ETV Bharat / opinion

ରାଜନୀତିରେ ସ୍ବାର୍ଥ ହାସଲ ପାଇଁ ସୀମା ଲଙ୍ଘିଲେ ଟ୍ରୁଡୋ, ଭାରତ-କାନାଡା ସମ୍ପର୍କରେ ତିକ୍ତତା

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ସୀମା ଅତିକ୍ରମ କରିଛନ୍ତି । ଫଳରେ ଭାରତ-କାନାଡା ସମ୍ପର୍କରେ ତିକ୍ତତା ଦେଖା ଦେଇଛି। ପଢନ୍ତୁ ବିବେକ ମିଶ୍ରାଙ୍କ ଆଲେଖ୍ୟ ।

author img

By Vivek Mishra

Published : 16 hours ago

Updated : 2 minutes ago

India Canada Row
India Canada Row (ETV Bharat)

ହାଇଦ୍ରାବାଦ: ଅକ୍ଟୋବର 14ରେ ବଡ଼ କୁଟନୈତିକ ରଣନୀତି ଆପଣାଇଛି ଭାରତ । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତୀୟ ରାଷ୍ଟ୍ରଦୂତଙ୍କ ଭୂମିକା ବିଷୟରେ କାନାଡା ପ୍ରଶ୍ନ ଉଠାଇଥିଲା । କାନାଡାର ଏହି ବିବୃତ୍ତିରୁ ଜଣାପଡିଛି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିଛି । ତେଣୁ ଆସନ୍ତା ବର୍ଷମାନଙ୍କରେ ଏହି ସମ୍ପର୍କ ମଜବୁତ ମରାମତି କରିବାକୁ ଅନେକ ସମୟ ଲାଗିପାରେ । ନିଜାର ହତ୍ୟାରେ ଭାରତର ହାତ ଥାଇପାରେ ବୋଲି କାନାଡା ଅଭିଯୋଗ କରିଛି । ତେବେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଛି ଏବଂ କାନାଡା ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଇପାରିନଥିବା କଥା ସ୍ପଷ୍ଟ କରିଛି ଭାରତ । ଏପରିସ୍ଥଳେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉଦ୍ଦେଶ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ପଞ୍ଜାବରେ ଖଲିସ୍ତାନ ଆନ୍ଦୋଳନ ପ୍ରାୟ ଦଶନ୍ଧି ପୂର୍ବରୁ ଶେଷ ହୋଇଥିଲା । କିନ୍ତୁ ଏହାର କାନାଡାରେ ଏବେ ଏହାର ଛାପ ଦେଖିବାକୁ ମିଳିଛି । ଯେଉଁଠାରେ ଶିଖ ସମ୍ପ୍ରଦାୟର କିଛି ବିଚ୍ଛିନ୍ନତାବାଦୀ ଏହି ଆଭିମୁଖ୍ୟ ଅନୁସରଣ କରୁଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ଏହି ପ୍ରସଙ୍ଗକୁ ଦୋହରାଯାଉଛି କାହିଁକି ? ଏହାର ଉତ୍ତର ବୋଧହୁଏ, କାନାଡାର ଘରୋଇ ରାଜନୀତି । ଯେଉଁଠାରେ ଟ୍ରୁଡୋଙ୍କ ଲିବରାଲ୍ ସରକାର ଜଗମିତ ସିଂଙ୍କ ନେତୃତ୍ବାଧୀନ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି (NDP) ର ସମର୍ଥନ ଉପରେ ଅଧିକ ନିର୍ଭରଶୀଳ । ତେବେ ଜଗମିତ ସିଂ ଖଲିସ୍ତାନୀଙ୍କ ସମର୍ଥକ ବୋଲି କୁହାଯାଏ । ତେଣୁ ଏହି ପ୍ରସଙ୍ଗରେ ସେ ଭାରତକୁ ସମାଲୋଚନା କରାଯାଇଥିଲା । ଟ୍ରୁଡୋଙ୍କ ରାଜନୈତିକ ସ୍ଥିତିରେ ଅନିଶ୍ଚିତତାକୁ ଦୃଷ୍ଟିରେ କ୍ଷମତା ବଜାୟ ରଖିବା ପାଇଁ ଏହା ଚକ୍ରାନ୍ତ ବୋଲି ସନ୍ଦେହ କରାଯାଉଛି । ତେବେ NDPର ସମର୍ଥନ ହାସଲ କରିବା ଲକ୍ଷ୍ୟ ନେଇ ଏଭଳି ଚାଲ୍ ଖେଳାଯାଇଥାଇପାରେ ।

India Canada Row
India Canada Row (ETV Bharat)

