ETV Bharat / opinion

ଋଷରେ ଖୋଲିବ ଦୁଇ ନୂଆ କନସୁଲେଟ: କାହିଁକି କାଜାନ ଏବଂ ଏକତେରିନବର୍ଗର ସହରକୁ ବାଛିଲା ଭାରତ - INDIA RUSSIA RELATIONS

India opens new missions in Russia: ଦୁଇ ଋଷୀୟ ସହରରେ ଖୋଲିବ ଦୁଇଟି ଭାରତୀୟ ଦୂତାବାସ କାର୍ଯ୍ୟାଳୟ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି କଲେ ଘୋଷଣା । କାହିଁକି ଏହି ଦୁଇ ସହରକୁ ବାଛିଲା ନୂଆଦିଲ୍ଲୀ, ପଢନ୍ତୁ ଅରୁଣିମ ଭୂୟାଁଙ୍କ ଆଲେଖ୍ୟ ।

author img

By Aroonim Bhuyan

Published : Jul 10, 2024, 8:10 PM IST

କାହିଁକି କାଜାନ ଏବଂ ଏକାତାରିନବର୍ଗରେ କନସୁଲେଟ ଅଫିସ ଖୋଲିବ ଭାରତ
କାହିଁକି କାଜାନ ଏବଂ ଏକାତାରିନବର୍ଗରେ କନସୁଲେଟ ଅଫିସ ଖୋଲିବ ଭାରତ (ETV Bharat Odisha)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦୁଇଦିନିଆ ଋଷ ଗସ୍ତ ସମୟରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୂଦାୟକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଏକ ବଡ ଘୋଷଣା କରିଥିଲେ ମୋଦି । ନୂଆଦିଲ୍ଲୀ ଋଷର ଦୁଇଟି ସହରରେ ଦୂତାବାସ କାର୍ଯ୍ୟାଳୟ ଖୋଲିବ । ଋଷର କାଜାନ ଏବଂ ଏକାତେରିନବର୍ଗର ଦୁଇଟି ନୂତନ କନସୁଲେଟ୍ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ । ତେବେ କାହିଁକି ଏହି ଦୁଇ ଋଷୀୟ ସହରକୁ ଚୟନ କଲା ନୂଆଦିଲ୍ଲୀ, ଏହା ପଛରେ ମଧ୍ୟ କାରଣ ରହିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଋଷ ସହ ଏକ ଦୃଢ ସହଭାଗିତା ବଜାୟ ରଖିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟକୁ ଉତ୍ସାହିତ କରିଛନ୍ତି । କାଜାନ ଏବଂ ଏକାତେରିନବର୍ଗ ସହରରେ ଦୁଇଟି ନୂତନ ଭାରତୀୟ କନସୁଲେଟ୍ (ଦୂତାବାସ କାର୍ଯ୍ୟାଳୟ) ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସୁଦ୍ଧା, ମସ୍କୋରେ ଥିବା ଦୂତାବାସ ବ୍ୟତୀତ ଭାରତ ଋଷରେ ଦୁଇଟି କନସୁଲେଟ୍ ମାଧ୍ୟମରେ କାର୍ଯ୍ୟ ଚଳାଉଛି । ଗୋଟିଏ ବାଲଟିକ ବନ୍ଦର ସହର ସେଣ୍ଟ ପିଟର୍ସବର୍ଗରେ ଥିବା ବେଳେ ଅନ୍ୟଟି ଋଷର ପୂର୍ବରେ ଥିବା ଭ୍ଲାଡିଭୋଷ୍ଟୋକରେ ରହିଛି । ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯିବା ପୂର୍ବରୁ ବୈଦେଶିକ ସଚିବ ବିନୟ କ୍ୱାତ୍ରା ଏହି ଦୁଇ ସହରର ନାମ ପ୍ରକାଶ ନକରି ଦୁଇଟି ନୂତନ କନସୁଲେଟ୍ ଖୋଲିବା ବିଷୟରେ ସୂଚାଇ ଦେଇଥିଲେ । ସାରା ବିଶ୍ୱରେ ଆମର କୂଟନୈତିକ ଉପସ୍ଥିତି ବିସ୍ତାର ହେବା ନିଶ୍ଚିତ କରିବାକୁ ଏହା ଭାରତର ନିରନ୍ତର ପ୍ରୟାସର ଏକ ଅଂଶ ବୋଲି କହିଥିଲେ କ୍ବତ୍ରା ।

ଭାରତ ପାଇଁ କାଜାନ ସହର କାହିଁକି ଗୁରୁତ୍ବପୂର୍ଣ୍ଣ ?

