ETV Bharat / opinion

ଭବିଷ୍ୟତର ଇନ୍ଧନ ହାଇଡ୍ରୋଜେନ, କାର୍ବନ ଡାଇଅକ୍ସାଇଡ ନିଗର୍ମନ ଉପରେ ରୋକ୍ ଜରୁରୀ - Hydrogen

HYDROGEN: ହାଇଡ୍ରୋଜେନ ସବୁଜ ଶକ୍ତିର ଉତ୍ସ ଭାବରେ ଉଭା ହେଉଛି । କିନ୍ତୁ କାର୍ବନ ଡାଇଅକ୍ସାଇଡର ମାତ୍ରା ବୃଦ୍ଧି ହେବା କାରଣରୁ ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ପଢନ୍ତୁ ସି ପି ରାଜେନ୍ଦ୍ରନଙ୍କ ଆଲେଖ୍ୟ

HYDROGEN
HYDROGEN (ETV Bharat)
author img

By C P Rajendran

Published : May 8, 2024, 3:40 PM IST

Updated : May 16, 2024, 3:57 PM IST

ହାଇଦ୍ରାବାଦ: ଜଳବାୟୁ ପରିବର୍ତ୍ତନ ଏବଂ ଶକ୍ତି ହେଉଛି ଦୁଇଟି ପରସ୍ପର ସହ ଜଡିତ ପ୍ରମୁଖ ପ୍ରସଙ୍ଗ । ଯାହା ଆଧୁନିକ ସମାଜ ସହିତ ମୁକାବିଲା କରୁଛି । ଦିନକୁ ଦିନ ଫସିଲ ଫୁଏଲର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ଅଧିକ ପରିମାଣରେ କାର୍ବନ ଡାଇଅକ୍ସସାଇଡ ନିର୍ଗତ ହୋଇଥାଏ । ଏହାକୁ ଗ୍ରୀନ ହାଉସ ଗ୍ୟାସ ମଧ୍ୟ କୁହନ୍ତି । ଏହା ଦ୍ବାରା ବିଶ୍ବର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀର ବାୟୁମଣ୍ଡଳରେ ଗ୍ରୀନ୍ ହାଉସ୍ ଗ୍ୟାସ ଗତ 2 ମିଲିୟନ ବର୍ଷ ମଧ୍ୟରେ ସର୍ବେଚ୍ଚ ସ୍ତରରେ ପହଞ୍ଚିଛି । ଜଳବାୟୁ ପରିବର୍ତ୍ତନ ଉପରେ ଅନ୍ତଃ ସରକାରୀ ପ୍ୟାନେଲ ଦ୍ବାରା ଜାରି ହୋଇଥିବା 2022 ଜଳବାୟୁ ରିପୋର୍ଟରେ କୁହାଯାଇଛି, ଗ୍ଲୋବାଲ୍ ୱାର୍ମିଂକୁ ବନ୍ଦ କରିବା ପାଇଁ କାର୍ବନ ଡାଇଅକ୍ସାଇଡର ନିର୍ଗମନକୁ ରୋକିବାକୁ ହେବ । ଜିରୋ କାର୍ବନ ଡାଇଅକ୍ସାଇଡ କରିବାକୁ ହେବ । ହାଇଡ୍ରୋଜେନ ସବୁଜ ଶକ୍ତିର ଉତ୍ସ ଭାବରେ ଉଭା ହେଉଛି ।

ହାଇଡ୍ରୋଜେନ ପାରମ୍ପାରିକ ଭାବରେ ପେଟ୍ରୋଲିୟମ ବିଶୋଧନ କାର୍ଯ୍ୟରେ ଏବଂ ସାର ଉତ୍ପାଦର ଏକ ଉପାଦାନ ଭାବରେ ବ୍ୟବହୃତ ହୋଇଛି । ଏହାକୁ ଗ୍ରେ ହାଇଡ୍ରୋଜେନ କୁହାଯାଏ । କିନ୍ତୁ ଏହି ପ୍ରକାର ହାଇଡ୍ରୋଜେନ ଜଳବାୟୁ ଅନୁକୂଳ ନୁହେଁ । କାରଣ ଏହା ପ୍ରାକୃତିକ ଗ୍ୟାସକୁ ବିଶୋଧନ କରି ଜୀବାଶ୍ମ ଇନ୍ଧନରୁ ବାହାର କରାଯାଇଥାଏ । ବିଶ୍ବରେ ବ୍ୟବହୃତ ହେଉଥିବା 70 ମିଲିୟନ ଟନ୍ ହାଇଡ୍ରୋଜେନ ମଧ୍ୟରୁ ଅଧିକାଂଶ ଜୀବାଶ୍ମ ଇନ୍ଧାନରୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ନବୀକରଣ ଯୋଗ୍ୟ ସ୍ରୋତରୁ ଉତ୍ପାଦିତ ଗ୍ରୀନ ହାଇଡ୍ରୋଜେନ ଉପରେ ଗୁରୁତ୍ବ ଦିଆଯାଉଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଜଳ ବିଭାଜନ ଇଲେକ୍ଟ୍ରୋଲାଇସିସ୍ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଏକ ଦକ୍ଷ ପଦ୍ଧତି । ଆମେରିକା, ଜର୍ମାନୀ, ଦକ୍ଷିଣ କୋରିଆ, ଚୀନ୍, ଜାପାନ, ଏବଂ ଭାରତ ଭଳି ଦେଶ ବର୍ତ୍ତମାନ ସୌର ଶକ୍ତି ଏବଂ ପବନ ପରି ଉତ୍ସରୁ ଉତ୍ପାଦିତ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ କରୁଥିବା ଷ୍ଟାର୍ଟ ଅପ୍ ସ୍ଥାପନ କରିବାକୁ କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି ।

