ETV Bharat / opinion

ଦୀପାବଳି ପରେ ଜରୁରୀ ସ୍ବାସ୍ଥ୍ୟର ଧ୍ୟାନ, କେମିତି ଗ୍ରହଣ କରିବେ ଏକ ଶୃଙ୍ଖଳିତ ଖାଦ୍ୟ ପ୍ରଣାଳୀ - POST DIWALI HEALTH CARE

ପାର୍ବଣର ମାହୋଲରେ ଖାଦ୍ୟ ଶୃଙ୍ଖଳାରେ ପରିବର୍ତ୍ତନ କାରଣରୁ ସୃଷ୍ଟି ହୁଏ ସମସ୍ୟା । ଦୀପାବଳି ପରେ କିପରି ଗ୍ରହଣ କରିବେ ଏକ ଡିଟକ୍ସିଫାଏଡ ଖାଦ୍ୟ ପ୍ରଣାଳୀ । ପଢନ୍ତୁ ତୈଫିକ ରଶିଦଙ୍କ ସମ୍ପାଦକୀୟ...

ଦୀପାବଳି ପରେ କେମିତି ରହିବେ ସୁସ୍ଥ, କଣ ଖାଇବା ଉଚିତ୍‌
ଦୀପାବଳି ପରେ କେମିତି ରହିବେ ସୁସ୍ଥ, କଣ ଖାଇବା ଉଚିତ୍‌ (ETV Bharat Odisha)
author img

By Toufiq Rashid

Published : Oct 31, 2024, 1:17 PM IST

ହାଇଦ୍ରାବାଦ: ପାର୍ବଣ ଆସିଲେ ତାର ସିଧା ପ୍ରଭାବ ଆମ ଦୈନିଦିନ ଜୀବନଶୈଳୀ ଉପରେ ପଡିଥାଏ । ଉତ୍ସବ ପାଳନ ବେଳେ ଅତ୍ୟଧିକ ମାତ୍ରାରେ ଓ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଗ୍ରହଣ ରହିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ଏବଂ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦେଖାଯାଏ । ଏଗୁଡିକ ହେଉଛି ପ୍ରାୟତଃ ଆଲୋକର ପର୍ବ ଦୀପାବଳିର ପ୍ରମୁଖ ଲକ୍ଷଣ । ଯଦିଓ ପ୍ରଦୂଷଣର ପ୍ରଭାବକୁ ହ୍ରାସ କରିବା ପାଇଁ ଅଧିକ କିଛି କରାଯାଇପାରିବ ନାହିଁ । ଦୀପାବଳି ପରେ ଏକ ସୁସ୍ଥ ଖାଦ୍ୟ ପ୍ରଣଳୀକୁ ଗ୍ରହଣ କରିବାର ବିକଳ୍ପ ଆମ ନିକଟରେ ନିଶ୍ଚିତ ଅଛି ।

  • ‘ଡିଟକ୍ସ’ ଖାଦ୍ୟ ପ୍ରଣାଳୀ

ମାତ୍ରାଧିକ ପାଣି କିମ୍ବା ଜୁସ୍‌ ପିଇବା କିମ୍ବା ଅନ୍ୟ କୌଣସି ଚରମ ପ୍ରକ୍ରିୟା ଗ୍ରହଣ କରିବା ସମ୍ପର୍କରେ ଆମେ ଆଦୌ କହୁନାହୁଁ । ‘ଡିଟକ୍ସ’ ଆଜିର ଦୁନିଆରେ ଏକ ଅତ୍ୟଧିକ ବ୍ୟବହୃତ କିମ୍ବା ବେଶ ଜଣାଶୁଣା ଶବ୍ଦ ପରି ମନେହୁଏ । ତଥାପି ଏହାର ଅର୍ଥକୁ ମଧ୍ୟ ଭୁଲ ଭାବେ ବ୍ୟବହାର କରାଯିବାର ଅଭିଯୋଗ ମଧ୍ୟ ରହିଛି । ‘ଡିଟକ୍ସ’ ଅର୍ଥ ହେଉଛି ଡିଟକ୍ସଫିକେସନ । ଏହା ଏକ ଚିକିତ୍ସା ପ୍ରଣାଳୀ ବା ଏକ ଉପାଦେୟ ‘ହେଲ୍ଥ ପ୍ରୋଟୋକଲ’ । ଏହି ପ୍ରକ୍ରିୟାରେ ଶରୀରକୁ ବର୍ଜ୍ୟବସ୍ତୁ ବା ବିଷାକ୍ତ ଉପାଦାନରୁ ମୁକ୍ତ ରଖାଯାଇପାରେ ।

