ETV Bharat / opinion

ଆନ୍ଧ୍ରକୁ ଘାରିଛି 'ଫୋନ ଟ୍ୟାପିଂ' ଭୟ, ସରକାର ଶୁଣୁଛି ଫୋନରେ ହେଉଥିବା ବାର୍ତ୍ତାଳାପ ! - Fear Of Phone Tapping - FEAR OF PHONE TAPPING

Fear Of Phone Tapping: ଆନ୍ଧ୍ରପ୍ରଦେଶରେ 'ଫୋନ୍ ଟ୍ୟାପିଂ' ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଯେଉଁଥିପାଇଁ ସମସ୍ତଙ୍କ ମଧ୍ୟରେ ରହିଛି ବ୍ୟକ୍ତିଗତ ତଥ୍ୟ ଲିକର ଭୟ । ଅଧିକ ପଢନ୍ତୁ

Phone Tapping
Phone Tapping
author img

By ETV Bharat Odisha Team

Published : Mar 24, 2024, 5:42 PM IST

ଲେଖକ-ନୱାବ ମୟନା ମୁକରମ

ହାଇଦ୍ରାବାଦ: "ମୁଁ ଏଇଠି ଅଛି...ମୁଁ ଶୁଣୁଛି"...୫ ବର୍ଷ ତଳେ ଏହି ସ୍ଲୋଗାନ ଦେଇଥିଲେ ଜଗନ । ସେ କହିଛନ୍ତି ଯେ, ସେ ଶୁଣିଛନ୍ତି ଏବଂ ସେ ଶୁଣିବେ । ତେଣୁ ସମସ୍ତେ ଭାବିଥିଲେ ସେ ଲୋକଙ୍କ ଦୁଃଖ ଶୁଣିବେ । ହେଲେ ଏହା ପଛରେ ଲୁଚିଥିବା ରହସ୍ୟର ଗଭୀରତାକୁ କେହି ଯାଇପାରିନଥିଲେ । ବ୍ୟକ୍ତିଗତ ସୂଚନା ଶୁଣାଯିବା ଏବଂ ତଥ୍ୟ ଚୋରି କରାଯିବ ବୋଲି କେହି ଭାବିନଥିଲେ । ଯେତେବେଳେ ବି କେହି ଫୋନରେ କଥା ହୁଅନ୍ତି, ଆନ୍ନା (ବଡ ଭାଇ) ତୁରନ୍ତ ସମସ୍ତ ତଥ୍ୟ ଜାଣନ୍ତି । ଯେତେବେଳେ ବି କେହି ସରକାର ବିରୁଦ୍ଧରେ କଥା ହୁଅନ୍ତି, ସରକାରଙ୍କ ବିରୁଦ୍ଧରେ କିଛି କୁହନ୍ତି, ବଡ ଭାଇର ଲୋକେ ତୁରନ୍ତ ତାଙ୍କ ବାସଭବନ ସମ୍ମୁଖକୁ ଯାଆନ୍ତି । କେବଳ ବିରୋଧୀ ନୁହଁନ୍ତି, ତାଙ୍କ ଦଳର ସଦସ୍ୟ, ବରିଷ୍ଠ ଆଇଏଏସ ଏବଂ ଆଇପିଏସ କ୍ୟାଡର ଅଧିକାରୀ, ବିଭିନ୍ନ ଆନ୍ଦୋଳନ ସହ ଜଡି଼ତ କାର୍ଯ୍ୟକର୍ତ୍ତା, ମାନବାଧିକାର କର୍ମୀ ଏବଂ ସାମ୍ବାଦିକ ତଥା ସାଧାରଣ ଲୋକ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ।