ଜାନୁଆରୀ 2023ରେ ଭାରତ ସରକାର ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନକୁ 19,744 କୋଟି ଟଙ୍କା ବଜେଟରେ ଅନୁମୋଦନ କରିଥିଲେ । ଭାରତକୁ ବିଶ୍ୱରେ ଗ୍ରୀନ୍ ହାଇଡ୍ରୋଜେନର ଏକ ପ୍ରମୁଖ ଉତ୍ପାଦକ ଏବଂ ଯୋଗାଣକାରୀ କରିବା ଏହି ମିଶନର ଲକ୍ଷ୍ୟ ଅଟେ । ବାର୍ଷିକ ଅତି କମରେ 5 MMT (ମିଲିୟନ୍ ମେଟ୍ରିକ୍ ଟନ୍) 0ଗ୍ରୀନ ହାଇଡ୍ରୋଜେନ କ୍ଷମତା ସହିତ 2030 ସୁଦ୍ଧା ପ୍ରାୟ 125 GW ର ନବୀକରଣଯୋଗ୍ୟ ଶକ୍ତି କ୍ଷମତା ସ୍ଥାପନ କରିବାକୁ ଯୋଜନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: କାର୍ବନ ଡାଇଅକ୍ସାଇଡ ନିଗର୍ମନ ରୋକିବାକୁ ବୈଜ୍ଞାନିକ ବତାଇଲେ ଉପାୟ

ହାଇଡ୍ରୋଜେନର ଉତ୍ପାଦନ ପ୍ରକ୍ରିୟା ସରଳ ଅଟେ । ଜଳ(H2O)ର ଅଣୁକୁ ଗ୍ୟାସୀୟ H2(ହାଇଡ୍ରୋଜେନ) ଏବଂ O2(ଅକ୍ସିଜେନ)କୁ ବିଭାଜିତ କରାଯିବ । ପରେ ହାଇଡ୍ରୋଜେନକୁ ଷ୍ଟୋରେଜ କରାଯାଇ ପାରିବ । 14 ଡିସେମ୍ବର 2023 ମସିହାରେ ନେଚର ଜର୍ଣ୍ଣଲରେ ପ୍ରକାଶିତ ଏକ ଆର୍ଟିକଲରେ ହାଇଡ୍ରୋନ ଜଳୁଥିବା ଉଦ୍ଭିଦଗୁଡିକର ଏକ ବୃହତ ହାଇଡ୍ରୋଲୋଜିକାଲ ପାଦ ଚିହ୍ନ ଉପରେ ପ୍ରଶ୍ନ ଉଠାଇଥିଲେ । ପ୍ରତି କିଲୋଗ୍ରାମ ହାଇଡ୍ରୋଜେନ (H2) ଅଣୁଗୁଡ଼ିକ H2O ର ଇଲେକ୍ଟ୍ରୋଲାଇସିସ୍ ପାଇଁ 9 ଲିଟର ଜଳ ଆବଶ୍ୟକ କରନ୍ତି ଏବଂ ପ୍ରତି କିଲୋଗ୍ରାମ H2ର ଶୁଦ୍ଧି କରଣ ପାଇଁ 15 ଲିଟର ଜଳ ଆବଶ୍ୟକ ହୋଇଥାଏ । ଡିଜାଲାଇଜେସନ୍ ପ୍ଲାଣ୍ଟଗୁଡିକ ସମୁଦ୍ର ଜଳରୁ ମଧୁର ଜଳ ବାହାର କରନ୍ତି ଏବଂ ଚିକିତ୍ସା ରାସାୟନିକ ପଦାର୍ଥ ସହିତ ଅବଶିଷ୍ଟ ବ୍ରାଇନ୍ ଗୁଡିକ ପୁନର୍ବାର ସମୁଦ୍ରକୁ ନିକ୍ଷେପ କରାଯାଏ । ଯାହା ଦ୍ବାରା ସାମୁଦ୍ରିକ ଜୀବର ଜୀବନ ଯାଇଥାଏ । ସୁପର ସଲ୍ଟି ବ୍ରାଇନ୍ସ ସେମାନଙ୍କ କୋଷକୁ ଡିହାଇଡ୍ରେଟ କରି ମାରି ଦେଇଥାଏ । ତେବେ ପୂର୍ବାନୁମାନ କରାଯାଉଛି ଯେ, 2050 ସୁଦ୍ଧା ସମୁଦ୍ର ଉପକୂଳରେ ଜଳର ତାପମାତ୍ରା 3 ଡିଗ୍ରୀ ବୃଦ୍ଧି ପାଇବ । ମାରିନ ପପୁଲେସନ ବୁଲେଟିନରେ ପ୍ରକାଶ ହୋଇଛି । ଜଳବାୟୁ ପରିବର୍ତ୍ତନ ସଙ୍କେତ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବନ୍ୟା ପରି ସଙ୍କଟ ଦେଖାଦେଇଛି ।