ବିଶେଷଜ୍ଞମାନେ କୁହନ୍ତି ଯେ ବର୍ଷ ବର୍ଷ ଧରି ଚାଲିଆସୁଥିବା ପାରମ୍ପରିକ ତଥା ସରଳ ଖାଦ୍ୟପେୟ ଅଭ୍ୟାସ ହିଁ ମଣିଷକୁ ସୁସ୍ଥ ରଖିପାରିବ । ଏହାର ପ୍ରଭାବରେ ମଣିଷର ଶରୀର ଡିଟକ୍ସିଫାଏ ରହିପାରିବ । ବିଶିଷ୍ଟ ପୋଷକ ବିଶେଷଜ୍ଞ ଇଶି ଖୋସଲା କୁହନ୍ତି, ‘‘କିଛି ଦିନ ପାଇଁ ଏକ ଡାଏଟ ପ୍ଲାନ କିମ୍ବା କୌଣସି ‘ଡିଟକ୍ସ ପ୍ଲାନ’ ଅନୁସରଣ କରିବା ପରିବର୍ତ୍ତେ ଏହା ଏକ ସୁସ୍ଥ ଖାଦ୍ୟ ପ୍ରଣାଳୀ ଓ ସୁସ୍ଥ ଜୀବନଶୈଳୀକୁ ଗ୍ରହଣ କରିବା ନିହାତି ଫଳପ୍ରଦ ।’’

  • ସର୍ବନିମ୍ନ ପ୍ରକ୍ରିୟାକୃତ ଖାଦ୍ୟ ସହ ପନିପରିବାକୁ ଅଧିକ ଗୁରୁତ୍ବ :-

ସେ ଆହୁରି ମଧ୍ୟ କହିଛନ୍ତି, ଏକ ଭଲ ଡାଏଟ୍ ପ୍ଲାନ କେବଳ ଫଳ ଏବଂ ପନିପରିବା ସହ ସମ୍ପୂର୍ଣ୍ଣ ହୋଇପାରିବ । ସର୍ବନିମ୍ନ ପ୍ରକ୍ରିୟାକୃତ ଖାଦ୍ୟ (ପ୍ରୋସେସଡ ଫୁଡ୍‌) ଉପରେ ଗୁରୁତ୍ୱ ଦେବା ଉଚିତ । ସେହିପରି ଭିଟାମିନ-ସି, ଇ, କପର, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଜିଙ୍କ ପରି ଉପାଦନ ଥିବା ଆଣ୍ଟିଅକ୍ସିଡେଣ୍ଟ ଖାଦ୍ୟ ମଧ୍ୟ ପର୍ଯ୍ୟାପ୍ତ ଭାବେ ଖାଇବା ଉଚିତ । ଫଳରେ ଶରୀରରେ ଡିଟକ୍ସଫିକେସନ୍ ଏନଜାଇମ୍ ବୃଦ୍ଧି ହେବାର ଏହା ସହାୟକ ହୋଇପାରିବ ।’

ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଇଶି ଖୋସଲା କିଛି ସରଳ ନିର୍ଦ୍ଦେଶାବଳୀ ସହିତ ‘ଡିଟକ୍ସ’କୁ ବୁଝାଇଛନ୍ତି:-