ସମସ୍ତଙ୍କୁ ଏବେ ଘାରିଛି ଫୋନ ଟ୍ୟାପିଂ ଭୟ । ପରିସ୍ଥିତି ଏପରି ଯେ, ଲୋକମାନେ ମୁହଁ ଖୋଲିବାକୁ ମଧ୍ୟ ଭୟ କରୁଛନ୍ତି । ଏହା ହେଉଛି ଗୁପ୍ତ ରହସ୍ୟ ଆନ୍ଧ୍ରପ୍ରଦେଶରେ ଲୁଚି ରହିଛି । YSRCP ସରକାରର 'ଟ୍ୟାପ୍' ଷ୍ଟୋରୀ ଏବେ ସାମନାକୁ ଆସିଛି । ଜନ ପ୍ରତିନିଧି, ଅଧିକାରୀ, ଆଇନ ବିଶେଷଜ୍ଞ, ସାମ୍ବାଦିକ, ନେତା ଏବଂ ଅନ୍ୟ ସମସ୍ତଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଯେମିତି କେହି ଅନୁସରଣ କରୁଥିବା ଭଳି ମନେ କରୁଛନ୍ତି ଅନେକ ବ୍ୟକ୍ତିବିଶେଷ । ସେମାନଙ୍କ ଫୋନ୍ ଟ୍ୟାପ୍ ହୋଇଛି ଏବଂ ଫୋନ୍ ଟ୍ୟାପ୍ ହେତୁ ସମ୍ଭାବ୍ୟ ବିପଜ୍ଜନକ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ ଅଛନ୍ତି । ଏପରିକି ଯେତେବେଳେ ଅନେକ ଆଇଏଏସ ଏବଂ ଆଇପିଏସ ଅଧିକାରୀ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ସେମାନେ ପରସ୍ପର ସହ ଖୋଲାଖୋଲି କଥାବାର୍ତ୍ତା କରିବା ସ୍ଥିତିରେ ନାହାନ୍ତି । ଏହି ଅବସ୍ଥା ବୋଧହୁଏ କେବଳ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳୁଛି । ଏପରିକି କେହି କେହି ନିଜ ପରିବାର ସଦସ୍ୟଙ୍କ ସହ ଘରେ ମଧ୍ୟ କଥାବାର୍ତ୍ତା କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି, କାରଣ କେହି ନିଜ ମୋବାଇଲ ଫୋନରୁ ସେମାନଙ୍କ କଥା ଶୁଣୁଛି ।

ପ୍ରଥମେ ପ୍ରଥମେ ଯେଉଁ ଲୋକଙ୍କ ମନରେ ଏପରି ଭୟ ଥିଲା ସେମାନେ ସାଧାରଣ ଫୋନ କଲରୁ ହ୍ବାଟ୍ସଆପ କଲକୁ ଚାଲିଗଲେ । ପରେ ପରେ ସେଠାରୁ ସେମାନେ ଟେଲିଗ୍ରାମକୁ ବାଛିଥିଲେ । କାରଣ ପ୍ରଥମେ ଫୋନ୍ କଲ ଓ ପରେ ହ୍ବାଟସ ଆପ୍ କଲ୍ ଟ୍ୟାପ ହେବାର ଭୟ କରିଥିଲେ । ହେଲେ ବର୍ତ୍ତମାନ ସେମାନେ ଟେଲିଗ୍ରାମ କଲ୍ ଟ୍ୟାପ୍ କରିବାର ଭୟ ହେତୁ ସେମାନେ 'ସିଗନାଲ୍ ଆପ୍' ବ୍ୟବହାର କରୁଥିବା ଜଣାପଡ଼ିଛି । ଶେଷରେ ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, କଲ୍ କରିବା ପାଇଁ ଏକ ଆଇଫୋନ୍ କିଣିବା ଆବଶ୍ୟକ । ୟେଉଁଥିପାଇଁ ସେମାନେ ଋଣ ନେବାକୁ ମଧ୍ୟ ବିଚାର କରୁଛନ୍ତି । ଦେଖିବାକୁ ଗଲେ ଯେଉଁମାନଙ୍କ ପାଖରେ ସାମର୍ଥ୍ୟ ଅଛି, ସେମାନେ ପ୍ରତି 15 ଦିନରେ ଥରେ କିମ୍ବା ମାସକୁ ଥରେ ଫୋନ୍ ବଦଳାନ୍ତି । ଜଗନ ସରକାରଙ୍କ ମନିଟରିଂ ସିଷ୍ଟମକୁ ସେମାନେ ସମସ୍ତେ ଭୟ କରନ୍ତି । ଯାହା ଅରାଜକତା ବୋଲି ମତ ପ୍ରକାଶ ପାଇଛି । ଫଳରେ ସମସ୍ତେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସୋସିଆଲ ମିଡିଆରେ ନିଜର ମତ ପୋଷ୍ଟ କରୁଥିବା ଲୋକଙ୍କୁ ହଇରାଣ କରୁଥିବା ସରକାର ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ଯେ, ଲୋକମାନେ ମୁକ୍ତ ଭାବରେ କହିବାକୁ ଭୟ କରୁଛନ୍ତି । ନିଜ ଫୋନ ବ୍ୟବହାର କରିବାକୁ ମଧ୍ୟ ସମସ୍ତେ ଡରୁଛନ୍ତି।