କାଜାନ ହେଉଛି ପୂର୍ବ-ୟୁରୋପରେ ଅବସ୍ଥିତ ଋଷର ଏକ ବଡ ସହର । ଏହା ଋଷର ଟାଟାରସ୍ତାନ ପ୍ରଦେଶର ରାଜଧାନୀ । ଏହି ଅଞ୍ଚଳର ମୂଳ ଉତ୍ସ ହେଉଛି ପେଟ୍ରୋକେମିକାଲ ଶିଳ୍ପ ଓ ଅଶୋଧିତ ତୈଳ୍ୟ । ଏଠାରେ ବର୍ଷକୁ ପ୍ରାୟ 32ନିୟୁତ ଟନ୍‌ ଅଶୋଧିତ ତୈଳ ଉତ୍ପାଦନ ହେଉଥିବା ବେଳେ ପ୍ରାୟ ଏକ ବିଲିୟନ ଟନରୁ ଅଧିକ ତୈଳ ଭଣ୍ଡାର ରହିଥିବା ଆକଳନ କରାଯାଏ । ଶିଳ୍ପ ଉତ୍ପାଦନ ଏହାର ମୋଟ ଜିଡିପି 45 ପ୍ରତିଶତ । କାଜାନରେ ଅବସ୍ଥିତ କାଜାନୋରଗସିଣ୍ଟେଜ ଋଷର ବୃହତ୍ତମ ରାସାୟନିକ କମ୍ପାନୀ ମଧ୍ୟରୁ ଅନ୍ୟତମ । ସେହିପରି ଟାଟାରସ୍ତାନର ବିମାନ ଶିଳ୍ପ ‘ଟି-ୟୁ 214’ ଯାତ୍ରୀବାହୀ ବିମାନ ଏବଂ ହେଲିକପ୍ଟର ନିର୍ମାଣ କରେ । କାଜାନରେ ଥିବା ହେଲିକପ୍ଟର କାରଖାନା ହେଉଛି ବିଶ୍ୱର ସବୁଠୁ ବଡ ହେଲିକପ୍ଟର ଉତ୍ପାଦନକାରୀ କମ୍ପାନୀ । ଇଞ୍ଜିନିୟରିଂ, ବସ୍ତ୍ର, ପୋଷାକ, କାଠ ପ୍ରକ୍ରିୟାକରଣ ଏବଂ ଖାଦ୍ୟ ଶିଳ୍ପ ମଧ୍ୟ ଟାଟାରସ୍ତାନ ସହରରେ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ରହିଛନ୍ତି ।

କାଜାନ ସହର ଭୋଲଗା ଏବଂ କାଜଙ୍କା ନଦୀର ମିଳନ ସ୍ଥଳରେ ଅବସ୍ଥିତ । ଏହା ପ୍ରାୟ 425.3 ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିବା ବେଳେ ଏହାର ଜନସଂଖ୍ୟା ପ୍ରାୟ 1.3 ମିଲିୟନରୁ ଅଧିକ । କାଜାନ ହେଉଛି ଋଷର ପଞ୍ଚମ ବୃହତ୍ତମ ସହର । ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବାରୁ ଭାରତ ଟାଟାରସ୍ତାନରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଆଗ୍ରହ ପ୍ରକାଶ କରିଛି । କାଜାନ ବିଭିନ୍ନ ଅନ୍ତର୍ଜାତୀୟ ବ୍ୟବସାୟ ଫୋରମ ମଧ୍ୟ ଆୟୋଜନ କରେ । ଯାହା ଭାରତୀୟ ବ୍ୟବସାୟ ପାଇଁ ଆଇଟି, ଫାର୍ମାସ୍ୟୁଟିକାଲ୍ସ ଓ ଯନ୍ତ୍ରପାତି ଭଳି କ୍ଷେତ୍ରଗୁଡିକରେ ସୁଯୋଗ ଅନ୍ୱେଷଣ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ । ବିଶେଷକରି ପେଟ୍ରୋକେମିକାଲ୍ସ, ଇଞ୍ଜିନିୟରିଂ ଏବଂ ଅଟୋମୋବାଇଲ୍ କ୍ଷେତ୍ରରେ ସହଯୋଗର ସୁଯୋଗ ରହିଥିବାରୁ ଭାରତ ସେଠାରେ ଏକ ଦୂତାବାସ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛି ।

