇଁ ଆଦର୍ଶ । କାରଣ ଏହା ନିଜ ଦେଶବାସୀଙ୍କ ସମେତ ସାରା ବିଶ୍ବବାଶୀଙ୍କ ଖାଦ୍ୟ ସୁରକ୍ଷା ପାଇଁ ଚିନ୍ତା କରେ । ଭାରତ ନିଜ ଦେଶବାସୀଙ୍କ ଲାଗି ସବସିଡି ଭୋଜନ ଉପଲବ୍ଧ କରି ବିଶ୍ବର ଖାଦ୍ୟ ସୁରକ୍ଷାକୁ ମଧ୍ୟ ନିୟନ୍ତ୍ରଣ କରିବା ଦିଗରେ ସାହାଯ୍ୟ କରୁଛି ।
ମାତ୍ର କୃଷିଜାତ ଦ୍ରବ୍ୟ ରପ୍ତାନୀ କରୁଥିବା ଦେଶ ଏହାକୁ ପସନ୍ଦ କରନ୍ତି ନାହିଁ । ଡବ୍ଲ୍ୟୁଟିଓ ଗଠନର ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ବିକଶିତ ଦେଶ ଯେଉଁମାନେ ଅନ୍ତର୍ଜାତୀୟ ଦ୍ରବ୍ୟ ବାଣିଜ୍ୟରେ ଏକ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ ସେମାନେ ଡବ୍ଲୁଟିଏଚଓ ନିୟମକୁ ଏପରି ଭାବରେ ପ୍ରସ୍ତୁତ କରିଛନ୍ତି ଯେ ଯେପରି ସଦସ୍ୟଙ୍କ ଖାଦ୍ୟ ସବସିଡି ବିଲ ୧୯୮୬–୮୮ ERP ଉତ୍ପାଦନ ମୂଲ୍ୟର ୧୦ ପ୍ରତିଶତ ମଧ୍ୟରେ ସୀମିତ ରହିବ । ଏହି ସୀମାରୁ ଅଧିକ ସବସିଡି ଦେବା ବ୍ୟାପାର ବାଣିଜ୍ୟ ପାଇଁ ହାନିକାରକ ବିବେଚନା କରାଯାଏ ।
୧୯୮୮ ପରେ ଏଥିରେ ଅନେକ ପରିବର୍ତ୍ତନ ଘଟିଛି । କୃଷି ପ୍ରଯୁକ୍ତିବିଦ୍ୟା ବଦଳୁଥିବା ବେଳେ ଇନପୁଟ୍ ମୂଲ୍ୟ ଏବଂ ଆଉଟପୁଟ୍ ମୂଲ୍ୟ ମଧ୍ୟ ବଦଳିଛି । ଭାରତ ପରି ବିକାଶଶୀଳ ଦେଶଗୁଡିକର ଖାଦ୍ୟ ନିରାପତ୍ତା ଆବଶ୍ୟକ କରୁଥିବା ଗରିବଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଛୋଟ ଚାଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ଯେଉଁମାନେ ବଡ଼ ଦେଶ ସହିତ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ ଏବଂ ସେମାନଙ୍କର କୃଷିଜାତ ଦ୍ରବ୍ୟକୁ ବିକାଶଶୀଳ ଦେଶକୁ ରପ୍ତାନୀ କରିପାରିବେ ନାହିଁ । ଦେଖିବାକୁ ଗଲେ ଆଜି କ୍ଷୁଦ୍ର ଚାଷୀ ଅଧିକ ସରକାରୀ ସହାୟତା ଆବଶ୍ୟକ କରନ୍ତି । ବିକଶିତ ଦେଶ ଚାଉଳ ଏବଂ ପିଆଜ ଭଳି କୃଷିଜାତ ଦ୍ରବ୍ୟ ଉପରେ ଭାରତ ଦ୍ବାରା ରପ୍ତାନୀ ପ୍ରତିବନ୍ଧକ ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି । ଖାଦ୍ୟ ମୁଦ୍ରାସ୍ଫୀତିକୁ ରୋକିବା ଏବଂ ଭାରତୀୟ ନାଗରିକଙ୍କ ପାଇଁ ପର୍ଯ୍ୟାପ୍ତ ଘରୋଇ ଯୋଗାଣ ବଜାୟ ରଖିବା ପାଇଁ ବାଣିଜ୍ୟ ପ୍ରତିବନ୍ଧକ ଏକ ମାଧ୍ୟମ ।
