ETV Bharat / opinion

ଶକ୍ତି କ୍ଷେତ୍ରରେ ସ୍ଥାୟୀ ଭବିଷ୍ୟତ ପାଇଁ ମହିଳାଙ୍କ ସଶକ୍ତ କରିବା କାହିଁକି ଆବଶ୍ୟକ ? - Woman and sustainable energy

author img

By Aparna Roy

Published : Jun 25, 2024, 2:16 PM IST

Woman and sustainable energy: ବୈଶ୍ୱିକ ଜଳବାୟୁରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ପାରମ୍ପରିକ ଜୀବାଶ୍ମ ଇନ୍ଧନ ଆଧାରିତ ଶକ୍ତିରୁ ନବୀକରଣଯୋଗ୍ୟ ଶକ୍ତିରେ ଭାରତର ଦ୍ରୁତ ପରିବର୍ତ୍ତନ କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଭୂମିକା ମହିଳାମାନଙ୍କ ଶ୍ରମ ଶକ୍ତି ଉପରେ ନିର୍ଭର କରିଥାଏ । ଯଦି ମହିଳାଙ୍କୁ ଅଧିକ କୌଶଳୀ, ପୁଞ୍ଜି ଓ ନେଟଓ୍ବାର୍କକୁ ଅଧିକ ବିକଶିତ ନ କରିହେବ ତେବେ ନବୀକରଣଯୋଗ୍ୟ ଶକ୍ତିର ଉପଯୋଗିତାରୁ ବଞ୍ଚିତ ରହିବାକୁ ପଡିପାରେ । ଜଳବାୟୁ ପରିବର୍ତ୍ତନ ଓ ନବୀକରଣଯୋଗ୍ୟ ସମ୍ବଳରେ ମହିଳାଙ୍କ ଭୂମିକାଙ୍କୁ ନେଇ ଅପର୍ଣ୍ଣା ରାୟଙ୍କ ଆଲେଖ୍ୟ ପଢନ୍ତୁ

sustainable energy future
sustainable energy future (IANS)

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ସବୁଜ ଯୁଗ ଆଡକୁ ଅଗ୍ରସର ହେଉଥିବା ଓ ୨୦୭୦ ସୁଦ୍ଧା ‘ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ’ (net-zero emissions) ଲକ୍ଷ୍ୟ ହାସଲ କରିବା ଭାରତର ପ୍ରତିବଦ୍ଧତା ବୋଲି ଘୋଷଣା କରିଛନ୍ତି । ୨୦୨୩ ସୁଦ୍ଧା ନିଜର ଜିଡିପି (ସକଳ ଘରୋଇ ଉତ୍ପାଦ)ର ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତାରେ ୪୫ ପ୍ରତିଶତ ପର୍ଯ୍ୟନ୍ତ କମ କରିବା ଲକ୍ଷ୍ୟ ସହ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ନବୀକରଣ ଶକ୍ତି ପରିବର୍ତ୍ତନ ଦେଇ ଗତି କରୁଛି ।

ବିଶ୍ୱ ଜଳବାୟୁ ନେତା ଭାବେ ଭାରତର ଶକ୍ତି ପରିବର୍ତ୍ତନ ଅନ୍ୟ ବିକାଶଶୀଳ ଦେଶମାନଙ୍କ ପାଇଁ ଏକ ସ୍ୱଳ୍ପ ଅଙ୍ଗାରକାମ୍ଳ ବୃଦ୍ଧି ମଡେଲ ପ୍ରତିଷ୍ଠା କରିବାର ସୁଯୋଗ ପ୍ରଦାନ କରେ । ତଥାପି, ଏହି ମଡେଲକୁ ନ୍ୟାୟ ସଂଗତ, ସମତାମୂଳକ ଓ ସ୍ଥାୟୀ କରିବା ପାଇଁ ଏହାର ସରକାରଙ୍କୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ଏହି ପରିବର୍ତ୍ତନ ଏହାର ଦୃଷ୍ଟିକୋଣ ସହ ଅନୁରୂପ ହେଉ, ଏହା କାହାକୁ ପଛରେ ନ ପକାଉ ।

