ETV Bharat / opinion

ଆସନ୍ତା ବର୍ଷ ୬.୫%କୁ ଖସିବ ଜିଡିପି ଅଭିବୃଦ୍ଧି ! ଜାଣନ୍ତୁ କାହିଁକି - ଭାରତର ଜିଡିପି ଅଭିବୃଦ୍ଧି

India's GDP growth rate: ଆସନ୍ତା ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(GDP) ଅଭିବୃଦ୍ଧି ହ୍ରାସ ପାଇ ୬.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଉଛି । କାହିଁକି କମିବ ଅଭିବୃଦ୍ଧି, ଜାଣନ୍ତୁ ଏହି ରିପୋର୍ଟରେ

ଆସନ୍ତା ବର୍ଷ ୬.୫%କୁ ଖସିବ ଭାରତର ଜିଡିପି ଅଭିବୃଦ୍ଧି

author img

By ETV Bharat Odisha Team

Published : Feb 24, 2024, 3:50 PM IST

ଲେଖକ- କ୍ରିଷ୍ଣାନନ୍ଦ

ହାଇଦ୍ରାବାଦ: ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(GDP) ଅଭିବୃଦ୍ଧି ହ୍ରାସ ପାଇବ । ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ତେବେ ଚଳିତ ମାର୍ଚ୍ଚରେ ଶେଷ ହେଉଥିବା ଆର୍ଥିକ ବର୍ଷରେ ୭.୩ ପ୍ରତିଶତି ଜିଡିପି ଅଭିବୃଦ୍ଧି ହାସଲର ଲକ୍ଷ୍ୟ ରହିଛି । ଯଦିଓ ଅନୁକୂଳ ପରିସ୍ଥିତି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଟ୍ୟାଗ୍ ବଜାୟ ରଖିବ, ମାତ୍ର ଆହୁରି ଅନେକ ଗୁଡିଏ କାରଣ ରହିଛି, ଯେଉଁଥିପାଇଁ ଚଳିତ ବର୍ଷ ରେକର୍ଡ ହେବାକୁ ଥିବା ଅଭିବୃଦ୍ଧି ଆସନ୍ତା ଆର୍ଥିକ ବର୍ଷରେ ଧୀମେଇ ଯିବ । ସରକାରଙ୍କ ଦ୍ବାରା ନିରନ୍ତର ପୁଞ୍ଜିଗତ ବ୍ୟୟ, ଉତ୍ତମ କର୍ପୋରେଟ ପ୍ରଦର୍ଶନ, ଘରୋଇ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ଏବଂ ବୈଶ୍ବିକ ଦ୍ରବ୍ୟସେବା ମୂଲ୍ୟରେ ହ୍ରାସ ଭାରତୀୟ ଅର୍ଥବ୍ୟବସ୍ଥାର ଗତି ବଜାୟ ରଖିବାରେ ସହାୟ ହେବ । ଅପରପକ୍ଷେ, ରପ୍ତାନୀ ହ୍ରାସ, ପାଇକାରୀ ମୁଦ୍ରୀସ୍ଫୀତି (WPI) ବୃଦ୍ଧି ଆଦି କାରକଗୁଡିକ ଜିଡିପି ହାର ହ୍ରାସର କାରଣ ହୋଇପାରନ୍ତି ।

ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ, ଫିଟକେ ଗ୍ରୁପ ରେଟିଂ ଏଜେନ୍ସି ଅନୁସାରେ, ଆସନ୍ତା ଆର୍ଥିକ ବର୍ଷରେ (୨୦୨୪ ଏପ୍ରିଲ ୧- ମାର୍ଚ୍ଚ ୩୧, ୨୦୨୫) ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ । କିନ୍ତୁ ଚଳିତ ମାର୍ଚ୍ଚରେ ସରିବାକୁ ଥିବା ଆର୍ଥିକ ବର୍ଷରେ ଏହି ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବାର ଅନୁମାନ କରାଯାଉଛି । ମୂଳ ପ୍ରଭାବ ସତ୍ତ୍ବେ, କ୍ରମାଗତ ଜିଡିପି ଅଭିବୃଦ୍ଧି ସୂଚୀତ କରୁଛି ଯେ, ସ୍ଥାୟୀ ସରକାରୀ କ୍ୟାପେକ୍ସ (ପୁଞ୍ଜି ବ୍ୟୟ), କର୍ପୋରେଟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ, କର୍ପୋରେଟ ଓ ବ୍ୟାଙ୍କିଙ୍ଗ ସେକ୍ଟରର ବାଲାନ୍ସ ସିଟ୍‌ରେ ହ୍ରାସ, ବୈଶ୍ବିକ ଦ୍ରବ୍ୟସେବା ମୂଲ୍ୟରେ ହ୍ରାସ ଯୋଗୁଁ ଭାରତର ଅର୍ଥନୈତିକ ପୁନରୁଦ୍ଧାର ଧାରା ଟ୍ରାକରେ ରହିଛି ।