ଆପଣଙ୍କ ପାଖରେ ମୋବାଇଲ ଫୋନ ଥିଲେ ମୁହଁ ଖୋଲନ୍ତୁନି !

ଯଦି ଆପଣଙ୍କର ଫୋନ୍ ଆପଣଙ୍କ ପକେଟରେ ଥାଏ, ତେବେ ଆପଣଙ୍କ ନିକଟରେ କେହି ବି ଆପଣଙ୍କୁ ଟ୍ରାକ୍ କରିପାରିବେ । ଏହା ସହିତ, ଆପଣ କହିଥିବା ପ୍ରତ୍ୟେକ ଶବ୍ଦ ଗୁପ୍ତ ଭାବରେ ଶୁଣାଯାଇପାରିବ ଏବଂ ଦୂରସ୍ଥାନରେ ବସିଥିବା ବ୍ୟକ୍ତିଙ୍କ ଦ୍ବାରା ରେକର୍ଡ ମଧ୍ୟ ହୋଇପାରିବ । ତେଣୁ ଜନପ୍ରତିନିଧି, ବରିଷ୍ଠ ଅଧିକାରୀ, ଆଇନ ବିଶେଷଜ୍ଞ ଏବଂ ଗଣମାଧ୍ୟମର ସଦସ୍ୟମାନଙ୍କୁ ସେମାନଙ୍କ ମୁହଁ ବନ୍ଦ ରଖିବାକୁ ପଡୁଛି । ଏପରିକି ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ଫୋନରେ କହିଥିବା ପ୍ରତ୍ୟେକ ଶବ୍ଦକୁ ବୁଝି ବିଚାରି କହିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ଯେ ଟ୍ୟାପରମାନେ ଅନ୍ୟମାନଙ୍କୁ ନିଜ କବଜାରେ ରଖିଛନ୍ତି । ବିଗତ ୫ ବର୍ଷ ଧରି ସାଧାରଣ ଅଧିକାରୀଙ୍କ ବିଷୟରେ ଅନେକ ଅଧିକାରୀ ଏବଂ ନେତା ପ୍ରାୟ ଭୁଲି ଯାଇଛନ୍ତି । ପ୍ରାୟ 90% ସରକାରୀ କର୍ମଚାରୀ ଯେକୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବାକୁ ଭୟ କରୁଛନ୍ତି ।