2070 ସୁଦ୍ଧା ଏକ ନେଟ-ଜିରୋ ଅର୍ଥନୀତି ହାସଲ କରିବା ଦ୍ୱାରା 50 ମିଲିୟନରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି । 2030 ସୁଦ୍ଧା 500 ଗିଗାଓ୍ୱାଟ ନବୀକରଣ ଶକ୍ତି କ୍ଷମତା ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି, ସେଥିମଧ୍ୟରୁ 100 ଗିଗାଓ୍ବାଟରୁ ଅଧିକ ପୂରଣ ହୋଇସାରିଛି । ତଥାପି ଭାରତରେ ନବୀକରଣଯୋଗ୍ୟ ଶକ୍ତି କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶ ମାତ୍ର 11 ପ୍ରତିଶତ, ଯାହା ବିଶ୍ବର ହାରାହାରି 32 ପ୍ରତିଶତଠାରୁ ବହୁତ କମ୍ । କେବଳ ଭାରତରେ ନବୀକରଣ ଶକ୍ତି କ୍ଷେତ୍ରରେ 2030 ସୁଦ୍ଧା ପ୍ରାୟ 10 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତ ଅଛି । ଯଦି ମହିଳାମାନଙ୍କୁ ଅଧିକ କୁଶଳୀ, ପୁଞ୍ଜି ଓ ନେଟଓ୍ବାର୍କକୁ ଏବେ ବିକଶିତ କରାଯିବ ନାହିଁ ତେବେ ସେମାନେ ଏହି ସୁଯୋଗରୁ ବଞ୍ଚିତ ହୋଇପାରନ୍ତି ।

ଏଠାରେ ବଡ ପ୍ରଶ୍ନ ହେଉଛି, ଶକ୍ତି ପରିବର୍ତ୍ତନ କିପରି ମହିଳାମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ, ଯାହାଦ୍ୱାରା ଏକ ସମାନ, ସ୍ଥାୟୀ ଏବଂ ପରିବର୍ତ୍ତନ ସୁନିଶ୍ଚିତ ହେବ ? ସମ୍ପୃକ୍ତ କ୍ଷେତ୍ରରେ ଅଧିକ ମହିଳାଙ୍କୁ ସାମିଲ କରିବାର ଉପାୟ କ’ଣ ? ପ୍ରଥମେ, ଏହି କ୍ଷେତ୍ରରେ ଲିଙ୍ଗଗତ ପକ୍ଷପାତ ଏବଂ ଅସମାନତାର ବିଭିନ୍ନ କାରଣ ଚିହ୍ନଟ ଏବଂ ସମାଧାନ କରିବାର ଏକ ଜରୁରୀ ଆବଶ୍ୟକତା ଅଛି । ବର୍ତ୍ତମାନ, ଭାରତରେ ଉପଯୋଗୀ ଲିଙ୍ଗ-ଭିନ୍ନତା ତଥ୍ୟ ଏବଂ ପରିସଂଖ୍ୟାନର ଅଭାବ ସ୍ୱଚ୍ଛ ଶକ୍ତି ଲକ୍ଷ୍ୟରେ ଲିଙ୍ଗଗତ ସମାନତା ହାସଲ କରିବା ପାଇଁ ପ୍ରଭାବଶାଳୀ ହସ୍ତକ୍ଷେପ ପାଇଁ ଏକ ପ୍ରମୁଖ ପ୍ରତିବନ୍ଧକ ସାଜିଛି ।