ତଥାପି ରେଟିଂ ଏଜେନ୍ସି ଅର୍ଥବ୍ୟବସ୍ଥା ପ୍ରତି ସମ୍ଭାବ୍ୟ ବିପଦର(ରିସ୍କ) ଚେତାବନୀ ଦେଇଛି । କାରଣ ଦେଶର ସାମଗ୍ରିକ ଚାହିଦା ମୁଖ୍ୟତଃ ସରକାରୀ ପୁଞ୍ଜିଗତ ବ୍ୟୟ ଦ୍ବାରା ପରିଚାଳିତ ହୋଇଥାଏ । ଏପରି ସ୍ଥଳରେ ଦେଶର ଉପଭୋଗ ଚାହିଦା ଏବେ ବି ଉଚ୍ଚ ଆୟବର୍ଗର ୫୦ ପ୍ରତିଶତରୁ ଅଧିକ ପରିବାର ଦ୍ବାରା ଖର୍ଚ୍ଚ ହେଉଥିବା ଦ୍ରବ୍ୟ ଓ ସେବା ପକ୍ଷରେ ରହିଛି । ଯେଉଁଥିପାଇଁ ଇଣ୍ଡେକ୍ସ ଅଫ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ(IIP)ର କଞ୍ଜୁମର ଡ୍ୟୁରାବୁଲ ସେଗମେଣ୍ଟ ଗତବର୍ଷ ସେପ୍ଟେମ୍ବରରେ ମାତ୍ର ୧ ପ୍ରତିଶତ ବୃଦ୍ଧି ପାଇଥିଲା ।

ଯେହେତୁ ଭାରତର ଆର୍ଥିକ ଅଭିବୃଦ୍ଧି ସରକାରୀ ପୁଞ୍ଜିଗତ ବ୍ୟୟ ଦ୍ବାରା ପରିଚାଳିତ ହେଉଛି, ତେଣୁକରି ଏହା ପ୍ରାୟତଃ କ୍ୟାପିଟାଲ ଏବଂ ଇନଫ୍ରାଷ୍ଟକଚର, କନଷ୍ଟ୍ରକସନ ଭଳି କ୍ୟାପିଟାଲ ଇଣ୍ଡଷ୍ଟ୍ରିଆଲ ସେଗମେଣ୍ଟରେ ଦୃଶ୍ୟମାନ ହେଉଛି, ଯାହା ଚଳିତ ଆର୍ଥିକ ବର୍ଷର ୯ ମାସ ମଧ୍ୟରେ ଯଥାକ୍ରମେ ୭ ପ୍ରତିଶତ ଏବଂ ୧୦.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି ।

ଜିଡିପି ଅଭିବୃଦ୍ଧିକୁ ପ୍ରଭାବିତ କରିବ ଦୁର୍ବଳ ରପ୍ତାନୀ:

ଆସନ୍ତା ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ସମ୍ଭାବ୍ୟ ବିପଦ ମଧ୍ୟରୁ ଗୋଟିଏ ହେଉଛି ଦୁର୍ବଳ ରପ୍ତାନୀ ବା ରପ୍ତାନୀ ହ୍ରାସ । ଆଡଭାନ୍ସଡ ଅର୍ଥନୀତି ଅଭିବୃଦ୍ଧିରେ ମନ୍ଥରତା, ବଢୁଥିବା ବାଣିଜ୍ୟ ବିକୃତି, ଭୌଗଳିକ ବିଭାଜନ ଯୋଗୁଁ ରପ୍ତାନୀ ପ୍ରଭାବିତ ହୋଇପାରେ । ପରିମାଣସୂରୁପ, ୨୦୨୪-୨୫ ଆର୍ଥିକ ବର୍ଷରେ ରପ୍ତାନୀ ବୈଶ୍ବିକ ପ୍ରତିକୂଳ ପରିସ୍ଥିତର ସାମ୍ନା କରିପାରେ । କାରଣ ଭାରତ ଦ୍ରବ୍ୟସେବା ରପ୍ତାନୀ କ୍ଷେତ୍ରରେ ଜାନୁୟାରୀରେ ୦.୧୪ ପ୍ରତିଶତ ନକରାତ୍ମକ ଅଭିବୃଦ୍ଧି ହାର ରେକର୍ଡ କରିସାରିଛି ।

