ନୂଆଦିଲ୍ଲୀ: ଗତ ସପ୍ତାହରେ ଶେଷ ହୋଇଥିବା ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନରେ ସାରା ମହାଦେଶରେ ଦକ୍ଷିଣପନ୍ଥୀ ଦଳ ଗୁଡିକର ବର୍ଦ୍ଧିତ ସମର୍ଥନ ଦେଖିବାକୁ ମିଳିଛି । ଯଦିଓ ୟୁରୋପୀୟ ପାର୍ଲିଆମେଣ୍ଟର ସମସ୍ତ ୨୭ ଟି ଦେଶଗୁଡିକର ଗଣତି ଏଯାଏଁ ସରିନାହିଁ କିନ୍ତୁ ଇଟାଲୀ, ଫ୍ରାନ୍ସ ଓ ଜର୍ମାନୀ ଭଳି ଦେଶରେ ଦକ୍ଷିଣପନ୍ଥୀ ପାର୍ଟି ଗୁଡିକ ବେଶ ଅଗ୍ରଣୀ ଅଛନ୍ତି ।
ୟୁରୋପୀୟ ପାର୍ଲିଆମେଣ୍ଟ କଣ?
ୟୁରୋପୀୟ ପାର୍ଲିଆମେଣ୍ଟ ୟୁରୋପିୟାନ ଯୁନିୟନର ଆଇନ ପ୍ରଣୟନ ସମ୍ବନ୍ଧୀୟ ସଂସ୍ଥା ମଧ୍ୟରୁ ଗୋଟିଏ ଓ ଏବଂ ଏହାର ସାତ ଗୋଟି ସଂସ୍ଥା ମଧ୍ୟରୁ ଅନ୍ୟତମ ଅଟେ । ୟୁରୋପୀୟ କମିଶନର ଏକ ପ୍ରସ୍ତାବ ପରେ ଯୁରୋପୀୟ ୟୁନିଅନର ପରିଷଦ ସହ ମିଳି ଏହା ୟୁରୋପୀୟ ଆଇନକୁ ଆପଣାଇ ଥାଏ । ୨୦୨୪ ର ନିର୍ବାଚନ ପରେ ୟୁରୋପିଆନ ସଂସଦ ୭୨୦ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ଏହା ୨୦୨୪ରେ ୯୬୯ ମିଲିୟନ ମତଦାତାଙ୍କ ସହିତ ଭାରତ ପରେ ବିଶ୍ବର ଦ୍ବିତୀୟ ସର୍ବବୃହତ ଗଣତାନ୍ତ୍ରିକ ନିର୍ବାଚନ କ୍ଷେତ୍ରର ପ୍ରତିନିଧିତ୍ବ କରିଥାଏ ।
ଫ୍ରାନ୍ସର ଷ୍ଟ୍ରସବର୍ଗ ଠାରେ ଅବସ୍ଥିତ ୟୁରୋପୀୟ ସଂସଦ ପାଖେ ଆଇନ ପ୍ରଣୟନର କ୍ଷମତା ରହିଛି ଯାହା ଯୁରୋପୀୟ ସଂଘର ଆଇନକୁ ଆପଣାଇବା ପାଇଁ ସାଧାରଣତଃ ଏହାର ଓ ପରିଷଦର ମଞ୍ଜୁରୀ ଆବଶ୍ୟକତା କରିଥାଏ, ଯାହା ଦ୍ବିସଦନୀୟ ବିଧାନଗୃହ ସହିତ ସମାନ । ଏହା ପାଖରେ ଅଧିକୃତ ଭାବେ କାର୍ଯ୍ୟ ଆରମ୍ଭ କରିବାର କ୍ଷମତା ନାହିଁ, ଯେଉଁ ଭଳି ଭାବେ ସଭ୍ୟ ରାଷ୍ଟ୍ର ଗୁଡିକର ଅଧିକାଂଶ ରାଷ୍ଟ୍ରୀୟ ସଂସଦ କରିଥାଏ । କାହିଁକି ନା କାର୍ଯ୍ୟ ଆରମ୍ଭ କରିବାର ଅଧିକାର ୟୁରୋପୀୟ କମିଶନଙ୍କ ବିଶେଷାଧିକାରରେ ସାମିଲ । ବର୍ତ୍ତମାନ ସଂସଦ ଓ ପରିଷଦଙ୍କୁ କମିଶନ ଠାରୁ କାର୍ଯ୍ୟ ଆରମ୍ଭ କରିବାର ଆରମ୍ଭ କରିବା ଓ ଏକ ପ୍ରସ୍ଥାବ ଉପସ୍ଥାପନା କରିବାକୁ ଅନୁରୋଧ କରିବାକୁ ଅଧିକାର ଅଛି ।
କିଭଳି ୟୁରୋପୀୟ ପାର୍ଲିଆମେଣ୍ଟର ନିର୍ବାଚନ ହୋଇଥାଏ ?