ଏକ ଲିଙ୍କ୍ ଦ୍ବାରା କରାଯାଉଛି ଟ୍ୟାପ୍:- ଟାର୍ଗେଟରେ ଥିବା ଲୋକଙ୍କୁ ଲିଙ୍କ ପଠାଯାଉଛି । ଅନେକ ସମୟରେ ପଠାଯାଇଥିବା ଲିଙ୍କରେ କ୍ଲିକ୍ କରିବାକୁ ଲକ୍ଷ୍ୟ ବ୍ୟକ୍ତି ପ୍ରଲୋଭିତ ହୁଅନ୍ତି । ଯେତେବେଳେ ଲିଙ୍କ୍ କ୍ଲିକ୍ ହୁଏ, ଫୋନ କ୍ରମାଗତ ଭାବରେ ଟ୍ରାକ୍ କରିବାକୁ ସକ୍ଷମ ହୁଏ । ଅନ୍ୟପଟେ, ଯେତେବେଳେ ଟ୍ରାକିଂ ଆରମ୍ଭ ହୁଏ ମାଇକ୍ରୋଫୋନ୍ କାମ ଜାରି ରହେ । ଟାର୍ଗେଟରେ ଥିବା ବ୍ୟକ୍ତି ଯାହା କହୁଛନ୍ତି ତାହା କେବଳ ଫୋନରେ ନୁହେଁ ବରଂ ଫୋନ୍ ତାଙ୍କ ପାଖରେ ଥିଲେ ବି ରେକର୍ଡ କରାଯାଇପାରିବ । ଫୋନର ଭିଡିଓ ମଧ୍ୟ ଦୂରରୁ ଟର୍ନ୍ ଅନ୍ କରାଯାଇପାରିବ, ଯାହାଫଳରେ ଆପଣ ବାର୍ତ୍ତାଳାପରେ ଜଡିତ ଲୋକଙ୍କ ଚେହେରା ଦେଖିପାରିବେ । ଏହାକୁ ସହଜ କରିବାକୁ ଅନେକ ସ୍ପାଏୱେଆର (Spywares) ବ୍ୟବହାର କରାଯାଉଛି । ଯାହାକି ବ୍ୟକ୍ତିବିଶେଷଙ୍କ ହ୍ୟାଣ୍ଡସେଟରେ ଭର୍ତ୍ତି କରାଯିବା ଫଳରେ ମୋବାଇଲ ଫୋନ ଟ୍ୟାପରଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି । ତେଣୁ, ଏନେଇ ସଚେତନ ଥିବା ବ୍ୟକ୍ତି ସେମାନଙ୍କ ଫୋନ୍ ସେମାନଙ୍କ ସହିତ ଥିବାବେଳେ ଗୁରୁତ୍ବପୂର୍ଣ୍ଣ କଥା କହିବାକୁ ଭୟ କରୁଛନ୍ତି । ଏପରିକି ଅନେକ ଲୋକ ନିଜ ଫୋନକୁ ନିଜ ଶୋଇବା ଘରଠାରୁ ମଧ୍ୟ ଦୂରରେ ରଖୁଛନ୍ତି ।