ଏହାବାଦ ଭାରତ ଅନୁରୋଧ ଅନୁଯାୟୀ ଗରିବ ଦେଶମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଉଛି । ଯଦିଓ ଜାପାନ ଏବଂ ସିଙ୍ଗାପୁର ପରି ଦେଶ ଖାଦ୍ୟ ଆମଦାନୀ ଉପରେ ନିର୍ଭର କରନ୍ତି, ତଥାପି ସେମାନେ ଏଥିପାଇଁ ଅର୍ଥ ଦେବାକୁ ସକ୍ଷମ । ବିକଶିତ ଦେଶଗୁଡ଼ିକର ଚାଷୀ ଏବଂ ନାଗରିକଙ୍କ ଅପେକ୍ଷା ବ୍ୟବସାୟୀଙ୍କ ସ୍ବାର୍ଥ ରକ୍ଷା ଉପରେ ଦୃଷ୍ଟି ଦିଆଯାଏ । ଖାଦ୍ୟ ନିରାପତ୍ତା ଭାରତ ପାଇଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଏହାର ସରକାରୀ ଇନପୁଟ୍ ସବସିଡି ଯେପରି ମାଗଣା ବିଦ୍ୟୁତ, ଜଳସେଚନ ସୁବିଧା, ସାର ପ୍ରଦାନ ଉପରେ ଗୁରୁତ୍ବ ଦିଏ ।
ଭାରତ କୃଷି ବଜାର ସହାୟତା ଉପରେ ୟୁରୋପ ଏବଂ ଆମେରିକାକୁ ଚ୍ୟାଲେଞ୍ଜ କରିବ । ପ୍ରତ୍ୟେକ ଉତ୍ପାଦ ଉପରେ ସେମାନଙ୍କର ସବସିଡି ୫ ପ୍ରତିଶତରେ ସୀମିତ ଥିବାବେଳେ ଆମେରିକାର କୃଷି ମାର୍କେଟିଂ ସହାୟତା (ଏମଏସ)ରେ ୧୯ ବିଲିୟନ ଡଲାର ପ୍ରଦାନ କରିବାର ସୁଯୋଗ ଥିବାବେଳେ ୟୁରୋପରେ ୭୨ ବିଲିୟନ ଡଲାର ରହିଛି । ଏହି ବିପୁଳ ପରିମାଣର ଅର୍ଥ ଯେକୌଣସି ଦ୍ରବ୍ୟ ପାଇଁ ବଣ୍ଟନ କରାଯାଇପାରିବ ଯାହା ଅନେକ ଛୋଟ ଦେଶର ବଜାର ଉପରେ ପ୍ରଭାବ ପକାଇପାରେ । ନିକଟ ଅତୀତରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଛି । କୋଭିଡ ମହାମାରୀ ସମୟରେ ଭାରତ ଅନେକ ଗରିବ ଦେଶକୁ ଟିକା ସହାୟତା ପ୍ରଦାନ କରିବା ଦ୍ବାରା ଏହା ସମ୍ଭବପର ହୋଇପାରିଛି । ଏପରିକି ଅନ୍ୟ ବିକାଶଶୀଳ ଦେଶମାନଙ୍କରେ ବିଶେଷ କରି ଆଫ୍ରିକାରେ ଅଧିକ ପ୍ରଭାବ ହାସଲ କରିଛି । ଏଣୁ ଭାରତ ପୂର୍ବାପେକ୍ଷା ଏବେ ବିଶ୍ବ ସମୂହ ଉପରେ ପ୍ରଭାବ ପକାଇବାରେ ବେଶ ଆଶାବାଦୀ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)