ୟୁରୋପୀୟ ପାର୍ଲିଆମେଣ୍ଟ (EP) ନିର୍ବାଚନ ୟୁରୋପିଆନ ୟୁନିଅନ (EU) ର ଲୋକତାନ୍ତ୍ରିକ ପ୍ରକ୍ରିୟାର ଆଧାରଶିଳା ଅଟେ, ଯାହା ସଦସ୍ୟ ଦେଶ ଗୁଡିକର ନାଗରିକ ମାନଙ୍କୁ ୟୁରୋପୀୟ ପାର୍ଲିଆମେଣ୍ଟ ପାଇଁ ପ୍ରତିନିଧିତ୍ବର ଚୟନ କରିବାକୁ ଅନୁମତି ଦେଇଥାଏ । ଏହି ନିର୍ବାଚନ ଗୁରୁତ୍ବପୂର୍ଣ୍ଣ ଅଟେ କାରଣ ଏହା ୟୁରୋପିୟାନ ଯୁନିୟନର ବିଧାୟୀ ଓ ନୀତିଗତ ଦିଗକୁ ଆକାର ଦେଇଥାଏ ।
EP ଯାହାକୁ କମନ ଆସେମବ୍ଲି ଭାବେ ୧୯୫୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା ୟୁରୋପିଆନ କୋଇଲା ଓ ଷ୍ଟିଲ କମ୍ୟୁନିଟି ଅନ୍ତର୍ଗତ । ତାହା ବିକଶିତ ହୋଇ ୧୯୫୭ ର ରୋମ ଚୁକ୍ତି ଫଳରେ ବର୍ତ୍ତମାନର ୟୁରୋପିଆନ ଇକୋନୋମିକ କମ୍ୟୁନିଟି ରେ ପରିଣତ ହୋଇଛି । EP ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ସର୍ବ ପ୍ରଥମେ ୧୯୭୯ ରେ ହୋଇଥିଲା , ଯାହା EUର ସଂରଞ୍ଚନା ଅନ୍ତର୍ଗତ ଲୋକ ଗଣତାନ୍ତ୍ରିକ ବୈଧତାକୁ ବଣାଇବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଥିଲା । ସେବେ ଠାରୁ ଏହି ନିର୍ବାଚନ ପ୍ରତି ୫ ବର୍ଷ କୁ ଥରେ ହୋଇ ଆସୁଛି ।
ୟୁରୋପୀୟ ପାର୍ଲିଆମେଣ୍ଟ ୟୁରୋପୀୟ ସଂସଦର ସଦସ୍ୟ (ଏମଇପି) ମାନଙ୍କୁ ନେଇ ଗଠିତ, ଯେଉଁଥିରେ ୟୁରୋପିୟାନ ଯୁନିୟନର ୨୭ଟି ସଦସ୍ୟ ଦେଶ ମାନେ ପ୍ରତିନିଧିତ୍ବ କରିଥାନ୍ତି । ଆସନ ଗୁଡିକର ହ୍ରାସ ହେଉଥିବା ଆନୁପାତିକତା ପ୍ରଣାଳୀ ଆଧାରରେ ଆବଣ୍ଟିତ ହୋଇଥାଏ , ଯେଉଁଠାରେ ବଡ଼ ଦେଶ ଗୁଡିକରେ ଅଧିକ ଏମଇପି ଥିବା ବେଳେ ମୁଣ୍ତ ପିଛା ଆୟ ଛୋଟ ଦେଶ ତୁଳନାରେ କମ ହୋଇଥାଏ ।
ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନ ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ର ଏକ ସମାନ ହୋଇ ନ ଥାନ୍ତି । ପ୍ରତ୍ୟେକ ଦେଶ କିଛି ସାମାନ୍ୟ ମାପଦଣ୍ଡ ଅନୁସାରେ ନିଜର ପ୍ରଣାଳୀ ମନୋନୀତ କରିପାରିବେ । ପ୍ରାଥମିକ ଆବଶ୍ୟକତା ଏହା ଯେ ପ୍ରଣାଳୀ ଆନୁପାତିକ ଏକ ସମାନ ରୂପରେ ହେବା ଆବଶ୍ୟକ । ଏଥିରେ ପାର୍ଟି ସୂଚୀ ଆନୁପାତିକ ପ୍ରତିନିଧିତ୍ବ ସାମିଲ ହୋଇ ପାରିବ ଯାହା ସାଧାରଣ କଥା ଅଟେ । ଉଦାହାରଣ ସ୍ବରୂପ ଏକକ ହସ୍ତାନ୍ତରୀୟ ଭୋଟ (ଆୟାରଲ୍ୟାଣ୍ଡ ଓ ମାଲଟାରେ ବ୍ୟବହୃତ) ଏବଂ ମିଶ୍ରିତ ସଦସ୍ୟ ଆନୁପାତିକ ପ୍ରତିନିଧିତ୍ବ (ଜର୍ମାନୀରେ ବ୍ୟବହୃତ) ।