ଅଧିକାର ପାଇଁ ସଂଗ୍ରାମ… ତାହା ମଧ୍ୟ YSRCP ସରକାରରେ ? : ବେସରକାରୀ ତଥା ସରକାରୀ କର୍ମଚାରୀ ୟୁନିଅନର ନେତା ତଥା ଜନ ସଂଗଠନ ଓ କଣ୍ଟ୍ରାକ୍ଟର ୟୁନିଅନର ନେତାମାନେ ସେମାନଙ୍କ ଅଧିକାର ପାଇଁ ଲଢେଇ କରୁଛନ୍ତି । ଏଭଳି ସଂଗଠନର ନେତାମାନଙ୍କ କହିବା କଥା, ସେମାନେ କାହା ସହ କଥା ହେବା ମାତ୍ରେ ପୋଲିସ କିଛି ଘଣ୍ଟା ମଧ୍ୟରେ ସେମାନଙ୍କ ନିକଟରେ ପହଞ୍ଚିଯାଉଛି । "ଆମେ ଫୋନ୍ ମାଧ୍ୟମରେ କଥା ହୋଇଥିବା ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚୁଛୁ ଏବଂ ୟୁନିଅନ୍ ବୈଠକରେ ଯୋଗଦେବାକୁ ନୋଟିସ୍ ଦେଉଛୁ । ଯଦି ଫୋନ୍ ଟ୍ୟାପ୍ ନାହିଁ, ସେମାନେ କିପରି ଜାଣିବେ ଯେ ଆମେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସହ କଥା ହୋଇଛୁ?"ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଯେତେବେଳେ ନକାରାତ୍ମକ ଖବର ପ୍ରକାଶ ପାଏ:- ଯେତେବେଳେ ଏକ ଖବରକାଗଜ ସରକାରଙ୍କ ବିରୋଧରେ ଖବର ପ୍ରକାଶ କରେ, ସଂପୃକ୍ତ ବିଭାଗର ଅଧିକାରୀମାନେ ଭୟଭୀତ ହୋଇଯାଆନ୍ତି । ସେମାନେ ସକାଳ 7 ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସେ । ସମ୍ପୃକ୍ତ ସମ୍ବାଦଦାତାଙ୍କୁ ଭେଟିଥିବା ସରକାରୀ ଅଧିକାରୀଙ୍କ ଅନୁସନ୍ଧାନ କରାଯାଏ । ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭାଗ ନିର୍ଦ୍ଦେଶକ ପର୍ଯ୍ୟନ୍ତ, କୌଣସି ସାମ୍ବାଦିକଙ୍କଠାରୁ ଫୋନ୍ କଲ ପାଇଲେ ସମସ୍ତେ ବହୁତ ସଚେତନ ରହିଥାନ୍ତି । ଏହି କଲ୍ ଗ୍ରହଣ କରିଥିବା ବ୍ୟକ୍ତି ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇ କଲ୍ ବିଷୟରେ ସୂଚନା ପ୍ରଦାନ କରନ୍ତି । ସେମାନେ ସାମ୍ବାଦିକଙ୍କୁ କୌଣସି ସୂଚନା ଦେଇନାହାନ୍ତି ବୋଲି ସ୍ପଷ୍ଟ ମଧ୍ୟ କରନ୍ତି । ସରକାରୀ ବିଭାଗର ଅଧିକାଂଶ ଅଧିକାରୀ ଗତ ୪ ବର୍ଷ ଧରି ଏଭଳି ପରିବେଶରେ ରହୁଛନ୍ତି । YCP ସରକାର କେତେ ଭୟ ସୃଷ୍ଟି କରିଛନ୍ତି ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

ତେଲେଙ୍ଗାନା ଅପେକ୍ଷା ଆନ୍ଧ୍ରପ୍ରଦେଶର ସ୍ଥିତି ଅଧିକ ଖରାପ:- ତେଲେଙ୍ଗାନା SIB ଡିଏସପି ପ୍ରଣୀତ ରାଓଙ୍କ ଗିରଫଦାରୀ ଆନ୍ଧ୍ରପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ଦିନ, ଡିଏସପି ପାଖାପାଖି 17 ଟି କମ୍ପ୍ୟୁଟରରୁ ସମସ୍ତ ତଥ୍ୟ ଡିଲିଟ କରିବା ସହ ହାର୍ଡ ଡିସ୍କକୁ ନଷ୍ଟ କରିଦେଇଥିଲେ ବୋଲି କୁହାଯାଏ । ପ୍ରଣୀତ ରାଓଙ୍କ ନାଁରେ ଆସିଥିବା ଅଭିଯୋଗ ଅନୁସାରେ, ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା ଦଳର ନେତାମାନେ ତାଙ୍କୁ ବିରୋଧୀଙ୍କ ଫୋନ୍ ଟ୍ୟାପ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେତେବେଳେ ସରକାର ବଦଳିଲା ସମସ୍ତ ତଥ୍ୟ ପ୍ରଘଟ ହେବା ଭୟରେ ସେ ଏପରି କରିଥିଲେ । ଯେଉଁଥିପାଇଁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି । ହେଲେ ଆନ୍ଧ୍ରରେ ସ୍ଥିତି ଆହୁରି ଜଟିଳ ରହିଥିବାବେଳେ ଭୟରେ ଥରହର ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀ ।