ପାଇକାରୀ ମୁଦ୍ରାସ୍ଫୀତି:

ରେଟିଂ ଏଜେନ୍ସିର ଅର୍ଥନୀତିଜ୍ଞଙ୍କ ଅନୁସାରେ, ଅନ୍ୟ ଏକ ସମସ୍ୟା ଯାହା ଆସନ୍ତା ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହ୍ରାସ କରିବ ତାହା ହେଉଛି ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି, ଯାହାକି ଅନ୍ୟ ଅର୍ଥବ୍ୟବସ୍ଥାରେ ପ୍ରଡ୍ୟୁସର ପ୍ରାଇସ ଇଣ୍ଡେକ୍ସ(IIP) ସହ ସମାନ । ବାସ୍ତବ ଜିଡିପି(Real GDP) ନାମମାତ୍ର ଜିଡିପିରୁ ହୋଲସେଲ ମୂଲ୍ୟ ସୂଚକାଙ୍କ (WPI)କୁ ଆଡଜଷ୍ଟ କରି ହିସାବ କରାଯାଏ । ଏହାର ଅର୍ଥ ହେଉଛି WPIର ବୃଦ୍ଧି ହେଲେ, ବାସ୍ତବ ଜିଡିପି ଅଭିବୃଦ୍ଧି ହ୍ରାସ ପାଇବ ।

ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚର ପ୍ରମୁଖ ଅର୍ଥନୀତିଜ୍ଞ ସୁନୀଲ କୁମାର ସିହ୍ନା କହିଛନ୍ତି, ଇନପୁଟ ମୂଲ୍ୟ ବୃଦ୍ଧି ହେଲେ, ଯଦି ଏହାକୁ ଆଉଟପୁଟ ମୂଲ୍ୟରେ ସାମିଲ ନକରାଯାଏ, ତାହେଲେ ଭାଲ୍ୟୁ ଆଡିସନ ଏବଂ କର୍ପୋରେଟ ମାର୍ଜିନ ମଧ୍ୟ ହ୍ରାସ ପାଇଥାଏ । ତେବେ ଇନପୁଟ ମୂଲ୍ୟ ଆଉଟପୁଟ ମୂଲ୍ୟରେ ସ୍ଥାନାନ୍ତର କରିବା ଜଟିଳ ଅଟେ । ରେଟିଂ ଏଜେନ୍ସି ଅନୁସାରେ, ଘରୋଇ ଅନ୍ତିମ ଉପଭୋଗ ବ୍ୟୟ(PFCE) ଯାହାକି ଚାହିଦା ପାର୍ଶ୍ବ ଜିଡିପିର ପ୍ରାୟ ୬୦ ପ୍ରତିଶତ, ତାହା ଆସନ୍ତା ଆର୍ଥିକ ବର୍ଷରେ ୬.୧ ପ୍ରତିଶତ ବୃଦ୍ଧି ପାଇପାରେ ।

ଦେଶରେ ମଜୁରୀ ହାର (salary and wages) ବୃଦ୍ଧି କରାଗଲେ ଘରୋଇ ଉପଭୋଗ ବୃଦ୍ଧି ପାଇବ, ଯାହାକି ସମ୍ପ୍ରତ୍ତି ଏକ ଉଚ୍ଚ ଆୟବର୍ଗ ଗୋଷ୍ଠୀ ମଧ୍ୟରେ ସୀମିତ ରହିଛି । ଏହାଦ୍ବାରା ଭାରତର ଅର୍ଥନୈତିକ ବିକାଶ ଗତି ବଜାୟ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.