କୌଣସି ବି ୟୁରୋପୀୟ ୟୁନିୟନ ବା ସଂଘର ସଦସ୍ୟ ଦେଶର ୧୮ ବର୍ଷ ର ଅଧିକ ବୟସର ନାଗରିକ ମାନେ ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନରେ ମତଦାନ କରିବାପାଇଁ ଯୋଗ୍ୟ ଅଟନ୍ତି । କିନ୍ତୁ କିଛି ଦେଶରେ ପ୍ରାର୍ଥୀତ୍ବ ପାଇଁ ଅଲଗା ଅଲଗା ବୟସ ସୀମା ରହିଛି । ନିଜ ଦେଶ ଛଡା ଅନ୍ୟ ସଦସ୍ୟ ଦେଶରେ ରହୁଥିବା ୟୁରୋପୀୟ ସଂଘର ନାଗରିକ ନିଜର ଅବସ୍ଥାନ କରିଥିବା ଦେଶ କିମ୍ବା ନିଜର ପୈତୃକ ଦେଶରେ ଭୋଟଦାନ କରିବାକୁ ଚୟନ କରିପାରିବେ ।
ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନ ପାଇଁ ପ୍ରାର୍ଥୀ ରାଜନୈତିକ ଦଳ ଦ୍ବାରା ନାମାଙ୍କିତ କରାଯାଇପାରେ ନଚେତ ସ୍ବାଧୀନ ଭାବେ ଛିଡା ହୋଇପାରିବେ । ଥରେ ନିର୍ବାଚିତ ହେବା ପରେ ସାଧାରଣତଃ ରାଷ୍ଟ୍ରୀୟ ଦଳ ଗୁଡିକ ପରିବର୍ତ୍ତେ ପ୍ୟାନ ୟୁରୋପିଆନ ରାଜନୈତିକ ସମୂହ ସହିତ ଜଡିତ ହୋଇଥାନ୍ତି । ୟୁରୋପୀୟ ପାର୍ଲିଆମେଣ୍ଟର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ୟୁରୋପିଆନ ପିପୁଲସ ପାର୍ଟି, ରିନୁଉ ୟୁରୋପ, ୟୁରୋପିଆନ ଫ୍ରି ଆଲିଆନ୍ସ ଆଦି ଅନ୍ୟତମ ଅଟେ ।
ୟୁରୋପୀୟ ପାର୍ଲିଆମେଣ୍ଟ ପାଇଁ ନିର୍ବାଚନ ପ୍ରଚାର ଅଭିଯାନ ଅଦ୍ବିତୀୟ ଅଟେ କାରଣ ବିଭିନ୍ନ ରାଜନୈତିକ ମାହୋଲ ବିଭିନ୍ନ ଦେଶ ରେ ବ୍ୟାପ୍ତ ଅଛି । ପ୍ରଚାରର ଅଭିଯାନ ମୁଖ୍ୟତଃ ଜାତୀୟ ଓ ପାନ ୟୁରୋପୀୟ ପ୍ରସଙ୍ଗ ଉପରେ ଆଧାରିତ ଅଟେ । ସେଥିରେ ଆର୍ଥିକ ନୀତି, ପ୍ରବାସୀ ସମସ୍ୟା, ପରିହେଶ ସମ୍ପର୍କୀୟ ନୀତି ଓ ୟୁରୋପୀୟ ସଂଘର ଭବିଷ୍ୟ ମଧ୍ୟ ସାମିଲ ।
ଏହା ମଧ୍ୟ ପଢନ୍ତୁ ... ଲୋକସଭା ନିର୍ବାଚନ ଫଳାଫଳ ୨୦୨୪: ପ୍ରାକ୍ ଅନୁମାନ ଉପରେ ଭାରି ପଡିଛି ମତଦାନ ଶୈଳୀରେ ପରିବର୍ତ୍ତିତ ସମୀକରଣ - Lok Sabha Election Results 2024
ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନ ୨୦୨୪ ରେ ହୋଇଥିଲା କଣ ?
ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନ ପାଇଁ ମତଦାନ 6 ରୁ 9 ଜୁନ୍ ମଧ୍ୟରେ ହୋଇଥିଲା । ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ 27 ଟି ଦେଶ ମଧ୍ୟରୁ 12 ଟିରୁ ମୋଟ 720 ଟି ଆସନ ଗଣନା ଶେଷ ହୋଇଛି । ବର୍ତ୍ତମାନ ଉପଲବ୍ଧ ଟ୍ରେଣ୍ଡଗୁଡିକ ଦର୍ଶାଉଛି ଯେ ଯଦିଓ ସେଣ୍ଟ୍ରିଷ୍ଟ ପାର୍ଟିଗୁଡିକ ମଜବୁତ ସ୍ଥିତିରେ ଅଛନ୍ତି, ତଥାପି ଦକ୍ଷିଣପନ୍ଥୀ ଦଳଗୁଡିକ ବଡ଼ ଲାଭ ପାଉଛନ୍ତି । 10 ଟି ସିଟ୍ ହାସଲ କରି ଇପିପି 186 ଟି ସିଟ୍ ଜିତିଛି । ଇପିପି ହେଉଛି ଖ୍ରୀଷ୍ଟିଆନ-ଗଣତାନ୍ତ୍ରିକ, ଉଦାରବାଦୀ-ରକ୍ଷଣଶୀଳ ଏବଂ ରକ୍ଷଣଶୀଳ ସଦସ୍ୟ ଦଳ ମତଧାରା ବିଶିଷ୍ଟ ଏକ ଦଳ । ଏହା 1976 ମସିହାରେ ମୁଖ୍ୟତଃ ଖ୍ରୀଷ୍ଟିଆନ-ଗଣତାନ୍ତ୍ରିକ ଦଳଗୁଡିକ ଦ୍ବାରା ପ୍ରତିଷ୍ଠିତ, ଏହା ଉଦାରବାଦୀ-ରକ୍ଷଣଶୀଳ ଦଳ ଏବଂ ଅନ୍ୟ କେନ୍ଦ୍ର-ଦକ୍ଷିଣ ରାଜନୈତିକ ଦୃଷ୍ଟିକୋଣ ସହିତ ଦଳଗୁଡ଼ିକୁ ଅନ୍ତର୍ଭୁକ୍ତ କରି ଏହାର ସଦସ୍ୟତା ବୃଦ୍ଧି କରିଛି ।
1999 ମସିହାରୁ ୟୁରୋପୀୟ ସଂସଦରେ ଏବଂ 2002 ପରଠାରୁ ୟୁରୋପୀୟ ପରିଷଦରେ ଇପିପି ସବୁଠାରୁ ବଡ ଦଳ ହୋଇଆସୁଛି । ବର୍ତ୍ତମାନର ୟୁରୋପୀୟ କମିଶନରେ ଏହା ମଧ୍ୟ ସବୁଠାରୁ ବଡ ଦଳ । ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ୟୁରୋପୀୟ ସଂସଦର ସଭାପତି ରୋବର୍ଟା ମେଟଜୋଲା ଇପିପିରୁ ଆସିଛନ୍ତି । ୟୁରୋପିୟାନ ୟୁନିୟନର ଅନେକ ପ୍ରତିଷ୍ଠାତା ମଧ୍ୟ ଦଳରୁ ଆସିଥିଲେ ଯାହା ପରେ ଇପିପି ଗଠନ କରିଥିଲା ।