ରାଜନୈତିକ ବିଶ୍ଳେଷକମାନଙ୍କ ମତରେ 4ଟି କାରଣରୁ କାନାଡାରେ ଟ୍ରୁଡୋଙ୍କର ଲୋକପ୍ରିୟତା ହ୍ରାସ ପାଇଛି । ସେଗୁଡିକ ହେଲା ଇମିଗ୍ରେସନ, କ୍ଷମତାରେ ରହିବା ପାଇଁ ଅପଚେଷ୍ଟା, ନିଜ ପରିଚୟ ଏବଂ ମୁଦ୍ରାସ୍ଫୀତି । ମୁଦ୍ରାସ୍ଫୀତି ବୃଦ୍ଧି ତାଙ୍କ ସରକାରଙ୍କ ଆର୍ଥିକ ବିଶ୍ବସନୀୟତାକୁ କ୍ଷତି ପହଞ୍ଚାଇଛି । ଅନିୟନ୍ତ୍ରିତ ଅନୁପ୍ରବେଶକାରୀଙ୍କ ସଂଖ୍ୟା କାନାଡାର ପରିବର୍ତ୍ତିତ ଜନସଂଖ୍ୟା ଗଠନକୁ ନେଇ ଚିନ୍ତା ବଢାଇଛି । ଗୋଟିଏ ସମୟ ଥିଲା, ଯେତେବେଳେ କାନାଡା ଅନୁପ୍ରବେଶ ନୀତି ପାଇଁ ଜଣାଶୁଣା ଥିଲା । କିନ୍ତୁ ବର୍ତ୍ତମାନର ରାଜନୈତିକ ପାଣିପାଗରେ ଏହା ଆଉ ସ୍ଥାୟୀ ବୋଲି ବିବେଚନା କରାଯାଏନାହିଁ । ଅନ୍ତର୍ଜାତୀୟ ବିବାଦ ସୃଷ୍ଟି କରି ଟ୍ରୁଡୋ ଏହି ଘରୋଇ ସଙ୍କଟରୁ ଧ୍ୟାନ ହଟାଇବାର ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।

India Canada Row
India Canada Row (ETV Bharat)

ଏହା ବି ପଢନ୍ତୁ...ଭାରତ-କାନାଡା ସଂପର୍କରେ ତିକ୍ତତା; କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ, 6 କୂଟନୀତିଜ୍ଞ ବହିଷ୍କୃତ

ଏହା ବି ପଢନ୍ତୁ...ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ: ବଢିପାରେ ଆଞ୍ଚଳିକ ବିବାଦ, କିନ୍ତୁ.. - Iran Response To Israel

ଏହା ବି ପଢନ୍ତୁ...ଇସ୍ରାଏଲ ଉପରେ ଇରାନ ଆକ୍ରମଣ, ପଶ୍ଚିମ ଏସିଆ ଆକାଶରେ ଯୁଦ୍ଧର କଳାବାଦଲ

ଏହା ବି ପଢନ୍ତୁ...ଜଣଙ୍କୁ ନିପାତ କଲା ଇସ୍ରାଏଲ, ଜନ୍ମ ନେଲେ ଶହ ଶହ ନସରହ୍ଲା !

ସେହିପରି କାନାଡାରେ ଦୀର୍ଘ ଦିନରୁ ଖଲିସ୍ତାନୀ ସକ୍ରିୟ ରହିଛନ୍ତି । ବିଡମ୍ବନାର ବିଷୟ ହେଉଛି ଖଲିସ୍ତାନୀ ମୁଦ୍ଦା ଏକ ପୁରୁଣା ବିଷୟ । ହେଲେ କାନାଡାରେ ଏହି ପ୍ରସଙ୍ଗକୁ ଜୀବନ୍ତ ରଖାଯାଇଛି । ଜଗମିତ ସିଂଙ୍କ ପରି ରାଜନେତାମାନେ ଶିଖ ଭୋଟବ୍ୟାଙ୍କ ହାତେଇବାକୁ ଏହି ପ୍ରସଙ୍ଗକୁ ଆପଣାଇଛନ୍ତି । ଦେଶର ବୈଦେଶିକ ନୀତି ଗଠନରେ ଘରୋଇ ରାଜନୀତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ହେଲେ କାନାଡାର ଏହି ଅପଚେଷ୍ଟା ଭବିଷ୍ୟତରେ ବହୁ କୁପ୍ରଭାବ ପକାଇପାରେ । ଟ୍ରୁଡୋଙ୍କ କାର୍ଯ୍ୟକଳାପ ଯେଉଁ ମତଭେଦ ସୃଷ୍ଟି କରିଛି ସେହି କାରଣରୁ ଭାରତ ଏବଂ କାନାଡା ମଧ୍ୟରେ ବାଣିଜ୍ୟ ସମ୍ପର୍କ ହୁଏତ ବଢିନପାରେ । ଏହାସହ ଚୀନ ସହ ମଧ୍ୟ ପୂର୍ବରୁ କାନାଡାର ସମ୍ପର୍କ ତିକ୍ତ ଥିବାବେଳେ ଏସିଆର ସହଯୋଗ ହରାଇ ବସିପାରେ କାନାଡା । 2025 ନିର୍ବାଚନରେ ଟ୍ରୁଡୋ ପରାସ୍ତ ହୁଅନ୍ତୁ ଅବା ବାଜିମାତ କରନ୍ତୁ ହେଲେ ଏଭଳି ଆତଙ୍କ ଖେଳାଇ ସେ କରିଥିବା କ୍ଷତିର ଭରଣା କିଭଳି କରିବେ ତାହା ଏବେ ବଡ଼ ପ୍ରଶ୍ନ ।

(ଏହା ଲେଖକଙ୍କର ନିଜସ୍ବ ମତ)

Last Updated : 2 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.