ନିର୍ବାଚନ ଆୟୋଗ ଏଥିରେ ହସ୍ତକ୍ଷେପ କରିବା ଉଚିତ:- ନିମ୍ନ ସ୍ତରୀୟ ଅଧିକାରୀ ଏବଂ ନେତାଙ୍କ ଠାରୁ ଆରମ୍ଭ କରି ଉଚ୍ଚ ସ୍ତରୀୟ ଜନ ପ୍ରତିନିଧି ଏପରିକି ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଫୋନ୍ ଟ୍ୟାପ୍ ହେବାରଭୟ ରହିଛି । YSRCP ସରକାର ଅନୁସରଣ କରୁଥିବା ଭୁଲ୍ ପଦକ୍ଷେପକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୁପ୍ତଚର ଏଜେନ୍ସି ସହାୟତାରେ ସରକାର କାହାର ଫୋନ୍ ଟ୍ୟାପ୍ କରିବା ପାଇଁ ଟେକ୍ନୋଲୋଜି ହାସଲ କରିଥିବା କଥା ଜାଣିବା ପରେ ସମସ୍ତେ ଚିନ୍ତାରେ ରହିଛନ୍ତି । କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ସହାୟତାରେ ଏପରି କାର୍ଯ୍ୟକଳାପ ବନ୍ଦ କରିବା ସହ ଏଦିଗରେ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ନିର୍ବାଚନ ଆୟୋଗର କର୍ତ୍ତବ୍ୟ ।

ଫୋନ୍ ଟ୍ୟାପ୍ ଏଡ଼ାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ:- କିଛି ନେତା ଏବଂ ଅଧିକାରୀ ଟ୍ରାକ ହେବାର ଭୟ କାରଣରୁ ବାରମ୍ବାର ନିଜ ଫୋନ୍ ଫର୍ମାଟ୍ କରୁଛନ୍ତି । ଯେହେତୁ ଲିଙ୍କ୍ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ, ତେଣୁ ସେମାନେ ମାସକୁ ଥରେ ନିଜ ଫୋନରୁ ସମସ୍ତ ତଥ୍ୟକୁ ଡିଲିଟ କରୁଛନ୍ତି । କିଛି ନିର୍ଦ୍ଦିଷ୍ଟ ବାର୍ତ୍ତା ପଠାଇବା କାରଣରୁ ସେମାନଙ୍କୁ ମିଥ୍ୟା ଅଭିଯୋଗର ସାମ୍ନା କରିବାକୁ ପଡିବାରେ ବୋଲି ମଧ୍ୟ ଭୟ ରହିଛି ।

ଏହା ମଧ୍ୟ ପଢନ୍ତୁ...ଓପନ ସୋର୍ସ ଇଣ୍ଟେଲିଜେନ୍ସ, ବଡ୍ ବିପଦ !

ପ୍ରତି 15-30 ଦିନରେ ନୂଆ ଫୋନ:- କିଛି ଧନୀ ଶ୍ରେଣୀର ବ୍ୟକ୍ତି ବା ରାଜନେତା ଏବଂ ସରକାରୀ କର୍ମଚାରୀ ପ୍ରତି 15ରୁ 30 ଦିନରେ ଫୋନ୍ ବଦଳାଉଛନ୍ତି । କେତେକ ଅଧିକାରୀ ସେମାନେ ପଠାଉଥିବା ବାର୍ତ୍ତାଗୁଡ଼ିକୁ ସ୍ବୟଂଚାଳିତ ଭାବରେ ଡିଲିଟ କରିବାର ବିକଳ୍ପ ବାଛିଛନ୍ତି ।

ସମ୍ପର୍କୀୟଙ୍କ ନାଁରେ ଫୋନ୍ ନମ୍ବର:- ଯେଉଁ ଲୋକମାନେ ଭୟ କରୁଛନ୍ତି ଯେ ସେମାନଙ୍କ ଫୋନ୍ ଟ୍ୟାପ୍ ହୋଇଛି ସେମାନେ ନିଜ ସମ୍ପର୍କୀୟଙ୍କ ନାଁରେ ନମ୍ବର ଥିବା ଫୋନରୁ କଥାବାର୍ତ୍ତା କରୁଛନ୍ତି ।