ଇପିପିରେ ଜର୍ମାନୀର ସିଡିୟୁ, ଫ୍ରାନ୍ସର ରିପବ୍ଲିକାନ୍ସ, ବେଲଜିୟମର ସିଡି ଆଣ୍ଡ ଭି, ରୋମାନିଆର ପିଏନ୍ଏଲ୍, ଆୟର୍ଲାଣ୍ଡର ଫାଇନ୍ ଗେଲ୍, ଫିନଲ୍ୟାଣ୍ଡର ଜାତୀୟ ସମନ୍ବୟ ପାର୍ଟି, ଗ୍ରୀସର ନ୍ୟୁ ଡେମୋକ୍ରାସି, ଇଟାଲୀର ଫୋରଜା ଇଟାଲୀ, ସ୍ପେନର ପିପୁଲ୍ସ ପାର୍ଟି (ପିପି), ପୋଲାଣ୍ଡର ସିଭିକ୍ ପ୍ଲାଟଫର୍ମ, ପର୍ତ୍ତୁଗାଲର ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଭଳି ପ୍ରମୁଖ କେନ୍ଦ୍ର-ଦକ୍ଷିଣ ପନ୍ଥୀ ଦଳ ଅନ୍ତର୍ଭୁକ୍ତ ।
ଇପିପି ପରେ, ବାମପନ୍ଥୀ ଦଳ ଏସ ଆଣ୍ଡ ଡି ଚାରିଟି ସିଟ୍ ହରାଇ 135 ଟି ସିଟ୍ ଜିତିଛି । ୨୯ ଜୁନ୍ 1953ରେ ଏସ ଆଣ୍ଡ ଡି ଆନୁଷ୍ଠାନିକ ଭାବରେ ଏକ ସମାଜବାଦୀ ଗୋଷ୍ଠୀ ଭାବରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ଇପିପି ପରେ ୟୁରୋପୀୟ ସଂସଦର ଦ୍ବିତୀୟ ପୁରାତନ ରାଜନୈତିକ ଦଳ ଭାବରେ ପରିଣତ ହୋଇଥିଲା । ଏହା 23 ଜୁନ୍ 2009ରେ ଏହାର ବର୍ତ୍ତମାନର ନାମ ଗ୍ରହଣ କରିଥିଲା । ଏହି ଗୋଷ୍ଠୀ ମୁଖ୍ୟତଃ ସାମାଜିକ-ଗଣତାନ୍ତ୍ରିକ ଦଳଗୁଡ଼ିକୁ ନେଇ ଗଠିତ ।
1999 ୟୁରୋପୀୟ ସଂସଦ ନିର୍ବାଚନ ପର୍ଯ୍ୟନ୍ତ, ଏହା ସଂସଦର ସବୁଠାରୁ ବଡ ଗୋଷ୍ଠୀ ଥିଲା, କିନ୍ତୁ ସେବେଠାରୁ ଏହା ସର୍ବଦା ଦ୍ବିତୀୟ ବୃହତ୍ତମ ରହିଛି । ଅଷ୍ଟମ ଇୟୁ ସଂସଦ ବିଧାନସଭା ସମୟରେ ଏସ ଆଣ୍ଡ ଡି ଏକମାତ୍ର ସଂସଦ ଗୋଷ୍ଠୀ ଥିଲା ଯାହା ସମସ୍ତ 27 ଇୟୁ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିତ୍ବ କରିଥିଲା । ଇଟାଲୀ, ଫ୍ରାନ୍ସ ଏବଂ ଜର୍ମାନୀ ସମସ୍ତେ ଗ୍ରୁପ୍ ଅଫ୍ ସେଭେନ (G7) ର ସଦସ୍ୟ ବିଶ୍ବର ସାତୋଟି ବୃହତ ଉନ୍ନତ ଅର୍ଥନୈତିକ ଗୋଷ୍ଠୀ ଯାହାର ବିଶ୍ବ ବାଣିଜ୍ୟ ଏବଂ ଆନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ରହିଛି । ବିଶ୍ବ ବ୍ୟାଙ୍କର ତଥ୍ୟ ଅନୁଯାୟୀ, 2024 ସୁଦ୍ଧା ଇଟାଲୀର ଜିଡିପି 2,332 ବିଲିୟନ ଡ଼ଲାର, ଜର୍ମାନୀର 4,730 ବିଲିୟନ ଏବଂ ଫ୍ରାନ୍ସ 3,132 ବିଲିୟନ ଡ଼ଲାର ହେବ ।
ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନରେ ବହୁ ଦକ୍ଷିଣପନ୍ଥୀ ଦଳର ବୃଦ୍ଧି ଗତ ବର୍ଷ ନ୍ୟୁଜିଲ୍ୟାଣ୍ଡରୁ ନେଦରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା ପର୍ଯ୍ୟନ୍ତ ସମଗ୍ର ବିଶ୍ବରେ ଜାତୀୟ ନିର୍ବାଚନରେ ଜିତିବା ପରେ ଆସିଛି । ଗତ ବର୍ଷ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଖ୍ରୀଷ୍ଟୋଫର୍ ଲକ୍ସନ୍ ଶପଥ ଗ୍ରହଣ କରିଥିଲେ । ଲକ୍ସନ୍ ନ୍ୟାସନାଲ୍ ପାର୍ଟି ସହ ଜଡିତ, ଯାହା ନ୍ୟୁଜିଲ୍ୟାଣ୍ଡର ଏକ କେନ୍ଦ୍ର-ଦକ୍ଷିଣପନ୍ଥୀ ରାଜନୈତିକ ଦଳ ଅଟେ । ଦଳର ରାଜନୈତିକ ଚିନ୍ତାଧାରା ପ୍ରାୟତ ମୁକ୍ତ ବଜାର ଅର୍ଥନୈତିକ ନୀତି, ଆର୍ଥିକ ଦାୟିତ୍ବ, ବ୍ୟକ୍ତିଗତ ସ୍ବାଧୀନତା ଏବଂ ବ୍ୟବସାୟ ଅନୁକୁଳ ନୀତି ଉପରେ ଧ୍ୟାନ ଦେବା ଉପରେ ଆଧାରିତ ।
ଏହା ପୂର୍ବରୁ ଆର୍ଜେଣ୍ଟିନାର ଭୋଟରମାନେ ଦକ୍ଷିଣପନ୍ଥୀ ଜନପ୍ରିୟ ନେତା ଜାଭିୟର ମେଲିଙ୍କୁ ଦେଶର ନୂତନ ରାଷ୍ଟ୍ରପତି ଭାବରେ ମନୋନୀତ କରିଥିଲେ । ମିଲି ହେଉଛନ୍ତି ଦକ୍ଷିଣପନ୍ଥୀ ଲିବର୍ଟାରିଆନ୍ ପାର୍ଟିର ନେତା । 2010 ଦଶକରେ ମିଲି ନିଜର ଆଦର୍ଶ ଏବଂ ବିଶ୍ବାସକୁ ପ୍ରକାଶ କରିବା ଏବଂ ବିତର୍କ କରିବା ସମୟରେ ପ୍ରତିଦ୍ବନ୍ଦୀମାନଙ୍କଠାରୁ ଅପମାନ, ଖରାପ ଭାଷା ଏବଂ ଆକ୍ରମଣାତ୍ମକ ଭାଷଣ ବ୍ୟବହାର ହେତୁ ଆର୍ଜେଣ୍ଟିନା ଟେଲିଭିଜନ ବିତର୍କ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଖ୍ୟାତି ଅର୍ଜନ କରିଥିଲେ ।
ଦକ୍ଷିଣ ପନ୍ଥୀ ଦଳର ଉଦୟର କଣ ଦେଉଛି ସଙ୍କେତ?