ଏକାଟେରିନବର୍ଗକୁ କାହିଁକି ବାଛିଲା ଭାରତ:-

ସେହିପରି ନୂଆ ଭାରତୀୟ ଦୂତାବାସ ଖୋଲା ହେବାକୁ ଥିବା ଅନ୍ୟତମ ସହର ହେଉଛି ଋଷର ଏକାଟେରିନବର୍ଗ । ଏହାକୁ ୟେକାଟେରିନବର୍ଗ ମଧ୍ୟ କୁହାଯାଏ । ଏହି ସହର ହେଉଛି ଋଷର ସେଭର୍ଡ୍ଲୋଭସ୍କ ଅଞ୍ଚଳର ପ୍ରଶାସନିକ କେନ୍ଦ୍ର ବା ମୁଖ୍ୟାଳୟ । ଏହି ସହର ଋଷର ଏକ ପ୍ରମୁଖ ଶିଳ୍ପ ଏବଂ ଅର୍ଥନୈତିକ କେନ୍ଦ୍ର ଭାବେ ପରିଚିତ । ବିଭିନ୍ନ ଧାତୁ, ଭାରୀ ଯନ୍ତ୍ରପାତି ଉତ୍ପାଦନ ସମେତ ବିଭିନ୍ନ ଶିଳ୍ପସଂସ୍ଥା ମଧ୍ୟ ଏଠାରେ ରହିଛନ୍ତି । ତେଣୁ ଏଠାରେ ମଧ୍ୟ ଭାରତ ସହଯୋଗ ଏବଂ ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବା ପ୍ରୟାସରେ ରହିଛି । ଋଷର ଫେଡେରାଲ୍ ଅର୍ଥନୈତିକ ଢାଞ୍ଚାର ଏକ ପ୍ରମୁଖ ଅଞ୍ଚଳ ହେଉଛି ସେଭର୍ଡ୍ଲୋଭସ୍କ ପ୍ରଦେଶ । ଋଷର ମଧ୍ୟ ଭାଗରେ, ୟୁରୋପ ଏବଂ ଏସିଆ (ୟୁରାଲ୍ ଫେଡେରାଲ୍ ପ୍ରଦେଶ) ସୀମାରେ ଏହି ଅବସ୍ଥିତ ହୋଇଥିବା କାରଣରୁ ଏହା ବେଶ ଗୁରୁତ୍ବ ବହନ କରୁଛି । ଏହି ଅଞ୍ଚଳ ଭାରତୀୟ ବ୍ୟବସାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବାର ସମସ୍ତ ଭିତ୍ତିଭୂମି ପ୍ରଦାନ କରୁଛି ।

ରଣନୈତିକ ଅବସ୍ଥିତି ଏହି ସହରକୁ ଏକ ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ସ ଓ ପରିବହନ ହବ ଭାବେ ପରିଚୟ ଦେଇଛି । ଏହା ଭାରତୀୟ ସାମଗ୍ରୀକୁ ଋଷ ବଜାରକୁ ପ୍ରବେଶ କରାଇବା ଓ ବାଣିଜ୍ୟ ସଂଯୋଗକୁ ବଢାଇବା ପାଇଁ ଏକ ଗେଟ-ୱେ ଭାବରେ କାର୍ଯ୍ୟ କରେ । ଏକାଟେରିନବର୍ଗ ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ବୈଷୟିକ ଉଦ୍ଭାବନ ପାଇଁ ଜଣାଶୁଣା । ଏକାଟେରିନବର୍ଗରେ ଥିବା ଫେଡେରାଲ ୟୁନିଭରସିଟି ଋଷର ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ମଧ୍ୟ । ଏହି ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନର ଭାରତୀୟ ଶିକ୍ଷାନୁଷ୍ଠାନ ସହିତ ସହଭାଗିତା ମଧ୍ୟ ରହିଛି । ଉଭୟ ଅନୁଷ୍ଠାନ ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ, ମିଳିତ ଅନୁସନ୍ଧାନ ପ୍ରକଳ୍ପ ଓ ଏକାଡେମିକ୍ ସହଯୋଗକୁ ମଧ୍ୟ ଉଭୟ ଦେଶ ଏହି ସହର ମାଧ୍ୟମରେ ସୁଗମ କରି ଆସୁଛନ୍ତି । ତେଣୁ ଏହି ଅଞ୍ଚଳ ସହିତ ସମ୍ପର୍କକୁ ମଜବୁତ କରିବା, ୟୁରୋପ-ଏସିଆ ମଧ୍ୟରେ ସ୍ଥିତିକୁ ସୁଦୃଢ କରିବା ଏବଂ ଆଞ୍ଚଳିକ ସୁରକ୍ଷା ଓ ଅର୍ଥନୈତିକ ବିକାଶରେ ସହଯୋଗ କରିବା ପାଇଁ ଭାରତର ବ୍ୟାପକ ରଣନୀତି ସହ ଏକାଟେରିନବର୍ଗରେ ଏକ ନୂତନ କନସୁଲେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.