କାର୍ଯ୍ୟାଳୟକୁ ଫୋନ ବାରଣ:- ଆନ୍ଧ୍ରପ୍ରଦେଶ ସଚିବାଳୟରେ ଆଇଏଏସ୍ ଅଧିକାରୀଙ୍କ ଚାମ୍ବରରେ ପ୍ରବେଶ କରିବାକୁ ଚାହୁଁଥିବା ବ୍ୟକ୍ତି ସାଙ୍ଗରେ ଫୋନ ନେଇ ଯାଇପାରିବେ ନାହିଁ । ଏହି ନିୟମ ପାଳନ କରିବା ଜରୁରୀ । ସେ ମୋବାଇଲ୍ ହ୍ୟାଣ୍ଡସେଟ୍ ବାହାରେ ଛାଡିଦେବା ଉଚିତ୍ । ଅନ୍ୟ ଜଣେ ଆଇଏଏସ ଅଧିକାରୀଙ୍କ କହିବା ଅନୁଯାୟୀସ, ତାଙ୍କୁ ଭେଟିବାକୁ ଆସିଥିବା ବ୍ୟକ୍ତି ତାଙ୍କ ମୋବାଇଲ ଡିଭାଇସ ବନ୍ଦ କରିଦେଇଛନ୍ତି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାବେଳେ ସେ ମଧ୍ୟ ମୋବାଇଲ ବନ୍ଦ ମଧ୍ୟ କରନ୍ତି । ଫୋନ ସ୍ବିଇଚ୍ ଅଫ୍ ରହିଲେ ହିଁ ସେ ଆତ୍ମବିଶ୍ବାସର ସହ କଥା ହୋଇପାରୁଥିବା ପ୍ରକାଶ କରିଛନ୍ତି । ୧ ମିନିଟ ପରେ ହ୍ବାଟ୍ସଆପ୍ କଲ ମଧ୍ୟ ଟ୍ୟାପ୍ ହୋଇଥାଏ ବୋଲି ସେ ମତ ଦେଇଛନ୍ତି ।

ବର୍ଷକୁ 10ହଜାର VPN:- ବିଶିଷ୍ଟ ଆଇଟି ସଂସ୍ଥାଗୁଡ଼ିକର କର୍ମଚାରୀମାନେ ସେମାନଙ୍କର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଭର୍ଚୁଆଲ୍ ପ୍ରାଇଭେଟ ନେଟୱାର୍କ (VPN) ବ୍ୟବହାର କରନ୍ତି । ଏଥିପାଇଁ ବାର୍ଷିକ ପ୍ରାୟ 10ହଜାର ଟଙ୍କା ଖର୍ଚ୍ଚ ହୁଏ । ଯାହାକି ଅତ୍ୟନ୍ତ ନିରାପଦ ଅଟେ । ଏହା ବ୍ୟକ୍ତିଗତ ତଥ୍ୟ ପ୍ରଘଟ କରିବାକୁ ରୋକିଥାଏ। ଏହା ଇଣ୍ଟରନେଟ୍ ଟ୍ରାଫିକକୁ ଏନକ୍ରିପ୍ଟ କରେ । କଲ୍ ସମୟରେ IP ଠିକଣା ଗୁପ୍ତ ରଖି ଅତିରିକ୍ତ ସୁରକ୍ଷା ଯୋଗାଇଥାଏ । ଏହି ନେଟୱାର୍କ ଅନେକ ଦେଶରେ ସର୍ଭର ସହିତ ସଂଯୁକ୍ତ । ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଧନ୍ୟବାଦ, ଅନେକ ଅଧିକାରୀ ଏବଂ ଜନ ପ୍ରତିନିଧି VPN ବ୍ୟବହାର କରିବାକୁ ପଡୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.