ଉସାନାସ୍ ଫାଉଣ୍ଡେସନ ଥିଙ୍କ ଟ୍ୟାଙ୍କର ପ୍ରତିଷ୍ଠାତା, ନିର୍ଦ୍ଦେଶକ ତଥା ସିଇଓ ଅଭିନାଭ ପାଣ୍ଡ୍ୟାଙ୍କ ଅନୁଯାୟୀ ଇଉରୋପରେ ମୁଖ୍ୟତ ପଶ୍ଚିମ ୟୁରୋପ ପ୍ରବାସୀ ସମସ୍ୟା ହେତୁ ଜନମତର ଦକ୍ଷିଣ ପନ୍ଥୀ ଚିନ୍ତାଧାରା ପ୍ରତି ଆକୃଷ୍ଟ ବଢିଛି । ପାଣ୍ଡ୍ୟା କହିଛନ୍ତି," ଦକ୍ଷିଣପନ୍ଥୀ ଦଳର ବିଜୟରେ ମୁଁ ଆଦୌ ଆଶ୍ଚର୍ଯ୍ୟ ହୋଇ ନାହିଁ, କାରଣ ୟୁରୋପକୁ ISIS ର ଉଦୟ ପରେ ଆରବ ଦେଶ ଗୁଡିକ ଖାସ କରି ସିରିଆରୁ ବଢିଥିବା ପ୍ରବାସୀ ସମସ୍ୟାକୁ ଭୋଗିବାକୁ ପଡୁଛି । ଯେବେ ଏହି ପ୍ରବାସୀ ୟୁରୋପ ଆସିଥାନ୍ତି , ତେବେ ସେମାନେ ୟୁରୋପର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପରିଦୃଶ୍ୟ ପରିବର୍ତ୍ତନ କରିଥାନ୍ତି । ଇସଲାମିକ କଟ୍ଟରବାଦ ଓ ଆତଙ୍କବାଦର ସମସ୍ୟା ବହୁତ ପ୍ରବଳ ହୋଇଯାଇଛି । ୟୁରୋପର ମୋଟ ଜନସଂଖ୍ୟା କମୁଛି କିନ୍ତୁ ପ୍ରବାସୀଙ୍କ ସଂଖ୍ୟା ବଢୁଛି ।" ପାଣ୍ଡ୍ୟା କହିଛନ୍ତି ଯେ, ତେଣୁ ଏହି ଦକ୍ଷିଣପନ୍ଥୀ ଦଳମାନେ ଇସଲାମବାଦୀ ଉଗ୍ରବାଦକୁ ରୋକିବା ପାଇଁ ଏଜେଣ୍ଡା ଉପରେ ଧ୍ୟାନ ଦେବେ ।
ନୂଆଦିଲ୍ଲୀ ସ୍ଥିତ ସ୍ବାଧୀନ ଥିଙ୍କ ଟ୍ୟାଙ୍କ ଇମେଜଇଣ୍ଡିଆର ସଭାପତି ରବିନ୍ଦର ସଚ୍ଚଦେବଙ୍କ ଅନୁଯାୟୀ, ୟୁରୋପୀୟ ପାର୍ଲିଆମେଣ୍ଟ ନିର୍ବାଚନର ଫଳାଫଳ ଦେଶକୁ ଜାତୀୟତାବାଦୀ ଦକ୍ଷିଣପନ୍ଥୀ ଦଳ ଆଡକୁ ଗତି କରାଉଥିବା ଦର୍ଶାଉଛି । ସଚ୍ଚଦେବ କହିଛନ୍ତି ଯେ ଏହାର ମୂଳ ଅର୍ଥ ହେଉଛି ଇମିଗ୍ରେସନ୍ ବିରୋଧୀ । ୟୁରୋପରେ ରହିବା ଖର୍ଚ୍ଚ ବୃଦ୍ଧି ପାଇଁ ଇମିଗ୍ରେସନକୁ ଦାୟୀ କରାଯାଉଛି । ଏହାର ଅର୍ଥ ହେଉଛି ସଂରକ୍ଷଣବାଦ ବୃଦ୍ଧି ପାଇବ । ଏହା ଆମଦାନୀ ଏବଂ ରପ୍ତାନି କ୍ଷେତ୍ରରେ ବାଣିଜ୍ୟ ଏବଂ ଶୁଳ୍କ ଉପରେ ପ୍ରଭାବ ପକାଇବ । ପାଣ୍ଡ୍ୟାଙ୍କ ଅନୁଯାୟୀ, ଦକ୍ଷିଣପନ୍ଥୀ ଦଳ ଜଳବାୟୁ ପରିବର୍ତ୍ତନ ଏବଂ କୃଷି ଉପରେ ୟୁରୋପିୟାନ ୟୁନିୟନର ନୀତିକୁ ମଧ୍ୟ ଚ୍ୟାଲେଞ୍ଜ କରିବେ ।
ସେ କହିଛନ୍ତି ଯେ ୟୁରୋପିୟାନ ୟୁନିୟନର ମୁଖ୍ୟାଳୟ ବ୍ରୁସେଲ୍ସରେ ଥିବା ଅମଲାତନ୍ତ୍ର ଅତ୍ୟନ୍ତ କଠୋର ଏବଂ ଅତ୍ୟଧିକ ମନ୍ଥର ଅଟେ । ୟୁରୋପୀୟ ଦେଶଗୁଡିକ ଉପରେ ସେମାନେ କିଛି ନୀତି ଲଦୁଛନ୍ତି ଯାହାକୁ ଏହି ଦକ୍ଷିଣପନ୍ଥୀ ଜାତୀୟତାବାଦୀ ଦଳମାନେ ଘୃଣା କରନ୍ତି । ସଚ୍ଚଦେବ ମଧ୍ୟ ଏଥିରେ ସହମତ ହୋଇ କହିଛନ୍ତି ଯେ ୟୁରୋପରେ ଦକ୍ଷିଣପନ୍ଥୀ ଦଳର ବୃଦ୍ଧି ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ବିଶ୍ବର ପ୍ରଭାବ ପକାଇବ ।
ଦକ୍ଷିଣପନ୍ଥୀ ଶକ୍ତିର ବୃଦ୍ଧି ପଛରେ କଣ ରହିଛି ଭାରତ ପାଇଁ ସଙ୍କେତ?