ମହିଳାଙ୍କୁ ସମ୍ବଳକୁ ଉପଯୋଗ, ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ଉତ୍ସଗୁଡିକର ବ୍ୟବହାର, ସମ୍ବଳ ଏବଂ ଆର୍ଥିକ ସୁଯୋଗ ଉପରେ ସେମାନଙ୍କର ପ୍ରବେଶ ଏବଂ ନିୟନ୍ତ୍ରଣ ବିଷୟରେ ମହିଳାଙ୍କ ଜ୍ଞାନରେ ଉନ୍ନତି ଆଣିବା ଗୁରୁତ୍ୱପୂର୍ଣ୍ଣ । ସରକାରୀ ବିଭାଗ ଯେପରିକି ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟନ୍ବୟନ ମନ୍ତ୍ରାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ, ଶ୍ରମ ବିଭାଗ, ସାମାଜିକ କଲ୍ୟାଣ ବିଭାଗ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ଅନ୍ୟାନ୍ୟ ନୋଡାଲ ଏଜେନ୍ସିଗୁଡ଼ିକ ଏକ ବ୍ୟବସ୍ଥିତ ତଥା ବିସ୍ତୃତ ତଥ୍ୟ ସଂଗ୍ରହ ପ୍ରଣାଳୀ ବିକାଶ ପାଇଁ ନିଜ ମଧ୍ୟରେ ସହଯୋଗ କରିବାର ଆବଶ୍ୟକ ରହିଛି ଯାହାଦ୍ୱାରା ସ୍ୱଚ୍ଛ ଶକ୍ତି ପ୍ରକଳ୍ପଗୁଡ଼ିକରେ ତଥ୍ୟ ସଂଗ୍ରହ କରାଯାଇପାରିବ । ଏହା ସରକାରଙ୍କୁ ଏହି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସୁଯୋଗ ବଢାଇବ ।

ଦ୍ବିତୀୟତଃ, କୌଶଳ ବିକାଶ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ମହତ୍ବପୂର୍ଣ୍ଣ ଅଟେ । ବିଶେଷକରି ବିଜ୍ଞାନ, ପ୍ରାଦୌଗିକ, ଇଞ୍ଜିନିୟରିଂ ଓ ଗଣିତ କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ସଶକ୍ତ କରିବାକୁ ପଡିବ । ନବୀକରଣ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ହେଲେ ଉଚ୍ଚସ୍ତରୀୟ କୌଶଳ ଆବଶ୍ୟକତା ରହିଛି । STEMରେ ମହିଳାଙ୍କ ସଂଖ୍ୟା ବହୁତ କମ ଅଟେ । ଭାରତରେ STEM ଚାକିରି କ୍ଷେତ୍ରରେ ସଂଖ୍ୟା ମାତ୍ର ୧୪ ପ୍ରତିଶତ । ଏହି କ୍ଷେତ୍ରରେ ମହିଳାଙ୍କୁ ତାଲିମ ଦେବାକୁ ଓ ପ୍ରୋତ୍ସାହିତ କରିବାକୁ ପଡିବ । ହେଲେ STEMରେ ମହିଳାମାନଙ୍କୁ ଉତ୍ସାହିତ କରୁଥିବା ଏକ ଶିକ୍ଷାଗତ ଢାଞ୍ଚା ସୃଷ୍ଟି କରିବାକୁ ପଡିବ ।

ତୃତୀୟତଃ, ଏକ ପ୍ରଭାବଶାଳୀ ବ୍ୟବସାୟ ମଡେଲ ଭାବରେ ମହିଳାମାନଙ୍କର ଶକ୍ତି ଉଦ୍ୟୋଗକୁ ଆଗକୁ ବଢାଇବା ଅର୍ଥାତ ନିର୍ଦ୍ଦିଷ୍ଟ ଭାବେ ଦୁର୍ଗମ ଅଞ୍ଚଳରେ ଏହାକୁ ପହଞ୍ଚାଇବା । ଗ୍ରାମୀଣ ଭାରତରେ, ଯେଉଁଠାରେ ଶକ୍ତି ବିତରଣ କମ୍ପାନୀଗୁଡିକ (DISCOM) ଉଚ୍ଚ ବଣ୍ଟନ ଏବଂ ଟ୍ରାନ୍ସମିଶନ ଏବଂ ପୁରୁଣା ଗ୍ରୀଡ୍ ଭିତ୍ତିଭୂମି ସହିତ ଯୁଝି ହେଉଛନ୍ତି, ସେଠାରେ ବିକେନ୍ଦ୍ରୀକରଣ ନବୀକରଣ ଶକ୍ତିକୁ ବିକଳ୍ପ ଭାବେ ଅର୍ଥାତ ସୋଲାର ଲଣ୍ଠନ, ସୋଲାର ଲାଇଟ ସିଷ୍ଟମ ଓ ମାଇକ୍ରୋ ଗ୍ରୀଡ ବିଦ୍ୟୁତ୍ କ୍ଷେତ୍ରରେ ଉନ୍ନତି ଆଣିବାରେ ଲାଗିଛି ।