  • ଅନାବଶ୍ୟକ ଖାଦ୍ୟ ଅଭ୍ୟାସ ସନ୍ତୁଳିତ ହେବା ଆବଶ୍ୟକ
  • କଠିନ ଖାଦ୍ୟ ପରିବର୍ତ୍ତେ ତରଳ ଖାଦ୍ୟଗୁଡ଼ିକ ଅଧିକ ସହାୟକ ହୋଇଥାଏ
  • ସୁପ୍‌ ଏବଂ ନଡ଼ିଆ ପାଣି ଦ୍ୱାରା ପେଟ ଓ ପାଚନ କ୍ରିୟା ଭଲ ରହିଥାଏ
  • ଦିନରେ ଥରୁଟେ ଖାଦ୍ୟରେ ଫଳ ଏବଂ ପନିପରିବା ଗ୍ରହଣ କରନ୍ତୁ
  • ମଦ୍ୟପାନରୁ ସମ୍ପୂର୍ଣ୍ଣ ଦୂରଇ ରୁହନ୍ତୁ

ପାର୍ବଣ ସିଜିନ ଶେଷ ହେବା ପରେ, କ୍ୟାଲୋରୀ ହ୍ରାସ କରିପାରିବେ କିନ୍ତୁ ଏହା ପାଇଁ ଭୋକରେ ରୁହନ୍ତୁ ନାହିଁ । ପନିପରିବା ରସ ପିଅନ୍ତୁ, ବାଦାମ କ୍ଷୀର ଏବଂ ନଡ଼ିଆ ପାଣି ଆଦି ଉପରେ ଅଧିକ ଆଗ୍ରହ ଦେଇପାରିବେ । ଚିକେନ କିମ୍ବା ବ୍ରକୋଲି ସୁପ୍‌ ଆପଣଙ୍କ ଶରୀର ପାଇଁ ସହଜ ସାବ୍ୟସ୍ତ ହୋଇପାରେ । ସେହିପରି ଓଟସ୍‌, ଆମଲା, ଆଲୋଭେରା, କଦଳୀ, ରସୁଣ, ଛତୁ ଭଳି ଖାଦ୍ୟ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ସହିତ ଶରୀର ପାଇଁ ଅଧିକ ପ୍ରଭାବୀ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:- ଦୀପାବଳି ସତର୍କତା, ଫୁଟାନ୍ତୁ ଇକୋ ଫ୍ରେଣ୍ଡଲି ବାଣ, ଆଖିରେ ଆଘାତ ଲାଗିଲେ କଣ କରିବେ ?

ଏହା ମଧ୍ୟ ପଢନ୍ତୁ-ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ, ଏହି ସମୟରେ ଫୁଟାଇ ପାରିବେନି ବାଣ

ଏହା ମଧ୍ୟ ପଢନ୍ତୁ-ବଢୁଛି ସବୁଜ ବାଣର ଚାହିଦା, ବ୍ରହ୍ମପୁରରେ ଜମୁଛି ବ୍ୟବସାୟ

  • କିଛି ତଥାକଥିତ ଅନୁଚିତ ପରାମର୍ଶ !

ପ୍ରଚୁର ପାଣି ପିଇବା କିଡନୀ ଦକ୍ଷତାର ସହ କାମ କରିବାରେ ଏବଂ ରକ୍ତରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରେ । ତଥାପି, ପର୍ଯ୍ୟାପ୍ତ ପରିମାଣର ପରିସ୍ରା କରିବା ପାଇଁ 2 ରୁ 2.5 ଲିଟର ପାଣି ଯଥେଷ୍ଟ । ଅତ୍ୟଧିକ ତଥା ଆବଶ୍ୟକତାଠାରୁ ଅଧିକ ପରିମାଣର ପାଣି ପିଇବା କେବଳ ଅଦରକାରୀ ଏବଂ ସମସ୍ୟା ସୃଷ୍ଟି କରିପାରେ । ଶୋଇବା ଶୈଳୀ ଓ ଶୋଇବା ପରିମାଣ ଅନ୍ତନଳୀ ଅଭ୍ୟାସକୁ ପ୍ରଭାବିତ କରିଥାଏ । ପାର୍ଟି କିମ୍ବା କୌଣସି ଭାରି କାମ କରିବା ପରେ ନିଜ ଶରୀରକୁ ଉଚିତ ପରିମାଣର ଆରାମ ନିଶ୍ଚିତ ଦିଅନ୍ତୁ ।

ସମ୍ପାଦକୀୟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.