ପାଣ୍ଡ୍ୟାଙ୍କ ଅନୁଯାୟୀ ୟୁରୋପରେ ଦକ୍ଷିଣପନ୍ଥୀ ଶକ୍ତିର ବୃଦ୍ଧି ଭାରତ ପାଇଁ ଏକ ଉପଯୋଗୀ ହୋଇପାରେ । କାରଣ ଶାସକ ଦଳ ବିଜେପି ଏକ ଦକ୍ଷିଣପନ୍ଥୀ ରକ୍ଷଣଶୀଳ ଦଳ । ସେ କହିଛନ୍ତି ଯେ ଇସ୍ଲାମିକ ଦେଶରୁ ଇମିଗ୍ରେସନ ଏବଂ ଉଗ୍ରବାଦ ଭଳି ପ୍ରସଙ୍ଗରେ ୟୁରୋପରେ ଦକ୍ଷିଣପନ୍ଥୀ ଦଳ ସହ ବିଜେପି ଏକ ଉତ୍ତମ ମେଣ୍ଟ କରିବ ।
ପାଣ୍ଡ୍ୟା ଏହା ମଧ୍ୟ କହିଛନ୍ତି ଯେ ୟୁରୋପରେ ଦକ୍ଷିଣପନ୍ଥୀ ଦଳର ବୃଦ୍ଧି କାଶ୍ମୀର ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଭଳି ପ୍ରସଙ୍ଗରେ ଭାରତକୁ ଆଶ୍ବସ୍ତ କରିବ । ସେ କହିଛନ୍ତି ଯେ କାଶ୍ମୀର ତଥା ସ୍ବାଧୀନତା ତଥା ମାନବିକ ଅଧିକାର ସୂଚକାଙ୍କ ଉପରେ ୟୁରୋପୀୟ ଦେଶମାନେ ଭାରତକୁ ସମାଲୋଚନା କରିଆସୁଛନ୍ତି ।
ତେବେ ଏଥି ସହ ସେ କହିଛନ୍ତି ଯେ ଶ୍ରମିକମାନେ ଭାରତରୁ ୟୁରୋପୀୟ ଦେଶକୁ ଯିବା ନେଇ କିଛି ସମସ୍ୟା ଆସିବ କାରଣ ଏହି ଦେଶଗୁଡିକ ଅଧିକ ବିଦେଶୀ ଶ୍ରମିକ ଆସିବାକୁ ଚାହୁଁନାହାଁନ୍ତି । ତେବେ ସାମଗ୍ରିକ ଭାବେ ପାଣ୍ଡ୍ୟା ବିଶ୍ବାସ କରନ୍ତି ଯେ ଭାରତ-ୟୁରୋପ ସମ୍ପର୍କର ଆହୁରକି ମଜବୁତ ହେବ । ସଚ୍ଚଦେବଙ୍କ ଅନୁଯାୟୀ, ଭୌଗୋଳିକ ଦୃଷ୍ଟିକୋଣରୁ ୟୁରୋପିୟାନ ୟୁନିୟନ ଚୀନ୍ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବ ଯାହା ପରୋକ୍ଷରେ ଭାରତ ପାଇଁ ଲାଭଦାୟକ ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