ପ୍ରାଥମିକ ଘରୋଇ ଶକ୍ତି ପରିଚାଳକ ଭାବରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଏବଂ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଟ ଭାବରେ କାର୍ଯ୍ୟ କରିପାରିବେ । ଗ୍ରାହକଙ୍କ ନିକଟତରତା ଏବଂ ସ୍ଥାନୀୟ ଅବସ୍ଥାକୁ ଦୃଷ୍ଟିରେ ରଖି ମହିଳାମାନେ ଶକ୍ତି ଉତ୍ପାଦ ଏବଂ ସେବାଗୁଡିକର ବିକ୍ରୟକୁ ଅନୁକରଣ କରିପାରିବେ, ଦୃଢ ବଣ୍ଟନ ଏବଂ ସେବା ନେଟୱାର୍କ ପ୍ରତିଷ୍ଠା କରିପାରିବେ ଏବଂ ନୂତନ ଶକ୍ତି ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିପାରିବେ ।

ମହିଳାମାନଙ୍କ ପାଇଁ ଆର୍ଥିକ ଉପକରଣ ଏବଂ ଉତ୍ପାଦର ବିକାଶ କରିବା ଯାହା ମହିଳା କେନ୍ଦ୍ରିକ ବ୍ୟବସାୟ ମଡେଲକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିବ । ଶକ୍ତି ପ୍ରବେଶ କେବଳ ଯୋଗାଣ ଏବଂ ସଂଯୋଗକୁ ଆଗକୁ ନେବ, ସ୍ଥିରତା ଏବଂ ସମାନତା ସହ ଜଡିତ ସାମାଜିକ-ଅର୍ଥନୈତିକ ସମସ୍ୟାର ସମାଧାନ ହେବ ।

ଅନ୍ତତଃ ଏହି ରଣନୀତି ସବୁଠୁ ଅଧିକ ପ୍ରଭାବୀ ହେବ ଯଦି ଏହା ସହ ବ୍ୟବହାରିକ ଓ ସାମାଜିକ ସାଂସ୍କୃତିକ ପରିବର୍ତ୍ତନ ହେବ । ସାମାଜିକ, ରାଜନୈତିକ ଓ ଆର୍ଥିକ ଚର୍ଚ୍ଚାରେ ଭାଗ ନେବାରେ ଯେଉଁ ସାଂସ୍କୃତିକ ମାନଦଣ୍ଡ ମହିଳାମାନଙ୍କୁ ରୋକିଥାଏ ତାକୁ ଭାଙ୍ଗିବାରେ ଏହା ଗୁରୁତ୍ବାରୋପ କରିଥାଏ । ଯଦିଓ ଏହି ପରିବର୍ତ୍ତନ ଧିରେ ଧିରେ ହୋଇପାରିବ ଓ ଏଥିପାଇଁ ନିରନ୍ତର ପ୍ରୟାସ କରିବାର ଆବଶ୍ୟକତା ରହିଛି । କିନ୍ତୁ କ୍ଲିନ ଏନର୍ଜି ପାଇବାକୁ ହେଲେ ଏହି ପରିବର୍ତ୍ତନ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.