ସିଏନଏନ ଦ୍ବାରା 2024 ମସିହା ଏପ୍ରିଲ 21 ତାରିଖରେ ପ୍ରକାଶିତ ଏକ ବ୍ଲଗରେ ସିଙ୍ଗାପୁରର ପଶ୍ଚିମ ଉପକୂଳରେ ଏକ କାରଖାନା ନିର୍ମାଣ ପାଇଁ ଆମେରିକାର ଷ୍ଟାର୍ଟଅପ୍ ଉଚ୍ଚାଭିଳାଷୀ ଥିବା ଦର୍ଶାଯାଇଥିଲା । ଯାହା ସବୁଜ ହାଇଡ୍ରୋଜେନ ଉତ୍ପାଦନ କରିଥାଏ । ସମୁଦ୍ର ଜଳରେ ପମ୍ପ କରି ଏହାକୁ ଏକ ବୈଦ୍ୟୁତିକ କ୍ଷେତ୍ର ମାଧ୍ୟମରେ ଏକକାଳୀନ ଅମ୍ଳୀୟ ଏବଂ କ୍ଷାରୀୟ ତରଳ ଏବଂ ଦୁଇଟି ଗ୍ୟାସରେ ପୃଥକ କରି ହାଇଡ୍ରୋଜେନ୍ ଏବଂ ଅମ୍ଳଜାନକୁ ପୃଥକ କରିପାରିବ । ଅମ୍ଳୀୟ ଜଳକୁ ଚୂର୍ଣ୍ଣ ପଥର ସହିତ ମିଶାଇ ସମୁଦ୍ର ଜଳର ପିଏଚକୁ ସ୍ବାଭାବିକ କରାଯାଇଥାଏ ।

ହାଇଡ୍ରୋଜେନ୍ ଏବଂ ଅମ୍ଳଜାନକୁ ବିଭାଜନ କରିବା ପାଇଁ ପୁନଃ ବ୍ୟବହୃତ ବର୍ଜ୍ୟଜଳରେ ଅଧିକ ପ୍ରୟାସ କରିବା ସବୁଜ ଶକ୍ତି ଉତ୍ପାଦନ କରୁଥିବାବେଳେ ଜଳ ସଂରକ୍ଷଣରେ ଅଧିକ ସାହାଯ୍ୟ କରିବ । ଇଲେକ୍ଟ୍ରୋଲାଇସିସ୍ ଟେକ୍ନୋଲୋଜି ଏବଂ ଇଞ୍ଜିନିୟରିଂ ଏକୀକରଣ ଗ୍ରୀନ ହାଇଡ୍ରୋଜେନ୍ ଏବଂ ଅମ୍ଳଜାନ ଉତ୍ପାଦନ ପାଇଁ ବର୍ଜ୍ୟଜଳର ଅଣ-ପାରମ୍ପାରିକ ବ୍ୟବହାରର ମୂଲ୍ୟକୁ କମ୍ କରିବାରେ ସକ୍ଷମ ହେବା ଉଚିତ । ସିଡନୀ ଏବଂ ସିଡନୀ ବିଶ୍ୱବିଦ୍ୟାଳୟର ମ୍ୟୁନିସିପାଲିଟି ଜଳ ପ୍ରାଧିକରଣ ସହିତ ଗବେଷକମାନେ ବିଶ୍ବାସ କରନ୍ତି ଯେ, ସହରର 13.7 ଗିଗାଲିଟରରୁ ବର୍ଷକୁ 0.88 ମେଗାଟନ୍ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ କରିପାରିବ । ବେଙ୍ଗାଲୁରୁ ପରି ଭାରତୀୟ ସହରରେ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ ପାଇଁ ବର୍ଜ୍ୟଜଳର ବ୍ୟବହାରରେ ଏକ ଉଦାହରଣ ସୃଷ୍ଟି କରିପାରିବ ବୋଲି ସେମାନେ ମତପୋଷଣ କରିଛନ୍ତି ।

Last Updated : May 16, 2024, 3:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.